Saturday, May 9, 2026 12:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମାହାଙ୍ଗା ଲାଇଭ୍

by Our Correspondent
02 Feb, 2018- 09:38 PM
in Latest News, Politics
1 min read
1
ମାହାଙ୍ଗା ଲାଇଭ୍
କଟକ: ମାହାଙ୍ଗାର ଶାରଦା ଓରଫ୍ ବୁଲୁ ପ୍ରଧାନ ଜଣେ ଭଲ ସଂଗଠକ । ବିଜେଡ଼ି ଟିକେଟ ପାଇବେ ବୋଲି ଗତଥର ଆଶା ବାନ୍ଧିଥିଲେ ହେଲେ ପାଇଲେନି । ବିଜେଡ଼ିର ବିଦ୍ରୋହୀ ପ୍ରାର୍ଥୀ ଭାବେ ପ୍ରତାପ ଜେନାଙ୍କ ବିରୋଧରେ ସ୍ୱାଧୀନ ଭାବେ ଲଢ଼ିଥିଲେ । ଆଜି ସେହି ବୁଲୁ ମିଶିଛନ୍ତି ବିଜେପିରେ । ତାଙ୍କ ମିଶ୍ରଣ ପର୍ବ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରୁ ମାହାଙ୍ଗା ପଳାଇ ଆସିଥିଲେ । ଭୁବନେଶ୍ୱରରୁ ସାଙ୍ଗରେ ଯାଇଥିଲେ ବସନ୍ତ ପଣ୍ଡା, କେ.ଭି.ସିଂହଦେଓ ପ୍ରମୁଖ । ରୋଡ୍ ସୋ ଠାରୁ ସଭାମଞ୍ଚ.. ଆଖି ଖୋସିଦେଲା ଭଳି ପର୍ବ ହେଲା ।
ସବୁଠାରୁ ମଜ୍ଜା ଦେଉଥିଲା ମାହାଙ୍ଗା ମିଶ୍ରଣ ପର୍ବର ଲମ୍ବା ଲାଇଭ୍ ସୋ । ଗୋଟେ ଯୋଡ଼େ ଟିଭିକୁ ଛାଡ଼ିଦେଲେ ଯୋଉ ଟିଭି ଖୋଲିବ ମାହାଙ୍ଗା ଲାଇଭ୍ । ବୈଜୟନ୍ତଙ୍କ ପାଣିଟାଙ୍କି ଉଦଘାଟନକୁ ଲାଇଭ୍ କରିଥିବା ଟିଭି ତ ସମସ୍ତଙ୍କୁ ପଛରେ ପକାଇଦେଲା । ଅନ୍ୟ ଏକ ଚାନେଲର କଭରେଜ୍ ପାଇଁ ଦିଲ୍ଲୀରୁ ଆସିଥିଲେ ସ୍ୱତନ୍ତ୍ର ରିପୋର୍ଟର । ଧର୍ମେନ୍ଦ୍ରଙ୍କ ୱାନ୍ ଟୁ ୱାନ୍ ଇଣ୍ଟରଭ୍ୟୁ କଲେ । ସିଧାସିଧା କହିଲେ ପୂରା ବରାଦି ପ୍ରଚାର । ଲାଗୁଥିଲା, ସତେ ଯେପରି ମାହାଙ୍ଗାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଛନ୍ତି ଆଉ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିରେ ମିଶୁଛନ୍ତି । ଆଡ଼ମ୍ବର ଦେଖି ସାଧାରଣ ଲୋକ ଏଭଳି ଭ୍ରମରେ ପଡ଼ିଥିଲେ ।
ଖଣି ବେପାରରୁ ରାଜନୀତିକୁ ଆସିଥିବା ବୁଲୁ ପ୍ରଧାନ ଆଜି ବିଜେପିରେ ମିଶିବା କେବଳ ଏକ ଔପଚାରିକ ଥିଲା । ପ୍ରତାପ ଜେନାଙ୍କୁ ସାବାଡ଼ କରିବା ପାଇଁ ସେ ବହୁ ଆଗରୁ ବିଜେପି ଓ ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଥିଲେ । କ୍ରମେ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ତାଙ୍କର ନିବିଡ଼ତା ବଢ଼ିଥିଲା । ଧର୍ମେନ୍ଦ୍ରଙ୍କ ଆଉ ଏକ ଡାହାଣ ହାତ ହୋଇ ସେ ତାଙ୍କର ଅତି ଗୋପନୀୟ ବ୍ୟାପାର ବୁଝୁଥିବା ବିଜେପି ମହଲରେ କାହାରିକୁ ଅଛପା ନାହିଁ । ଶେଷରେ ଆଜି ଧର୍ମେନ୍ଦ୍ରଙ୍କ ହାତ ଧରି ପଦାକୁ ଓହ୍ଲାଇଛନ୍ତି । ବୈଜୟନ୍ତଙ୍କ ଆର୍ଶିବାଦ ଓ ଧର୍ମେନ୍ଦ୍ରଙ୍କ ନେତୃତ୍ୱରେ ସେ ଏବେ ଆଗକୁ ବଢ଼ିବେ ବୋଲି ବୁଲୁଙ୍କ ସମର୍ଥକମାନେ କହିଛନ୍ତି ।
ସେପଟେ ଆଜି ମାହାଙ୍ଗା ମାଟିରେ ଧର୍ମେନ୍ଦ୍ର ବେଶ୍ ଉତ୍ସାହିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ତ ଯାହା ଗାଳି କଲେ କଲେ ସେଥିରେ ବୈଜୟନ୍ତ ପଣ୍ଡାଙ୍କୁ ଗତବର୍ଷ ମାହାଙ୍ଗାରେ ହୋଇଥିବା ଅଣ୍ଡାମାଡ଼ ପ୍ରସଙ୍ଗକୁ ଧରି ଆହୁରି ଉଲ୍ଲସିତ ହୋଇଗଲେ । ଖାଲି ସେତିକି ନୁହେଁ, ସାଂସଦ ପାଣ୍ଠି ଖର୍ଚ୍ଚକୁ ନେଇ ବୈଜୟନ୍ତଙ୍କ ସପକ୍ଷରେ ଢ଼େର୍ ଓକିଲାତି କଲେ । ବିଜେଡ଼ି ବିରୋଧରେ ଲଢ଼ିବା ପାଇଁ ଧର୍ମେନ୍ଦ୍ର ବୈଜୟନ୍ତଙ୍କ ପିଠିରେ ଲାଉ ହୋଇଥିବା ବାହାରେ ଚର୍ଚ୍ଚା ହେଉଥିଲା । ସୂଚନାଯୋଗ୍ୟ, ବୈଜୟନ୍ତ ବିଜେପିରେ ମିଶି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ ହେବେ ବୋଲି ଏବେ ଚର୍ଚ୍ଚା ହେଉଛି । କୁଆଡ଼େ ବହୁ ଆଗରୁ ବୈଜୟନ୍ତ ଦଳର ଦିଲ୍ଲୀ ନେତାଙ୍କୁ ନିଜର ଇଚ୍ଛା ଜଣାଇଥିଲେ ମଧ୍ୟ ଧର୍ମେନ୍ଦ୍ର ବାଧକ ସାଜିଥିଲେ । ମାତ୍ର ଧର୍ମେନ୍ଦ୍ର ଏବେ ନିଜର ଷ୍ଟ୍ରାଟେଜି ବଦଳାଇଛନ୍ତି ଏବଂ ବୈଜୟନ୍ତଙ୍କ ଟିଭିକୁ ଆଖିରେ ରଖି ଷ୍ଟ୍ରାଟେଜି ପ୍ରସ୍ତୁତ କରିଛନ୍ତି । ବୈଜୟନ୍ତ ବି ସବୁ ପ୍ରକାର ସହଯୋଗ କରିବାକୁ କୁଆଡ଼େ ସମ୍ମତି ଜଣାଇଛନ୍ତି । ତୃତୀୟ ମହଲାକୁ ଆଟାକ୍ ରୁ ବୈଜୟନ୍ତ ତାଙ୍କର ମିସନ୍ ଆଗେଇ ନେଇଛନ୍ତି । ମଜ୍ଜାର କଥା, ଏଣିକି ‘ବିଜେପି ଲାଇଭ୍’ ନ ଦେଖି ବୈଜୟନ୍ତଙ୍କ ଟିଭି ଏବଂ ୱେବପୋର୍ଟାଲ୍ ଦେଖିଦେଲେ ସବୁ ଭାଷଣ ମିଳିଯାଉଛି । ଆଜି ମାହାଙ୍ଗାରେ ଧର୍ମେନ୍ଦ୍ରଙ୍କ ସଭାର ଜବରଦସ୍ତ ପ୍ରଚାର ଓ ଲମ୍ବା ‘ର’ ଭାଷଣକୁ ବୈଜୟନ୍ତଙ୍କ ସଂସ୍ଥାର ୱେବପୋର୍ଟାଲ ସ୍ଥାନିତ କରିବା ଏହାର ସତ୍ୟତମ ଉଦାହରଣ ।
ବୈଜୟନ୍ତଙ୍କୁ ପଛରେ ରଖି କେନ୍ଦ୍ରାପଡ଼ାରେ ବିଜେପି ନିଜର ଶକ୍ତି ବଢ଼ୋଉଥିବା ବେଳେ ବିଜେଡ଼ି ନେତାମାନଙ୍କ ଖୋଜଖବର ନାହିଁ । ତିନିଦିନ ତଳେ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ୍ ହଲରେ ଧର୍ମେନ୍ଦ୍ରଙ୍କ ସହ ହସଖୁସି କରୁଥିବା ପ୍ରତାପ ଦେବ ଆଜି ଧର୍ମେନ୍ଦ୍ରଙ୍କୁ କାଉଣ୍ଟର କରିଥିଲେ ମଧ୍ୟ ତାହା ଲୋକଙ୍କୁ ଛୁଇଁନାହିଁ । ଧର୍ମେନ୍ଦ୍ରଙ୍କ କଠୋର ମନ୍ତବ୍ୟ ଆଗରେ ବିଜେଡ଼ି ମୁଖପାତ୍ରଙ୍କ କଅଁଳିଆ କଥା ସାଧାରଣ ଲୋକଙ୍କ ମନରେ ଭ୍ରମ ସୃଷ୍ଟି କରୁଛି । ହୋଇପାରେ, ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଜବାବ ସେମାନଙ୍କ ପାଖରେ ନାହିଁ । ଆଉ ଥିଲେ ବି କହିବାକୁ ସାହାସ ନାହିଁ । ନହେଲେ ତାଙ୍କ ନେତାଙ୍କୁ ଧର୍ମେନ୍ଦ୍ର ଏଭଳି ଗାଳିଗୁଲଜ କରୁଥାଆନ୍ତେ ଆଉ ମୁଣ୍ଡିଆଳମାନେ ଲାଙ୍ଗୁଳ ଜାକି ରହୁଥାଆନ୍ତେ ବୋଲି ବିଜେଡ଼ିର ତଳିଆ କର୍ମୀମାନେ କ୍ଷୋଭ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱକୁ ନେଇ ବିଜେପିରେ ଛକାପଂଝା ଆରମ୍ଭ ହୋଇଯାଇଛି । ଗତଥର କେନ୍ଦ୍ରାପଡ଼ା ଲୋକସଭା ଆସନର ବିଜେପି ପ୍ରାର୍ଥୀ ବିଷ୍ଣୁ ଦାସଙ୍କୁ ଧର୍ମେନ୍ଦ୍ର ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଆଜି ମାହାଙ୍ଗା ମିଟିଂ ମଞ୍ଚରେ ଧର୍ମେନ୍ଦ୍ର ଉପସ୍ଥିତ ଅନ୍ୟ ନେତାମାନଙ୍କ ନାଁ ନେଇ ସମ୍ବୋଧିତ କରିଥିଲେ ମଧ୍ୟ ବିଷ୍ଣୁଙ୍କୁ ସମ୍ବୋଧିତ କରି ନ ଥିଲେ । ବିଷ୍ଣୁ ସମର୍ଥକଙ୍କ ମଧ୍ୟରେ ଏହା ଅସନ୍ତୋଷ ସୃଷ୍ଟି କରିଛି ।
Previous Post

ଓଡ଼ିଶାବାସୀଙ୍କୁ ନା, ନାଗାଲାଣ୍ଡବାସୀଙ୍କୁ ହଁ !

Next Post

ବୈଜୟନ୍ତଙ୍କଠି ବାଜିବ ସାତକୋଶିଆ ଛାଟ !

Next Post
ବୈଜୟନ୍ତଙ୍କଠି ବାଜିବ ସାତକୋଶିଆ ଛାଟ !

ବୈଜୟନ୍ତଙ୍କଠି ବାଜିବ ସାତକୋଶିଆ ଛାଟ !

Comments 1

  1. ବିଜୟ says:
    8 years ago

    ସମ୍ବାଦ ପରିବେଷଣ କରି ଶିଖ। ଆଜିର ଦୁନିଆରେ ସମ୍ବାଦ ପରିବେଷଣରେ ବହୁତ ପଛରେ ଅଛ। ପର ନିନ୍ଦା ସମ୍ବାଦ ନୁହେଁ। ତୁମେ ବି ସେଇଆ।

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA