Saturday, May 9, 2026 05:30 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ଇଭିଏମ୍ ଖେଳ ?

by Our Correspondent
13 Dec, 2017- 11:14 PM
in Latest News
1 min read
0
ବିଜେପିର ଇଭିଏମ୍ ଖେଳ ?
ଭୁବନେଶ୍ୱର: ଇଲେକଟ୍ରୋନିକ ଭୋଟିଂ ମେସିନସ୍ ବା ଇଭିଏମ୍ ରେ ଟାମ୍ପରିଂ ସମ୍ଭବ । ଜନତା କା ରିପୋର୍ଟର ନାମକ ଏକ ଇଂରାଜୀ ନିଉଜ୍ ୱେବସାଇଟ୍ ଇଭିଏମ୍ ଟାମ୍ପରିଂ କୌଶଳକୁ ବିସ୍ତୃତ ଭାବେ ବୁଝାଇଥିବା ବେଳେ ବିଜେପି ବିରୋଧରେ ଅଣାଯାଉଥିବା ଟାମ୍ପରିଂ ଅଭିଯୋଗର ପ୍ରାସଙ୍ଗିକତା ଉପରେ ବଳିଷ୍ଠ ତଥ୍ୟ ରଖିଛି । ଏହି ପୃଷ୍ଠଭୂମିରେ ଗୁଜୁରାଟରେ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ଅମଳରେ ବହୁ ଚର୍ଚ୍ଚିତ ଗୁଜୁରାଟ ଗ୍ୟାସ୍ ସ୍କାମ୍ ଏବଂ ଇଭିଏମ୍ (ଅ)କାରବାର ସମ୍ପର୍କର ପର୍ଦ୍ଦାଫାସ କରିଛି ଏହି ୱେବସାଇଟ୍ । ୨୦ ହଜାର କୋଟି ଟଙ୍କାର ଗୁଜୁରାଟ ଗ୍ୟାସ୍ ସ୍କାମ୍ ରେ ସବୁଠାରୁ ବେଶୀ ଉପକୃତ ଜିଓ ଗ୍ଲୋବାଲ୍ ରିସୋର୍ସେସ୍ ଏବଂ ଆମେରିକାର ଇଭିଏମ୍ ମାଇକ୍ରୋଚିପ୍ ନିର୍ମାଣକାରୀ ସଂସ୍ଥା ମଧ୍ୟରେ ମାଲିକାନା ସମ୍ପର୍କ ରହିଛି । ଏହାର ସବିଶେଷ ତଥ୍ୟ ଉପସ୍ଥାପିତ କରି ସମ୍ଭାବ୍ୟ ଇଭିଏମ୍ ଟାମ୍ପରିଂରେ ବିଜେପିର ଭୂମିକାକୁ ସନ୍ଦେହଘେରକୁ ଟାଣିଛି ।
ଜିଓ ଗ୍ଲୋବାଲ୍ ରିସୋର୍ସେସ୍(ଭାରତ)ର ମୂଳ କମ୍ପାନୀ ହେଉଛି ଜିଓ ଗ୍ଲୋବାଲ୍ ରିସୋର୍ସେସ୍ ଇଙ୍କ୍ । କାନାଡ଼ାର କାଲଗେରିରେ ଏହାର ହେଡ଼କ୍ୱାଟର୍ ଅବସ୍ଥିତ । ଏହି ଗ୍ଲୋବାଲ୍ ରିସୋର୍ସେସ୍ ଇଙ୍କ୍ ଆମେରିକାର କି କ୍ୟାପିଟାଲ୍ କର୍ପ ନାମକ ଏକ ଫାଇନାନସିଆଲ୍ ଗ୍ରୁପ୍ ର ସବସିଡ଼ିଆରି ସଂସ୍ଥା । ଅର୍ଥାତ୍ କି କ୍ୟାପିଟାଲ୍ ଅଧୀନରେ ପରିଚାଳିତ ହେଉଥିବା ଏକ ସଂସ୍ଥା ହେଉଛି ଜିଓ ଗ୍ଲୋବାଲ୍ ରିସୋସେର୍ସ ଇଙ୍କ୍ । ଭାରତରେ ବ୍ୟବହୃତ ଇଭିଏମ୍ ର ମାଇକ୍ରୋଚିପ୍ ନିର୍ମାଣକାରୀ ସଂସ୍ଥା ଆମେରିକାର ମାଇକ୍ରୋଚିପ୍ ଇଙ୍କ୍ ଏବଂ କି କର୍ପର ମାଲିକାନା ପାର୍ଟନ୍ ମଧ୍ୟ ସମାନ । ଉଭୟ ସଂସ୍ଥାର ମାଲିକାନା ରହିଛି ଗ୍ଲୋବାଲ୍ ଫାଇନାନସିଆଲ୍ ଜିଆଣ୍ଟସଙ୍କ ହାତରେ । ଆହୁରି ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ମାଇକ୍ରୋଚିପ୍ ଇଙ୍କ୍ ର ମୁଖ୍ୟ ଜଣେ ପ୍ରବାସୀ ଭାରତୀୟ ଷ୍ଟିଭ୍ ସାଘିଂ । ହରିଆନାରେ ଜନ୍ମିତ ସାଘିଂ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ଇଲେକଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍ ରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ଏହି କମ୍ପାନୀର ସଭାପତି ଏବଂ ଚିଫ୍ ଅପରେଟିଂ ଅଫିସର ଗଣେଶ ମୂର୍ତ୍ତି ମଧ୍ୟ ପ୍ରବାସୀ ଭାରତୀୟ । ବମ୍ବେ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ସ୍ନାତକଧାରୀ ।
ମାଇକ୍ରୋଚିପ୍ ଇଙ୍କ୍ ସଂସ୍ଥା ଭାରତରେ ବ୍ୟବହୃତ ଇଭିଏମ୍ ପାଇଁ କେବଳ ମାଇକ୍ରୋଚିପ୍ ଯୋଗାଉନି ବରଂ ମାଇକ୍ରୋଚିପ୍ ସିଲିଂ ପୂର୍ବରୁ ଏହାର ସଫ୍ଟୱେୟାର ପ୍ରୋଗ୍ରାମ ଏହି ସଂସ୍ଥା ହିଁ ଲେଖୁଛି । ଏହା ଏତେ ଗୋପନ ଯେ ଖୋଦ୍ ଭାରତର ନିର୍ବାଚନ କମିଶନ, ଇଭିଏମ୍ ଡେଭଲପର୍ ଭାରତ ଇଲେକ୍ଟ୍ରୋନିକସ୍ ଲିମିଟେଡ଼ କିମ୍ବା ଇଲେକ୍ଟ୍ରୋନିକସ୍ କର୍ପୋରେସନ୍ ଅଫ ଇଣ୍ଡିଆ ଏହାକୁ ପଢ଼ିପାରିବେ ନାହିଁ । ପୂର୍ବରୁ ଭାରତର ଏହି ଦୁଇ ସଂସ୍ଥାର କିଛି ବୈଜ୍ଞାନିକ ଇଭିଏମ୍ ସଫ୍ଟୱେୟାର ପ୍ରସ୍ତୁତି କରୁଥିଲେ । ସୋର୍ସ କୋଡ୍ ସମ୍ପୂର୍ଣ୍ଣ ଗୋପନୀୟ ରହୁଥିବା ନିର୍ବାଚନ କମିଶନର ବାରମ୍ବାର ଦାବି କରିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଇଭିଏମ୍ ର ବ୍ରେନ୍ କୁହାଯାଉଥିବା ମାଇକ୍ରୋଚିପ୍ ବା ଏମସିୟୁ ଦୁଇ ବିଦେଶୀ ସଂସ୍ଥା ରେନେସାସ୍ ଜାପାନ ଏବଂ ଆମେରିକାର ମାଇକ୍ରୋଚିପ୍ ଇଙ୍କ୍ ଠାରୁ ଆଉଟସୋର୍ସିଂରେ ଆମଦାନୀ କରାଯାଉଛି । ଭାରତରେ ଅତ୍ୟାଧୁନିକ ଜ୍ଞନ କୌଶଳର ଅଭାବ ଥିବାରୁ ଏହି ବିଦେଶୀ ସଂସ୍ଥାରୁ ଅଣାଯାଉଛି । ବିଡ଼ମ୍ବନା, ମାଇକ୍ରୋଚିପ୍ ଉପରେ ଲେଖାଯାଉଥିବା ପ୍ରୋଗ୍ରାମ କୋଡ୍ ର ଚାବିକାଠି ରହୁଛି ଏହି ବିଦେଶୀ ନିର୍ମାଣକାରୀ ସଂସ୍ଥା ପାଖରେ । ମାଇକ୍ରୋଚିପ୍ ଦେଲାବେଳେ ସେମାନେ ତାହାକୁ ସିଲଡ୍ କରି ଦେଉଥିବାରୁ ଭାରତର ନିର୍ବାଚନ କମିଶନ ମଧ୍ୟ ଏହା ଜାଣିବାର ସୁଯୋଗ ନାହିଁ । ତେଣୁ ଏହି ବିଦେଶୀ ସଂସ୍ଥା ଚାହିଁଲେ ଭାରତର ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ ଏହାକୁ ବ୍ୟବହାର କରିବାରେ ଅସୁବିଧା ନାହିଁ ବୋଲି କୁହାଯାଇଛି । ପ୍ରୋଗ୍ରାମ କୋଡ୍ ବଦଳେଇ ନିର୍ଦ୍ଦିଷ୍ଟ ପ୍ରାର୍ଥୀ ପାଇଥିବା ଭୋଟର କିଛି ଭାଗ ଅନ୍ୟ ପ୍ରାର୍ଥୀଙ୍କ ସପକ୍ଷକୁ ଅଣାଯାଇପାରିବ ।
ଗୁଜୁରାଟରେ ଜିପିଏସ୍ ସ୍କାମ୍ ର ମୁଖ୍ୟ ଖଳନାୟକ ହେଉଛି ଜିଓ ଗ୍ଲୋବାଲ୍ ରିସୋର୍ସେସ୍ । ନରେନ୍ଦ୍ର ମୋଦି ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୁଜୁରାଟ ଷ୍ଟେଟ୍ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ଼୍ ର କେଜି ବେସିନ୍ ରୁ ପେଟ୍ରୋଲ୍ ଉତ୍ପାଦନ କାମଟି ଅନୁକମ୍ପା ସୂତ୍ରରେ ହାତେଇ ନେଇଥିଲା ଏହି ସଂସ୍ଥା । ଓଏନଜିସି ପରି କମ୍ପାନୀକୁ ରାଜ୍ୟ ସରକାର ଆଖି ବୁଜି ଅଭିଜ୍ଞତା, ଯୋଗ୍ୟତା ନ ଥିବା ଜିଓ ଗ୍ଲୋବାଲ୍ ହାତରେ କାମ ଟେକିଦେଇଥିଲେ । ଯାହାର ଫଳ ହେଲା ସାଂଘାତିକ । କାମ ନାଁରେ ଟଙ୍କା ଚଳୁ ହୋଇଗଲା । ଏଥିରେ ରାଜ୍ୟ ରାଜକୋଷରୁ ୨୦ ହଜାର କୋଟି ଟଙ୍କା ବରବାଦ୍ ହୋଇଥିଲା । ସିଏଜି ତାଙ୍କ ରିପୋର୍ଟରେ ଏହାର ଖୁଲାସା କରିଥିଲେ ।
ଭାରତରେ ବ୍ୟବହୃତ ଇଭିଏମ୍ ମାଇକ୍ରୋଚିପ୍ ନିର୍ମାଣକାରୀ ବିଦେଶୀ ମାଇକ୍ରୋଚିପ୍ ଇଙ୍କ୍ ସହ ଏହି ଜିଓ ଗ୍ଲୋବାଲ୍ ରିସୋର୍ସେସ୍ ର ମାଲିକାନା ଲିଙ୍କ୍ ଇଂରାଜୀ ନିଉଜ୍ ୱେବସାଇଟ୍ ପଦାକୁ ଆଣିବା ସହ ଇଭିଏମ୍ ଟାମ୍ପରିଂ ଅଭିଯୋଗକୁ ନ ଏଡାଇ ବିଜେପି ଆଡକୁ ସନ୍ଦେହ ଢ଼ାଳିଛି । ସୂଚନାଯୋଗ୍ୟ, ଖାସ୍ କରି ଉତ୍ତରପ୍ରଦେଶ ଓ ପଞ୍ଜାବ ନିର୍ବାଚନ ଏବଂ ଏବେ ଗୁଜୁରାଟ ନିର୍ବାଚନ ପରିପ୍ରେକ୍ଷୀରେ ଇଭିଏମ୍ ଟାମ୍ପରିଂ ଅଭିଯୋଗ ଦେଶତମାମ ବିତର୍କର ବିଷୟ ହୋଇଛି ।
Previous Post

ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ କମିଶନଙ୍କ ନୋଟିସ୍

Next Post

ମୋଦି ପାସ୍, ରାହୁଲ ଫେଲ୍ !

Next Post
ମୋଦି ପାସ୍, ରାହୁଲ ଫେଲ୍ !

ମୋଦି ପାସ୍, ରାହୁଲ ଫେଲ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA