Monday, May 25, 2026 06:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅହଂକାରର ପରାଜୟ

by Our Correspondent
28 Feb, 2018- 08:22 PM
in Latest News, Politics
1 min read
0
ଅହଂକାରର ପରାଜୟ
ଭୁବନେଶ୍ୱର: ରାଜନୀତିରେ ହିଂସା ଓ ଅହଂକାରର ସ୍ଥାନ ନାହିଁ । ବିଜେପୁର ଫଳାଫଳ ତାହାକୁ ଆଉ ଥରେ ପ୍ରମାଣିତ କରିଛି । ବିଜେପିର ହିଂସା ଆଚରଣ ଓ ନେତାମାନଙ୍କ ଅହଂକାରକୁ ଭୋଟର ପ୍ରତ୍ୟାଖ୍ୟାନ କରିଛନ୍ତି । ଆଜି ତୃତୀୟ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ଦମ୍ଭ ଦେଖାଇଥିଲା କି ଆମେ ନିଶ୍ଚିତ ଜିତିବୁ । ସକାଳ ଯାଏଁ ନେତାମାନେ କହୁଥିଲେ ଆମେ ୨୦ ହଜାର ଭୋଟରେ ଜିତିବୁ । ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ୩୦ ହଜାର ଭୋଟରେ ଜିତିବେ ବୋଲି ଦମ୍ଭ ଦେଖାଇ ଚାଲିଥିଲେ । ବିଜେପିର ବଡ଼ନେତା ବୋଲାଉଥିବା ସଜ୍ଜନ ଶର୍ମା ଓ ଲେଖାଶ୍ରୀ ସାମନ୍ତସିଂହାର କେଉଁ ବିଶେଷଜ୍ଞଙ୍କର ଭିନ୍ନ ଭିନ୍ନ ସର୍ଭେ ଅବତାରଣା କରୁଥିଲେ । କେଉଁଠି ବିଜେପି ପ୍ରଥମ ସ୍ଥାନରେ ରହି ୪୬ ପ୍ରତିଶତ ଆଉ ବିଜେଡ଼ିକୁ ୩୩ ପ୍ରତିଶତ ଭୋଟ ତ ଆଉ କେଉଁଠି ବିଜେପି ୪୩ ପ୍ରତିଶତ ଭୋଟ ଓ ବିଜେଡ଼ିକୁ ୪୨ ପ୍ରତିଶତ ଭୋଟର ଦମ୍ଭ ଥିଲା । ଦଳର ମୁଖ୍ୟ ମୁଖିଆ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶେଷ ପର୍ଯ୍ୟନ୍ତ ଇନ୍ଦ୍ରଚନ୍ଦ୍ର ମାନୁ ନ ଥିଲେ । ବିଜେପିର ବିଜୟ ସୁନିଶ୍ଚିତ କହି ବିଜେଡ଼ିକୁ ଗାଳିମନ୍ଦରେ ଲାଗିପଡ଼ିଥିଲେ । ଏବେ ଫଳ ବାହାରିଲା ପରେ ସେମାନଙ୍କ ଦମ୍ଭ ମରିଯାଇଛି । ବିଜେପୁରବାସୀ ସେମାନଙ୍କୁ ଭଲ କିଣି ଚାଖେଣା ଦେଇଛନ୍ତି । ରାଜନୀତିରେ ହିଂସା, ଅହଂକାର, ଉଦ୍ଧତ ଓ ଗର୍ବର ସ୍ଥାନ ନାହିଁ ବୋଲି ଜଣାଇ ଦେଇଛନ୍ତି ।
ବିଜେଡ଼ି ସରକାରଙ୍କ ବିଫଳତା ଅନେକ । ଚିଟଫଣ୍ଡଠାରୁ କୁନ୍ଦୁଲି ଅନେକ ପ୍ରସଙ୍ଗରେ ବିଜେଡ଼ିକୁ ଘେରିବାର ସୁଯୋଗ ଥିଲା । ମାତ୍ର ବିଜେପି ତାହାକୁ ଭୋଟରଙ୍କ ପାଖରେ ଯେଭଳି ଉପସ୍ଥାପନା କରିବା କଥା କରିବାରେ ମୂଳରୁ ଫେଲ୍ ମାରିଥିଲା । ବିଜେପିର ନେତୃତ୍ୱ ନେଉଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଓ କାର୍ଯ୍ୟରେ ଅହଂକାର ଭରି ରହିଥିଲା । ତାଙ୍କୁ ଗୁରୁ କରିଥିବା ଦଳୀୟ ନେତାମାନେ ବି ସମାନ ଢ଼ାଂଚାରେ କାର୍ଯ୍ୟ କରୁଥିଲେ । ଟିଭିରେ ବସି ବୟାନବାଜି କରିବା, ବିରୋଧୀ ପକ୍ଷଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ଏବଂ ନିଜର ବାସ୍ତବ ସ୍ଥିତିକୁ ନ ପରଖି ଶୁଖିଲା ମିଛକୁ ବାରମ୍ବାର ସତ ବୋଲି କହି ଗର୍ଜନ କରିବାରେ ନେତାମାନେ ନିଜକୁ ମାହିର କରିଦେଇଥିଲେ । ଗତ ପଂଚାୟତ ନିର୍ବାଚନରେ ନିଜର ବିପୁଳ ସଫଳତା ସେମାନଙ୍କୁ ଅନ୍ଧ କରିଦେଇଥିଲା । ଆଉ ଏହାର ପରିଣାମ ହୋଇଛି ବିଜେପୁର ଉପନିର୍ବାଚନ ଫଳ ।
ସରକାରୀକଳର ବ୍ୟାପକ ଅପବ୍ୟବହାରର ନାରା ମୂଳରୁ ହିଁ ବିଜେପି ଆରମ୍ଭ କରିଥିଲା । ତେବେ ବିଜେପୁର ଉପନିର୍ବାଚନ ତାରିଖ ବିଳମ୍ବ ହେବାଠାରୁ ଆରମ୍ଭ କରି ବରଗଡ଼ ଜିଲ୍ଲାପାଳ/ଏସପିଙ୍କୁ ହଟାଇବା ଏବଂ ଶେଷ ମୁହୁର୍ତ୍ତରେ ବରଗଡ଼ ଏସଡ଼ିପିଓଙ୍କୁ ବଦଳି କରିବା ପଛରେ ବିଜେପି ନିଜର ତାକତ୍ ଦେଖାଇଥିଲା । ଏହି ସବୁ ଘଟଣାକୁ ଦେଖି ନିର୍ବାଚନ କମିଶନଙ୍କୁ ବିଜେପି ପ୍ରଭାବିତ କରି ରଖିଥିବା ଅଭିଯୋଗ ହୋଇଥିଲା । ସବୁଠାରୁ ବଡ଼ କଥା ହେଲା ନିଜେ କେନ୍ଦ୍ରମନ୍ତ୍ରୀ କଥାକଥାକେ ଟାଣ ମନ୍ତବ୍ୟ ଦେବା, ଉପରଠାରୁ ତଳିଆ ଅଫିସରଙ୍କୁ ଧମକ ଦେବା ଭଳି ବି ଅଭିଯୋଗ ଆସିଥିଲା । ବିଜେପି ନେତାମାନେ ସବୁଦିନ ଭୁବନେଶ୍ୱରରେ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେଡ଼ି ବିରୋଧରେ ଫେରାଦ ହେବାକୁ ଏକ ଫାର୍ସ କରିଦେଇଥିଲେ । ବିଜେପୁର ଉପନିର୍ବାଚନ ପରିପ୍ରେକ୍ଷୀରେ ବିଜେଡ଼ି ବିରୋଧରେ ବିଜେପି ବିଭିନ୍ନ ଫୋରମ୍ ରେ ୪୦ ଥର ଫେରାଦ ହୋଇଥିବା ଜଣାପଡ଼ିଛି ।
ଏସବୁ ବାଦ ବରପାଲୀରେ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ମାଡ଼ ଏବଂ ସୋହେଲାରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରକୁ ଆକ୍ରମଣ ବିଜେପିକୁ ବେଶ୍ ମହଙ୍ଗା ପଡ଼ିଥିବା କୁହାଯାଉଛି । ଆକ୍ରମଣରେ ମନ୍ତ୍ରୀଙ୍କ ଭାଇ ସୁବ୍ରତଙ୍କ ଡ୍ରାଇଭରଙ୍କ ମୃତ୍ୟୁ ବିଜେପିକୁ ଯଥେଷ୍ଟ ନିନ୍ଦିତ କରିଥିବା ସ୍ପଷ୍ଟ ହୋଇଛି ।
ସର୍ବୋପରି ଧର୍ମେନ୍ଦ୍ର ପ୍ରଧାନଙ୍କ ଅହଂକାରିତା ଓ ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ଅଗ୍ରହଣୀୟତା ଖୋଦ୍ ବିଜେପିର ଅଧିକାଂଶ ନେତାଙ୍କୁ ବି ଅତିଷ୍ଠ କରିଥିଲା । ଦଳ ପାଇଁ ସେମାନେ ଲଢ଼ିଥିଲେ ମଧ୍ୟ ପରାଜୟ ପରେ ବେଶ୍ ଖୁସି ହୋଇଛନ୍ତି । ଅହଂକାରଙ୍କୁ ଲୋକେ ଗ୍ରହଣ କରିନାହାନ୍ତି କି କରିବେ ନାହିଁ ବୋଲି ଦଳର କିଛି ବରିଷ୍ଠ ନେତା କହିଛନ୍ତି । ଏଭଳି ନେତୃତ୍ୱ ଜାରି ରହିଲେ ମିସନ୍ ୧୨୦ ନୁହେଁ ୨୦ ସିଟ୍ ବି ପାଇବା କଷ୍ଟକର ହୋଇଯିବ ବୋଲି ସେମାନେ କହିଛନ୍ତି । ଆତ୍ମସମୀକ୍ଷା କରି ତରିକା ନ ବଦଳାଇଲେ ଆଗାମୀ ନିର୍ବାଚନରେ ଦଳ ସଫା ହୋଇଯିବ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି ।
Previous Post

ଶ୍ରୀଦେବୀଙ୍କୁ ଅଶ୍ରୁଳ ବିଦାୟ

Next Post

ଅରବିନ୍ଦ ମୁଦୁଲିଙ୍କ ପରଲୋକ

Next Post
ଅରବିନ୍ଦ ମୁଦୁଲିଙ୍କ ପରଲୋକ

ଅରବିନ୍ଦ ମୁଦୁଲିଙ୍କ ପରଲୋକ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA