Monday, May 25, 2026 05:10 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେପୁର ହେଲା ବିଜେଡ଼ିପୁର

by Our Correspondent
28 Feb, 2018- 02:43 PM
in Latest News, Politics
1 min read
0
ବିଜେପୁର ହେଲା ବିଜେଡ଼ିପୁର
ଽ  ବିଜେଡ଼ିର ବୃହତ୍ତ ବିଜୟ
ଽ  ୪୧,୫୪୦ ଭୋଟ ବ୍ୟବଧାନରେ ବିଜେପି ପରାସ୍ତ
ଽ  ଅମାନତ ହରାଇଲା କଂଗ୍ରେସ
ଽ  ଧର୍ମେନ୍ଦ୍ର ଚୁପ୍, ବିଜେପି ନେତାଙ୍କ ବାହାସ୍ଫୋଟ କମିନି
ଽ  ଋିପୋର୍ଟ ମାଗିଲେ ଅମିତ୍ ଶାହା
ଭୁବନେଶ୍ୱର: ବିଜେପୁର ଗଡ଼ ଦଖଲ କରିଛି ବିଜୁ ଜନତା ଦଳ । ନିଜ ସାମ୍ରାଜ୍ୟରେ ସାମିଲ କରିଛି ବିଜେପୁରକୁ । ଗୋଟେ ରାଉଣ୍ଡର ଗଣତି ବାକି ଥାଇ ଉପନିର୍ବାଚନ ଯୁଦ୍ଧରେ ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ୪୧,୫୪୦ ଅଧକ ଭୋଟ ବ୍ୟବଧାନରେ ହରାଇ ଦେଇଛନ୍ତି ବିଜେଡ଼ି ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ । ବିଜେଡ଼ି ପ୍ରାର୍ଥୀ ସମୁଦାୟ ୧ ଲକ୍ଷ ୧ ହଜାର ୪୩୫ ଭୋଟ ପାଇଛନ୍ତି । କଂଗ୍ରେସର ଅବସ୍ଥା ଶୋଚନୀୟ ହୋଇଛି । ଦଳର ପ୍ରାର୍ଥୀ ପ୍ରଣୟ ସାହୁ ମାତ୍ର ୧୦ ହଜାର ୧୫୩ ଖଣ୍ଡ ଭୋଟ ପାଇ ଅମାନତ ହରାଇଛନ୍ତି ।
ବରପାଲୀରୁ ଆରମ୍ଭ ହୋଇଥିବା ପ୍ରଥମ ରାଉଣ୍ଡ ଭୋଟ ଗଣତିରୁ ହିଁ ବିଜେଡ଼ି ପ୍ରାର୍ଥୀ ଆଗୁଆ ଚାଲିଥିଲେ । ଭୋଟ ଗଣତି ବଢ଼ିବା ସହ ବିଜେଡ଼ି ପ୍ରାର୍ଥୀଙ୍କ ସପକ୍ଷ ଭୋଟ କ୍ରମାଗତ ବଢ଼ିଥିଲା । ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ଜିତିବେ ବୋଲି ଦମ୍ଭ ଦେଖାଉଥିବା ବିଜେପି ୫୯,୮୯୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବେ ବି ଅକ୍ଷୁର୍ଣ୍ଣ ରହିଥିବା ବିଜେପୁର ଭୋଟ ପୁଣିଥରେ ପ୍ରମାଣିତ କରିଛି । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରେ ନିଜ ନେତୃତ୍ୱ ଜାହିର କରି ଲୋକଙ୍କ ଆସ୍ଥାଭାଜନ ହେବାରେ ବିଫଳ ହୋଇଛନ୍ତି ବୋଲି ବିଜେପୁରରୁ ପ୍ରମାଣିତ ହୋଇଛି ।
ସବୁଠାରୁ ଉଲ୍ଲେଖନୀୟ କଥା ହେଉଛି ଗତ ପଂଚାୟତ ନିର୍ବାଚନରେ ବିଜେପି ଜିତିଥିଲା ବିଜେପୁର । ୭ ଟି ଜିଲ୍ଲା ପରିଷଦ ଜୋନ୍ ରୁ ୬ ଟିରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ । ଏହି ନିର୍ବାଚନରେ ବିଜେପିକୁ ପ୍ରାୟ ୯୧ ହଜାର ଭୋଟ ମିଳିଥିଲା । ତେବେ ଏହି ଉପନିର୍ବାଚନରେ ବର୍ଷକ ତଳର ଜିଲ୍ଲା ପରିଷଦ ଫଳାଫଳ ପ୍ରତିଫଳିତ ହୋଇନାହିଁ । ବିଜେପିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି । ବିଜେପୁର ହାତେଇବା ପାଇଁ ବିଜେଡ଼ିର ହାଇପ୍ରୋଫାଇଲ୍ ପ୍ରଚାର ସହ ବିଜେପି ଟକ୍କର ଦେଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି କରିଥିଲା ପ୍ରଚାର ଯୁଦ୍ଧ । ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀ ଓ ଓଲିଉଡ୍ ଷ୍ଟାରଙ୍କୁ ପ୍ରଚାରରେ ଲଗାଇଥିଲା । ସୋସିଆଲ୍ ମିଡ଼ିଆରେ ପ୍ରଚାରକୁ ଛାଇ କରିଦେଇଥିଲା । ମାତ୍ର ସବୁ ଉଦ୍ୟମ ଫେଲ୍ ମାରିଛି । ଅନ୍ୟପକ୍ଷରେ ବିଜେପୁର ମୈଦାନର ସବୁଠାରୁ ଯୋଗ୍ୟ ପ୍ରାର୍ଥୀ କୁହାଯାଉଥିବା ପ୍ରଣୟ ସାହୁ ମୂଳପୋଛ ହୋଇଯାଇଛନ୍ତି । ଏପରିକି ନିଜ ଗଡ଼ ଗାଇସିଲଟ୍ ରେ ନିଜର ସ୍ଥିତି ଜାହିର କରିବାରେ ସକ୍ଷମ ହୋଇନାହାନ୍ତି । ପ୍ରଚାରରେ ଦଳୀୟ ସମର୍ଥନ ପାଇବାରେ ସେ ମୂଳରୁ ବିଫଳ ହୋଇଥିଲେ ।
ବିଜେଡ଼ିର ଏହି ବୃହତ୍ତ ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ବିଜେପୁରବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ । ଏଠି ହିଂସାର ସ୍ଥାନ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ପରାଜୟ ସ୍ୱୀକାର କରିବାକୁ ବିଜେପି ନେତାମାନେ କୁନ୍ଥୁ କୁନ୍ଥୁ ହୋଇଛନ୍ତି । ଆଜି ଦ୍ୱିତୀୟ ରାଉଣ୍ଡ ଗଣତି ପରେ ବି ବିଜୟର ଦମ୍ଭ ଦେଖାଉଥିବା ବିଜେପି ନେତାମାନେ ବିଜେଡ଼ିର ବିଜୟ ଉପରେ ଅବାସ୍ତବ ପ୍ରତିକ୍ରିୟା ଦେଇଛନ୍ତି । ଗତ ବିଧାନସଭା ନିର୍ବାଚନଠାରୁ ଏଥର ଉପନିର୍ବାଚନରେ ବିଜେପି ଡବଲ୍ ଭୋଟ ପାଇଥିବା କହି କିଛି ନେତା ଆତ୍ମସନ୍ତୋଷ ଦେଖାଇଛନ୍ତି । ଆଉ କିଛି ନେତା ଦ୍ୱିତୀୟ ସ୍ଥାନରେ ରହିଥିବାର ଅହଂକାର ଦେଖାଇଛନ୍ତି । ବିଜେପୁର ନିର୍ବାଚନ ପରିଚାଳନାଗତ ତ୍ରୁଟିର ସମୀକ୍ଷା କରିବୁ ବୋଲି ବରିଷ୍ଠ ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି । ତେବେ ବିଜେପିର ମୁଖ୍ୟ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ବିଜେପୁର ପ୍ରତିକ୍ରିୟା ଏ ଯାଏଁ ଦେଖିବାକୁ ମିଳିନାହିଁ । ସେ କେଉଁଠି ଅଛନ୍ତି ମିଡ଼ିଆ ପାଉନାହିଁ । ବିଜେପୁରରେ ଦଳର ଏଭଳି ଶୋଚନୀୟ ପରାସ୍ତ କେନ୍ଦ୍ରୀୟ ନେତାଙ୍କୁ କ୍ଷୁବ୍ଧ କରିଛି । ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ରାଜ୍ୟ ନେତୃତ୍ୱଠାରୁ କୈଫୟତ ରିପୋର୍ଟ ମାଗିଥିବା ଜଣାପଡ଼ିଛି ।
Previous Post

ମୁମ୍ବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର, କାଲି ଶେଷକୃତ୍ୟ

Next Post

ଶ୍ରୀଦେବୀଙ୍କୁ ଅଶ୍ରୁଳ ବିଦାୟ

Next Post
ଶ୍ରୀଦେବୀଙ୍କୁ ଅଶ୍ରୁଳ ବିଦାୟ

ଶ୍ରୀଦେବୀଙ୍କୁ ଅଶ୍ରୁଳ ବିଦାୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA