Tuesday, May 26, 2026 06:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଣ୍ଡା-ପାଣ୍ଡିୟାନ୍: ଚାଲୁଣି କହୁଛି ଛୁଞ୍ଚିକୁ

by Our Correspondent
14 Jan, 2018- 04:20 PM
in Latest News, Politics
1 min read
1
ପଣ୍ଡା-ପାଣ୍ଡିୟାନ୍: ଚାଲୁଣି କହୁଛି ଛୁଞ୍ଚିକୁ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟ ପାଣ୍ଡିୟାନ୍ ଙ୍କ ପିଛା ପଡ଼ିଛନ୍ତି ବୈଜୟନ୍ତ ପଣ୍ଡା । ନିଜେ ପାଣ୍ଡିୟାନ୍ ଙ୍କ ନାଁ ନେବାକୁ ଡରୁଥିବା ବୈଜୟନ୍ତ ନିଜ ଟିଭିରେ କିନ୍ତୁ ତାଙ୍କ ନାଁ, ଗାଁ, ଚାକିରି, ଠିକଣା ଖୋଳିଲେଣି । ପ୍ରଶାସନିକ ସେବାରେ ତାଙ୍କ ବିଶ୍ୱନୀୟତା ଉପରେ ପ୍ରଶ୍ନ ଆଙ୍କି ଆଇନ କାନୁନ ଦେଖେଇଲେଣି । ବିଜେପି ଏଜେଣ୍ଡାରେ ପାଦ ଥାପିଥିବା ବୈଜୟନ୍ତଙ୍କ ମୁହଁରୁ ସାଧୁ ଓ ସଂସ୍କାର ବାଣୀ ବାହାରୁଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଶୈଳୀ ଓ ପାଣ୍ଡିୟାନ୍ ଙ୍କୁ ମାଡ଼ କରି ନିଜକୁ ତୁଳସୀ ସଜେଇଛନ୍ତି । ବୈଜୟନ୍ତଙ୍କ ଅସଲ ଚେହେରା ଖୋଳୁଥିବା ସାମ୍ବାଦିକମାନଙ୍କୁ ବୈଜୟନ୍ତ ଓ ବିଜେପି ଚେଲାମାନେ ମିଳିମିଶି ସୋସିଆଲ୍ ମିଡ଼ିଆରେ ଚୋର, ଦଲାଲ କହି ଆକ୍ରମଣ ବି ଆରମ୍ଭ କରିଛନ୍ତି । ବୈଜୟନ୍ତ ବିରୋଧୀ ସ୍ୱର ଚାପିବା ପାଇଁ ବିଜେପି-ବୈଜୟନ୍ତ ଚାଲ୍ ଏବେ ସବୁ ମହଲରେ ଚର୍ଚ୍ଚା । ଆଶ୍ଚର୍ଯ୍ୟର କଥା, ବୈଜୟନ୍ତଙ୍କ ସୁବିଧାବାଦୀ ରାଜନୀତି ଓ ବ୍ୟବସାୟିକ ସାମ୍ରାଜ୍ୟ ବିସ୍ତାର କରିବାର କୌଶଳ ବିଜେପିକୁ ମାଲୁମ୍ ଥିଲେ ବି ବିଜେଡ଼ିରେ ଅସ୍ଥିରତା ସୃଷ୍ଟି କରି କ୍ଷମତା ହାସଲ ସ୍ୱପ୍ନରେ ସେମାନେ ବୈଜୟନ୍ତଙ୍କୁ ସାଧୁ ବୋଲି କହିବା ଆରମ୍ଭ କରିଛନ୍ତି ।
ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ବୈଜୟନ୍ତଙ୍କ ମୁହଁରେ ପାଣ୍ଡିୟାନ୍ ଗାଳି ଜମାରୁ ଶୋଭା ପାଉନି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସେ । ମୁଖ୍ୟମନ୍ତ୍ରୀ ଯାହା ଚାହୁଁଛନ୍ତି ସେ କାର୍ଯ୍ୟକାରୀ କରୁଛନ୍ତି । ହେଲେ ବୈଜୟନ୍ତଙ୍କ ନବୀନଙ୍କୁ ଆଟାକ୍ କରିବାର ସାହାସ ନ ଥିବାରୁ ପାଣ୍ଡିୟାନ୍ ଙ୍କୁ ବକରା କରିଛନ୍ତି । ବୈଜୟନ୍ତ ଯଦି ଏତେ ନୀତିବାନ୍ ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାନ ପ୍ରଶ୍ନ ପଚାରୁନାହାନ୍ତି କାହିଁକି ? ସୁପ୍ରିମକୋର୍ଟରେ ଯେଉଁ ବିବାଦ ସୃଷ୍ଟି ହୋଇଛି ତାହା ସେମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାର ଏବଂ ସରକାର ସେଥିରେ ହସ୍ତକ୍ଷେପ କରିବେ ନାହିଁ ବୋଲି ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ମାତ୍ର ତାଙ୍କର ପ୍ରମୁଖ ସଚିବ ନୃପେନ୍ଦ୍ର ମିଶ୍ର ଗତକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କୁ ତାଙ୍କ ବାସଭବନରେ ଭେଟିବା ପଛରେ କି ଉଦ୍ଦେଶ୍ୟ ରହିଛି । ଜଣେ ସରକାରୀ ବାବୁ ହୋଇ ସେ ତାଙ୍କର ଲକ୍ଷ୍ମଣରେଖା ଡ଼େଇଁଛନ୍ତି ନା ନାହିଁ ? ଜାତୀୟ ରାଜନୀତିରେ ଅଗାଧ୍ୟ ପାଣ୍ଡିତ୍ୟ ରଖିଥିବା ବିଶିଷ୍ଟ ସ୍ତମ୍ଭକାର ଓ ରାଜନେତା ଏହା ଉପରେ କ’ଣ କହିବେ ? ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଲକ୍ଷ୍ମଣରେଖା ଉପର ପ୍ରଶ୍ନ ପଚାରିବେ ତ ? ଯଦି ନୁହେଁ, ତେବେ ଏଠି ପାଣ୍ଡିୟାନ୍ କାହିଁକି ?
ବୈଜୟନ୍ତ ଛାତିରେ ହାତ ରଖି କହିପାରିବେ କି ନିଜ ପରିବାରର ବ୍ୟବସାୟିକ ବିସ୍ତାରରେ ସେ କେବେ ତୃତୀୟ ମହଲାର ସହଯୋଗ ଲୋଡ଼ିନାହାନ୍ତି କି ପ୍ରଭାବିତ କରିନାହାନ୍ତି ? ଓରଟେଲ୍ ର ଏକଚାଟିଆ କେବୁଲ୍ ସାମ୍ରାଜ୍ୟ ବିସ୍ତାରଠାରୁ ଆରମ୍ଭ କରି ଖଣି, କ୍ରସର୍, ଠିକାଦାରୀ ଭଳି ଯାବତୀୟ ଝାମେଲିଆ କାର୍ଯ୍ୟ ହାତେଇବା ପାଇଁ ସରକାରୀ ସମର୍ଥନ ସେହି ତୃତୀୟ ମହଲାରୁ ଆଣିନାହାନ୍ତି କି ? ଇମ୍ଫା ଉପରୁ ୨୩୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଛାଡ଼ ପାଇଁ ତୃତୀୟ ମହଲାରେ ନିଜର ପ୍ରଭାବକୁ ଅସ୍ୱୀକାର କରିବେ କି ? ନିଜ ଘରୋଇ ମାଲିକାନାର ଶିଳ୍ପସଂସ୍ଥା ‘ଇମଫା’ ୪୪୫ କୋଟି ଟଙ୍କାର ବିଜୁଳି ବିଲ୍ ବାକି ରଖି ସରକାରଙ୍କୁ ଭଣ୍ଡେଇବା ପଛରେ ସେହି ତୃତୀୟ ମହଲାର ଆର୍ଶିବାଦ ନାହିଁ କି ? ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ବିଜୁଳି ଖୁଣ୍ଟ ଗୁଡ଼ିକ ସହାୟତାରେ ଓରଟେଲ୍ କେବୁଲ ତାର ବିଛାଇବା ପାଇଁ ବିଏମସିକୁ କେତେ ଟଙ୍କା ଭଡ଼ା ଦେଉଛନ୍ତି ? ବର୍ଷକୁ ମାତ୍ର ୧୦ ହଜାର ଟଙ୍କା ତାହା ପୁଣି ବାକିରେ ନୁହେଁ କି ? ଚୌଦ୍ୱାର ମ୍ୟୁନିସିପାଲିଟିକୁ ଇମଫା ଶିଳ୍ପାଞ୍ଚଳ ବାବଦ ହୋଲଡିଂ ଟିକସ ପ୍ରକୃତ ଟିକସର ଅଧାରୁ ଅଧା ନୁହେଁ କି ? ନିଜ ପ୍ରଭାବ ବଳରେ କାଉନସିଲ୍ ବୈଠକରେ ପ୍ରସ୍ତାବ ପାରିତ କରାଇ ଇମଫାକୁ ହୋଲଡିଂ ଟିକସ ବୋଝମୁକ୍ତ କରାଇନାହାନ୍ତି କି ? ଯାବତୀୟ ସରକାରୀ ଫାଇଦା ହାସଲ କରିବା ଏବଂ ରାଜକୋଷ ହଡ଼ପ କରିବା ପରେ କୋର୍ଟ କଚେରୀର ଆଶ୍ରୟ ନେଇ ମାମଲା ଗଡ଼େଇବା ଉଦ୍ୟମ ମିଛ କି ?
ନିକଟରେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ କଳାଟଙ୍କା ଓ ବ୍ୟବସାୟିକ ସାମ୍ରାଜ୍ୟର ତଦନ୍ତ କରିବାକୁ ଦାବି କରିଥିଲେ । କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଙ୍କ ସହ ବୈଜୟନ୍ତଙ୍କ ବ୍ୟବସାୟିକ ସମ୍ପର୍କର ଗୁମର ଖୋଲିଥିଲେ । ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥ ପାଇଁ ବୈଜୟନ୍ତ କେଉଁସ୍ତରକୁ ଯାଇପାରନ୍ତି ତାହା ଧରାପଡ଼ିଯାଇଥିଲା । ନିଜେ ବୈଜୟନ୍ତ ରାଜ୍ୟବାସୀଙ୍କ ପାଖରେ ଏସବୁର ଜବାବ ରଖିଲେ ତାଙ୍କର ସାଧୁତା ଓ ସଚ୍ଚୋଟତା ଜଣାପଡ଼ନ୍ତା । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଆଜିକାଲି ଛାତି ଫଟୋଉଥିବା ବିଜେପିବାଲା ମଧ୍ୟ ବୈଜୟନ୍ତଙ୍କଠାରୁ ଏସବୁର ଜବାବ ମାଗିବା ଦରକାର । ଖାଲି ସ୍କ୍ରିଫ୍ଟ୍ ଧାର ଉଧାର ଦେଇ ତାକୁ ପଢ଼ାଇଲେ ଲୋକଙ୍କ ପେଟ ପୂରିବ ନାହିଁ । ବିଜେଡ଼ି ବି ସତ କ’ଣ ଲୋକଙ୍କୁ ଜଣାଇବା ଦରକାର । ନହେଲେ ଲୋକେ କ୍ଷମା ଦେବେ ନାହିଁ ।
ଏବେ ବୈଜୟନ୍ତଙ୍କ ନୂଆ ଚେଲା ହୋଇଥିବା ରମାରଜଂନ ବଳିୟାରସିଂ କି ବୈଷ୍ଣବ ପରିଡ଼ାଙ୍କ କଥା ନ କହିବା ହିଁ ଭଲ । ଜଣେ ଜନସାଧାରଣଙ୍କ ଦ୍ୱାରା ପରିତ୍ୟକ୍ତ ନେତା ହୋଇଥିଲା ବେଳେ ଆଉ ଜଣେ ବିରାଡ଼ି ବୈଷ୍ଣବ । ରାଜ୍ୟସଭାରୁ ଅବ୍ୟାହତି ନେଲା ପରେ ଓଡିଆ ଭାଷା ଆନ୍ଦୋଳନ କରି ପ୍ରସ୍ତାବିତ ଭାଷା କମିଶନ ଅଧ୍ୟକ୍ଷ ହେବାକୁ ଠେକା ଭିଡ଼ିସାରିଥିଲେ । ସବୁଦିନ ତୃତୀୟ ମହଲା ଯାଇ ନେହୁରା ହେଉଥିଲେ । ମାତ୍ର ତାହା ନ ହେବାରୁ ଏବେ ତୃତୀୟ ମହଲା ତାଙ୍କୁ ଗନ୍ଧେଇଛି । ଫାଇଦା ଉଣ୍ଡି ବୈଜୟନ୍ତ ଓ ବିଜେପି ଆଡକୁ ତାଙ୍କର ଆଖି ଯାଇଛି । କେମିତି କେମିତି ବିଜେପି ଆସିଗଲେ ପୁଣି ଥରେ କାଳେ ରାଜ୍ୟସଭା ପଠେଇବେ ଏଇ ଆଶା ବୈଷ୍ଣବ ରଖିଥିବା ବିଚିତ୍ର ନୁହେଁ ।
Previous Post

ଭୟଙ୍କର ଷଡ଼ଯନ୍ତ୍ର: ବିଜେଡ଼ିକୁ ଫାଳ ଫାଳ କରିବେ ବୈଜୟନ୍ତ !

Next Post

ହେଲିକପ୍ଟର ବୁଲା ଋଣ ସୁଝିଲେ

Next Post
ହେଲିକପ୍ଟର ବୁଲା ଋଣ ସୁଝିଲେ

ହେଲିକପ୍ଟର ବୁଲା ଋଣ ସୁଝିଲେ

Comments 1

  1. Dhiren Das says:
    8 years ago

    Perfect analysis..

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA