Wednesday, May 6, 2026 09:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜ୍ୟସଭା ଚୌକି: ଆଶାୟୀ ଅନେକ, ନାଁ ଚୂଡ଼ାନ୍ତ !

by Our Correspondent
03 Jan, 2018- 12:35 PM
in Latest News, Politics
1 min read
0
ରାଜ୍ୟସଭା ଚୌକି: ଆଶାୟୀ ଅନେକ, ନାଁ ଚୂଡ଼ାନ୍ତ !
ଭୁବନେଶ୍ୱର: ଏପ୍ରିଲରେ ଓଡ଼ିଶାରୁ ଖାଲି ପଡୁଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେଡ଼ିରେ ଏବେ ଆଶାୟୀଙ୍କ ଭିଡ଼ । ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିବା ପାଇଁ ଯେଛା ବାଟେ କୌଶଳ ଆପଣେଇଲେଣି । ନବୀନଙ୍କ ନିକଟତର କୁହାଯାଉଥିବା କାର୍ପଟଦାର ନେତାଙ୍କ ପାଖରେ ସେମାନଙ୍କ ଲୋକ ଚକ୍କର କାଟିଲେଣି । ନୂଆବର୍ଷ ଆରମ୍ଭରୁ ଲବି ଜୋରଦାର ହେଲାଣି । ନଗଦ ଖବର ଅନୁଯାୟୀ, ଆଶାୟୀଙ୍କ ସଂଖ୍ୟା ଏବେ ୨୦ ଟପିଗଲାଣି । ସେମାନଙ୍କ ମଧ୍ୟରେ ଖାଲି ବିଜେଡ଼ି ନେତା ନୁହଁନ୍ତି ବରଂ ବ୍ୟବସାୟୀ, ସାମାଜିକ କର୍ମୀଙ୍କଠାରୁ ଆରମ୍ଭ କରି ଗଣମାଧ୍ୟମର ବ୍ୟକ୍ତିବିଶେଷ ଅଛନ୍ତି । ନବୀନଙ୍କ ଶୁଭଦୃଷ୍ଟି ଓ ଆର୍ଶିବାଦ ପାଇଁ ସେମାନେ ବିଭିନ୍ନ ପ୍ରକାର କୌଶଳ ଆପଣେଇଛନ୍ତି ।
ଏପ୍ରିଲ ୩ ତାରିଖରେ ଅନଙ୍ଗ ଉଦୟ ସିଂହଦେଓ, ଦିଲ୍ଲୀପ ତିର୍କୀ ଓ ଏ.ଭି.ସ୍ୱାମୀଙ୍କ କାର୍ଯ୍ୟକାଳ ପୂରିବ । ଏହି ତିନିଜଣଙ୍କ ମଧ୍ୟରୁ ଦ୍ୱିତୀୟ ବାର୍ କେହି ରିପିଟ୍ ହେବା ଆଶା କ୍ଷୀଣ । ଅନଙ୍ଗ ଉଦୟ ନିଜ ସାନପୁଅର ରାଜନୈତିକ ଭବିଷ୍ୟତକୁ ଆଖିରେ ରଖିଥିବାରୁ ନିଜ ପାଇଁ ଆଉ ଚିନ୍ତିତ ନୁହଁନ୍ତି । ସୁନ୍ଦରଗଡ଼ରେ ଗତ ନିର୍ବାଚନରେ ବିଜେଡ଼ି ଦିଲ୍ଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିଲା । ବିଜେପିର ଜୁଏଲ୍ ଓରାମ୍ ଙ୍କୁ କଡ଼ା ମୁକାବିଲା କରି ଅଳ୍ପ ଭୋଟ ବ୍ୟବଧାନରେ ହାରିଥିଲେ । ପୁନର୍ବାର ଦଳ ତାଙ୍କୁ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିବା ଏକରକମ ନିଶ୍ଚିତ । ତେଣୁ ରାଜ୍ୟସଭାକୁ ଆଉ ଥରେ ଯିବାର ସମ୍ଭାବନା ନାହିଁ । ସେହିଭଳି ବିଜେଡ଼ି ସମର୍ଥନରେ ସ୍ୱାଧୀନ ଭାବେ ଜିତିଥିବା ଏ.ଭି.ସ୍ୱାମୀଙ୍କୁ ଦଳ କୌଣସି ଦୃଷ୍ଟିରୁ ଆଉ ରାଜ୍ୟସଭା ପଠାଇବାର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ । ସୁତରାଂ ୩ଟି ଯାକ ଆସନରେ ଦଳ ନୂଆ ମୁହଁ ପଠାଇବା ଏକରକମ ଥୟ ହୋଇଥିବାରୁ ଆଶାୟୀଙ୍କ ଆଶା ବଢ଼ିଯାଇଛି ।
ନବୀନ ନିବାସ ସୂତ୍ରର ଖବର ଅନୁଯାୟୀ, ରାଜ୍ୟସଭାକୁ କାହାରିକୁ ପଠାଇବେ ମୁଖ୍ୟମନ୍ତ୍ରୀ ମନସ୍ଥିର କରିସାରିଛନ୍ତି । କିନ୍ତୁ କାହାରି ନାଁ ସେ ଚୂଡ଼ାନ୍ତ କରିଛନ୍ତି ତାହା ମୁଖ୍ୟମନ୍ତ୍ରୀଙ୍କ ଛଡ଼ା ଆଉ କେହି ଜାଣିବାର ସୁଯୋଗ ନାହିଁ । ଯାହା ଠଉରାଯାଉଛି, ଡାକ୍ତର ଅଶୋକ ମହାପାତ୍ର, ସୁମନି ଝୋଡ଼ିଆ ଓ ବିମ୍ବାଧର କୁଅଁରଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ରାଜ୍ୟସଭା ମୁକୁଟ ପିନ୍ଧାଇବେ । ନିକଟରେ ଦିଲ୍ଲୀ ଏମସ୍ ରୁ ଅବସର ନେଇଥିବା ଡାକ୍ତର ମହାପାତ୍ର ରାଜ୍ୟସଭାକୁ ପ୍ରାର୍ଥୀ ହେବାକୁ ସବୁ ଦୃଷ୍ଟିରୁ ଯୋଗ୍ୟ । ଜଣେ ସ୍ୱନାମଧନ୍ୟ ଡାକ୍ତର ହିସାବରେ ତାଙ୍କର ଖ୍ୟାତି ତ ଅଛି । ତେବେ ଜଗାବଳିଆଙ୍କ ଯୋଡା ମୁଣ୍ଡ ଅଲଗା କରିବାରେ ତାଙ୍କର ନିଷ୍ଠାପର କାର୍ଯ୍ୟ ଓଡ଼ିଶାର ସାଢ଼େ ଚାରିକୋଟି ଲୋକଙ୍କ ହୃଦୟ ଛୁଇଁଛି । ଲୋକଙ୍କ ହୃଦୟ ଓ ଭାବାବେଗରେ ବସା ବାନ୍ଧି ସାରିଛନ୍ତି ଡାକ୍ତର ମହାପାତ୍ର । ସବୁ ବର୍ଗର ତାଙ୍କୁ ଯୋଗ୍ୟତମ ପ୍ରତିନିଧି ଭାବେ ବିଚାର କରାଯାଉଥିବାରୁ ମୁଖ୍ୟମନ୍ତ୍ରୀଙ୍କ ମନରେ ତାଙ୍କ ନାଁ ଆଗରେ ଥିବା କୁହାଯାଉଛି ।
ବିଜୁବାବୁଙ୍କର ଅତି ପ୍ରିୟ ଥିବା ମହାନ୍ ଆଦିବାସୀ ନେତ୍ରୀ ସୁମନି ଝୋଡ଼ିଆ ଉଭୟ ମହିଳା ଓ ଆଦିବାସୀ ସମ୍ପ୍ରଦାୟର ପ୍ରତିନିଧି । ରାଜ୍ୟସଭା ପାଇଁ ତାଙ୍କ ନାଁ ସବୁବେଳେ ଚର୍ଚ୍ଚା ହେଉଥିଲେ ମଧ୍ୟ ପରିବର୍ତ୍ତିତ ରାଜନୈତିକ ସ୍ଥିତିରେ ଶ୍ରୀମତୀ ଝୋଡ଼ିଆଙ୍କୁ ଏଥର ରାଜ୍ୟସଭା ପଠାଇବା ବିଜେଡ଼ି ପାଇଁ ସବୁ ଦୃଷ୍ଟିରୁ ଲାଭଦାୟକ ହେବ । ମୁଖ୍ୟମନ୍ତ୍ରୀ ଏହା ଭଲଭାବେ ହୃଦୟଙ୍ଗମ କରିଥିବା କୁହାଯାଉଛି । ସେହିଭଳି ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ବିମ୍ବାଧର କୁଅଁର ଅନୁସୂଚିତ ଜାତିର ମଧ୍ୟ ପ୍ରତିନିଧି । ତାଙ୍କୁ ରାଜ୍ୟସଭା ପଠାଇ ଏକାଥରେ ପଶ୍ଚିମ ଓଡ଼ିଶାକୁ ନ୍ୟାୟ ଦେବା ସହ ଅନୁସୁଚିତ ଜାତି ବର୍ଗଙ୍କୁ ମଧ୍ୟ ସନ୍ତୁଷ୍ଟ କରାଯାଇପାରିବ । ପଶ୍ଚିମ ଓଡ଼ିଶାରେ ବିଜେପିର ଶକ୍ତିବୃଦ୍ଧିକୁ ରୋକିବାରେ ଏହି ଅଙ୍କ କାମ ଦେବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ଏହାକୁ ଭଲ ଭାବେ ବୁଝିଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡ଼ିଛି । ତେବେ ମୁଖ୍ୟମନ୍ତ୍ରୀଙ୍କଠାରୁ ଠଉରାଇ ରାଜନୈତିକ ସିଦ୍ଧାନ୍ତରେ ଉପନୀତ ହେବା କଷ୍ଟକର ବୋଲି କୁହାଯାଇଛି ।
Previous Post

ନୂଆବର୍ଷରେ ଶୁଭେଚ୍ଛାର ସୁଅ

Next Post

‘ହେ ପ୍ରଭୁ, ୧୨୦+ ଦିଅ ’

Next Post
‘ହେ ପ୍ରଭୁ, ୧୨୦+ ଦିଅ ’

‘ହେ ପ୍ରଭୁ, ୧୨୦+ ଦିଅ ’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA