Monday, May 25, 2026 07:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୁରୀବେ ବସିବେ ସରକାର

by Our Correspondent
25 Dec, 2017- 09:53 PM
in Latest News, Politics
1 min read
0
ପୁରୀବେ ବସିବେ ସରକାର
ଭୁବନେଶ୍ୱର: ଆସନ୍ତକାଲି ପୁରୀ ସର୍କିଟ୍ ହାଉସ୍ ରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ । ପ୍ରଥମ ଥର ପାଇଁ ଭୁବନେଶ୍ୱର ସଚିବାଳୟ ବାହାରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହେବ । ପୁରୀ ତାଳବଣିଆଠାରେ ବିଜୁ ଜନତା ଦଳର ୨୦ ବର୍ଷ ପୂର୍ତ୍ତି ପାଳନ ଉତ୍ସବ ଆରମ୍ଭ ବେଳକୁ ସମାନ୍ତରାଳ ଭାବେ ସର୍କିଟ୍ ହାଉସରେ ବସିବ କ୍ୟାବିନେଟ୍ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦିନ ୧୧ଟା ବେଳେ ଏହି ବୈଠକ ଅନୁଷ୍ଠିତ ହେବ । ସେଠାରେ ରାଜ୍ୟ ସରକାରଙ୍କର କିଛି ନୂଆ ଯୋଜନା ଉପରେ ମୋହର ବାଜିବ ବୋଲି ସୂଚନା ମିଳିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସକାଳୁ ପୁରୀରେ ପହଞ୍ଚି ସିଧା ମହାପ୍ରଭୁଙ୍କ ଦର୍ଶନ କରିବେ । ସେଠୁ ଯିବେ ସ୍ୱର୍ଗଦ୍ୱାର । ବାପା ବିଜୁ ପଟ୍ଟନାୟକଙ୍କ ସମାଧିସ୍ଥଳରେ ମାଲ୍ୟାର୍ପଣ କରିବେ । ତାପରେ ସର୍କିଟ୍ ହାଉସ୍ ଆସିବେ । ସେଠି କ୍ୟାବିନେଟ୍ ବୈଠକ ସାରି ଯିବେ ତାଳବଣିଆ । ଦଳର ୨୦ ବର୍ଷ ପୂର୍ତ୍ତି ପାଳନ ସମାବେଶରେ ଯୋଗଦେଇ ଦଳର ନିର୍ବାଚନୀ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରିବେ । ସେହି ଶ୍ରୀକ୍ଷେତ୍ରରୁ ଆଗାମୀ ଓଡ଼ିଶା ବିକାଶ ଯାତ୍ରାର ଶଙ୍ଖ ଫୁଙ୍କିବେ ମୁଖ୍ୟମନ୍ତ୍ରୀ ।
ବିଜୁ ଜନତା ଦଳର ୨୦ ବର୍ଷ ପୂର୍ତ୍ତ ପାଳନ ପାଇଁ ସମଗ୍ର ପୁରୀ ସହର ଶଙ୍ଖୁଆ ହୋଇଯାଇଛି । ସକାଳ ୧୦ଟା ବେଳେ ଆରମ୍ଭ ହେବାକୁ ଥିବା ସମାବେଶ ପାଇଁ ଆଜିଠାରୁ ବିଭିନ୍ନ ଅଞ୍ଚଳରୁ ନେତା ଓ କର୍ମୀମାନେ ପୁରୀରେ ପହଞ୍ଚିବା ଆରମ୍ଭ କଲେଣି । ଆସନ୍ତାକାଲି ସକାଳୁ ଉପକୂଳବର୍ତ୍ତୀ ଜିଲ୍ଲାରୁ ପୁରୀକୁ ଛୁଟିବ ବିଜେଡ଼ି ପଟୁଆର । ମଟରସାଇକେଲ ରାଲି, ରୋଡ୍ ସୋ ହେବ । କଟକ ଓ ଭୁବନେଶ୍ୱରରୁ ବିରାଟ ପଟୁଆର ବାହାରିବ । ପ୍ରତି ନିର୍ବାଚନମଣ୍ଡଳୀରୁ ତୃଣମୂଳସ୍ତରରୁ ଶୀର୍ଷସ୍ତର ଯାଏଁ ଅନ୍ୟୁନ ୨୦୦ ପ୍ରତିନିଧିଙ୍କୁ ପୁରୀ ଆଣିବା ବ୍ୟବସ୍ଥା ହୋଇଛି । ସମସ୍ତ ମନ୍ତ୍ରୀ, ବିଧାୟକ, ସାଂସଦ, ପରାଜିତ ପ୍ରାର୍ଥୀ, ଜିଲ୍ଲା ପରିଷଦଠାରୁ ପଞ୍ଚାୟତ ପର୍ଯ୍ୟନ୍ତ ବିଜୟୀ ଓ ପରାଜିତ ପ୍ରାର୍ଥୀ ସମାବେଶରେ ଉପସ୍ଥିତ ରହିବେ । ୧୭ ବର୍ଷ ବିଜେଡ଼ି ଶାସନର ସଫଳତା କିଭଳି ଗାଁ ଗାଁରେ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ମନ୍ତ୍ର ଦିଆଯିବ । ଏହିଠାରେ ହିଁ ବିଜେଡ଼ିର ଆଗାମୀ ନିର୍ବାଚନୀ ଖସଡ଼ା ପ୍ରସ୍ତୁତ ହୋଇ ପ୍ରଚାରର ବିଗୁଲ୍ ଫୁଙ୍କାଯିବ ବୋଲି ଜଣାପଡ଼ିଛି ।
Previous Post

୨୦ ବର୍ଷ ପାଇଁ ବିଜେଡ଼ି ତୟାର୍, ବିଜେପିର ୨୦ ପ୍ରଶ୍ନ

Next Post

ବିଜେଡ଼ି : ଆଂଚଳିକ ଦଳର ଶକ୍ତିିିଶାଳୀ ରୂପ

Next Post
ବିଜେଡ଼ି : ଆଂଚଳିକ ଦଳର ଶକ୍ତିିିଶାଳୀ ରୂପ

ବିଜେଡ଼ି : ଆଂଚଳିକ ଦଳର ଶକ୍ତିିିଶାଳୀ ରୂପ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA