Thursday, May 7, 2026 01:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାନସଭାରେ ବିଜେପି ଏକଘରିକିଆ

by Our Correspondent
30 Nov, 2017- 10:42 PM
in Latest News, Politics
1 min read
0
ବିଧାନସଭାରେ ବିଜେପି ଏକଘରିକିଆ
ଭୁବନେଶ୍ୱର: ଆରମ୍ଭରୁ ଦୁଇଦିନ ଅଚଳ ରହିବା ପରେ ଆଜି ବିଧାନସଭା ସ୍ୱାଭାବିକ ହୋଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ଦାବି ନେଇ ବିଜେଡ଼ି ଓ କଂଗ୍ରେସର ସ୍ୱର ଆଗରେ ବିଜେପି ନଇଁ ଯାଇଛି । ଏକଘରିିକିଆ ହୋଇଛି ।  ଏ ସମ୍ପର୍କରେ ଆଲୋଚନା ହୋଇ ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଗୃହରେ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ ବିଜେପି ସହଯୋଗ କରିବାକୁ ମନା କରିଦେଇଛି । ଏଥିସହ ବିଧାନସଭାରେ ଚାଷୀ ପ୍ରସଙ୍ଗକୁ ବିଜେପି କେବଳ ରାଜନୈତିକ ଉଦ୍ଦେଶ୍ୟରେ ବ୍ୟବହାର କରୁଥିବା ଧରାପଡ଼ିଯାଇଛି । ବିଜେପିର ଏଭଳି ଆଭିମୁଖ୍ୟ ଦଳ ପାଇଁ ମହଙ୍ଗା ପଡ଼ିପାରେ ବୋଲି କୁହାଯାଉଛି ।
ମଙ୍ଗଳବାର ଦିନ ବିଧାନସଭାର ଶୀତ ଅଧିବେସନ ଆରମ୍ଭ ହୋଇଥିଲା । ବିଜେଡ଼ି, ବିଜେପି ଓ କଂଗ୍ରେସ ସଭ୍ୟମାନେ ଚାଷୀଙ୍କ ପାଇଁ ଆଖିରୁ ଲୁହ ଝରାଇବାକୁ ଢ଼େର୍ କସରତ କରିଥିଲେ । ଯେଝା ବାଟରେ ନିଜର ପ୍ରତିବାଦ କରିଥିଲେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଉପରେ କେନ୍ଦ୍ର ସରକାରଙ୍କ ନକରାତ୍ମକ ଆଭିମୁଖ୍ୟକୁ ଶାସକ ବିଜେଡ଼ି ସଭ୍ୟମାନେ ଘୋର ବିରୋଧ କରି ହଟ୍ଟଗୋଳ କରିଥିବା ବେଳେ ରାଜ୍ୟରେ ଚାଷୀ ଆତ୍ମହତ୍ୟା, ଚାଷୀଙ୍କୁ ଫସଲହାନୀ କ୍ଷତିପୂରଣ ଆଦି ପ୍ରସଙ୍ଗ ଧରି ସରକାର ଓ ଶାସକ ଦଳକୁ ଆଟାକ୍ କରିଥିଲେ ବିଜେପି ସଭ୍ୟ । କଂଗ୍ରେସ ଉଭୟ ପ୍ରସଙ୍ଗ ଧରି ବିଜେଡ଼ି ଓ ବିଜେପିକୁ ଟାର୍ଗେଟ୍ କରିଥିଲେ । ଦୁଇଦିନ କାଳ ଏହି ପ୍ରସଙ୍ଗ ଗୃହକୁ ସମ୍ପୂର୍ଣ୍ଣ ଅଚଳ କରିଦେଲା । ବିଜେଡ଼ି ବିଧାନସଭାରୁ ରାଜରାସ୍ତାକୁ ଓହ୍ଲାଇଲା । ମୋଟାମୋଟି ଭାବେ ତିନିଟି ଯାକ ଦଳ ଚାଷୀଙ୍କ ପାଇଁ ଢ଼େର୍ କାନ୍ଦିବାକୁ ଉଦ୍ୟମ କଲେ । ଏହି ପ୍ରସଙ୍ଗରୁ କିଏ ବାଜି ମାରିବ ଲଢ଼େଇ କଲେ । ଆଉ ଶେଷରେ ବିଜେଡ଼ି ବାଜି ମାରିନେଇଛି । କଂଗ୍ରେସ ବି ହାରିଯାଇନାହିଁ । ହେଲେ ବିଜେପି ହାରିଯାଇଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି ଭଳି ନ୍ୟାୟୋଚିତ ଦାବି ଓ ଓଜନଦାର ପ୍ରସଙ୍ଗ ତଳେ ଚାପି ହୋଇଯାଇଛି ବିଜେପି ଏଜେଣ୍ଡା । ଏହି ପ୍ରସଙ୍ଗ ଉପରେ ଆଲୋଚନା କରାଇ ନ ଦେବା ପାଇଁ ଦଳର ଚାଲ୍ ଫସର ଫାଟିଯାଇଛି ।
ଆଜି ଗୃହ ଆରମ୍ଭରୁ ବିଜେପି ସଭ୍ୟମାନେ ହୋହଲ୍ଲା କରି ପ୍ରଶ୍ନକାଳ ଚଲାଇ ଦେଇ ନ ଥିଲେ ମଧ୍ୟ ବିଜେଡ଼ି ଓ କଂଗ୍ରେସ ସଭ୍ୟଙ୍କ ସହଯୋଗରୁ ଗୃହ ସ୍ୱାଭାବିକ ହୋଇଥିଲା । ଶାସକ ଦଳର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଧାନର ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ଆଲୋଚନା ପାଇଁ ଗୃହରେ  ପ୍ରସ୍ତାବ ଆଗତ କରିଥିଲେ । ଦୀର୍ଘ ସମୟ ଆଲୋଚନା ବେଳେ ବିଜେଡ଼ି ସଭ୍ୟମାନେ କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ । ସେମାନଙ୍କ ଟାର୍ଗେଟ୍ ରେ ଥିଲେ ପ୍ରଧାନମନ୍ତ୍ରୀ । ଏ ପ୍ରସଙ୍ଗରେ ପୂର୍ବରୁ ଆଲୋଚନା ହୋଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇବାକୁ ଗୃହରେ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ସମୟ ଦେଉନାହାନ୍ତି । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟିକୁ ଭେଟିବାକୁ ପ୍ରଧାନମନ୍ତ୍ରୀଙ୍କ ପାଖରେ ସମୟ ନାହିଁ । ବିଧାନସଭାରେ ପାରିତ ପୂର୍ବ ସଂକଳ୍ପରେ ବିଜେପି ବିଧାୟକମାନେ ଦସ୍ତଖତ କରିଥିଲେ ମଧ୍ୟ ଏବେ କରଛଡ଼ା ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପାଖରେ ଓଡ଼ିଶାର ଚାଷୀଙ୍କ ଦୁଃଖ ଦୁର୍ଦ୍ଦଶା ଓ ନ୍ୟାୟୋଚିତ ଦାବି ଜଣାଇବାକୁ ଉଚିତ୍ ନ ମଣି ହୀନ ରାଜନୀତି କରୁଛନ୍ତି ବୋଲି ବିଜେଡ଼ି ସଭ୍ୟମାନେ ସମାଲୋଚନା କରିଥିଲେ ।
ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ କଂଗ୍ରେସ ବିଧାୟକମାନେ ମଧ୍ୟ ଚାଷୀର ସର୍ବନିମ୍ନ ମୂଲ୍ୟ ବୃଦ୍ଧି ପାଇଁ ଦାବି କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଅଗ୍ରାଧିକାର ତାଲିକାରେ ଓଡ଼ିଶାର ସ୍ଥାନ ନାହିଁ ବୋଲି ବିରୋଧୀ ଦଳ ନେତା କ୍ଷୋଭ ପ୍ରକାଶ କରିବା ସହ ରାଜ୍ୟ ସରକାର ମଧ୍ୟ ତାଙ୍କ ଦାୟିତ୍ୱ ପାଳିବାରେ ବିଫଳ ହୋଇଥିବା କହିଥିଲେ । ଦଳର ଅନ୍ୟ ବିଧାୟକମାନେ ରାଜ୍ୟରେ ଚାଷୀଙ୍କ ସମସ୍ୟା ଉଠାଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରିଥିଲେ । ଚାଷୀଙ୍କ ପାଇଁ ବିଜେପି ଓ ବିଜେଡ଼ି କାହାରି ଦରଦ ନାହିଁ ବୋଲି କହିଥିଲେ । ତେବେ ସରକାରୀ ଦଳ ମୁଖ୍ୟ ସଚେତକଙ୍କ ପକ୍ଷରୁ ଆଗତ ପ୍ରସ୍ତାବକୁୁ ସେମାନେ ସମର୍ଥନ କରିଥିଲେ । ପ୍ରଧାନମନ୍ତ୍ରୀ ସମୟ ଦେଉ ନ ଥିବାରୁ ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇବା ପାଇଁ ସହମତି ଜଣାଇଥିଲେ ।
ବିଧାନସଭାକୁ ଅଚଳ କରି ନିଜ ନିଜର ରାଜନୈତିକ ସ୍ୱାର୍ଥ ଚରିତାର୍ଥ ପାଇଁ ସବୁ ଦଳ ବ୍ୟସ୍ତ । ଚାଷୀଙ୍କୁ ମୋହରା ବନେଇ ପ୍ରମୁଖ ଦଳଗୁଡ଼ିକ କୁମ୍ଭୀର କାନ୍ଦଣା କାନ୍ଦୁଥିବା କୁହାଯାଉଛି । ହେଲେ ବିଜେପିର ମିଛ କାନ୍ଦ ଆଜି ବିଧାନସଭାରେ ଧରାପଡ଼ିଯାଇଛି । ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କୌଣସି ପ୍ରସ୍ତାବକୁ ତାଙ୍କ ଦଳ ସମର୍ଥନ କରିବ ନାହିଁ ବୋଲି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି । ଅର୍ଥାତ୍ ପ୍ରସ୍ତାବିତ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଗୃହ କମିଟିରେ ବିଜେପି ସାମିଲ ହେବ ନାହିଁ ବୋଲି ସେ ସୂଚେଇ ଦେଇଛନ୍ତି ।
Previous Post

ରହସ୍ୟରେ ଡିଏଭି ଛାତ୍ରୀ ମୃତ୍ୟୁ

Next Post

ସାରୁ ଭିତରେ ମାରୁ…

Next Post
ସାରୁ ଭିତରେ ମାରୁ…

ସାରୁ ଭିତରେ ମାରୁ...

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA