Monday, May 25, 2026 05:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ହୃଦଘାତ୍ ନୁହେଁ, ବାଥଟବ୍ ରେ ବୁଡ଼ିଗଲେ ଶ୍ରୀଦେବୀ !

by Our Correspondent
26 Feb, 2018- 06:03 PM
in Latest News, News
1 min read
0
ହୃଦଘାତ୍ ନୁହେଁ, ବାଥଟବ୍ ରେ ବୁଡ଼ିଗଲେ ଶ୍ରୀଦେବୀ !
ମୁମ୍ବାଇ: ଶ୍ରୀଦେବୀଙ୍କ ମୃତ୍ୟୁ ଦୃଦଘାତରେ ହୋଇନାହିଁ । ହୋଟେଲ ରୁମ୍ ବାଥଟବ୍ ରେ ବୁଡ଼ି(ଆକ୍ସିଡେଣ୍ଟାଲ୍ ଡ୍ରାଉନିଂ) ସେ ପ୍ରାଣ ହରାଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି । ଭାରସାମ୍ୟ ହରାଇ ସେ ତଳେ ପଡ଼ିଯାଇଥିବା କୁହାଯାଉଛି । ବ୍ୟବଚ୍ଛେଦ ରିପୋର୍ଟରେ ତାଙ୍କ ଶରୀରରୁ ଆଲକୋହଲ ସନ୍ଧାନ ବି ମିଳିଥିବା କୁହାଯାଉଛି । ଦୁବାଇ ପୁଲିସ ଶ୍ରୀଦେବୀଙ୍କ ଫୋନ୍ କଲ୍ ରେକର୍ଡ ଖୋଜିବା ଆରମ୍ଭ କରିଛି । ଅଧିକ ତଦନ୍ତ ପାଇଁ ମାମଲା ଦୁବାଇ ପୁଲିସ ପ୍ରୋସିକ୍ୟୁସନ୍ କୁ ହସ୍ତାନ୍ତର କରାଯାଇଛି । ତଦନ୍ତର ଜଟିଳତା ଦୃଷ୍ଟିରୁ ଶ୍ରୀଦେବୀଙ୍କ ମରଶରୀର ମୁମ୍ବାଇ ଆସିପାରିନାହିଁ । କେତେବେଳେ ଆସିବ ତାହା ମଧ୍ୟ ନିଶ୍ଚିତ ହୋଇପାରୁନାହିଁ ।
ଶନିବାର ରାତିରେ ଦୁବାଇର ଜୁମୈରା ଏମିରେଟସ୍ ହୋଟେଲରେ ଶ୍ରୀଦେବୀଙ୍କର ହଠାତ୍ ମୃତ୍ୟୁ ହୋଇଥିଲା । ଭଣଜା ମୋହିତ୍ ମାରୱାଙ୍କ ବିବାହ ଉତ୍ସବରେ ଯୋଗଦେବାକୁ ସେ ତିନି ଦିନ ତଳେ ପରିବାର ସହ ଦୁବାଇ ଯାଇଥିଲେ । ବାହାଘର ପରେ ଅନ୍ୟମାନେ ମୁମ୍ବାଇ ଫେରି ଆସିଥିଲେ ମଧ୍ୟ ଶ୍ରୀଦେବୀ ତାଙ୍କ ଭଉଣୀ ଶ୍ରୀଲତାଙ୍କୁ ଭେଟିବା ପାଇଁ ହୋଟେଲରେ ରହିଥିଲେ । ଶ୍ରୀଦେବୀଙ୍କୁ ଆଣିବାକୁ ସ୍ୱାମୀ ବୋନି କପୁର ଶନିବାର ସଂଧ୍ୟାରେ ପୁଣି ଦୁବାଇରେ ପହଞ୍ଚିଥିଲେ । ଡିନର୍ ପାଇଁ ଦୁହେଁ ବାହାରିବା ପୂର୍ବରୁ ଶ୍ରୀଦେବୀ ବାଥରୁମ୍ ଯାଇଥିଲେ । ମାତ୍ର ବହୁ ସମୟ ପରେ ଶ୍ରୀଦେବୀ ଭିତରୁ ବାହାରି ନ ଥିଲେ । କବାଟ ବାଡ଼େଇଲେ ବି ଶୁଣି ନ ଥିଲେ । କିଛି ସମୟ ପରେ ହୋଟେଲ କର୍ମଚାରୀଙ୍କ ସହାୟତାରେ ସ୍ୱାମୀ କବାଟ ଭାଙ୍ଗି ଦେଖିଲା ବେଳକୁ ଶ୍ରୀଦେବୀ ଟବ୍ ଭିତରେ ଅଚେତ ହୋଇ ପଡ଼ିଥିଲେ । ତାଙ୍କୁ ତୁରନ୍ତ ସେଠାକାର ରସିଦ୍ ହସ୍ପିଟାଲ୍ କୁ ନିଆଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମାସିଭ୍ ହାର୍ଟଷ୍ଟ୍ରୋକ୍ ଯୋଗୁୁଁ ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।
ତେବେ ଭାରତୀୟ ସମୟ ଆଜି ଅପରାହ୍ନରେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ମୃତ୍ୟୁର କାରଣ ଅସ୍ପଷ୍ଟ ହୋଇଯାଇଛି । ଏଥିସହ ଶ୍ରୀଦେବୀଙ୍କ ମୃତ୍ୟୁ ରହସ୍ୟଘେରକୁ ଚାଲିଯାଇଛି । ଦୁବାଇ ପୁଲିସ ଛାନଭିନ୍ ଦୃଷ୍ଟିରୁ ଶ୍ରୀଦେବୀଙ୍କ ଶବ ହସ୍ତାନ୍ତରରେ ଅନିଶ୍ଚିତତା
ଲାଗିରହିଛି । ଏପଟେ ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କର ମୁମ୍ବାଇ ଜୁହୁସ୍ଥିତ ବାସଭବନ ଗତରାତିଠାରୁ ଜନସମୁଦ୍ର ପାଲଟିଯାଇଛି । ସାଧାରଣ ଜନତାଙ୍କ ସମେତ ବଲିଉଡ଼ର ରଥୀ ମହାରଥୀମାନେ ସେଠାରେ ଚାହିଁ ବସିଛନ୍ତି । ଆରପାରିକୁ ଚାଲିଯାଇଥିବା ସେମାନଙ୍କର ପ୍ରିୟ ଶ୍ରୀଦେବୀ କେତେବେଳେ ପହଞ୍ଚିବେ ସେ ନେଇ ଉତ୍କଣ୍ଠା ଲାଗିରହିଛି ।
Previous Post

ପଟ୍ଟନାୟକ ବଂଶ ଉପରେ ତଥାଗତଙ୍କ ହମଲା

Next Post

ଚାପଟର୍ କ୍ଲୋଜ୍: ପରିବାରବର୍ଗଙ୍କୁ ଶ୍ରୀଦେବୀଙ୍କ ଶବ ହସ୍ତାନ୍ତର

Next Post
ଚାପଟର୍ କ୍ଲୋଜ୍: ପରିବାରବର୍ଗଙ୍କୁ ଶ୍ରୀଦେବୀଙ୍କ ଶବ ହସ୍ତାନ୍ତର

ଚାପଟର୍ କ୍ଲୋଜ୍: ପରିବାରବର୍ଗଙ୍କୁ ଶ୍ରୀଦେବୀଙ୍କ ଶବ ହସ୍ତାନ୍ତର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA