Thursday, May 7, 2026 02:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟ୍ରିବ୍ୟୁନାଲ୍ ତାତି: କେନ୍ଦ୍ର ସରକାରଙ୍କ ବେଇମାନି

by Our Correspondent
07 Dec, 2017- 12:42 PM
in Latest News, Politics
1 min read
0
ଟ୍ରିବ୍ୟୁନାଲ୍ ତାତି: କେନ୍ଦ୍ର ସରକାରଙ୍କ ବେଇମାନି
ଭୁବନେଶ୍ୱର: ମହାନଦୀ ଜଳବିବାଦ ଘଟଣାରେ ଟ୍ରିବ୍ୟୁନାଲ୍ ଗଠନ ପାଇଁ କେନ୍ଦ୍ର ସରକାର ମନା କରିଦେବା ପରେ ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଜି ବିଧାନସଭା ଅଚଳ ହୋଇଯାଇଛି । ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ବିଜେଡ଼ି ବିଧାୟକମାନେ ନିଜ ଆସନରେ ଛିଡ଼ା ହୋଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ସରକାର ବିରୋଧୀ ନାରା ଦେଇଥିଲେ । କଂଗ୍ରେସ ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ବିଜେପି-ବିଜେଡ଼ି ବିରୋଧୀ ନାରାବାଜି କରିଥିଲେ । ସେପଟେ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ବିଧାୟକମାନେ ନାରାବାଜି କରି କେନ୍ଦ୍ରରେ ଥିବା ସେମାନଙ୍କ ସରକାରକୁ ସୁରକ୍ଷା ଯୋଗାଇଥିଲେ । ଓଡ଼ିଶାର ସାମୂହିକ ସ୍ୱାର୍ଥ କଥା ସେମାନେ ଭୁଲିଯାଇଥିଲେ ।
ମହାନଦୀ ଜଳବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଟ୍ରିବ୍ୟୁନାଲ୍ ଗଠନ ଦାବିକୁ ତକ୍ରାଳୀନ ଜଳସେଚନ ମନ୍ତ୍ରୀ ଉମାଭାରତୀ ହଁ କହିଥିଲେ । ଓଡ଼ିଶାରେ ରାଜନୈତିକ ପତିଆରା ବଢ଼ୋଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ରିବ୍ୟୁନାଲ୍ ଗଠନ ନେଇ ନିଶ୍ଚିତବାଣୀ ଦେଇଥିଲେ । ମାତ୍ର କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ସତ୍ୟପାଠରେ ଏହା ନ କରାଇ ଗାଲୁଆ ଯୁକ୍ତି ଉପସ୍ଥାପନ କରିଛନ୍ତି । ଛତିଶଗଡ଼ ପାଇଁ ଓକିଲାତି କରି ଓଡ଼ିଶାର ଯୁକ୍ତିକୁ ମିଛ ଦର୍ଶାଇବାକୁ ଉଦ୍ୟମ କରିଛନ୍ତି । ମାମଲାର ସମାଧାନ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ ଜରିଆରେ କରାଇବାକୁ ଓଲଟି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମାଗିଛନ୍ତି । ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁଙ୍କ ଜାଣତରେ ଏହା ହୋଇଛି ନା ଅଜାଣତରେ ? ଚର୍ଚ୍ଚା ହେଉଛି, ନବୀନ ପଟ୍ଟନାୟକଙ୍କ ପତିଆରାରେ ବ୍ରେକ୍ ଦେବାକୁ ଏଭଳି କରାଯାଇଛି । ଆଉ ଏହା ପଛରେ କିଏ ନାୟକ ହୋଇପାରେ ତାହା ବି ଧୂମ୍ ଚର୍ଚ୍ଚା ହେଉଛି । ମହାନଦୀ ଜଳକୁ ଛତିଶଗଡ଼ ସମ୍ପୂର୍ଣ୍ଣ ନେଇଯାଉ ପଛେ ରାଜନୈତିକ ପତିଆରାର ଲଢ଼େଇ ସାଧାରଣ ଲୋକଙ୍କୁ ବି ବ୍ୟସ୍ତବିବ୍ରତ କରିଛି ।
ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ପ୍ରତି ବେଇମାନି କରିଛନ୍ତି । ସମସ୍ତ ଆଇନକୁ ଉଲ୍ଲଂଘନ କରି ଟ୍ରିବ୍ୟୁନାଲ୍ ଗଠନକୁ ନାଁ କହିବା ଓଡ଼ିଶାବାସୀଙ୍କୁ ପ୍ରତାରଣା ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଉପରେ ରାଜ୍ୟବାସୀଙ୍କ ଅସନ୍ତୋଷ ବଢ଼ିଯାଇଥିବା ବେଳେ ବିଜେପି ପାଖରେ ଉତ୍ତର ନାହିଁ । ବିଜେପି ବିଧାୟକମାନେ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଗର୍ବିତ ଅନୁଭବ କରିଛନ୍ତି । କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ବିଜେଡ଼ି ବିଧାୟକମାନେ ତୀବ୍ର ସମାଲୋଚନା କରି ଭାରତ ଇତିହାସରେ ପ୍ରଥମ ଘଟଣା ବୋଲି କହିଛନ୍ତି । ଏହା ବିରୋଧରେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେମାନେ ଚେତାଇ ଦେଇଛନ୍ତି ।
Previous Post

ଦିଲ୍ଲୀପଙ୍କ ବାଣ ଫୁଟିଲା.. କିଏ ସତ କିଏ ମିଛ ?

Next Post

ବିଜୟ ବାଣ: ଧର୍ମେନ୍ଦ୍ର ଶୁଣୁଛନ୍ତି ତ ?

Next Post
ବିଜୟ ବାଣ: ଧର୍ମେନ୍ଦ୍ର ଶୁଣୁଛନ୍ତି ତ ?

ବିଜୟ ବାଣ: ଧର୍ମେନ୍ଦ୍ର ଶୁଣୁଛନ୍ତି ତ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA