Thursday, May 7, 2026 08:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜ୍ଞାପନ ବାତ୍ୟା: କାହାର ପୁଷମାସ ତ କାହାର ସର୍ବନାଶ

by Our Correspondent
11 Dec, 2017- 10:52 AM
in Latest News, Politics
1 min read
0
ବିଜ୍ଞାପନ ବାତ୍ୟା: କାହାର ପୁଷମାସ ତ କାହାର ସର୍ବନାଶ
ଭୁବନେଶ୍ୱର: ଗତକାଲି ଓଡ଼ିଶାର ଅଧିକାଂଶ ଖବରକାଗଜର ପ୍ରଥମ ପୃଷ୍ଠାରେ ଥିଲା ଫୁଲ ପେଜ୍ ର ଏକ ବିଜ୍ଞାପନ । ଭାରତ ସରକାରଙ୍କ ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏହି ବିଜ୍ଞାପନ ଦେଇଥିଲା । କଳିଙ୍ଗ ଷ୍ଟାଡ଼ିୟମ୍ ରେ ହକି ୱାଲର୍ଡ ଲିଗ୍ ଫାଇନାଲ୍ ଅବସରରେ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇବା ଉଦ୍ଦେଶ୍ୟରେ ବିଜ୍ଞାପନ ଦିଆଯାଇଥିଲା । ବିଜ୍ଞାପନ ବଣ୍ଟନରେ ମଧ୍ୟ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ପାତରଅନ୍ତର କରିଥିଲା । ବିଜେପି ବିରୋଧୀ ଜଣାଶୁଣା ପ୍ରମୁଖ କାଗଜକୁ ବିଜ୍ଞାପନ ଦିଆଯାଇ ନ ଥିଲା । ଅଥଚ ଅସ୍ତିତ୍ୱ ନ ଥିବା କାଗଜକୁ ବି ମିଳିଥିଲା ବିଜ୍ଞାପନ । ସୁତରାଂ ଆନୁଗତ୍ୟର ମାପକାଠିକୁ ଧରି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ବିଜ୍ଞାପନ ବାବଦରେ ପଇସା ଉଡ଼େଇଲା । ଏହା ନୂଆ ନୁହେଁ, ବର୍ଷ ବର୍ଷ ଧରି ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଏମିତି ପଇସା ଉଡୋଉଛି । ସେଥିରେ କିଏ ଘିଅ ମହୁରେ ଭାସୁଛନ୍ତି ତ ଆଉ କାହା ଭାଗରେ ଖାଇବାକୁ ଖଲିପତ୍ର ପଡୁନି ।
ବିଜ୍ଞାପନରେ ଅଯଥା ଖର୍ଚ୍ଚ ଓ ବଣ୍ଟନରେ ପାତରଅନ୍ତର ନୀତି କେବଳ କେନ୍ଦ୍ର ସରକାର କରୁଛନ୍ତି ତାହା ନୁହେଁ । ରାଜ୍ୟ ସରକାର ମଧ୍ୟ କରୁଛନ୍ତି । ସରକାରୀ ପଇସାରେ ଦଳର ବ୍ୟାପକ ପ୍ରସାର ଓ ପ୍ରଚାର କରୁଛନ୍ତି । ପୃଷ୍ଠା ପୃଷ୍ଠା ବିଜ୍ଞାପନ ଛପାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ତେବେ ଏହି ପ୍ରଚାର ପ୍ରତିଯୋଗିତାରେ ୧୭ ବର୍ଷ କ୍ଷମତାରେ ଥିବା ରାଜ୍ୟର ବିଜେଡ଼ି ସରକାରକୁ ଫୁସ୍ କରିଦେଇଛି କେନ୍ଦ୍ରରେ ସାଢ଼େ ୩ ବର୍ଷର କ୍ଷମତାସୀନ ମୋଦି ସରକାର । ସବୁଦିନ ଟିଭି ଓ ଖବରକାଗଜରେ ମୋଦି ସରକାରଙ୍କ ମାଳ ମାଳ ବିଜ୍ଞାପନ ଝଟକୁଛି । ଓଡ଼ିଶା ପ୍ରତି ଧର୍ମେନ୍ଦ୍ର ପ୍ରଧାନଙ୍କ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଆକର୍ଷଣ ହୋଇଛି । ଥଣ୍ଡା ପଡ଼ିଲେ ବି ଫୁଲ୍ ପେଜ୍ ବିଜ୍ଞାପନ ଦେଇ ଓଡ଼ିଆ ଲୋକଙ୍କୁ ଶୀତ ଅଭିନନ୍ଦନ ଜଣାଇବାର ମାନସିକତା ଆପଣେଇଛି ।
ଖାଲି ଓଡ଼ିଶା ନୁହେଁ, ମୋଦି ସରକାରଙ୍କ ରାଜକୀୟ ପ୍ରଚାର ତମାମ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ୨୦୧୪ରେ ମୋଦି ସରକାର କ୍ଷମତାକୁ ଆସିବା ପରଠୁ ବିଜ୍ଞାପନ ଓ ପ୍ରଚାର ବାବଦରେ ୩,୭୫୪ କୋଟି ଟଙ୍କା ଖର୍ଚ୍ଚ କରିଥିବା ସଦ୍ୟତମ ଆରଟିଆଇ ତଥ୍ୟରୁ ଜଣାପଡ଼ିଛି । ଏହି ତଥ୍ୟ କହୁଛି, ୨୦୧୪ ଏପ୍ରିଲରୁ ଅକ୍ଟୋବର ୨୦୧୭ ମଧ୍ୟରେ ମୋଦି ସରକାର ସରକାରୀ ପାଣ୍ଠିରୁ ବିଜ୍ଞାପନ ଓ ପ୍ରଚାର ବାବଦରେ ଖର୍ଚ୍ଚ କରିଛନ୍ତି ୩,୭୫୪ କୋଟି ୬ ଲକ୍ଷ ଟଙ୍କା । ଖବରକାଗଜ ବା ପ୍ରିଣ୍ଟ୍ ମିଡ଼ିଆରେ ବିଜ୍ଞାପନ ବାବଦରେ ୧,୬୯୮ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଥିବା ବେଳେ ଟିଭି, ରେଡିଓ, ମୋବାଇଲ୍ ଏସଏମଏସ୍ ବିଜ୍ଞାପନରେ ୧,୬୫୬ କୋଟି ଖର୍ଚ୍ଚ କରିଛନ୍ତି । ପୋଷ୍ଟର, ହୋର୍ଡିଂ, ବୁକଲେଟ୍, କ୍ୟାଲେଣ୍ଡର ଆଦିରେ ଖର୍ଚ୍ଚ କରିଛନ୍ତି ୩୯୯ କୋଟି ଟଙ୍କା ।
ନିଜର ପ୍ରଚାର ଓ ପ୍ରସାର ପାଇଁ ସରକାରୀ ପାଣ୍ଠିରୁ ଏହି ବିଶାଳ ଟଙ୍କା ଖର୍ଚ୍ଚରେ ମୋଦି ସରକାର ରେକର୍ଡ ସୃଷ୍ଟି କରିଛନ୍ତି । କୌଣସି ବଡ଼ ମନ୍ତ୍ରଣାଳୟର ବାର୍ଷିକ ବଜେଟ୍ ଠାରୁ ମଧ୍ୟ ଏହା ଯଥେଷ୍ଟ ଅଧିକ ବୋଲି ଆରଟିଆଇ ତଥ୍ୟ ଜଣାଇଦେଇଛି । ବିଜ୍ଞାପନ ଓ ପ୍ରଚାର ବାବଦରେ ବିଶାଳ ଅର୍ଥ ବ୍ୟୟ ଉପରେ ବିଜେପି ନେତାମାନେ ନିର୍ଲ୍ଲଜ ଉତ୍ତର ଦେଉଛନ୍ତି । ଲୋକଙ୍କ ବିକାଶ ପାଇଁ ସୂଚନା ଓ ପ୍ରଚାର ମାଧ୍ୟମରେ ଅର୍ଥ ଖର୍ଚ୍ଚ ହେଉଥିବା ସେମାନଙ୍କ ଯୁକ୍ତି । ଆମ ରାଜ୍ୟର କିଛି ବିଜେପି ନେତା ମଧ୍ୟ ଏହା ପାଳି ଧରିଛନ୍ତି । ତେବେ ହକି ୱାଲର୍ଡ ଲିଗ୍ ଫାଇନାଲ୍ ଅବସରରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଖେଳାଳୀଙ୍କୁ ଅଭିନ୍ଦନ ଜଣାଇ କୋଟି କୋଟି ଟଙ୍କା ବିଜ୍ଞାପନରେ ଖର୍ଚ୍ଚ କରିବା ଦ୍ୱାରା ଲୋକଙ୍କ ବିକାଶ କେମିତି ହେଲା ତାହା ବୁଝାପଡୁନି । ନେତାଙ୍କ ରାଜନୈତିକ ପତିଆରା ବୃଦ୍ଧି ଓ କ୍ଷମତାକୁ ଆସିବାର ଉଚ୍ଚାକାକ୍ଷାଂରେ କାହାର ଆପତ୍ତି ନାହିଁ । ହେଲେ ଦେଶର ଗରିବ ଲୋକଙ୍କ ଟିକସ ପଇସାରେ ବ୍ୟକ୍ତିଗତ ଓ ରାଜନୈତିକ ସ୍ୱାର୍ଥ ହାସଲ ଉଦ୍ୟମକୁ ସବୁସ୍ତରରେ ନିନ୍ଦା କରାଯାଇଛି । ଗଣମାଧ୍ୟମ ସେଥିରେ ମାଲେମାଲ୍ ହେଉଥିଲେ ମଧ୍ୟ ସେଥିରେ ବି କାହାରି କାହାର ସ୍ୱାର୍ଥ ସାଧିତ ହେଉଛି ତାହା ମଧ୍ୟ ପ୍ରଶ୍ନ ଛିଡ଼ା କରାଇଛି ।
Previous Post

ରାଜନୀତି ଜମିଲା: ବିଜୟ-ବିଜେପି ମୁହାଁମୁହିଁ

Next Post

ବିିଧାୟକଦଳ ଅଣଦେଖା, ଧର୍ମେନ୍ଦ୍ରଙ୍କୁ ଖୁସି କରିବାକୁ ପ୍ରେସମିଟ୍!

Next Post
ବିିଧାୟକଦଳ ଅଣଦେଖା, ଧର୍ମେନ୍ଦ୍ରଙ୍କୁ ଖୁସି କରିବାକୁ ପ୍ରେସମିଟ୍!

ବିିଧାୟକଦଳ ଅଣଦେଖା, ଧର୍ମେନ୍ଦ୍ରଙ୍କୁ ଖୁସି କରିବାକୁ ପ୍ରେସମିଟ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA