Saturday, May 9, 2026 06:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦି ପାସ୍, ରାହୁଲ ଫେଲ୍ !

by Our Correspondent
14 Dec, 2017- 11:52 PM
in Latest News, Politics
1 min read
0
ମୋଦି ପାସ୍, ରାହୁଲ ଫେଲ୍ !
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ଗୁଜୁରାଟ ନିର୍ବାଚନ ଆଜି ଶେଷ ହେବା ପରେ ଜାତୀୟ ଟିଭି ଚାନେଲଗୁଡ଼ିକରେ ଏକଜିଟ୍ ପୋଲ ପ୍ରକାଶ ପାଇଛି । ବିଜେପି ସଂଖ୍ୟା ଗରିଷ୍ଠତା ହାସଲ କରି ଷଷ୍ଠ ଥର ପାଇଁ କ୍ଷମତାକୁ ଆସିବ ବୋଲି ପୂର୍ବ ଆକଳନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟକ୍କର ଦେବାରେ ରାହୁଲ ଗାନ୍ଧୀ ସଫଳ ହୋଇପାରି ନ ଥିବା କୁହାଯାଇଥିଲେ ବି କଂଗ୍ରେସର ଆସନ ସଂଖ୍ୟାକୁ ବଢ଼ାଇବାରେ ସକ୍ଷମ ହୋଇଥିବା କୁହାଯାଇଛି । ଗତଥର କଂଗ୍ରେସ ୬୧ ଆସନ ପାଇଥିଲା ବେଳେ ଏଥର ତାହା ୭୦କୁ ଟପିବ ବୋଲି ଆକଳନ କରାଯାଇଛି । ହିମାଚଳପ୍ରଦେଶରେ ମଧ୍ୟ ବିଜେପିକୁ ବହୁମତ ମିଳିବ ବୋଲି ଏକଜିଟ୍ ପୋଲ୍ ଦର୍ଶାଇଛି ।
ଗୁଜୁରାଟରେ ଗତଥର ବିଜେପି ୧୧୫ ଆସନ ପାଇଥିଲା । ଆଜି ଶେଷ ହୋଇଥିବା ନିର୍ବାଚନ ପରେ ଇଣ୍ଡିଆ ଟୁଡ଼େ-ଆକ୍ସିସ୍ ମାଇଁ ଇଣ୍ଡିଆର ଏକଜିଟ୍ ପୋଲ୍ ବିଜେପିକୁ ୯୯ରୁ ୧୧୩ ଆସନ ଦେଇଥିବା ବେଳେ କଂଗ୍ରେସକୁ ୬୮ରୁ ୮୨ ଆସନ ଦେଇଛି । ଅନ୍ୟାନ୍ୟ ଦଳକୁ ୧ରୁ ୪ ଆସନ ଦେଇଛି । ଟାଇମ୍ସ ନାଓ-ଭିଏମଆର ବିଜେପିକୁ ୧୦୯, କଂଗ୍ରେସକୁ ୭୦ ଏବଂ ଅନ୍ୟାନ୍ୟ ଦଳକୁ ୩ଟି ଆସନ ଦେଇଛି । ଏବିପି-ସିଏସଡିଏସ୍ ବିଜେପିକୁ ୧୧୭, କଂଗ୍ରେସକୁ ୬୪ ଏବଂ ଅନ୍ୟାନ୍ୟକୁ ୧ ଆସନ ଦେଇଛି । ରିପବ୍ଲିକ୍-ସି ଭୋଟର ବିଜେପିକୁ ୧୦୮, କଂଗ୍ରେସକୁ ୭୪ ଆସନ ଦେଇଛି । ନିଉଜ୍ ଏକ୍ସ ବିଜେପିକୁ ୧୧୦ରୁ ୧୨୦, କଂଗ୍ରେସକୁ ୬୫ରୁ ୭୫ ଏବଂ ଅନ୍ୟାନ୍ୟଙ୍କୁ ୨ ରୁ ୪ ଆସନ ଦେଇଛି । ଇଣ୍ଡିଆ ଟିଭି-ଭିଏମଆର୍ ବିଜେପିକୁ ୧୦୪ରୁ ୧୧୪ ଏବଂ କଂଗ୍ରେସକୁ ୬୫ରୁ ୭୫ ଆସନ ଦେଇଛି । ନିଉଜ୍ ୨୪-ଚାଣକ୍ୟ ବିଜେପିକୁ ୧୩୫ ଏବଂ କଂଗ୍ରେସକୁ ୪୭ ଆସନ ଦେଇଛି ।
ଏକଜିଟ୍ ପୋଲ୍ ଆକଳନର ସତ୍ୟାସତ୍ୟ ଆସନ୍ତା ୧୮ ତାରିଖ ଭୋଟଗଣତି ପରେ ଜଣାପଡ଼ିବ । ମାତ୍ର ଏହାକୁ ନେଇ ଦେଶର ରାଜନୈତିକ ମାହୋଲ୍ ସରଗରମ ହୋଇପଡ଼ିଛି । ଏକଜିଟ୍ ପୋଲ୍ ଆକଳନକୁ ଧରି ବିଜେପି ଉତ୍ସାହିତ ହୋଇପଡ଼ିଥିଲେ ମଧ୍ୟ ଆଗାମୀ ସାଧାରଣ ନିର୍ବାଚନ ମୋଦିଙ୍କ ପାଇଁ କଡ଼ା ଚାଲେଂଜ ରହିବାର ଏହା ସୂଚନା ବୋଲି ରାଜନୈତିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଗୁଜୁରାଟରେ ବିଜେପି ଗତଥର ଠାରୁ କମ୍ ଆସନ ହାସଲ କଲେ ମୋଦିଙ୍କ ପାଇଁ ଏହା ଶୁଭଙ୍କର ହେବ ନାହିଁ । କଂଗ୍ରେସ ଆସନ ବୃଦ୍ଧି ହେଲେ ଓଲଟି ରାହୁଲଙ୍କ ପାଇଁ ଉତ୍ସାହପ୍ରଦ ହେବ ବୋଲି ସେମାନଙ୍କ ମତ । ଗୁଜୁରାଟରେ ଖାଲି ଆସନ ନୁହେଁ, ବରଂ ଭୋଟ ପ୍ରତିଶତ ହାରରୁ ବିଜେପି ଓ କଂଗ୍ରେସ ଦେଶରେ ସେମାନଙ୍କ ଆଗାମୀ ଦିନର ସ୍ଥିତି ନିର୍ଦ୍ଧାରଣ କରିବେ ବୋଲି କୁହାଯାଉଛି । ଦେଶର ଆଉ କିଛି ଜଣାଶୁଣା ସାମ୍ବାଦିକ ଓ ରାଜନୈତିକ ପଣ୍ଡିତ ଏକଜିଟ୍ ପୋଲ୍ ର ଆକଳନକୁ ଗ୍ରହଣ କରିନାହାନ୍ତି । ଅତୀତରେ ବିହାର, ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଏକଜିଟ୍ ପୋଲ୍ ଆକଳନ ଫେଲ୍ ହୋଇଥିବା ସେମାନେ ଦର୍ଶାଇଛନ୍ତି । ଯୋଗେନ୍ଦ୍ର ଯାଦବଙ୍କ ପରି ଦେଶର ଜଣାଶୁଣା ନିର୍ବାଚନ ଭବିଷ୍ୟକାରୀ(ସେଫୋଲୋଜିଷ୍ଟ) ଟିଭି ଚାନେଲଗୁଡ଼ିକର ଏକଜିଟ୍ ପୋଲ୍ ଆକଳନକୁ ସ୍ୱୀକାର କରିବାକୁ ତଥାପି ନାରାଜ ଅଛନ୍ତି । ଗୁଜୁରାଟରେ କଂଗ୍ରେସ ପୂର୍ଣ୍ଣ ବହୁମତ ପାଇ ସରକାର ଗଢ଼ିବ ବୋଲି ତାଙ୍କର ଆକଳନ ।
Previous Post

ବିଜେପିର ଇଭିଏମ୍ ଖେଳ ?

Next Post

ନବୀନଙ୍କ ଇସାରାକୁ ଅପେକ୍ଷା !

Next Post
ନବୀନଙ୍କ ଇସାରାକୁ ଅପେକ୍ଷା !

ନବୀନଙ୍କ ଇସାରାକୁ ଅପେକ୍ଷା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA