Thursday, May 7, 2026 01:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦିଲ୍ଲୀପଙ୍କ ବାଣ ଫୁଟିଲା.. କିଏ ସତ କିଏ ମିଛ ?

by Our Correspondent
06 Dec, 2017- 05:49 PM
in Latest News, Politics
1 min read
0
ଦିଲ୍ଲୀପଙ୍କ ବାଣ ଫୁଟିଲା.. କିଏ ସତ କିଏ ମିଛ ?
ଭୁବନେଶ୍ୱର: ଜଙ୍ଗଲ ନ ଥିବା ଜାଗାରେ ବ୍ରିଜ୍ ନିର୍ମାଣ ପାଇଁ ଜଙ୍ଗଲ ବିଭାଗର କ୍ଲିୟରାନ୍ସ ଦରକାର କି ? ରାଜ୍ୟ ସରକାର କହୁଛନ୍ତି ‘ନା’ । କେନ୍ଦ୍ର ସରକାର କହୁଛନ୍ତି ‘ହଁ’ । ରାଉରକେଲାଠାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ କାମ ଏହି ଜଟିଳ ଗଣିତ ଭିତରେ ଫସି ଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପାଇଁ ଆଇନ ସମାନ । ଆଇନ ପାଠକୁ କାର୍ଯ୍ୟକାରୀ କରିବାକୁ ଥିବା ବାବୁମାନେ ସମାନ ଆଇନରେ ବନ୍ଧା । ମାତ୍ର ସେହି ସମାନ ଆଇନ କେନ୍ଦ୍ରନେତାଙ୍କ ପାଇଁ ଗୋଟେ ହେଲାବେଳକୁ ରାଜ୍ୟନେତାଙ୍କ ପାଇଁ ଆଉ ଗୋଟେ । ରାସ୍ତାରେ ଷଣ୍ଢକୁ ଠେଲି ଲଢ଼େଇ କଲା ଭଳି ନେତାମାନେ ଆଇନକୁ ବି ଲଢ଼େଇ ଦେଇଛନ୍ତି । ବିଜେପି ଓ ବିଜେଡ଼ି, କିଏ ବାହାଦୁରି ନେବ ସେଇ ଖେଳରେ ଚାପି ହୋଇଯାଇଛି ବ୍ରାହ୍ମଣୀ ସେତୁ । ରାଉରକେଲାବାସୀଙ୍କ ଭାବାବେଗକୁ ଜିତିବା ପାଇଁ ରାଜନୀତି ଲଢ଼େଇ ଜୋର୍ ହୋଇଯାଇଛି ।
ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କଠାରୁ ଜଙ୍ଗଲ ଅନୁମତି ଦରକାର । ତାହା ମିଳିନି । ଜମି ଅଧିଗ୍ରହଣ ମଧ୍ୟ ବିଳମ୍ବର ଅନ୍ୟତମ କାରଣ । ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ନୀତିନ୍ ଗଡ଼କରୀ ଏହି ଜବାବ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାର ପ୍ରତିଜବାବ ରଖିଛନ୍ତି । ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଅନୁମତିର ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି । ବିଜେପି ରାଜନୀତି ନ କରି ବ୍ରାହ୍ମଣୀ ସେତୁ ନିର୍ମାଣ କରୁ ନଚେତ୍ ରାଜ୍ୟ ସରକାରଙ୍କୁ ଛାଡ଼ିଦେଉ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କ ଯୁକ୍ତିକୁ ଦୋହରାଇଛନ୍ତି । ଯେହେତୁ ସେଠାରେ ଜଙ୍ଗଲ ନାହିଁ ତେଣୁ ଅନୁମତିର ଆବଶ୍ୟକତା ନାହିଁ ବୋଲି ମନ୍ତ୍ରୀ ଓ ବିଜେଡ଼ି ସଭ୍ୟମାନେ ଯୁକ୍ତି କରିଛନ୍ତି । ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କେନ୍ଦ୍ରମନ୍ତ୍ରୀଙ୍କ କଥାକୁ ପାଳି ଧରି ବିଧାନସଭାରେ ସରକାରଙ୍କୁ ଘେରିଥିବା ବେଳେ ବାହାରେ ତାଙ୍କ ଦଳ ପ୍ରେସ୍ ମିଟ୍ କରି ମୁଖ୍ୟମନ୍ତ୍ରୀ ଓ ବିଜେଡ଼ି ସରକାରକୁ ମିଛୁଆ ବୋଲି ଆକ୍ଷେପ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ବିଜେପି ସଭ୍ୟଙ୍କ ଯୁକ୍ତି ଠିକ୍ ନା ରାଜ୍ୟ ସରକାର ଓ ତାଙ୍କ ବିଜେଡ଼ି ସଭ୍ୟଙ୍କ ଯୁକ୍ତି ଠିକ୍ ? କିଏ ସତ କହୁଛି ? ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏହି ପ୍ରଶ୍ନ ଉଠାଇ ଗୃହର ସ୍ୱତନ୍ତ୍ର ସ୍ୱାଧିକାର କମିଟି ଏହାର ତଦନ୍ତ କରି ୧୫ ଦିନ ଭିତରେ ରିପୋର୍ଟ ଦେବାକୁ ବାଚସ୍ପତିଙ୍କ ନିକଟରେ ଦାବି କରିଛନ୍ତି । ତାଙ୍କର ଯୁକ୍ତି ବି ବେଶ୍ ସଳଖ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରୁ ଯିଏ ତ ହେଲେ ଜଣେ ମିଛ କହୁଛି । ବିଧାନସଭାରେ ଏଭଳି ମିଥ୍ୟା ତଥ୍ୟ ରଖିବା ଗୃହର ସ୍ୱାଧିକାର ଭଙ୍ଗ କରୁଛି । ତେଣୁ ତଦନ୍ତ ହୋଇ କୋଉଟା ସତ ଓ କୋଉଟା ମିଛ ବାହାର କରାଯାଉ ।
ବ୍ରାହ୍ମଣୀ ସେତୁ ନିର୍ମାଣକୁ ନେଇ ଏଭଳି ସତ-ମିଛର ରାଜନୀତି ସାଧାରଣ ଲୋକଙ୍କ ବୁଦ୍ଧି ବିଗାଡ଼ିଦେଇଛି । କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଗତ ଜୁଲାଇ ୨୧ ତାରିଖରେ ସେତୁର ଭୂମିପୂଜା କରି ୧୫ ଦିନ ଭିତରେ କାମ ଆରମ୍ଭ ହେବ ବୋଲି କହିଯାଇଥିଲେ । ସେତେବେଳେ ସେ ଓ ତାଙ୍କ ସାଙ୍ଗରେ ଥିବା ଧର୍ମେନ୍ଦ୍ର ପ୍ରଧାନ କ’ଣ ଜାଣି ନ ଥିଲେ ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ଜଙ୍ଗଲ କ୍ଲିୟରାନ୍ସ ମିଳିନି ? ଯଦି ରାଜ୍ୟ ସରକାର ଦେଇନାହାନ୍ତି ତେବେ କେନ୍ଦ୍ର ପକ୍ଷରୁ ତାଗିଦ୍ କରାଯାଇଛି କି ? ଧର୍ମେନ୍ଦ୍ର ନିଜେ ଏଥିପାଇଁ ଉଦ୍ୟମ କରିଛନ୍ତି କି ? ସ୍ଥାନୀୟ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଦିଲ୍ଲୀପ ରାୟ ସେତୁ ନିର୍ମାଣ କାମ ଆରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କୁ ବାରମ୍ବାର ଜଣାଉଥିବା ବେଳେ ସେମାନେ କ’ଣ ପାଇଁ ଏହା ତାଙ୍କୁ ଜଣାଇ ନ ଥିଲେ ?
ଏପଟେ ନିଜସ୍ୱ ପାଣ୍ଠିରେ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ଆଗଭର ଦେଖାଇଥିବା ରାଜ୍ୟ ସରକାର ଏପର୍ଯ୍ୟନ୍ତ ଶୋଇଥିଲେ କେଉଁଠି ? ଗଡ଼କରୀ ଓ ଧର୍ମେନ୍ଦ୍ରଙ୍କ କଥା ଯଦି ସତ ହୋଇଥାଏ ତେବେ ରାଜ୍ୟ ସରକାର କ’ଣ ପାଇଁ ଜଙ୍ଗଲ ଅନୁମତି ଦେଇନାହାନ୍ତି ? ଦେବଗଡ଼ ଓ ବଣେଇ ଡିଏଫଓଙ୍କ ଫାଇଲରେ ଅନୁମତି କ’ଣ ଅଟକିଛି ? ଯଦି ଜଙ୍ଗଲ ଅନୁମତିର ଆବଶ୍ୟକତା ନାହିଁ ତେବେ ସେତୁ ନିର୍ମାଣ କାମ ଯଥାଶୀଘ୍ର ଆରମ୍ଭ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇଥିଲେ କି ? ପ୍ରଧାନମନ୍ତ୍ରୀ ଓ ଗଡ଼କରୀଙ୍କୁ ଦିଲ୍ଲୀପ ରାୟ ସମାଲୋଚନା କଲା ପରେ ରାଜ୍ୟ ସରକାର ଏତେ ତତ୍ପର ହୋଇଛନ୍ତି କାହିଁକି ?
ଜଙ୍ଗଲ ଅନୁମତି ବାଦ୍ ସେତୁ ନିର୍ମାଣରେ ଜମି ଅଧିଗ୍ରହଣର ବାଧକ କଥା ବି ଉଠିଛି । କେନ୍ଦ୍ରମନ୍ତ୍ରୀ ଏ ନେଇ ରାଜ୍ୟ ସରକାରଙ୍କ ଉପରକୁ ଦୋଷ ଠେଲିଛନ୍ତି । ସେତୁ ନିର୍ମାଣ ହେବ ବ୍ରାହ୍ମଣୀ ନଦୀ ଉପରେ । ସେଠି ଜମି ଅଧିଗ୍ରହଣର କି ଆବଶ୍ୟକତା ରହିଛି ତାହା ଅନେକଙ୍କ ପାଇଁ ଅବୁଝା ହୋଇଛି । ଜଙ୍ଗଲ ନ ଥିବା ଜାଗାରେ ସେତୁ ନିର୍ମାଣ ପାଇଁ ଜଙ୍ଗଲ ଅନୁମତି ଓ ଭୂମି ଅଧିଗ୍ରହଣର ଆବଶ୍ୟକତା ଉପରେ ସେମାନଙ୍କ ସନ୍ଦେହଜାତ ହୋଇଛି । କିଛି ବିଶେଷଜ୍ଞ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି । ହଁ, ଜମି ଅଧିଗ୍ରହଣର କଥା ଆପ୍ରୋଚ୍ ରୋଡ୍ ନିର୍ମାଣ ବେଳେ ଉଠିବ । ମାତ୍ର ସେତୁ ନିର୍ମାଣ କାମ ଆରମ୍ଭ ପାଇଁ ଏହା ଆଦୌ ବାଧକ ନୁହେଁ ବୋଲି ସେମାନେ ଯୁକ୍ତି ଦର୍ଶାଇଛନ୍ତି ।
ଯାହା ବି ହେଉ, କେନ୍ଦ୍ର ଓ ରାଜ୍ୟ ସରକାର କିଏ ସତ କହୁଛନ୍ତି ତାହା ଅନୁସନ୍ଧାନସାପେକ୍ଷ । ମାତ୍ର ବ୍ରାହ୍ମଣୀ ସେତୁ ନିର୍ମାଣରେ ଯେ ରାଜନୀତି ଜୋର୍ ପଶିଛି ତାହା ଆଉ ଅଛପା ନାହିଁ । ବିଜେପି ଦଳୀୟ କଳିରେ ଫସିଯାଇଥିବା ବେଳେ ବିଜେଡ଼ି ସେଥିରୁ ଫାଇଦା ନେବାକୁ ବ୍ୟଗ୍ର ହୋଇଉଠିଛି । ଆଜି ବିଜେପି ସାମ୍ବାଦିକ ସମ୍ମିଳନୀରେ ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ବିଧାୟକ ଦିଲ୍ଲୀପ ରାୟଙ୍କୁ ସମାଲୋଚନା କରି ନିଜ ଘରର କଳି ପଦାକୁ ଆଣିଛନ୍ତି । ଦିଲ୍ଲୀପ ରାୟ ତଥ୍ୟ ନ ଜାଣି କେନ୍ଦ୍ର ସରକାରଙ୍କୁ ଦୋଷ ଦେଇଥିବା ସେ କହିବା ସହ ସେ ତଥ୍ୟ ଜାଣିବାକୁ ପରାମର୍ଶ ଦେଇଛନ୍ତି ଜୁନିୟର୍ ହରିଚନ୍ଦନ। ଏପଟେ ଏ ପ୍ରସଙ୍ଗରେ ଆଜି ବିଧାନସଭା ବାରମ୍ବାର ମୁଲତବୀ ହେଉଥିବା ବେଳେ ଗୃହ ମଧ୍ୟରେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଗୁଲିଗପରେ ମଂଜି କଥାଟି କହିଥିଲେ । ଧର୍ମେନ୍ଦ୍ର ପ୍ରଧାନ-ଦିଲ୍ଲୀପ ରାୟଙ୍କ ଲଢ଼େଇରୁ ବିଧାନସଭା ବନ୍ଦ ହେଉଛି ବୋଲି ସେ ଲଘୁ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟ ବିଜେପି ବିଧାୟକମାନଙ୍କୁ ଲାଜେଇ ଦେଇଥିଲା ସତ ହେଲେ ମୁହଁରୁ ଆସୁଥିଲା ମୁରୁକା ହସ ।
Previous Post

ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଆଟାକିଂ ମୁଡ୍

Next Post

ଟ୍ରିବ୍ୟୁନାଲ୍ ତାତି: କେନ୍ଦ୍ର ସରକାରଙ୍କ ବେଇମାନି

Next Post
ଟ୍ରିବ୍ୟୁନାଲ୍ ତାତି: କେନ୍ଦ୍ର ସରକାରଙ୍କ ବେଇମାନି

ଟ୍ରିବ୍ୟୁନାଲ୍ ତାତି: କେନ୍ଦ୍ର ସରକାରଙ୍କ ବେଇମାନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA