Monday, May 25, 2026 08:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୦ ବର୍ଷ ପାଇଁ ବିଜେଡ଼ି ତୟାର୍, ବିଜେପିର ୨୦ ପ୍ରଶ୍ନ

by Our Correspondent
25 Dec, 2017- 01:07 PM
in Latest News, Politics
1 min read
0
୨୦ ବର୍ଷ ପାଇଁ ବିଜେଡ଼ି ତୟାର୍, ବିଜେପିର ୨୦ ପ୍ରଶ୍ନ
ଭୁବନେଶ୍ୱର: ବିଜୁ ଜନତା ଦଳକୁ ଆସନ୍ତା କାଲି ପୂରିବ ୨୦ ବର୍ଷ । ଦଳର ୨୦ ବର୍ଷ ପୂର୍ତ୍ତି ଉତ୍ସବକୁ ପୁରୀ ଶ୍ରୀକ୍ଷେତ୍ରରେ ଧୂମଧାମରେ ପାଳିବ ବିଜେଡ଼ି । ‘ଆଗାମୀ ଓଡ଼ିଶାର ବିକାଶ ଯାତ୍ରା’ ଶ୍ରୀକ୍ଷେତ୍ରରୁ ଆରମ୍ଭ କରିବ । ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ଦଳ ଜବରଦସ୍ତ ପ୍ରସ୍ତୁତି କରିଛି । ସାରା ଓଡ଼ିଶାର ଦଳୀୟ ପ୍ରତିନିଧି/କର୍ମୀଙ୍କୁ ୧୭ ବର୍ଷ ବିଜେଡ଼ି ଶାସନର ସଫଳତା ଓ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ଅବହେଳା ବିରୋଧୀ ଗୁରୁମନ୍ତ୍ର ଦିଆଯିବ । ଆଗାମୀ ଓଡ଼ିଶାର ବିକାଶ ଯାତ୍ରାର ଏକ ବ୍ଲୁ ପ୍ରିଣ୍ଟ ମଧ୍ୟ ଧରାଇବ । ତାକୁ ଧରି ବିଜେଡ଼ି ନେତା ଓ କର୍ମୀମାନେ ଲୋକଙ୍କ ପାଖକୁ ଯିବେ ଏବଂ ଦଳ ପ୍ରତି ଜନସମର୍ଥନ ଗୋଟାଇବେ । ମୋଟାମୋଟି ଏୟା ହିଁ ରହିଛି ବିଜେଡ଼ି ୨୦ ବର୍ଷ ପୂର୍ତ୍ତି ଉତ୍ସବର ଫୋକସ୍ । ଏହି ସୁଯୋଗ ହାତଛଡ଼ା ନ କରିବାକୁ ଝାଳନାଳ ଖଟାଇ ଦେଇଛନ୍ତି ବିଜେଡ଼ି ନେତା । ପୁରୀ ତାଳବଣିଆରେ ମେଗା ଉତ୍ସବର ଆୟୋଜନ କରାଯାଇଛି । ରାଜ୍ୟର ସବୁ ପ୍ରାନ୍ତରରୁ ୩୦ ହଜାର ନିର୍ବାଚିତ ପ୍ରତିନିଧି ଓ କର୍ମୀଙ୍କୁ ଆଣିବାକୁ ବ୍ୟବସ୍ଥା ହୋଇଛି । ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ସେମାନଙ୍କୁ ଉଦବୋଧନ ଦେବେ ।
ପୁରୀରୁ ନବକଳେବର ଯାତ୍ରା ଆରମ୍ଭ କରିବାକୁ ବିଜେପି ଆଗୁଆ ପଣ କରିଥିଲା । ମାତ୍ର ବିଜେଡ଼ି ତାକୁ ହାଇଜାକ୍ କରୁଥିବାରୁ ବିଜେପି ଚିନ୍ତାରେ ପଡ଼ିଯାଇଛି । ବିଜେଡ଼ିର ପୁରୀ କାର୍ଯ୍ୟକ୍ରମକୁ ଓଲଟି ପାଣିଚିଆ କରିବାକୁ ବିଜେପି ବଳ ଖଟାଇଛି । ଓଡ଼ିଶାବାସୀଙ୍କ ମନରେ ବିଜେଡ଼ି ପ୍ରତି ଘୃଣା ସୃଷ୍ଟି କରାଇବାକୁ ଦଳ ପକ୍ଷରୁ ସଜବାଜ ହୋଇଛି । ବିଜେଡ଼ି ପ୍ରତିଷ୍ଠା ଦିବସର ଅବ୍ୟବହିତ ପୂର୍ବରୁ ଆଜି ବିଜେପି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ବିଜେଡ଼ି ସରକାରଙ୍କ ୧୭ ବର୍ଷ ଶାସନର ବିଫଳତାକୁ ଏଥିରେ ସାମନାକୁ ଅଣାଯାଇଛି । ୨୦ ବର୍ଷର ବିଜୁ ଜନତା ଦଳକୁ ୨୦ ଟି ପ୍ରଶ୍ନ ପଚାରିଛନ୍ତି ଦଳର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ଚିଟଫଣ୍ଡ, ଖଣି ଦୁର୍ନୀତି, ଶିକ୍ଷା, ସ୍ୱାସ୍ଥ୍ୟସେବା ଆଦି କ୍ଷେତ୍ରରେ ବିଜେଡ଼ି ସରକାରଙ୍କ ବିଫଳତାକୁ ସେ ଟାର୍ଗେଟ୍ କରିଛନ୍ତି । ବିଜେଡ଼ି ସରକାରକୁ ସ୍ଥାଣୁ, ଅପାରଗ ସରକାର ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କଠାରୁ ୨୦ଟି ପ୍ରଶ୍ନର ଜବାବ ମାଗିଛନ୍ତି ।
ତେବେ ବିଜେପିକୁ ଏକ ମିଥ୍ୟାକାରୀ ପାର୍ଟି ଭାବେ ବିଜେଡ଼ି ଦର୍ଶାଇଛି । ନବୀନ ସରକାରଙ୍କ ସଫଳତା ବିଜେପିକୁ ଅସହିଷ୍ଣୁ କରିଛି ଏବଂ ବିଜେଡ଼ି ରାଜ୍ୟର ବିକାଶ ପାଇଁ ଅକ୍ଲାନ୍ତ ଉଦ୍ୟମ ଜାରି ରଖିଛି ବୋଲି ବିଜେଡ଼ି ମୁଖପାତ୍ର ସୁବାସ ସିଂ କହିଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାକୁ ପୃଥ୍ୱୀରାଜ ହରିଚନ୍ଦନ କିଏ ବୋଲି ଓଲଟି ସେ ତାତ୍ସଲ୍ୟ କରିଛନ୍ତି ।
Previous Post

ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର

Next Post

ପୁରୀବେ ବସିବେ ସରକାର

Next Post
ପୁରୀବେ ବସିବେ ସରକାର

ପୁରୀବେ ବସିବେ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA