Thursday, June 25, 2026 12:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନମୋହନ ସାମଲଙ୍କ ନାଁରେ ପୁଣି କେଳେଙ୍କାରୀ !

by Our Correspondent
24 Nov, 2017- 01:14 AM
in Latest News, Politics
1 min read
0
ମନମୋହନ ସାମଲଙ୍କ ନାଁରେ ପୁଣି କେଳେଙ୍କାରୀ !
ବାଲେଶ୍ୱର: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ ଦୀର୍ଘ ବର୍ଷ ପରେ ପୁଣି ଏକ କେଳେଙ୍କାରୀ ଅଭିଯୋଗରେ ଫସିଛନ୍ତି । ବାଲେଶ୍ୱର ଜିଲ୍ଲା ସୋରୋ ଥାନା ଛିଟୋଲ୍ ଗାଁର ରଂଜିତା ବେହେରା ନାମକ ଜଣେ ମହିଳା ତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମହିଳାଙ୍କ ୩୦ ବର୍ଷର ଅବିବାହିତା ନଣନ୍ଦଙ୍କ ସହ ମନମୋହନ ସାମଲଙ୍କର ଅନୈତିକ ସମ୍ପର୍କ ରହିଥିବା ସେ ଅଭିଯୋଗ କରିଛନ୍ତି । ଶ୍ୱଶୁର ଘର ଲୋକେ ତାଙ୍କୁ ଯୌତୁକ ନିର୍ଯାତନା ଦେଉଥିବା ରଂଜିତା ସୋରୋ ଥାନାରେ ଅଭିଯୋଗ କରିବା ସହ ମନମୋହନ ସାମଲଙ୍କୁ ଅଭିଯୁକ୍ତ ଦର୍ଶାଇଛନ୍ତି ।
ଅଭିଯୋଗ ଅନୁଯାୟୀ,୨୦୧୫ ମାର୍ଚ୍ଚ ୮ ତାରିଖରେ ରଂଜିତା ଛିଟୋଲ୍ ଗାଁର ସ୍ୱର୍ଗତ ରମେଶ ଚନ୍ଦ୍ର ବେହେରାଙ୍କ ପୁଅ ସ୍ୱରୂପାନନ୍ଦଙ୍କୁ ବିବାହ କରିଥିଲେ । ବାହାଘର ସମୟରେ ତାଙ୍କ ବାପଘର ଯୌତୁକ ବାବଦକୁ ୬୦ ହଜାର ଟଙ୍କା, ସୁନା,ରୂପା ଓ ଅନ୍ୟାନ୍ୟ ସାମଗ୍ରୀ ଦେଇଥିଲେ । ମାତ୍ର ପରେ ତାଙ୍କୁ ଅଧିକ ଯୌତୁକ ପାଇଁ ନିର୍ଯାତନା ଦିଆଯାଉଥିଲା । ତେବେ ଘରେ ଅସଲ ଅଶାନ୍ତିର କାରଣ ଥିଲେ ମନମୋହନ ସାମଲ । ଗଣମାଧ୍ୟମକୁ ରଂଜିତା ଦେଇଥିବା ବୟାନ ଅନୁଯାୟୀ, ତାଙ୍କ ଶାଶୁଘରକୁ ମନମୋହନ ସାମଲ ପ୍ରାୟ ରାତିରେ ଆସୁଥିଲେ । ରାତି ସାଢ଼େ ବାରଟାରୁ ସାଢ଼େ ତିନିଟା ପର୍ଯ୍ୟନ୍ତ ତାଙ୍କ ଅବିବାହିତା ନଣନ୍ଦଙ୍କ ସହ ଗୋଟିଏ ରୁମ୍ ରେ ରହୁଥିଲେ । ସେଥିପାଇଁ ତାଙ୍କୁ ବେଡ଼ରୁମ୍ ଛାଡ଼ିବାକୁ ପଡୁଥିଲା । ଏଥିରେ ଆପତ୍ତି ଉଠାଉଥିବାରୁ ତାଙ୍କ ଘରେ କଜ୍ୟା ହେଉଥିଲା । ଏବେ ପ୍ରାୟ ଦୁଇବର୍ଷ ହେଲା ନଣନ୍ଦ ଭୁବନେଶ୍ୱରରେ ରହୁଥିବାରୁ ମନମୋହନ ସାମଲ ସେମାନଙ୍କ ଘରକୁ ଆସିବା ବନ୍ଦ କରିଥିବା ସେ କହିଛନ୍ତି । ରଂଜିତାଙ୍କ ସ୍ୱାମୀ ସ୍ୱରୂପାନନ୍ଦ ମଧ୍ୟ ଗଣମାଧ୍ୟମ ସାମନାରେ ନିଜ ଭଉଣୀ ସହ ମନମୋହନ ସାମଲଙ୍କ ବହୁ ପୂର୍ବରୁ ସମ୍ପର୍କ ଥିବା ଏବଂ ରାତିରେ ଶ୍ରୀ ସାମଲ ତାଙ୍କ ଘରକୁ ଆସୁଥିଲେ ବୋଲି କହିଛନ୍ତି ।
ମନମୋହନ ସାମଲଙ୍କୁ କେନ୍ଦ୍ର କରି ତାଙ୍କ ଘରେ ସୃଷ୍ଟି ହୋଇଥିବା ଅଶାନ୍ତି ଯୌତୁକ ନିର୍ଯାତନାର ରୂପ ନେଇଥିବା ଅଭିଯୋଗ ହୋଇଛି ।ତାଙ୍କୁ ଅତ୍ୟଧିକ ନିର୍ଯାତନା ଦିଆଯିବାରୁ ଗତ ୧୪ ତାରିଖରେ ରଂଜିତା ସୋରୋ ଥାନାରେ ଏତଲା ଦେଇଛନ୍ତି । ସେଥିରେ ଶାଶୁ ଉନତି ସ୍ୱାଇଁ, ନଣନ୍ଦ ମନିଷା ଚିନ୍ମୟୀ ବେହେରା ଓ ଶାଶୁଙ୍କ ଭାଇ ମହେନ୍ଦ୍ର ପ୍ରସାଦ ସ୍ୱାଇଁ ତାଙ୍କୁ ହତ୍ୟା ଉଦ୍ୟମ କରିଥିବା ଦର୍ଶାଇଛନ୍ତି । ଏତଲାରେ ମନମୋହନ ସାମଲଙ୍କୁ ମଧ୍ୟ ଅଭିଯୁକ୍ତ ଦର୍ଶାଇଛନ୍ତି । ୧୮ ତାରିଖରେ ପୁଲିସ ଏତଲାକୁ ରେଜିଷ୍ଟ୍ରି କରି ଦଫା ୪୯୮-ଏ, ୩୦୭, ୧୧୪, ଆଇପିସି ଧାରା ୩୪ ଏବଂ ଡାଉରି ପ୍ରୋଟେକ୍ସନ୍ ଧାରା ୪ ରେ ମାମଲା ରୁଜୁ କରିଛି ।
ଅଭିଯୋଗ ସଂକ୍ରାନ୍ତରେ ମନମୋହନ ସାମଲଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ମାମଲାକୁ ଭଲଭାବେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି । ଏ ଘଟଣାରେ ତାଙ୍କର କିଛି ସଂପୃକ୍ତି ନାହିଁ ବୋଲି ସେ ସଫେଇ ଦେଇଛନ୍ତି ।
Previous Post

ଆନ୍ନାଙ୍କ କାନ୍ଧରେ ବନ୍ଧୁକ ?

Next Post

ଏ କି ଶାଳୀନତା? ନବୀନଙ୍କୁ ମଲାଘୋଡ଼ା କହିଲେ ଲେଖାଶ୍ରୀ

Next Post
ଏ କି ଶାଳୀନତା? ନବୀନଙ୍କୁ ମଲାଘୋଡ଼ା କହିଲେ ଲେଖାଶ୍ରୀ

ଏ କି ଶାଳୀନତା? ନବୀନଙ୍କୁ ମଲାଘୋଡ଼ା କହିଲେ ଲେଖାଶ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA