Wednesday, May 6, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେବୃଆରୀରେ ନୂଆ ମନ୍ତ୍ରୀମଣ୍ଡଳ !

by Our Correspondent
23 Dec, 2017- 06:56 PM
in Latest News, Politics
1 min read
0
ଫେବୃଆରୀରେ ନୂଆ ମନ୍ତ୍ରୀମଣ୍ଡଳ !
ଭୁବନେଶ୍ୱର: ଡାକ୍ତର ଦାମୋଦର ରାଉତଙ୍କ ବହିଷ୍କାର ପରେ ପରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ସମ୍ଭାବନାକୁ ନେଇ ଗତକାଲି ସଂଧ୍ୟାରୁ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସାମ୍ବାଦିକମାନେ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ପ୍ରଶ୍ନ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ କହିଥିଲେ.. ନୋ ପ୍ଲାନସ୍ ଫର ରିସଫଲ୍, ୟେଟ୍ । ଅର୍ଥାତ୍ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଏ ପର୍ଯ୍ୟନ୍ତ ଚିନ୍ତା କରାଯାଇନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ଆଗକୁ ଯେ ଏହା ନ ହେବ ତାହା ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି । ମାତ୍ର ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ମୁଖ୍ୟମନ୍ତ୍ରୀ ତାଙ୍କ ମନ୍ତ୍ରୀମଣ୍ଡଳରେ ଏକ ବଡ଼ଧରଣର ଅଦଳବଦଳ କରିବାକୁ ଯାଉଛନ୍ତି । ଏଥିରେ ୩ ମନ୍ତ୍ରୀଙ୍କୁ ବିଦା କରାଯାଇ ୫ ଜଣଙ୍କୁ ସାମିଲ କରାଯିବ । କାହାକୁ ବିଦା କରିବେ ଏବଂ କାହାକୁ ନେବେ ମୁଖ୍ୟମନ୍ତ୍ରୀ ମନସ୍ଥିର କରିସାରିଥିବା ଏହି ସୂତ୍ରରୁ ଜଣାପଡ଼ିଛି । ବିଜେପୁର ଉପନିର୍ବାଚନ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ପାଇଁ ଏହାକୁ ଟାଳି ଦେଇଥିବା ଏହି ସୂତ୍ରରୁ ଜଣାପଡ଼ିଛି ।
ଗତ ମାର୍ଚ୍ଚ ୭ ତାରିଖରେ ନବୀନ ସରକାରଙ୍କ ଚତୁର୍ଥ ପାଳିର ପ୍ରଥମ ଅଦଳବଦଳ ହୋଇଥିଲା । ୧୦ ଜଣ ମନ୍ତ୍ରୀଙ୍କୁ ବାଦ୍ ଦେଇ ମୁଖ୍ୟମନ୍ତ୍ରୀ ୧୦ ନୂଆ ମୁହଁ ସାମିଲ କରିଥିଲେ । ଏହାପୂର୍ବରୁ ୨୦୧୬ ଅକ୍ଟୋବର ମାସରେ ଅତନୁ ସବ୍ୟସାଚୀ ନାୟକ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ସୁତରାଂ ମନ୍ତ୍ରୀମଣ୍ଡଳରେ ଖାଲି ପଡ଼ିଥିବା ଗୋଟିଏ ଆସନକୁ ମୁଖ୍ୟମନ୍ତ୍ରୀ ପୂରଣ କରି ନ ଥିଲେ । ଦାମ ରାଉତଙ୍କ ବହିଷ୍କାର ପରେ ଖାଲି ମନ୍ତ୍ରୀ ଆସନ ସଂଖ୍ୟା ଦୁଇରେ ପହଞ୍ଚିଛି । ଦାମଙ୍କ ପାଖରେ ଥିବା ଗୁରୁତ୍ୱପୂର୍ଣ୍ଣ କୃଷି ବିଭାଗକୁ ପଂଚାୟତିରାଜ ଭଳି ଗୁରୁତ୍ୱପୂର୍ଣ୍ଣ ଓ ଓଜନିଆ ବିଭାଗ ଦାୟିତ୍ୱରେ ଥିବା ପ୍ରଦୀପ ମହାରଥୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ଅତିରିକ୍ତ ଭାର ନ୍ୟସ୍ତ କରିଛନ୍ତି । ଏମିତିରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ହାତରେ ଗୁରୁତ୍ୱପୂର୍ଣ୍ଣ ଅର୍ଥବିଭାଗ ସାଙ୍ଗକୁ ଅବକାରୀ ଭଳି ଓଜନିଆ ବିଭାଗ, ବିକ୍ରମ କେଶରୀ ଆରୁଖଙ୍କ ହାତରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସାଙ୍ଗକୁ ସଂସଦୀୟ ବ୍ୟାପାର ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ପ୍ରଫୁଲ୍ଲ ମଲ୍ଲିକଙ୍କ ହାତରେ ଶକ୍ତି ଓ ଖଣିବିଭାଗ ଭଳି ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଧରାଇ ମୁଖ୍ୟମନ୍ତ୍ରୀ କାମ ଚଳାଉଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, କିଛି ମନ୍ତ୍ରୀଙ୍କର ଦକ୍ଷତା ଓ କାର୍ଯ୍ୟକଳାପ ନେଇ ମୁଖ୍ୟମନ୍ତ୍ରୀ ଖୁସି ନାହାନ୍ତି । ୩ ଜଣ ମନ୍ତ୍ରୀ ଦୁର୍ନୀତିରେ ବୁଡ଼ି ରହିଥିବା ମୁଖ୍ୟମନ୍ତ୍ରୀଙ୍କ ପାଖରେ ଖବର ଅଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ସରକାରକୁ ଅଧିକ ଶକ୍ତିଶାଳୀ ଓ କ୍ରିୟାଶୀଳ କରିବାକୁ ମୁଖ୍ୟମନ୍ତ୍ରୀ ତତ୍ପର ହୋଇଥିବା ବେଳେ ସଂପୃକ୍ତ ମନ୍ତ୍ରୀଙ୍କ କାର୍ଯ୍ୟକଳାପ ତାଙ୍କୁ ବିଚଳିତ କରିଛି । ସଂଯୋଗକୁ ଦାମଙ୍କ ବହିଷ୍କାର ମୁଖ୍ୟମନ୍ତ୍ରୀଙ୍କ ପାଇଁ ମନ୍ତ୍ରୀମଣ୍ଡଳ ରୂପରେଖରେ ପରିବର୍ତ୍ତନର ବାଟ ଫିଟାଇ ଦେଇଛି । ଏହି ସୂତ୍ରର ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଅନ୍ୟୁନ ୩ ଜଣ ମନ୍ତ୍ରୀଙ୍କୁ ବାଦ୍ ଦେବେ । ଖାଲି ପଡ଼ିଥିବା ଜାଗାକୁ ମିଶାଇ ମୁଖ୍ୟମନ୍ତ୍ରୀ ୫ ଜଣଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରିବେ । ଅତିରିକ୍ତ ଦାୟିତ୍ୱ ଭାବେ ଝୁଲିଥିବା ଗୁରୁତ୍ୱପୂର୍ଣ୍ଣ ବିଭାଗ ଗୁଡ଼ିକୁ ହସ୍ତାନ୍ତର କରାଯିବ । ମନ୍ତ୍ରୀମାନଙ୍କ ବିଭାଗରେ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଏଥିରେ କୁହାଯାଇଛି । ତେବେ ସମ୍ଭାବ୍ୟ ନୂଆ ମନ୍ତ୍ରୀମଣ୍ଡଳରେ କାହାରିକୁ ସାମିଲ କରାଯିବ କେହି ତାହାର ଟେର୍ ପାଇନାହାନ୍ତି ।
Previous Post

ଦାମ କହିଲେ ପରୱା ନାହିଁ

Next Post

ବିଜେଡ଼ିରେ ଅଲୋଡ଼ା ହେଲେ ଦାମ

Next Post
ବିଜେଡ଼ିରେ ଅଲୋଡ଼ା ହେଲେ ଦାମ

ବିଜେଡ଼ିରେ ଅଲୋଡ଼ା ହେଲେ ଦାମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA