Monday, May 25, 2026 05:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ଦ୍ୱାରରେ ବୈଜୟନ୍ତ !

by Our Correspondent
11 Jan, 2018- 11:07 PM
in Latest News, Politics
1 min read
0
ବିଜେପି ଦ୍ୱାରରେ ବୈଜୟନ୍ତ !
– ଧର୍ମେନ୍ଦ୍ରଙ୍କ ସ୍କ୍ରିପ୍ଟ୍ ବୈଜୟନ୍ତଙ୍କ ମୁହଁରେ
-୨୪ ଲକ୍ଷର ପାଣିଟାଙ୍କି ଉଦଘାଟନ ପାଇଁ କୋଟିଏ ଖର୍ଚ୍ଚ !
ଭୁବନେଶ୍ୱର: ବିଜେଡ଼ିରୁ ଏକଘରିକିଆ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ରାଜନୈତିକ ଡ୍ରାମାବାଜି ବୁହୋଳ ପାଣିଟାଙ୍କି ଉଦଘାଟନ ପର୍ବ ଧରାପକେଇ ଦେଇଛି । ସମଗ୍ର ଘଟଣାରେ ତାଙ୍କର ବିଜେପି ଲିଙ୍କ୍ ପଦାକୁ ଚାଲିଆସିଥିବା ଚର୍ଚ୍ଚା ହେଉଛି । ନଈ ନ ଦେଖୁଣୁ ଲଙ୍ଗଳା ହେବା ଭଳି ପାଣିଟାଙ୍କି ଉଦଘାଟନରେ ସମ୍ଭାବ୍ୟ ଗଣ୍ଡଗୋଳର ଡିଣ୍ଡିମ୍, ତୃତୀୟ ମହଲାକୁ ଉଧାରି ଟାର୍ଗେଟ୍, ଉଦଘାଟନ ପର୍ବରେ ତାହାର ଶାଣିତ ରିପିଟ୍ ଏବଂ ତାଙ୍କ ମନ୍ତବ୍ୟକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସାବାସି ଘଟଣାଚକ୍ରକୁ ଦେଖି ବୈଜୟନ୍ତ ବିଜେପି ଘର ଦୁଆରେ ପହଞ୍ଚିସାରିଥିବା କୁହାଯାଉଛି । ଖାଲି ସେତିକି ନୁହେଁ, ବିଜେଡ଼ିକୁ ପାଣି ପିଆଇବା ପାଇଁ ବୈଜୟନ୍ତ କୌଣସି ସୁଯୋଗ ଛାଡ଼ିନାହାନ୍ତି ।
ସମସ୍ତେ ଜାଣନ୍ତି, ଧର୍ମେନ୍ଦ୍ର ପ୍ରଧାନ ତୃତୀୟ ମହଲାକୁ ଟାର୍ଗେଟ୍ କରି ନବୀନ ପଟ୍ଟନାୟକଙ୍କ ବିରୋଧରେ ରାଜନୈତିକ ଲଢ଼େଇ ଆରମ୍ଭ କରିଥିଲେ । ଆଉ ସେହି ଡାଇଲଗ ଏବେ ବାର୍ ବାର୍ ବୈଜୟନ୍ତଙ୍କ ମୁହଁରେ । କିଛି ମାସ ତଳେ ସେ ତୃତୀୟ ମହଲାକୁ ଟାର୍ଗେଟ୍ କରି ଟୁଇଟ୍ କରିଥିଲେ । ଏବେ ତାଙ୍କର ନିଶ୍ଚନ୍ତକୋଇଲି(ବୁହୋଳ) ଗସ୍ତକୁ ସ୍ଥାନୀୟ ବିଜେଡ଼ି ନେତାଙ୍କ ବିରୋଧ କଥା ଶୁଣୁ ଶୁଣୁ ତାଙ୍କ ଆଖି ଯାଇଥିଲା ସେହି ତୃତୀୟ ମହଲା । ଆଜି ପାଣିଟାଙ୍କି ଉଦଘାଟନୀ ଉତ୍ସବରେ ବି ତୃତୀୟ ମହଲା ଅଣଓଡ଼ିଆ ଅଫିସରଙ୍କ ଉପରେ ଢ଼େର୍ ବର୍ଷିଲେ । ଏହା ଥିଲା ଦିନ ସାଢ଼େ ବାରଟା ବେଳର ଘଟଣା । ତେବେ ବୈଜୟନ୍ତଙ୍କ ଧମାକା ଦେଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଉ ନିଜକୁ ସମ୍ଭାଳି ପାରିଲେନି । ନିଜର ତୃତୀୟ ମହଲା ସ୍କ୍ରିପ୍ଟକୁ ବୈଜୟନ୍ତଙ୍କ ପାଟିରୁ ବାରମ୍ବାର ଶୁଣି ବୋଧହୁଏ ସେ ଉତ୍ସାହିତ ହୋଇଯାଇଥିଲେ । ସଂଧ୍ୟାରେ ଆଉ ଦୁଇ ପଦ ଅଧିକ ଯୋଡି ପୁଣି ଗାଇଲେ ସେଇକଥା । ଧର୍ମେନ୍ଦ୍ର-ବୈଜୟନ୍ତ ପାଳି କରି ତୃତୀୟ ମହଲା ଘୋଷିବା ଭିତର ଅସଲ ଉଦ୍ଦେଶ୍ୟ ରାଜନୈତିକ ମହଲରେ କାହାରିକୁ ଅଛପା ରହିନାହିଁ । ବୈଜୟନ୍ତ ବିଜେପି ଘର ଦୁଆରେ ପହଞ୍ଚିସାରିଲେଣି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତ ।
ଖାଲି ସେତିକି ନୁହେଁ ନିଜର ରାଜନୈତିକ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ବୈଜୟନ୍ତ କିଭଳି ପାଣି ପରି ଟଙ୍କା ଉଡ଼ାଇପାରନ୍ତି ତାହା ମଧ୍ୟ ବୁହୋଳ ପାଣିଟାଙ୍କି ଉଦଘାଟନ ପର୍ବ ସୂଚେଇ ଦେଇଛି । ସାଂସଦଙ୍କ ସରକାରୀ ହାତପାଣ୍ଠିରେ ତିଆରି ହୋଇଛି ବୁହୋଳ ପାଣିଟାଙ୍କି । ଖର୍ଚ୍ଚ ହୋଇଛି ୨୪ ଲକ୍ଷ ଟଙ୍କା । ମାତ୍ର ଏହାର ଉଦଘାଟନ ପାଇଁ ପାଖାପାଖି ଏକ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ଆକଳନ କରାଯାଉଛି । ସାଂସଦ ଭୁବନେଶ୍ୱରରୁ ହେଲିକ୍ୟାପଟରରେ ଯାଇଥିଲେ ବୁହୋଳ । ଏକ ସୂତ୍ରରୁ ନଗଦ ମିଳିଥିବା ସୂଚନା ଅନୁଯାୟୀ, ଉଦଘାଟନ ପର୍ବରେ ଲୋକ ହାଜିରା କରାଇବାକୁ ଭୁବନେଶ୍ୱରରୁ ଛୋଟ,ବଡ଼ ହୋଇ ୪୫ଟି ଗାଡ଼ିରେ ଲୋକ ବୁହା ହୋଇଥିଲେ । ବୁହୋଳରେ ସ୍ଥାନୀୟ ଲୋକଙ୍କୁ ପାଣିଟାଙ୍କିସ୍ଥଳକୁ ଆଣିବାର ବ୍ୟବସ୍ଥା ହୋଇଥିଲା । ଗଣମାଧ୍ୟମରେ ଜବରଦସ୍ତ କଭରେଜ୍ ପାଇଁ ବି ବ୍ୟବସ୍ଥା କରାଯାଇଥିଲା । ସେଠି ପୁଲିସ, ଫାୟର ବ୍ରିଗେଡ଼ ଭଳି ପ୍ରଶାସନିକ ଖର୍ଚ୍ଚ ମଧ୍ୟ ରହିଥିଲା । ତେଣୁ ସ୍ଥାନୀୟ ଲୋକଙ୍କୁ ପାଣି ଦେବା ନାଁରେ ପାଣି ପରି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି ।
ଗୋଟେ ପାଣିଟାଙ୍କି ଉଦଘାଟନ ପାଇଁ ବୈଜୟନ୍ତଙ୍କ ପାଣିପରି ଟଙ୍କା ଖର୍ଚ୍ଚକୁ ସୋସିଆଲ୍ ମିଡ଼ିଆରେ ସମାଲୋଚନା କରାଯାଇଛି । ବୈଜୟନ୍ତଙ୍କ ଘରୋଇ ମାଲିକାନାରେ ଥିବା ଇମଫାକୁ ଅତୀତରେ ୨୩୦୦ କୋଟି ଟଙ୍କା ଋଣଛାଡ଼ ଏବଂ ଅବିକା ୫୦୦ କୋଟି ଟଙ୍କାର ବିଜୁଳି କର ଦେୟ କଥା ମନେ ପକାଇ ଦିଆଯାଇଛି । ସରକାରଙ୍କ ତହବିଲରୁ ଯାଇଥିବା ଏତେ ଟଙ୍କା ଲୋକଙ୍କ ପାଇଁ ଖର୍ଚ୍ଚ ହେଲେ ଖାଲି କେନ୍ଦ୍ରାପଡ଼ା କାହିଁକି ସାରା ଓଡ଼ିଶା ବି ସୁନା ହୋଇଯାଆନ୍ତା ବୋଲି ଅନେକ ମତ ଦେଇଛନ୍ତି । ବୈଜୟନ୍ତଙ୍କ ରାଜନୈତିକ ଚାଲ୍ କୁ ସେମାନେ କଟୁ ଭାଷାର ସମାଲୋଚନା କରିଛନ୍ତି ।
Previous Post

ସେଇ ମାୟାରେ ବାୟା: ଚାଙ୍ଗା ହେଲେ ରମା

Next Post

ଭୟଙ୍କର ଷଡ଼ଯନ୍ତ୍ର: ବିଜେଡ଼ିକୁ ଫାଳ ଫାଳ କରିବେ ବୈଜୟନ୍ତ !

Next Post
ଭୟଙ୍କର ଷଡ଼ଯନ୍ତ୍ର: ବିଜେଡ଼ିକୁ ଫାଳ ଫାଳ କରିବେ ବୈଜୟନ୍ତ !

ଭୟଙ୍କର ଷଡ଼ଯନ୍ତ୍ର: ବିଜେଡ଼ିକୁ ଫାଳ ଫାଳ କରିବେ ବୈଜୟନ୍ତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA