Friday, May 8, 2026 10:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପିର ଗୁଣ୍ଡାରାଜ, ପଶିଗଲେ ପାଣ୍ଡିଆନ୍ ଙ୍କ ଘରେ

by Our Correspondent
10 Feb, 2018- 01:13 PM
in Latest News, Politics
1 min read
1
ବିଜେପିର ଗୁଣ୍ଡାରାଜ, ପଶିଗଲେ ପାଣ୍ଡିଆନ୍ ଙ୍କ ଘରେ
– ୫୦ କର୍ମୀଙ୍କ ଆତଙ୍କ, ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ନାଁରେ ଜିନ୍ଦାବାଦ
– ପାଣ୍ଡିଆନ୍ ଙ୍କ ଅନୁପସ୍ଥିତିରେ ତାଙ୍କୁ ଅଶ୍ଲୀଳ ଗାଳି, ଡରରେ ଥରିଲେ ପତ୍ନୀ ଓ ଛୁଆ
– ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା
ଭୁବନେଶ୍ୱର: କ୍ଷମତା ନିଶାରେ ମସଗୁଲ୍ ବିଜେପି ଆତଙ୍କରାଜ ଆରମ୍ଭ କରିଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟ ପାଣ୍ଡିଆନ୍ ଙ୍କ ସରକାରୀ ଘରକୁ ବିଜେପି କର୍ମୀମାନେ ଆଜି ଧସେଇ ପଶିଛନ୍ତି । ଘରେ ତାଙ୍କୁ ନ ପାଇ ଅତ୍ୟନ୍ତ ଅଶ୍ରାବ୍ୟ ଭାଷାରେ ଗାଳି କରିବା ସହ କ୍ୱାଟର୍ ପରିସରରେ ଥିବା ଫୁଲକୁଣ୍ଡ ଓ ମଟରସାଇକେଲକୁ ବାଡ଼େଇ ଭାଙ୍ଗିଛନ୍ତି । ଗୋବର ଫିଙ୍ଗିଛନ୍ତି । ଡ୍ୟୁଟିରେ ଥିବା ସୁରକ୍ଷାକର୍ମୀଙ୍କୁ ବିଧା ଗୋଇଠା ମାରି ଆହତ କରିଛନ୍ତି । ଖୋଦ୍ ରାଜଧାନୀରେ ଜଣେ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ଘରେ ପଶି ତାଙ୍କ ଉପରେ ବିଜେପି କର୍ମୀଙ୍କ ଆକ୍ରମଣ ଉଦ୍ୟମ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । ବିଜେପିର ଏଭଳି କୁତ୍ସିତ ରାଜନୀତି ଓ ଗୁଣ୍ଡାରାଜ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ପୁଲିସ କମିଶନର ଓ ଡିସିପି ଘଟଣାସ୍ଥଳକୁ ଯାଇ ଛାନଭିନ୍ ଆରମ୍ଭ କରିଛନ୍ତି । ଘଟଣାରେ ଏ ପର୍ଯ୍ୟନ୍ତ ୫ ଜଣଙ୍କୁ ପୁଲିସ ଗିରଫ କରିଛି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ ଟା ବେଳେ ପାଖାପାଖି ୫୦ ଯୁବକ ମଟରସାଇକେଲ ଧରି ପାଣ୍ଡିଆନ୍ ଙ୍କ ସରକାରୀ କ୍ୱାଟର୍ ଆଡକୁ ମାଡ଼ି ଆସିଥିଲେ । ହାତରେ ବିଜେପି ପତାକା ଧରି ପାଣ୍ଡିଆନ୍ ଙ୍କ ବିରୋଧରେ ନାରାବାଜି କରିବା ସହ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦାବାଦ, ବୈଜୟନ୍ତ ପଣ୍ଡା ଜିନ୍ଦାବାଦ ଧ୍ୱନି ଦେଉଥିଲେ । ପାଣ୍ଡିଆନ୍ ଙ୍କ ଘର ଆଗରେ ସେମାନେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । କିଛି ଯୁବକ ତାଙ୍କ ଘରର ଗେଟ୍ ଦେଇଁ ଭିତରକୁ ଧସେଇ ପଶିଥିଲେ । ସେତେବେଳେ ୩ ଜଣ ସୁରକ୍ଷା କର୍ମୀ ଡ୍ୟୁଟି କରୁଥିଲେ । ବିଜେପି କର୍ମୀମାନେ ସେମାନଙ୍କୁ ମାରଧର କରିଥିଲେ । ସୁରକ୍ଷା କର୍ମୀ ଦୁଷ୍ମନ୍ତ ଦାସ ବାଧା ଦେବାକୁ ଚେଷ୍ଟା କଲା ବେଳେ ତାଙ୍କୁ ସେମାନେ ବିଧା ଗୋଇଠା ମାରିଥିଲେ । ତାଙ୍କ ପେଟକୁ ଜୋରରେ ଗୋଇଠା ମାରିବାରୁ ସେ ଆହତ ହୋଇଥିଲେ ।
ଆତଙ୍କକାରୀମାନେ ଘର ଭିତରକୁ ପଶିବାକୁ ଉଦ୍ୟମ କରିଥିଲେ ମଧ୍ୟ ଭିତରୁ ବନ୍ଦ ଥିବାରୁ ଯାଇପାରି ନ ଥିଲେ । ସେତେବେଳେ ଘରେ ପାଣ୍ଡିଆନ୍ ଅନୁପସ୍ଥିତ ଥିଲେ । ତାଙ୍କ ଆଇଏଏସ୍ ପତ୍ନୀ ଓ ଛୁଆ ଡରରେ ଥରୁଥିଲେ । ବିଜେପି କର୍ମୀମାନେ ଏକଥା ଜାଣିବା ପରେ ବି ଭିତରେ ପଶିବାକୁ ଉଦ୍ୟମ ଜାରି ରଖିଥିଲେ । ତେବେ ସେଥିରେ ସଫଳ ନ ହୋଇ କ୍ୱାଟର ପରିସରରେ ଥିବା ଫୁଲକୁଣ୍ଡ ଓ ସୁରକ୍ଷାକର୍ମୀଙ୍କ ମଟରସାଇକେଲକୁ ଭାଙ୍ଗିଥିଲେ । ଗେଟ୍ ବାହାରେ ନାରାବାଜି କରୁଥିବା କର୍ମୀମାନେ ଅଶ୍ଲୀଳ ଭାଷାରେ ଗାଳି କରି ଭିତରକୁ ଗୋବର ଫୋପାଡ଼ିବାରେ ଲାଗିଥିଲେ । ତେବେ ପୁଲିସ ପହଞ୍ଚିଯିବାରୁ ଘଟଣାସ୍ଥଳରୁ ସମସ୍ତେ ଚମ୍ପଟ୍ ମାରିଥିଲେ । ପୁଲିସ ଗୋଡ଼େଇ ଗୋଡ଼େଇ ୫ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।
ବିଜେପି କର୍ମୀଙ୍କ ଏଭଳି ଅଭଦ୍ର, ବର୍ବର ଓ ଅମାନବୀୟ କାର୍ଯ୍ୟ ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ବିଜେପି କର୍ମୀମାନେ ବିରୋଧୀଙ୍କୁ ଟାର୍ଗେଟ୍ କରି ଘରେ ପଶିଯିବା ଘଟଣା ବୁଦ୍ଧିଜୀବୀ ମହଲକୁ ସ୍ତବ୍ଧ କରିଛି । ତେବେ ସମାଲୋଚନା ଓ ପ୍ରତିକ୍ରିୟାକୁ ଖାତିର କରିନାହିଁ ବିଜେପି ନେତୃତ୍ୱ । ଦଳ ଉପସଭାପତି ସମୀର ମହାନ୍ତି ଏହି ନାରକୀୟ ଘଟଣାକୁ ଖୋଲାଖୋଲି ସମର୍ଥନ କରିଛନ୍ତି । ଯିଏ ଓଡ଼ିଶାକୁ ଅଳିଆ କରିଛି, ତା ଘରେ ଅଳିଆ ପଡ଼ିବ ବୋଲି ସେ ମନ୍ତବ୍ୟ ଦେଇଛନ୍ତି । ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ ଘଟଣାକୁ ଅମାନବୀୟ ବୋଲି କହିବା ସହ ଆସାମୀକୁ ତୁରନ୍ତ ବାନ୍ଧିବାକୁ ଦାବି କରିଛନ୍ତି ।
ତେବେ ପାଣ୍ଡିଆନ୍ ବିରୋଧୀ ସ୍ୱର ତେଜୁଥିବା ବିଜେଡ଼ିର ନିଲମ୍ବିତ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପ୍ରତିକ୍ରିୟା ମିଳି ନ ଥିଲେ ମଧ୍ୟ ତାଙ୍କ ଟିଭି ଏହାକୁ ପ୍ରତିବାଦର ଆଖ୍ୟା ଦେଇଛି । ସବୁଠୁଁ ଆଶ୍ଚର୍ଯ୍ୟର କଥା, ବିଜେପି କର୍ମୀଙ୍କ ଏହି ଅତର୍କିତ କାଣ୍ଡର ସୁରାକ୍ ପୁଲିସକୁ ମିଳି ନ ଥିବା ବେଳେ ବୈଜୟନ୍ତଙ୍କ ଟିଭି ଏହାର ସୁରାକ୍ ପାଇ ପୂରା ଘଟଣାକୁ କ୍ୟାମେରାରେ କଏଦ କରିଛି । ବିଜେପି କର୍ମୀମାନେ ଦଳୀୟ ନେତା ଓ ବୈଜୟନ୍ତଙ୍କ ପ୍ରୋତ୍ସାହନରେ ଏଭଳି ଗୁଣ୍ଡାରାଜ କରିଥିବା ଏଥିରୁ ସ୍ପଷ୍ଟ ବୋଲି ଚର୍ଚ୍ଚା ହେଉଛି ।
Previous Post

ବୈଜୟନ୍ତଙ୍କୁ ଲାଗିିଛି ପାଣ୍ଡିଆନ୍ ଭୂତ !

Next Post

ମିଶନ୍ ପାଣ୍ଡିଆନ୍: ଧରାପଡ଼ିଲେ ବୈଜୟନ୍ତ !

Next Post
ମିଶନ୍ ପାଣ୍ଡିଆନ୍: ଧରାପଡ଼ିଲେ ବୈଜୟନ୍ତ !

ମିଶନ୍ ପାଣ୍ଡିଆନ୍: ଧରାପଡ଼ିଲେ ବୈଜୟନ୍ତ !

Comments 1

  1. Kishan says:
    8 years ago

    Baijayant twitt karichanti

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA