Thursday, May 7, 2026 07:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୀତି ଜମିଲା: ବିଜୟ-ବିଜେପି ମୁହାଁମୁହିଁ

by Our Correspondent
10 Dec, 2017- 06:59 PM
in Latest News, Politics
1 min read
0
ରାଜନୀତି ଜମିଲା: ବିଜୟ-ବିଜେପି ମୁହାଁମୁହିଁ
ଭୁବନେଶ୍ୱର: ବିଜେପିରୁ ଅଲୋଡ଼ା ହୋଇପଡ଼ିଥିବା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ସହ ମୁହାଁମୁହିଁ ହୋଇଛନ୍ତି ଦଳର ତଥାକଥିତ ମୁଣ୍ଡିଆଳ । ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ଡ୍ୟାମ ନିର୍ମାଣ ଓ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ପ୍ରସଙ୍ଗରେ ବିଜୟଙ୍କ ମନ୍ତବ୍ୟ ସେମାନଙ୍କୁ ତତେଇ ଦେଇଛି । ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ବିଜୟଙ୍କୁ ଗୁରୁତ୍ୱହୀନ ନେତା ବୋଲି କଟୁ ଆକ୍ଷେପ କରିଛନ୍ତି । ରାଜନୀତିରେ ଗୁରୁତ୍ୱହୀନ ନେତା ପାମ୍ପଡ଼ ବେଲିବା ଆରମ୍ଭ କରିଛନ୍ତି ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ବିଜୟ ମହାପାତ୍ରଙ୍କ ସମ୍ପର୍କରେ ଦଳ ଗୁରୁତର ସହ ବିଚାର କରୁଛି ବୋଲି ସେ ଧମକାଇଛନ୍ତି ।
ମହାନଦୀ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜୟ ମହାପାତ୍ରଙ୍କ ଟାର୍ଗେଟ୍ ଓ ତାଙ୍କୁ ପୃଥ୍ୱୀରାଜ ହରିଚନ୍ଦନଙ୍କ ଭଳି ନେତାଙ୍କ ସାଂଘାତିକ କଟାକ୍ଷ ବିଜୟ-ବିଜେପି ଲଢ଼େଇପର୍ବକୁ ଜମାଣିଆ କରିଛି । ବ୍ରାହ୍ମଣୀ ସେତୁ ପ୍ରସଙ୍ଗରେ ନିଜ ଦଳର ବିଧାୟକ ଦିଲ୍ଲୀପ ରାୟଙ୍କ ସହ ବିଜେପି ମୁହାଁମୁହିଁ ହୋଇସାରିଥିବା ବେଳେ ମହାନଦୀ ପ୍ରସଙ୍ଗରେ ବିଜୟ ମହାପାତ୍ରଙ୍କ ସହ ମୁହାଁମୁହିଁ ହୋଇଛି । ଉଲ୍ଲେଖଯୋଗ୍ୟ, ମହାନଦୀ ପାଇଁ ଏକାଠି ଲଢ଼େଇ କରିବାକୁ ଦୁଇ ଦିନ ତଳେ ବିଧାନସଭା ସର୍ବଦଳୀୟ ବୈଠକରେ ସହମତି ହୋଇଛି । ଯେଉଁଥିରେ ବିଜେପି ବି ରହିଛି । ଛତିଶଗଡ଼ ଡ୍ୟାମ ନିର୍ମାଣ କରି ମହାନଦୀ ଜଳକୁ ରୋକୁଛି ବୋଲି ଦଳମତ ନିର୍ବିଶେଷରେ ସମସ୍ତଙ୍କ ମତ । ଜଳବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ୍ ଗଠନ ଉପରେ ସମସ୍ତଙ୍କ ସହମତି ଅଛି ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ମୋଟାମୋଟି ଏହି ବିଷୟବସ୍ତୁକୁ ହିଁ ଦୋହରାଇଥିଲେ । ତାଙ୍କ ଯୁକ୍ତି, କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି ଟ୍ରିବ୍ୟୁନାଲ୍ ଗଠନକୁ ନାଁ କରିବା ଓଡ଼ିଶାର ସ୍ୱାଭିମାନ ଉପରେ ପ୍ରଚଣ୍ଡ ଆଘାତ ଆଣିଛି । ଏହା ପ୍ରମାଣ କରୁଛି ଯେ ଛତିଶଗଡ଼ ସହ କେନ୍ଦ୍ର ମିତ୍ରତା ଓ ଓଡ଼ିଶା ସହ ଶତ୍ରୁତା କରିଛି । ଛତିଶଗଡ଼କୁ କେନ୍ଦ୍ର ଅନ୍ଧ ଭାବେ ସହଯୋଗ କରୁଥିବାରୁ ଛତିଶଗଡ଼ କଥା ଠିକ୍ ଲାଗୁଛି ଏବଂ ଓଡ଼ିଶା କଥା ଭୁଲ୍ ଲାଗୁଛି । ଓଡ଼ିଶା ବିରୋଧରେ ଛତିଶଗଡ଼ର ଷଡ଼ଯନ୍ତ୍ରକୁ କେନ୍ଦ୍ର ସହଯୋଗ କରୁଛି ବୋଲି ବିଜୟ ଅଭିଯୋଗ ଆଣିଥିଲେ ।
ବିଜୟ ମହାପାତ୍ରଙ୍କ ଏଭଳି ବୟାନ କିନ୍ତୁ ବିଜେପି ମୁଣ୍ଡିଆଳଙ୍କ ମୁଣ୍ଡରେ ପିତ୍ତ ଚଢ଼ାଇ ଦେଇଛି । କେନ୍ଦ୍ର ସରକାରଙ୍କ ବିରୋଧରେ ବୟାନ ହଜମ ହୋଇନି । ପୃଥ୍ୱୀରାଜ ହରିଚନ୍ଦନ ବିଜୟଙ୍କୁ ମନଇଚ୍ଛା ବର୍ଷି ନିଜର ପ୍ରତିକ୍ରିୟା ଦେଖାଇଛନ୍ତି । ମହାନଦୀକୁ ନେଇ ନବୀନଙ୍କ ଡ୍ରାମାବାଜିରେ ବିଜୟ ଯୋଡି ହୋଇଛନ୍ତି ବୋଲି ସେ ସିଧାସଳଖ କଟାକ୍ଷ କରିଛନ୍ତି । ବିଜୟଙ୍କ ମହାନଦୀ ଯୁକ୍ତିକୁ ସମାଲୋଚନା କରି ଘୃଣ୍ୟ, ଅବାନ୍ତର କଥା କହୁଥିବା ଲୋକ ଅପାଂକ୍ତେୟରେ ଗଣା ହୁଅନ୍ତି ବୋଲି ପୃଥ୍ୱୀରାଜ କଡ଼ାଭାଷା ଶୁଣାଇଛନ୍ତି । ବିଜୟଙ୍କୁ ଦଳରୁ ପର କରି ପୃଥ୍ୱୀରାଜ ଶେଷରେ ଦଳୀୟ କାର୍ଯ୍ୟାନୁଷ୍ଠାନର ଇଙ୍ଗିତ ଦେବା ବିଜେପି ଆଭ୍ୟନ୍ତରୀଣ ରାଜନୀତିକୁ ସରଗରମ କରିଛି ।
Previous Post

ଉପୁରି ଟଙ୍କାରେ ବିଦେଶ ଭ୍ରମଣ ନିଶା, ଫସିଲେ ବିଶ୍ୱାଳ

Next Post

ବିଜ୍ଞାପନ ବାତ୍ୟା: କାହାର ପୁଷମାସ ତ କାହାର ସର୍ବନାଶ

Next Post
ବିଜ୍ଞାପନ ବାତ୍ୟା: କାହାର ପୁଷମାସ ତ କାହାର ସର୍ବନାଶ

ବିଜ୍ଞାପନ ବାତ୍ୟା: କାହାର ପୁଷମାସ ତ କାହାର ସର୍ବନାଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA