Monday, May 25, 2026 07:31 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ତଥାଗତଙ୍କ ‘ଖୁଣ୍ଟ କଇଁଛ’ ଉପାଖ୍ୟାନ

by Our Correspondent
10 Mar, 2018- 11:28 AM
in Latest News, Politics
1 min read
0
ତଥାଗତଙ୍କ ‘ଖୁଣ୍ଟ କଇଁଛ’ ଉପାଖ୍ୟାନ
ଭୁବନେଶ୍ୱର: ବିଜେଡ଼ି ସାଂସଦ ତଥାଗତ ଶତପଥୀ ତିନିଦିନ ତଳେ ତାଙ୍କ ଟ୍ୱିଟ୍ ରେ ଏକ ଇଂରାଜୀ ଗପ ପୋଷ୍ଟ କରିଥିଲେ । ରାଜ୍ୟସଭା ପ୍ରାର୍ଥୀ ମନୋନୟନକୁ ନେଇ ବିଜେଡ଼ି ରାଜନୀତି ସରଗରମ ଥିବା ବେଳେ ତଥାଗତ ତାଙ୍କ ଟ୍ୱିଟ୍ ରେ ଏହି ଗପଟି ଛାଡ଼ିଥିଲେ । ଗପଟି ଏମିତି..
ଜଣେ ୭୫ ବର୍ଷର ବୃଦ୍ଧ ଚାଷୀ ତାଙ୍କ ପାଳିତ ଗୋରୁମାନଙ୍କ ଦେଖାଚାହାଁ କଲାବେଳେ ସ୍କୁଇଜ୍ ଗେଟ୍ ରେ ତାଙ୍କ ହାତ କଟିଯାଇଥିଲା । ସେ ଡାକ୍ତରଙ୍କ ପାଖକୁ ଗଲେ । ଆଘାତ ଜାଗାରେ ଷ୍ଟିଚିଂ କଲାବେଳେ ଡାକ୍ତର ତାଙ୍କର କଷ୍ଟ ଲାଘବ ପାଇଁ ବିଭିନ୍ନ କଥା ଗପୁଥିଲେ । କ୍ରମଶଃ ଏହା ରାଜନୀତି ଚର୍ଚ୍ଚା ଆଡକୁ ପଳାଇଲା । ନେତାମାନଙ୍କର ଚରିତ୍ର ଓ ଭୂମିକାକୁ ନେଇ କଥା ଜମିଲା । ବୃଦ୍ଧ ଜଣଙ୍କ ଏହି ଚର୍ଚ୍ଚାରେ ବିଶେଷ ଆଗ୍ରହ ଦେଖାଇଲେ । ଡାକ୍ତରଙ୍କୁ କହିଲେ, ଆଜ୍ଞା, ମୁଁ ଯାହା ଅନୁଭବ କରିଛି ଅଧିକାଂଶ ନେତା ହେଲେ ‘ପୋଷ୍ଟ ଟର୍ଟଲସ୍’ ବା ‘ଖୁଣ୍ଟ କଇଁଛ’ ।
ଡାକ୍ତର କିଛି ବୁଝିପାରିଲେନି । ‘ପୋଷ୍ଟ ଟର୍ଟଲସ୍’ ପୁଣି କ’ଣ ? ବୃଦ୍ଧ ଉତ୍ତର ଦେଲେ, ଆପଣ ଦେଶସାରା ରାସ୍ତାରେ ବୁଲିଆସିଲେ ଅନେକ ଜାଗାରେ ଦେଖିବେ ଗୋଟିଏ ଖୁଣ୍ଟ (ଫେନସ୍ ପୋଷ୍ଟ)ର ଟପ୍ ରେ ଏକ କଇଁଛ ଏକଦମ୍ ବାଲାନସ୍ ରେ ଶୋଭା ପାଉଥିବ । ଏହା ହେଉଛି ‘ପୋଷ୍ଟ ଟର୍ଟଲସ୍’ ବା ଖୁଣ୍ଟ କଇଁଛ.. । ତେବେ ବୃଦ୍ଧଙ୍କ ଏହି ବ୍ୟାଖ୍ୟାକୁ ଡାକ୍ତର ବୁଝି ନ ପାରି ଆଁ କରି ଅନେଇଲେ । ଡାକ୍ତରଙ୍କ ଅସହାୟତା ଜାଣିପାରି ବୃଦ୍ଧ କଥାଟିକୁ ଭଲ ଭାବେ ବୁଝାଇଦେଲେ ।
“ସାର୍, ଖୁଣ୍ଟ ଉପରେ ବସେଇ ଦିଆଯାଇଥିବା କଇଁଛଟି ନିଜ ଜାଗାରୁ ତଳକୁ ଓହ୍ଲାଇବା ଜାଣି ନ ଥାଏ । ସେଠି ସେ କ’ଣ କରୁଛି କି କ’ଣ କରିବ ତାହା ଜାଣି ନ ଥାଏ । ତାହାର ସାମର୍ଥର ବାହାରେ ତାକୁ ସେଠି ନେଇ ବସେଇ ଦିଆଯାଇଯାଏ ।” କହିଲେ ଆଜ୍ଞା..ଏହା କି ପ୍ରକାରର ଇଡ଼ିଅଟ୍ କାମ ?
ଇଂରାଜୀର ଏହି ଗପଟି ତଥାଗତ ଶତପଥୀ ତାଙ୍କ ଟ୍ୱିଟ୍ ରେ କାହାକୁ ଲକ୍ଷ୍ୟ କରି ପୋଷ୍ଟ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଜମିଛି ।
Previous Post

ଓଡ଼ିଶା ସିଭିଲ୍ ସର୍ଭିସ୍ ରେଜଲ୍ଟ: ଚିନ୍ମୟୀ ଟପ୍ପର୍

Next Post

ଓଡ଼ିଶା ବିଜେପିକୁ ସାହା ହେବେ ସୁୁନୀଲ ଦେଓଧର !

Next Post
ଓଡ଼ିଶା ବିଜେପିକୁ ସାହା ହେବେ ସୁୁନୀଲ ଦେଓଧର !

ଓଡ଼ିଶା ବିଜେପିକୁ ସାହା ହେବେ ସୁୁନୀଲ ଦେଓଧର !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA