Thursday, May 7, 2026 07:44 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଉପୁରି ଟଙ୍କାରେ ବିଦେଶ ଭ୍ରମଣ ନିଶା, ଫସିଲେ ବିଶ୍ୱାଳ

by Our Correspondent
09 Dec, 2017- 10:54 PM
in Latest News, News
1 min read
0
ଉପୁରି ଟଙ୍କାରେ ବିଦେଶ ଭ୍ରମଣ ନିଶା, ଫସିଲେ ବିଶ୍ୱାଳ
ଭୁବନେଶ୍ୱର: ଶୁକ୍ରବାର ଦିନ ପତ୍ନୀ ଓ ଝିଅଙ୍କୁ ସାଙ୍ଗରେ ଧରି ବିଦେଶ ଭ୍ରମଣରେ ଯାଇଥାଆନ୍ତେ କୁଳମଣି ବିଶ୍ୱାଳ । ଭୁବନେଶ୍ୱରରୁ ଦିଲ୍ଲୀ ହୋଇ ଅଷ୍ଟ୍ରେଲିଆ ବାଟ ଧରିଥାଆନ୍ତେ । ମାତ୍ର ତାହା ଫସରଫାଟିଯାଇଛି । ଉପୁରି ଟଙ୍କାରେ ବିଦେଶ ଭ୍ରମଣର ଯୋଜନାକୁ ପଣ୍ଡ କରିଦେଇଛି ସିବିଆଇ । ଉପୁରି ୫ ଲକ୍ଷ ଟଙ୍କା ପକେଟକୁ ଆସିବା ପୂର୍ବରୁ ସିବିଆଇ ହାବୁଡ଼ରେ ପଡ଼ିଯାଇଛନ୍ତି ସେ ।
ଓଡ଼ିଆ ପୁଅ କୁଳମଣି ବିଶ୍ୱାଳ ଏନଟିପିସି(ନ୍ୟାସନାଲ୍ ଥର୍ମାଲ୍ ପାୱାର କର୍ପୋରେସନ୍)ର ଡାଇରେକ୍ଟର (ଫାଇନାନସ୍) ପଦବୀରେ କାର୍ଯ୍ୟ କରୁଛନ୍ତି । । ଭାରି ନାମଜାଦା ଅଫିସର । କୋଲ୍ ଇଣ୍ଡିଆ ଏବଂ ସେଣ୍ଟ୍ରାଲ୍ ପାୱାର ରେଗୁଲେଟରରେ କାର୍ଯ୍ୟ କଲା ପରେ ୨୦୧୩ ଡିସେମ୍ବରରେ ଏନଟିପିସି ନିର୍ଦ୍ଦେଶକ ମଣ୍ଡଳୀରେ ନିଯୁକ୍ତି ପାଇଛନ୍ତି । ଉପା ସରକାର ବେଳେ ଏନଟିପିସିରେ ନିଯୁକ୍ତି ପାଇଥିବା ବିଶ୍ୱାଳ ବର୍ତ୍ତମାନର ମୋଦି ସରକାରରେ କିଛି ମନ୍ତ୍ରୀଙ୍କ ଗେହ୍ଲାପୁଅ ହୋଇଛନ୍ତି । ସେହି ମନ୍ତ୍ରୀମାନଙ୍କ ସହ ବାବୁ ବିଶ୍ୱାଳଙ୍କର ନିବିଡ଼ ସମ୍ପର୍କ । ମାତ୍ର ଏହି ସମ୍ପର୍କ ତାଙ୍କ ପାଇଁ ବୁମେରାଂ ହୋଇଯାଇଛି । ବିଦେଶ ଭ୍ରମଣ ପାଇଁ ଉପୁରି ଟଙ୍କାକୁ ଅନାଇ ସିବିଆଇ ହାବୁଡ଼ରୁ ବର୍ତ୍ତି ପାରିନାହାନ୍ତି ।
ସିବିଆଇ ସୂତ୍ରର ଖବର ଅନୁଯାୟୀ, ୮ ତାରିଖରୁ ବିଶ୍ୱାଳ ସପରିବାରେ ଅଷ୍ଟ୍ରେଲିଆ ଭ୍ରମଣରେ ଯିବାକୁ ଟିକେଟ୍ କଟା ସରିଥିଲା । ଖର୍ଚ୍ଚ ବାବଦକୁ ୫ ଲକ୍ଷ ଟଙ୍କାର ୟୁଏସ୍ ଡଲାର୍ ମାଗିଥିଲେ ବିଡ଼ିଆର ମାଇନିଂ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ଼ ନିର୍ଦ୍ଦେଶକ ରୋହିତ ରେଡ୍ଡି ବାଥିନାଙ୍କୁ । ଅବଶ୍ୟ ପରେ ସେ ଡଲାର ବଦଳରେ ଟଙ୍କା ଦେବାକୁ ରାଜି କରାଇଥିଲେ । ଭୁବନେଶ୍ୱରରୁ ପରିବାର ନେଇ ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କର ଏସିଆନ୍ ଗେମସ୍ ଭିଲେଜ ବାସଭବନରେ ଟଙ୍କା ପହଞ୍ଚାଇବାକୁ କଥା ହୋଇଥିଲା । ସେହି ଟଙ୍କା ଧରି ବିଶ୍ୱାଳ ରାତିରେ ଫ୍ଲାଇଟ୍ ଧରିଥାଆନ୍ତେ । କଥା ଅନୁଯାୟୀ, ରୋହିତ ରେଡ୍ଡି ବାଥିନା ହାୱାଲା ଜରିଆରେ ୫ ଲକ୍ଷ ଟଙ୍କା ଯୋଗାଡ଼ କରି ତାଙ୍କର ଜଣେ ବିଶ୍ୱସ୍ତ ପ୍ରଭାତ କୁମାରଙ୍କ ହାତରେ ପଠାଇଥିଲେ । ତେବେ ସିବିଆଇ ଏହାର ସୂଚନା ପାଇ ବିଶ୍ୱାଳଙ୍କ ହାତକୁ ଟଙ୍କା ଦେବା ପୂର୍ବରୁ ପ୍ରଭାତ କୁମାରଙ୍କୁ ମାଡ଼ିବସିଥିଲା । ସିବିଆଇ ଅଧିକାରୀମାନେ ତାଙ୍କୁ ସେଠାରେ ଗିରଫ କରିଥିଲେ । ସିବିଆଇ ପ୍ରଭାତଙ୍କ ସମେତ କୁଳମଣି ବିଶ୍ୱାଳ ଓ ରୋହିତ ରେଡ୍ଡି ବାଥିନାଙ୍କ ବିରୋଧରେ ପିସି ଆକ୍ଟ ୧୧ ଏବଂ ୧୨ ଏବଂ ଆଇପିସି ଧାରା ୧୨୦-ବି ରେ ମାମଲା ରୁଜୁ କରିଛି ।
ଉଲ୍ଲେଖଯୋଗ୍ୟ, ଏନଟିପିସିର ସହଯୋଗୀ ହୋଇ କାର୍ଯ୍ୟ କରୁଛି ବିଡ଼ିଆର ମାଇନିଂ ଇନଫ୍ରା ପ୍ରାଇଭେଟ୍ ଲିମିଟେଡ଼ । ଏନଟିପିସିର ଛତିଶଗଡ଼ ରାଇଗଡ଼ ଜିଲ୍ଲାରେ ଥିବା ତଳାଇପାଲି କୋଲ୍ ବ୍ଲକ୍ ର ଏକ ବଡ଼ ମାଇନିଂ ପ୍ରୋଜେକ୍ଟ କାମକୁ ନିକଟରେ ବିଡ଼ିଆର୍ ସଂସ୍ଥାକୁ ଦିଆଯାଇଛି । ଏନଟିପିସିଠାରୁ ବିଡ଼ିଆର୍ ସଂସ୍ଥାକୁ ବ୍ୟବସାୟିକ ସହଯୋଗ ଦେବାରେ ବିଶ୍ୱାଳ ମଧ୍ୟସ୍ଥି କରୁଥିଲେ ବୋଲି ସିବିଆଇ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ।
Previous Post

ଯାହା ନାହିଁ କାଳେବେଳେ..ନଗଡ଼ାରେ ଜନ୍ମଦିନ ପାଳିଲେ ଘଡ଼ାଇ

Next Post

ରାଜନୀତି ଜମିଲା: ବିଜୟ-ବିଜେପି ମୁହାଁମୁହିଁ

Next Post
ରାଜନୀତି ଜମିଲା: ବିଜୟ-ବିଜେପି ମୁହାଁମୁହିଁ

ରାଜନୀତି ଜମିଲା: ବିଜୟ-ବିଜେପି ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA