Thursday, May 7, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ମୋହ ଛାଡ଼ିଲେ ଦିଲ୍ଲୀପ !

by Our Correspondent
28 Nov, 2017- 08:38 PM
in Latest News, Politics
1 min read
0
ବିଜେପି ମୋହ ଛାଡ଼ିଲେ ଦିଲ୍ଲୀପ !
ଭୁବନେଶ୍ୱର: ବିଜେପିରେ ଅଲୋଡ଼ା ହୋଇପଡ଼ିଥିବା ବରିଷ୍ଠ ନେତା ଓ ବିଧାୟକ ଦିଲ୍ଲୀପ ରାୟଙ୍କର ଦଳୀୟ ମୋହ ଛାଡ଼ିଯାଇଛି! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କୁ ଆଜି ସେ ଖୋଲା ଟାର୍ଗେଟ୍ କରିଛନ୍ତି । ନିଜ ନିର୍ବାଚନମଣ୍ଡଳୀ ରାଉରକେଲାର ସ୍ୱାର୍ଥ ଆଗରେ ସେ ସୁପ୍ରିମ୍ ବସ୍ ମୋଦି ଓ ସହ ସୁପ୍ରିମ୍ ଗଡ଼କରୀଙ୍କ ପ୍ରତାରଣାକୁ ସହ୍ୟ କରିନାହାନ୍ତି । ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣରେ ସେମାନଙ୍କ ଉଦାସୀନତା ଓ ପ୍ରତାରଣା ବିରୋଧରେ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି । ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ରାଉରକେଲାବାସୀଙ୍କ ମଜାକ୍ ଉଡ଼ାଉଥିବା ସେ କହିଛନ୍ତି ।
ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ସ୍ଥାନୀୟ ଅଞ୍ଚଳର ଏକ ମୁଖ୍ୟ ଦାବି । ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଓ ପ୍ରଧାନମନ୍ତ୍ରୀ ହେଲା ପରେ ୨୦୧୫ ଏପ୍ରିଲ୍ ରେ ପ୍ରଧାନମନ୍ତ୍ରୀ ଏ ନେଇ ରାଉରକେଲାରେ ଲମ୍ବାଚଉଡ଼ା ଭାଷଣ ଦେଇଥିଲେ । ସେତୁ ନିର୍ମାଣ ଯଥାଶୀଘ୍ର ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଗତ ଜୁଲାଇ ୨୧ ତାରିଖରେ ଭୂପୃଷ୍ଠ ପରିବହନମନ୍ତ୍ରୀ ନୀତିନ୍ ଗଡ଼କରୀ ରାଉରକେଲା ଆସି ପ୍ରସ୍ତାବିତ ସେତୁ ନିର୍ମାଣର ଭୂମିପୂଜା କରିଥିଲେ । ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ପ୍ରତିଶ୍ରୁତି ଦେଇ ଫେରିଥିଲେ । ମାତ୍ର ୪ ମାସ ବିତିଯାଇଥିଲେ ବି କାମ ଆରମ୍ଭ ହୋଇପାରିନି । ସ୍ଥାନୀୟ ବିଧାୟକ ଭାବେ ଦିଲ୍ଲୀପ ରାୟ ଏ ସମ୍ପର୍କରେ ବାରମ୍ବାର ଖାଲି ଚିଠି ଲେଖିନାହାନ୍ତି ବରଂ ଦିଲ୍ଲୀରେ ସେମାନଙ୍କୁ ଭେଟି ସେତୁ ନିର୍ମାଣ ଆରମ୍ଭ କରିବାକୁ ଦାବି କରିଆସୁଛନ୍ତି । ମାତ୍ର ଏ ପର୍ଯ୍ୟନ୍ତ ତାଙ୍କୁ ନିରାଶ ହେବାକୁ ପଡ଼ିଛି ।
ତେବେ ପ୍ରତିଶ୍ରୁତିର ପ୍ରହସନକୁ ଦିଲ୍ଲୀପ ରାୟ ଆଉ ସମ୍ଭାଳିନାହାନ୍ତି । ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କ ବିରୋଧରେ ଖୋଲା ମନ୍ତବ୍ୟ ଦେଇ ନିଜର ଅସନ୍ତୋଷ ଉଗାଳିଛନ୍ତି । ବିଜେପି ଟପ୍ ନେତୃବୃନ୍ଦଙ୍କ ପ୍ରତି ଦିଲ୍ଲୀପଙ୍କର ଅସନ୍ତୋଷ ରାଜ୍ୟର ଦଳୀୟ ନେତୃତ୍ୱକୁ ଖାଲି ଅଡୁଆରେ ପକାଇନି ବରଂ ମୁହଁରେ କଳା ବୋଳିଦେଇଛି । ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ ବିଳମ୍ବ ପଛରେ କିଛିଟା ସ୍ଥାନୀୟ ସମସ୍ୟା ଅଛି ତାହା ସତ । ହେଲେ ସେତୁ ନିର୍ମାଣ ଆରମ୍ଭ ପଛରେ ତାହା ଏବେ ବାଧକ ହୋଇନାହିଁ । ଓଲଟି ରାଜନୈତିକ ଓ ବ୍ୟବସାୟିକ କାରଣ ମୁଖ୍ୟ ବାଧକ ହୋଇଥିବା କୁହାଯାଉଛି । ଦିଲ୍ଲୀପଙ୍କୁ ଚେକ୍ ଦେବା ପାଇଁ ରାଜ୍ୟରେ ପ୍ରତିପତ୍ତି ଗୋଷ୍ଠୀର ଏଥିରେ ରାଜନୈତିକ ଚାଲ୍ ରହିଥିବା ଚର୍ଚ୍ଚା ହେଉଛି । ଏହାକୁ ଆହୁରି ସବଳ କରିଛି ବ୍ୟବସାୟିକ ସ୍ୱାର୍ଥ । ଗଡ଼କରୀ ମୁମ୍ବାଇର ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ସେତୁ ନିର୍ମାଣ କାମ ଦେବାକୁ ଚାହୁଁଥିବା ଏକ ସୂତ୍ରରୁ ଜଣାପଡ଼ିଛି । ମାତ୍ର ଦିଲ୍ଲୀପ କୁଆଡେ ଏହାକୁ ବିରୋଧ କରୁଛନ୍ତି । କାମ ଆରମ୍ଭ ନ ହେବା ପଛରେ ଏହାକୁ ବି କାରଣ କୁହାଯାଉଛି ।
ତେବେ କାରଣ ଯେତେ ବି ହେଉ, ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କ ଉପରୁ ଦିଲ୍ଲୀପ ରାୟଙ୍କର ଆସ୍ଥା ତୁଟିଯାଇଥିବା ତାଙ୍କ ବୟାନ କହୁଛି । ରାଜ୍ୟ ରାଜନୀତିରେ ଉପେକ୍ଷିତ ହୋଇ ରହିଥିବା ଦିଲ୍ଲୀପଙ୍କୁ ଏହା କଟା ଘାରେ ଚୂନ ବୋଳିବା ଭଳି ହୋଇଛି । ସୂଚନାଯୋଗ୍ୟ, ଦଳରେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ଅଲୋଡ଼ା ହୋଇପଡ଼ିଥିବା ସମସ୍ତେ ଜାଣନ୍ତି । କେନ୍ଦ୍ର ନେତୃତ୍ୱ ଓ ରାଜ୍ୟର ମଙ୍ଗ ଧରିଥିବା ବିଜେପି ନେତାଙ୍କୁ ସେ ବିଭିନ୍ନ ସମୟରେ ସମାଲୋଚନା କରୁଛନ୍ତି । ବିଜେପି ମଙ୍ଗୁଆଳଙ୍କ ଅହଂକାରକୁ ସେ ସହିପାରୁନାହାନ୍ତି । ତେବେ ବିଜୟଙ୍କ ପରେ ଦିଲ୍ଲୀପ ରାୟ ଖୋଲାଖୋଲି ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ସମାଲୋଚନା କରିବା ବିଜେପି ରାଜନୀତିକୁ ସରଗରମ କରିଛି ।
Previous Post

ବୈଜୟନ୍ତଙ୍କ ମଣିଷପଣିଆ !

Next Post

ରହସ୍ୟରେ ଡିଏଭି ଛାତ୍ରୀ ମୃତ୍ୟୁ

Next Post
ରହସ୍ୟରେ ଡିଏଭି ଛାତ୍ରୀ ମୃତ୍ୟୁ

ରହସ୍ୟରେ ଡିଏଭି ଛାତ୍ରୀ ମୃତ୍ୟୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA