Friday, May 8, 2026 11:21 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ଲାଗିିଛି ପାଣ୍ଡିଆନ୍ ଭୂତ !

by Our Correspondent
09 Feb, 2018- 11:44 AM
in Latest News, Politics
1 min read
0
ବୈଜୟନ୍ତଙ୍କୁ ଲାଗିିଛି ପାଣ୍ଡିଆନ୍ ଭୂତ !
ଭୁବନେଶ୍ୱର: ବିଜେଡ଼ିରୁ ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଦେହରେ ଲାଗିଛି ପାଣ୍ଡିଆନ୍ ଭୂତ । ଯୁଆଡେ ଚାହୁଁଛନ୍ତି ସତେ ଯେମିତି ପାଣ୍ଡିଆନ୍ ଙ୍କ ଛାଇ ଦେଖୁଛନ୍ତି । କଥାକଥାକେ ପାଣ୍ଡିଆନ୍ ପାଣ୍ଡିଆନ୍ ହଉଛନ୍ତି । ଆଗରୁ ପାଣ୍ଡିଆନ୍ ଙ୍କ ନାଁ ନେଉ ନ ଥିଲେ । ହେଲେ ଏଣିକି ସମ୍ଭାଳି ପାରିନାହାନ୍ତି । ନିଜେ କହୁଛନ୍ତି, ପର ପାଟିରେ ଜବରଦସ୍ତ କୁହାଇ ଟିଭିରେ ଦେଖାଉଛନ୍ତି । ପାଣ୍ଡିଆନ୍ ଙ୍କୁ ଘଉଡ଼ାଇବା ପାଇଁ ନିଜ ଟିଭିକୁ ଜୋରସୋର ଲଗାଇ ଦେଇଛନ୍ତି । ବୈଜୟନ୍ତଙ୍କର ଏହି ଅବତାର ଏବେ ରାଜ୍ୟ ତମାମ ଚର୍ଚ୍ଚାର ବିଷୟ ହୋଇଛି ।
ବିଶ୍ୱସ୍ତ ସୂତ୍ରର ଖବର ଅନୁଯାୟୀ, ପାଣ୍ଡିଆନ୍ ବିରୋଧୀ ସ୍ୱର କିଣିବାକୁ ବୈଜୟନ୍ତ ସାରା ରାଜ୍ୟରେ ଜାଲ ବିଛାଇଛନ୍ତି । ବିଜେପିକୁ ଗୋଡ଼ ଟେକିଥିବା ବିଜେଡ଼ି ନେତା ଓ ନେତ୍ରୀଙ୍କୁ ଏଥିପାଇଁ ଟାର୍ଗେଟ୍ କରାଯାଇଛି । ରମାରଂଜନ ବଳିଆରସିଂଙ୍କ ଭଳି ନେତାଙ୍କଠାରୁ କାର୍ଯ୍ୟ ଆରମ୍ଭ ବି ହୋଇସାରିଛି । ସେମାନଙ୍କ ଭଳି ନେତାଙ୍କ ପାଟିରେ ପାଣ୍ଡିଆନ୍ ଙ୍କ ନାଁ କୁହାଇ ତାକୁ ଜୋରଦାର ପ୍ରଚାର କରାଯାଉଛି, ଆଗକୁ ଜୋରଦାର ହେବ । ଏଥିସାଙ୍ଗକୁ ଭୁବନେଶ୍ୱରରେ ଆନ୍ଦୋଳନ କରୁଥିବା ବିଭିନ୍ନ ସଂଘ ଓ ସଂଗଠନର ନେତାଙ୍କ ମୁହଁରେ ପାଣ୍ଡିଆନ୍ ଙ୍କ ନାଁ କୁହାଯାଇ ଜବରଦସ୍ତ କଭରେଜ୍ ଦିଆଯିବ । ଶିକ୍ଷକ ଆନ୍ଦୋଳନରୁ ଗତକାଲି ଏହାର ଶୁଭାରମ୍ଭ ହୋଇଛି । ନିଜ ହାତରେ ଟିଭି ଥିବାରୁ ବୈଜୟନ୍ତଙ୍କ ପାଇଁ ମିଶନ୍ ଅନାୟାସ ହୋଇଯାଇଛି । ସେଥିପାଇଁ ବୈଜୟନ୍ତ ନିଜ ଟିମ୍ କୁ ଭଲରକମ୍ ପ୍ରସ୍ତୁତ କରାଇଛନ୍ତି ।
ଏତେସବୁ କାମ ହାତକୁ ନେଲା ପରେ ବି ବୈଜୟନ୍ତ ନିଜେ ଯୁଦ୍ଧକ୍ଷେତ୍ରରୁ ହଟିନାହାନ୍ତି । ନିଜ ଟୁଇଟ୍ ର ହାଣ୍ଡଲ୍ କୁ ସମ୍ପୂର୍ଣ୍ଣ ପାଣ୍ଡିଆନ୍ ମୁଖୀ କରିଛନ୍ତି । ସେଥିରେ ନିର୍ଦ୍ଧୂମ ଗାଳି କରୁଛନ୍ତି । ଏରିଆରେ ପାଣିଟାଙ୍କି ଉଦଘାଟନ କରି ନ ପାରିଲେ ଦୋଷ ଦେଉଛନ୍ତି ପାଣ୍ଡିଆନ୍ ଙ୍କୁ । ପାଣ୍ଡିଆନ୍ ବିଜେଡ଼ିକୁ ତଳକୁ ନେଇଗଲେଣି ବୋଲି କହିଲେଣି ତ ପାଣ୍ଡିଆନ୍ ଆଇଏଏସ୍ ଚାକିରି ଛାଡ଼ି ରାଜନୀତି କରନ୍ତୁ ବୋଲି ଆହ୍ୱାନ ଦେଲେଣି । ପାଣ୍ଡିଆନ୍ ଙ୍କ କାର୍ଯ୍ୟର ତଦନ୍ତ ପାଇଁ ବି ଦାବି କଲେଣି ।
ସୋସିଆଲ୍ ମିଡ଼ିଆରେ ଜନୈକ ବ୍ରହ୍ମାକୁମାର ମହାନ୍ତି ଏ ପ୍ରସଙ୍ଗରେ ବଢ଼ିଆ ପ୍ରଶ୍ନ ଉଠାଇଛନ୍ତି । ବୈଜୟନ୍ତଙ୍କୁ ବିଜେଡ଼ିର ଏକଦା ଜଣେ ଗ୍ରେଟେଷ୍ଟ ଇନସାଇଡର ଭାବେ ବର୍ଣ୍ଣନା କରି ତାଙ୍କଠାରୁ ସତ୍ୟ କ’ଣ ଜାଣିବାକୁ ଚାହିଁଛନ୍ତି । ଏବେ ସେ ଯେଉଁ ଆଇଏଏସ୍ ଙ୍କ କଥା କହୁଛନ୍ତି ତାଙ୍କରିଠାରୁ ସେ ଏବଂ ପରିବାର ଉପକୃତ ହୋଇନାହାନ୍ତି କି ? ଇଏ ସେହି ପାଣ୍ଡିଆନ୍ ନୁହଁନ୍ତି କି ଯିଏ ଓଟିଭିର ପ୍ରତିଦ୍ୱନ୍ଦୀ ଇଟିଭିକୁ ମାରି ଓଟିଭି ଦର୍ଶକ ବଢ଼ାଇବାରେ ସାହାଯ୍ୟ କରିଥିଲେ ? ଇଏ ସେହି ପାଣ୍ଡିଆନ୍ ନୁହଁନ୍ତି କି ଯିଏ ଇମଫାର ୪୩୫ କୋଟି ଟଙ୍କା ବକେୟା ବିଜୁଳି ବିଲ୍ ସେଟେଲ୍ ଉଦ୍ୟମରେ ସାହାଯ୍ୟ କରିଥିଲେ ? ଇମଫା ବିରୋଧରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ନ ହେବା ପଛରେ ପାଣ୍ଡିଆନ୍ ଙ୍କ ଭୂମିକା ନାହିଁ କି ?
ଶ୍ରୀ ମହାନ୍ତି ଆହୁରି ଲେଖିଛନ୍ତି, ବିଜେଡ଼ି ସହ ହନିମୁନ୍ ଅନ୍ତ ପଛର କାରଣ ବୈଜୟନ୍ତ ଲୋକଙ୍କୁ ଜଣାଇବା ଉଚିତ୍ । ନିଜର କର୍ପୋରେଟ୍ ଇଣ୍ଟ୍ରେଷ୍ଟକୁ ଅଧିକ ସହଯୋଗ ନ ମିଳିବା ଏବଂ ମୁଖ୍ୟମନ୍ତ୍ରୀ ହେବାର ଅଭିଳାଷ ପଛରେ ନବୀନ ବାଧକ ରହିବା ଏହାର କାରଣ ନୁହେଁ କି ? ଯଦି ପାଣ୍ଡିଆନ୍ ଙ୍କ କାର୍ଯ୍ୟକଳାପ ଉପରେ ତଦନ୍ତ ହେବ ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁଗୃହୀତ ଆଇସିସିଏଲ୍-ଇମଫା,ଓଟିଭି ଏବଂ ତାଙ୍କର ଅନ୍ୟାନ୍ୟ ସଂସ୍ଥା କାର୍ଯ୍ୟ ଉପରେ ତଦନ୍ତ ହେବାର ଆବଶ୍ୟକତା ନାହିଁ କି ? ପାଣ୍ଡିଆନ୍ ଙ୍କୁ ବକରା ବନାଇ ବୈଜୟନ୍ତ ନିଜର ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥ ଜାରି ରଖିବା ଉଦ୍ୟମ ଛାଡ଼ନ୍ତୁ ଏବଂ ନିଜର ସାଧୁତା ଦେଖାନ୍ତୁ ବୋଲି ଶ୍ରୀ ମହାନ୍ତି ଆହ୍ୱାନ ଦେଇଛନ୍ତି । ଖାଲି ଶ୍ରୀ ମହାନ୍ତି ନୁହଁନ୍ତି ବିଭିନ୍ନ ମହଲରୁ ବୈଜୟନ୍ତଙ୍କ ଉପରେ ଏହି ପ୍ରଶ୍ନ ରଖାଯାଇଛି । ବୈଜୟନ୍ତ ନିଜ ସ୍ୱାର୍ଥ ପାଇଁ କେଉଁ ସ୍ତରକୁ ଯାଇପାରନ୍ତି ତାହା ଅନେକଙ୍କୁ ଲଜ୍ଜିତ କରିଛି ।
ସେପଟେ, ବୈଜୟନ୍ତଙ୍କ ଟିଭିରେ ମୁହଁ ଦେଖାଇବା ନିଶାରେ ଓଡ଼ିଶା ସ୍କୁଲ ଓ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ନେତାମାନେ ଅଣଓଡ଼ିଆ ଆଇଏଏସ୍ ଙ୍କ ବିରୋଧରେ ବାହାରି ହରଡ଼ଘଣାରେ ପଡ଼ିଛନ୍ତି । ଗୋଲକ ନାୟକ, ପ୍ରକାଶ ମହାନ୍ତି ପିଏମଜିରେ କାଲି ତଣ୍ଟି ଛିଡ଼ାଇ ଦେଇଥିଲେ । ନିଜ ଦାବି ପଛକୁ ଠେଲି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର କାର୍ଯ୍ୟଶୈଳୀକୁ ପ୍ରଶ୍ନ ପଚାରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ପ୍ରାଇଭେଟ୍ ସେକ୍ରୋଟାରି ଓ ବିଭାଗୀୟ ସଚିବଙ୍କ କାର୍ଯ୍ୟଶୈଳୀର ଲକ୍ଷ୍ମଣରେଖା ଦେଖାଇଥିଲେ । ନିଜ ନେତାଙ୍କ ମୁହଁରେ ଏଭଳି ପଲିଟିକାଲ୍ ଭାଷଣ ଆନ୍ଦୋଳନରତ ଶିକ୍ଷକ ଓ ଅଭିଭାବକମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ସଂଘ ଆଭିମୁଖ୍ୟରୁ ନଜର ହଟାଇ ନେତାମାନେ ବ୍ୟକ୍ତିଗତ ସ୍ୱାର୍ଥରେ ନିଜକୁ ନିୟୋଜିତ କରିଥିବା ଶିକ୍ଷକ ମହଲରୁ ଅଭିଯୋଗ ଆସିଛି ।
Previous Post

ବିଜେପୁରରେ ବିଜେଡ଼ି ପ୍ୟାକେଜ୍ ! ଭୋଟ ଦିଅ, ପୁରସ୍କାର ନିଅ

Next Post

ବିଜେପିର ଗୁଣ୍ଡାରାଜ, ପଶିଗଲେ ପାଣ୍ଡିଆନ୍ ଙ୍କ ଘରେ

Next Post
ବିଜେପିର ଗୁଣ୍ଡାରାଜ, ପଶିଗଲେ ପାଣ୍ଡିଆନ୍ ଙ୍କ ଘରେ

ବିଜେପିର ଗୁଣ୍ଡାରାଜ, ପଶିଗଲେ ପାଣ୍ଡିଆନ୍ ଙ୍କ ଘରେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA