Thursday, June 25, 2026 02:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆନ୍ନାଙ୍କ କାନ୍ଧରେ ବନ୍ଧୁକ ?

by Our Correspondent
23 Nov, 2017- 11:29 PM
in Latest News, Politics
1 min read
0
ଆନ୍ନାଙ୍କ କାନ୍ଧରେ ବନ୍ଧୁକ ?
ଭୁୁବନେଶ୍ୱର: ଆନ୍ନା ହଜାରେ ଓଡ଼ିଶା ଆସିଲେ । ଚାଷୀଙ୍କ ଦୁର୍ଦ୍ଦଶା କଥା କହିଲେ । ଚାଷୀଙ୍କୁ ପ୍ରାଇଜ୍, ପ୍ରେଷ୍ଟିଜ୍ ଓ ପେନସନ୍ ଦାବି ଜୋର୍ ଉଠାଇଲେ । ଜଗତସିଂହପୁରରେ ଆୟୋଜିତ ‘ଜୟ କିଷାନ୍’ ମହାସମାବେଶରେ ଚାଷୀଙ୍କୁ ଉଦବୋଧନ ଦେଇ ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନର ଆହ୍ୱାନ ଦେଲେ । ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ଆନ୍ନାଙ୍କ ସମବେଦନା ଓ ଲଢ଼େଇର ପ୍ରତିଶ୍ରୁତି ଓଡ଼ିଶା ଚାଷୀଙ୍କୁ ନିଶ୍ଚିତ ଖୁସି କରିଛି । ଚାଷୀଙ୍କୁ ସଂଜୀବନୀ ବୋଲି କହିଲେ ଭୁଲ୍ ହେବନି ।
ଆନ୍ନାଙ୍କ ଗସ୍ତକୁ ଦଳୀୟ ରାଜନୀତି ଓ ରାଜନୈତିକ ମାପକାଠିରେ ତଉଲିବା ଠିକ୍ ନ ଲାଗିଲେ ମଧ୍ୟ କେଁ ପଶିଛି । ଆନ୍ନାଙ୍କ ପାଇଁ ବ୍ୟୟବହୁଳ ଆୟୋଜନ ଓ ତାଙ୍କ ଗସ୍ତର ସ୍ଥାନ,ବେଳ, କାଳକୁ ଦେଖି ବିଭିନ୍ନ ମହଲରେ ବିଭିନ୍ନ ଆଲୋଚନା ଚାଲିଛି । ଚାଷୀଙ୍କ ହକ୍ ପାଇଁ ଲଢ଼େଇ କରିବାକୁ ଆନ୍ନାଙ୍କୁ ଓଡ଼ିଶା ଆମନ୍ତ୍ରଣ କରିଥିଲା ‘ନବ ନିର୍ମାଣ କୃଷକ ସଂଗଠନ’ । ଗତକାଲି ସେ ଭୁବନେଶ୍ୱରରେ ପହଞ୍ଚିବା ପରେ ଉଦ୍ୟୋକ୍ତା ସ୍ୱସ୍ତି ପ୍ରିମିୟର୍ ତାରକା ହୋଟେଲରେ ଆନ୍ନାଙ୍କୁ ଓଡ଼ିଶା ନାଗରିକ ସମାଜ ସହ ଆଲୋଚନା କରାଇଲେ । ଆଜି ଆନ୍ନାଙ୍କୁ ନେଇ ଜଗତସିଂହପୁରରେ ‘ଜୟ କିଷାନ’ ସମାବେଶ କରାଇଲେ । ସାରା ରାଜ୍ୟରୁ ୧୦ ହଜାରରୁ ଅଧିକ ଚାଷୀ ସେଥିଲେ ଯୋଗଦେଇଥିଲେ । ଚାଷୀଙ୍କ ହକ୍ ମାଗି ଆନ୍ନା ଦ୍ୱିତୀୟ ସ୍ୱାଧୀନତା ସଂଗ୍ରାମର ଆହ୍ୱାନ ଦେଲେ । ଚାଷୀଙ୍କୁ ଉପଯୁକ୍ତ ନ୍ୟାୟ ଓ ସେମାନଙ୍କ ପ୍ରାପ୍ୟ କଥା ଉଠାଇଲେ । ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ପୂରୋଧାମାନେ ମଧ୍ୟ ଚାଷୀଙ୍କ ହକ୍ କଥା କହିଲେ । ଭଲକଥା, ରାଜ୍ୟରେ ଫସଲହାନୀ ଯୋଗୁଁ ଚାଷୀ ଋଣଗ୍ରସ୍ତ ହୋଇ ଆତ୍ମହତ୍ୟା କରୁଥିବା ବେଳେ ନବ ନିର୍ମାଣ କୃଷକ ସଂଗଠନର ଏଭଳି ଉଦ୍ୟମକୁ ସବୁ ମହଲରେ ପ୍ରଶଂସା କରାଯାଇଛି ।
ତେବେ କିଛି ମହଲରେ ଆନ୍ନା ହଜାରେ ସୋ’ କୁ ନେଇ ଅନେକ ସନ୍ଦେହ ଓ ପ୍ରଶ୍ନ ଉଠିଛି । ଚାଷୀଙ୍କ ହକ୍ ପାଇଁ ଲଢ଼େଇର ଆହ୍ୱାନ ଦେଉଥିବା ଆନ୍ନାଙ୍କୁ ପଞ୍ଚତାରକା ହୋଟେଲରେ ବସାଇ ନାଗରିକ ସମାଜକୁ ଗୁରୁମନ୍ତ୍ର ଦେବାରେ ଚାଷୀଙ୍କର କ’ଣ ଲାଭ ହୋଇଛି ? ସମଗ୍ର ଦେଶରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧୀ ଆନ୍ଦୋଳନର ପ୍ରତୀକ ଆନ୍ନାଙ୍କୁ ଓଡ଼ିଶାରେ ଚାଷୀ ଆନ୍ଦୋଳନରେ ସାମିଲ କରିଥିବା ବ୍ୟକ୍ତିମାନେ ଚାଷୀ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ପଶ୍ଚିମ ଓଡ଼ିଶା ଛାଡ଼ି ଉପକୂଳ ଓଡ଼ିଶାରେ ଚାଷୀ ସମାବେଶ କରିବା ପଛର କାରଣ କ’ଣ ? ତାରକା ହୋଟେଲରେ ଆଲୋଚନା ହେଉ କି ଜଗତସିଂହପୁରରେ ବ୍ୟୟବହୁଳ ଚାଷୀ ସମାବେଶ ହେଉ, ଖର୍ଚ୍ଚ ଭାର କିଏ ମୁଣ୍ଡାଇଛନ୍ତି ?
ଆନ୍ନାଙ୍କ ସୋ’ ପଛରେ ବ୍ୟକ୍ତିଗତ ସ୍ୱାର୍ଥସାଧନ ଉଦ୍ଦେଶ୍ୟକୁ କିଛି ମହଲରେ ଅଙ୍ଗୁଳି ଉଠିଛି । ଆନ୍ନାଙ୍କୁ ବ୍ରାଣ୍ଡ କରି ଅନାମଧ୍ୟେୟ ଅରବିନ୍ଦ କେଜ୍ରିୱାଲ୍ ଯଦି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇପାରିଲେ ଓଡ଼ିଶାରେ କାହିଁକି ସମ୍ଭବ ନୁହେଁ ? ଆନ୍ନାଙ୍କ କାନ୍ଧ ବେଶ୍ ମଜବୁତ । ସେହି କାନ୍ଧରେ ସେ କେଜି୍ରିୱାଲ୍, କିରଣ ବେଦୀଙ୍କ ଭଳି ବସ୍ତାନି ବୋହି ଶୀର୍ଷକୁ ଉଠାଇଛନ୍ତି । ସେମିତିକା କାନ୍ଧର ସୁଯୋଗ ନେବାରେ ଅସୁବିଧା କେଉଁଠି ?
ସମଗ୍ର ଦେଶରେ ଆନ୍ନାଙ୍କର ବେଶ୍ ଖ୍ୟାତି ଅଛି । ଆକର୍ଷଣ ଅଛି । ତାଙ୍କର ଲକ୍ଷ୍ୟ ଓ ଆଦର୍ଶ ବି ମହାନ୍ । ୨୦୧୩ ରେ ତାଙ୍କର ଜନ ଲୋକପାଳ ଆନ୍ଦୋଳନ ସମଗ୍ର ଦେଶରେ ଚର୍ଚ୍ଚିତ ହୋଇଥିଲା । ଏବେ ଚାଷୀଙ୍କ ହକ୍ ପାଇଁ ଆନ୍ଦୋଳନ ଡାକରା ଦେଇ ଆନ୍ନାଙ୍କୁ ସାମିଲ କରିବା ଚାଷୀ ସମାଜ ପାଇଁ ଖୁସିର ବିଷୟ । ହେଲେ ଚାଷୀ ଆନ୍ଦୋଳନ ନାଁରେ ଆନ୍ନାଙ୍କୁ ମୋହରା ମନାଇ କ୍ଷମତା ଓ ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବାକୁ ଯଦି କୌଣସି ବ୍ୟକ୍ତିଙ୍କର ଲକ୍ଷ୍ୟ ଥାଏ ତେବେ ଚାଷୀକୂଳ ପାଇଁ ତାହା ଧୋକ୍କା ବୋଲି କୁହାଯିବ । ନବ ନିର୍ମାଣ କୃଷକ ସଂଗଠନର ମୁଖ୍ୟ ଅକ୍ଷୟ କୁମାର ମଧ୍ୟ ଚାଷୀ ଆନ୍ଦୋଳନରେ ଯଦି କୌଣସି ବ୍ୟକ୍ତିଙ୍କର ନ୍ୟସ୍ତସ୍ୱାର୍ଥ ରାଜନୈତିକ ସାଧନ ଲକ୍ଷ୍ୟ ଥାଏ ତାହାକୁ ନାପସନ୍ଦ କରିଛନ୍ତି ।
ଆନ୍ନାଙ୍କ ଗସ୍ତ ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଟିପ୍ପଣୀ ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଦେଇଛି । ଏହି ଆନ୍ଦୋଳନର ପୃଷ୍ଠପୋଷକ ସାଜିଥିବା ବ୍ୟକ୍ତିଙ୍କୁ ଓଡ଼ିଶାବାସୀ ଭଲ ଭାବରେ ଚିହ୍ନିଛନ୍ତି ଏବଂ ତାଙ୍କର ଉଦ୍ଦେଶ୍ୟ କ’ଣ ଜାଣିଛନ୍ତି ବୋଲି ଦାମ କହିଛନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବେ ସେ କାହାର ନାଁ ନେଇନାହାନ୍ତି ।
ସୂଚନାଯୋଗ୍ୟ, ଚାଷୀ ସମସ୍ୟା ନେଇ ଗତ ଅକ୍ଟୋବର ୧୧ରେ ଦିଲ୍ଲୀର ସଂସଦ ମାର୍ଗରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଜାତୀୟ ସମ୍ମିଳନୀର ଆୟୋଜନ କରାଯାଇଥିଲା । ପ୍ରଥମ ଥର ପାଇଁ ଆନ୍ନା ହଜାରେଙ୍କୁ ସେଥିରେ ସାମିଲ କରାଯାଇଥିଲା ।
Previous Post

ସତ ଚାପିଦେବାକୁ ଉଦ୍ୟମ !

Next Post

ମନମୋହନ ସାମଲଙ୍କ ନାଁରେ ପୁଣି କେଳେଙ୍କାରୀ !

Next Post
ମନମୋହନ ସାମଲଙ୍କ ନାଁରେ ପୁଣି କେଳେଙ୍କାରୀ !

ମନମୋହନ ସାମଲଙ୍କ ନାଁରେ ପୁଣି କେଳେଙ୍କାରୀ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA