Saturday, May 9, 2026 05:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପି ରକ୍ତମୁଖା!! ସୁଶାନ୍ତ ସିଂଙ୍କ ଭାଇଙ୍କୁ ଫାୟାରିଂ

by Our Correspondent
23 Feb, 2018- 11:27 AM
in Latest News, Politics
1 min read
0
ବିଜେପି ରକ୍ତମୁଖା!! ସୁଶାନ୍ତ ସିଂଙ୍କ ଭାଇଙ୍କୁ ଫାୟାରିଂ
ବରଗଡ଼: ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଙ୍କ ଉପରେ ଫାୟାରିଂ ହୋଇଛି । ଗତକାଲି ବିଳମ୍ବିତ ରାତିରେ ସୁବ୍ରତ ତାଙ୍କର କିଛି ସହଯୋଗୀଙ୍କ ସହ କାର୍ ରେ ଘରକୁ ଫେରୁଥିବା ବେଳେ ସୋହେଲା ନିକଟ ବନାବିରା ନିକଟରେ ଏହି ଫାୟାରିଂ ହୋଇଛି । ୨୦ରୁ ୨୫ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ସେମାନଙ୍କ ଉପରକୁ ଗୁଳି ଓ ଇଟାରେ ଆକ୍ରମଣ କରିଥିଲେ । ଏଥିରେ ସୁବ୍ରତଙ୍କ ସମେତ ୪ ଜଣ ଗୁରୁତର ଆହତ ହୋଇଛନ୍ତି । କାର୍ ଭାଙ୍ଗିରୁଜି ଯାଇଛି । ଆହତଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ବିଜେପୁର ଉପନିର୍ବାଚନର ଠିକ୍ ଦିନକ ପୂର୍ବରୁ ମନ୍ତ୍ରୀଙ୍କ ଭାଇ ଉପରେ ଏହି ଆକ୍ରମଣ ଘଟଣା ବିଜେପୁର ନିର୍ବାଚନମଣ୍ଡଳୀରେ ଆତଙ୍କ ଖେଳାଇ ଦେଇଛି । ଆକ୍ରମଣକାରୀମାନେ ବିଜେପି ଗୁଣ୍ଡା ବୋଲି କୁହାଯାଉଛି ।
ଗତକାଲି ରାତି ସାଢ଼େ ଗୋଟେ ବେଳେ ଏହି ଘଟଣା ଘଟିଛି । ସୁବ୍ରତ ଓ ତାଙ୍କ ସହଯୋଗୀମାନେ ଘରକୁ ଫେରୁଥିବା ବେଳେ ୫ ଟି ଗାଡ଼ିରେ ୨୦ରୁ ୨୫ ଯୁବକ ସେମାନଙ୍କୁ ଫଲୋ କରିଥିଲେ । ବନାବିରା ନିକଟରେ ସୁବ୍ରତଙ୍କ ଗାଡ଼ିକୁ ଅଟକାଇ ଅତର୍କିତ ଫାୟାରିଂ କରିଥିଲେ । ସେମାନେ ୩୦ ରାଉଣ୍ଡ ଗୁଳି କରିଥିବା ଜଣାପଡ଼ିଛି । ଗୁଳିମାଡ଼ ସାଙ୍ଗକୁ ଦୁର୍ବୃତ୍ତମାନେ ଇଟାରେ ମଧ୍ୟ ଆକ୍ରମଣ କରିଥିଲେ । ସୁବ୍ରତଙ୍କ ସମେତ ୪ ଜଣ ଗୁଳି ଓ ଇଟାମାଡ଼ରେ ରକ୍ତାକ୍ତ ହୋଇଛନ୍ତି । ଆକ୍ରମଣକାରୀମାନେ ନିମିଷକେ ମଧ୍ୟରେ ସେଠାରୁ ଚମ୍ପଟ୍ ମାରିଥିଲେ । ସ୍ଥାନୀୟ ଗ୍ରାମବାସୀଙ୍କଠାରୁ ଖବର ପାଇ ପୁଲିସ ସେଠାରେ ତୁରନ୍ତ ପହଞ୍ଚି ଆହତମାନଙ୍କୁ ପ୍ରଥମେ ସୋହେଲା ଏବଂ ପରେ ବୁର୍ଲା ମେଡ଼ିକାଲ୍ କୁ ପଠାଇଥିଲା । ଆହତଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ପୁଲିସ ୫ଟି ଖୋକା ଓ ଗୋଟେ ଅଫୁଟା ଗୁଳି ଜବତ କରିଥିବା ବେଳେ ପରେ ୩ ଜଣଙ୍କୁ ଗିରଫ କରିଛି । ବିଜେପୁର ଉପନିର୍ବାଚନ ସହ ଏହି ଆକ୍ରମଣର ସମ୍ପର୍କ ଥିବା ପୁଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।
ସ୍ଥାନୀୟବାସୀଙ୍କ କହିବାନୁଯାୟୀ ଗତକାଲି ରାତି ୧୦ ଟା ପରେ ସୋହେଲା ପାଖାପାଖି ଅଞ୍ଚଳରେ ୫ ଟି ଗାଡ଼ିରେ କିଛି ଯୁବକ ଚକ୍କର କାଟୁଥିଲେ । ସେମାନେ ଛତିଶଗଡ଼ୀ ହିନ୍ଦୀରେ କଥା ହେଉଥିଲେ । କୌଣସି ଅପରାଧିକ ଷଡ଼ଯନ୍ତ୍ରରେ ଥିବା ସେମାନଙ୍କ ଚାଲିଚଳନରୁ ସନେ୍ଦହ ହୋଇଥିଲା । ଯେ କୌଣସି ମୁହୁର୍ତ୍ତରେ କିଛି ଅଘଟଣ ଘଟିପାରେ ବୋଲି ଦେଖଣାହାରୀମାନେ ଆଶଙ୍କା କରିଥିଲେ । ଆଉ ସେହି ଆଶଙ୍କା ସତ ହୋଇଛି । ଆକ୍ରମଣକାରୀମାନେ ବିଜେପି ଦ୍ୱାରା ପ୍ରେରିତ ବୋଲି କୁହାଯାଉଛି । ବିଜେପୁର ଉପନିର୍ବାଚନ ପରିଚାଳନାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପ୍ରମୁଖ ଭୂମିକା ଥିବାରୁ ତାଙ୍କୁ ଭୟଭୀତ କରିବା ପାଇଁ କୁଆଡ଼େ ଏହି ଉଦ୍ୟମ ହୋଇଛି । ଗତକାଲି ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରେସ୍ ମିଟ୍ କରି ସୁଶାନ୍ତ ସିଂଙ୍କୁ ଟାର୍ଗେଟ୍ କରିବାର ୧୨ ଘଣ୍ଟା ଭିତରେ ତାଙ୍କ ଭାଇଙ୍କ ଉପରକୁ ଫାୟାରିଂ ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।
ବିଜେପୁରରେ ନିଶ୍ଚିତ ପରାଜୟ ଜାଣି ବିଜେପି ରକ୍ତମୁଖା ହୋଇଯାଇଛି ବୋଲି ବିଜେଡ଼ି ପ୍ରତିକ୍ରିୟା ଦେଇଛି । ଲୋକଙ୍କୁ ଭୟଭୀତ କରି ଭୋଟ ହାତେଇବା ନଚେତ୍ ହିଂସାକାଣ୍ଡ କରି ଭୋଟ ବନ୍ଦ କରିବାକୁ ବିଜେପି ଚକ୍ରାନ୍ତ କରିଛି ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି । ସେପଟେ ମନ୍ତ୍ରୀଙ୍କ ଭାଇ ଉପରେ ଆକ୍ରମଣ ଘଟଣା ପଛରେ ବିଜେପିର ହାତ ନାହିଁ ବୋଲି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି । ବିଜେପି ହିଂସାରେ ବିଶ୍ୱାସ କରେନାହିଁ ବୋଲି ସେ କହିଛନ୍ତି ।
Previous Post

ଧର୍ମେନ୍ଦ୍ର ବାଉଳା: ପଣ୍ଡା ଔଷଧ ପାଣ୍ଡିଆନ୍ ଙ୍କୁ

Next Post

ଧର୍ମେନ୍ଦ୍ର ଧମକେଇଲେ

Next Post
ଧର୍ମେନ୍ଦ୍ର ଧମକେଇଲେ

ଧର୍ମେନ୍ଦ୍ର ଧମକେଇଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA