Monday, May 25, 2026 08:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ବିଜେପିକୁ ସାହା ହେବେ ସୁୁନୀଲ ଦେଓଧର !

by Our Correspondent
11 Mar, 2018- 07:31 AM
in Latest News, Politics
1 min read
0
ଓଡ଼ିଶା ବିଜେପିକୁ ସାହା ହେବେ ସୁୁନୀଲ ଦେଓଧର !
ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ପରେ ରାଜ୍ୟ ବିଜେପି ନେତାମାନେ ଭାଙ୍ଗିପଡ଼ିଛନ୍ତି । ଅଫିସ ଉପରେ କାଉ ବି ଉଡୁନି । ଆଗରୁ ସକାଳୁ ସକାଳୁ ସେଠି ସତେ ଯେମିତି ନେତାଙ୍କ ହାଟ ବସୁଥିଲା । ବିଳମ୍ବିତ ରାତି ଯାଏଁ ଚଳଚଂଚଳ ରହୁଥିଲା ଅଫିସ ପରିସର । ଦିନ ୧୦ କୁ ସଂଧ୍ୟା ୫ ରେ ପ୍ରେସ୍ ମିଟ୍ ଗୋଟେ ନିଶ୍ଚିତ ରହୁଥିଲା । ତା ବାହାରେ ଏର୍ମଜେନ୍ସୀ ପ୍ରେସ୍ ମିଟ୍ ବି ହେଉଥିଲା । ରାଜ୍ୟର ଯେଉଁଠି ଯାହା ଘଟିଲା ବିଜେପି ନେତାମାନେ ପ୍ରେସ ମିଟ୍ କରି ପ୍ରତିକ୍ରିୟା ଦେଉଥିଲେ । ସବୁଥିରେ ମୁଖ୍ୟମନ୍ତ୍ରୀ ଓ ତୃତୀୟ ମହଲାକୁ ଯୋଡୁଥିଲେ । ମାତ୍ର ଫେବୃଆରୀ ୨୮ ତାରିଖରୁ ହଠାତ୍ ତାହା ବନ୍ଦ ହୋଇଯାଇଛି । ବିଜେପୁରରେ ୪୧ ହଜାର ମାର୍ଜିନ୍ ବିଜେପି ନେତାଙ୍କ ତୋଡ଼ ଭାଙ୍ଗିଦେଇଛି ।
ଓଡ଼ିଶା ବିଜେପିର ଅଘୋଷିତ ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ପ୍ରଚାର ସାରି ଦିଲ୍ଲୀ ଯାଇଛନ୍ତି ଯେ ଆଉ ଫେରିନାହାନ୍ତି । ତାଙ୍କର ହାବଭାବରେ ପରିବର୍ତ୍ତନ ହୋଇଯାଇଛି । ପୂର୍ବର ଟାଣପଣ ନାହିଁ । ତାଙ୍କ ଜାଗାରେ ଏଠି ମିଡ଼ିଆରେ କାମ ଚଳୋଉଛନ୍ତି ଜୁଏଲ୍ ଓରାମ୍ । ବିଜେପି ନେତାଙ୍କ ‘କଥାବଡ, କାମଛୋଟ’ ନୀତିକୁ ସେ ଏକପ୍ରକାର ସ୍ୱୀକାର କରିଛନ୍ତି । ତାଙ୍କ କହିବା କଥା, ଆମେ ମିଡ଼ିଆରେ ବହୁତ ଗପିଦେଲୁ । ଫଳରେ ଆମର ଷ୍ଟ୍ରାଟେଜି ଦାଣ୍ଡରେ ଗଡ଼ିଲା । ବିଜେଡ଼ିବାଲା ସେଥିରୁ ଫାଇଦା ମାରିନେଲେ । ତେବେ ଭବିଷ୍ୟତରେ ସେହି ଭୁଲ୍ ହେବନି । ସେ ପୁଣି କହିଛନ୍ତି, ଆମେ ଚୁପ୍ ହୋଇଯାଇନୁ । ବରଂ ଅଧିକ ଯୋଜନାବଦ୍ଧ ହୋଇ କାମ ଆରମ୍ଭ କରିଛୁ । ମିସନ୍ ୧୨୦ ନିଶ୍ଚିତ ସଫଳ ହେବ ବୋଲି ତାଙ୍କର ଦମ୍ଭ ।
ବିଜେପିର ଗେମ୍ ପ୍ଲାନ୍ ଯେ ପରିବର୍ତ୍ତନ ହୋଇଛି ତାହା ଜୁଏଲ୍ ଙ୍କ ବୟାନ ସ୍ପଷ୍ଟ କରିଛି । ଦିଲ୍ଲୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ତ୍ରିପୁରା ମଡ଼େଲ୍ କୁ ଧରି ବିଜେପି ଏଠି ଖେଳ କରିବ । ତ୍ରିପୁରାରେ ବାମପନ୍ଥୀ ଭୋଟକୁ ପୂରାପୂରି ଓଲଟେଇ ଦେଇଥିବା ବିଜେପି ଓଡ଼ିଶାରେ ସମାନ କରିସ୍ମା କରିବାକୁ ଷ୍ଟ୍ରାଟେଜି ତିଆରି କରୁଛି । ତ୍ରିପୁରା ପରିବର୍ତ୍ତନର ବିନ୍ଧାଣୀ ସୁନୀଲ୍ ଦେଓଧରଙ୍କୁ ଓଡ଼ିଶାରେ ବିଜେପି ଦାୟିତ୍ୱ ଦେବା ପାଇଁ ରଣନୀତି ପ୍ରସ୍ତୁତି ଚାଲିଛି ।
ଉଲ୍ଲେଖଯୋଗ୍ୟ, ତ୍ରିପୁରାରେ ଦୀର୍ଘ ୨୫ ବର୍ଷର ବାମ ସରକାରକୁ ମୂଳପୋଛ କରିବାରେ ମୁମ୍ବାଇ ନେତା ଶ୍ରୀ ଦେଓରା ହିଁ ମୁଖ୍ୟ ଭୂମିକା ନେଇଥିଲେ । ୨୦୧୩ ସାଧାରଣ ନିର୍ବାଚନ ପରବର୍ତ୍ତୀ ବର୍ଷ ସେ ତ୍ରିପୁରା ବିଜେପିର ସଂଗଠନ ପ୍ରଭାରୀ ଦାୟିତ୍ୱ ନେଇଥିଲେ । ସେତେବେଳେ ତ୍ରିପୁରାରେ ବିଜେପିର ଅସ୍ତିତ୍ୱ ନ ଥିଲା । ନିର୍ବାଚନରେ ଦଳ ମାତ୍ର ୧.୫୪ ପ୍ରତିଶତ ଭୋଟ ପାଇଥିଲା । ୫୦ ପ୍ରାର୍ଥୀଙ୍କ ମଧ୍ୟରୁ ୪୯ ଜଣଙ୍କର ଅମାନତ୍ ଉଡ଼ିଯାଇଥିଲା । ସୁନୀଲ୍ ଦେଓଧର ଦାୟିତ୍ୱ ପାଇ ଅଗରତାଲାକୁ ଗଲା ଦିନ ଦେଖିଲେ, ଗୋଟେ ଛୋଟ ଘରେ ଏକମାତ୍ର ଅଚଳ କମ୍ପ୍ୟୁଟର୍ ଥୋଇ ଚାଲିଛି ପାର୍ଟି ଅଫିସ । ସେଇଠାରୁ ସେ ଆରମ୍ଭ କଲେ ସଂଗଠନ ବିସ୍ତାର କାମ । ୬୦୩ ଦିନ ରହିଲେ ଅଗରତାଲାରେ । ବେକାରୀ, ଅପରାଧକୁ ପ୍ରସଙ୍ଗ କରି ଦଳକୁ ସଂଗଠିତ କଲେ । ଆଉ ଏଥର ନିର୍ବାଚନରେ ଫଳ ହେଲା ୬୦ ରୁ ବିଜେପିକୁ ୪୩ ସିଟ୍ । ଭୋଟ ହାର ୪୦ ପ୍ରତିଶତ ।
ସୂଚନା ଅନୁଯାୟୀ, ଓଡ଼ିଶାରେ ସୁନୀଲ୍ ଦେଓଧରଙ୍କୁ ସଂଗଠନ ଦାୟିତ୍ୱ ଦେଇ ସେହି ଫର୍ମୂଲାରେ ବିଜେପି ଆଗକୁ ବଢ଼ିବ ବୋଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଛି । ବିଜେପିର ରାଷ୍ଟ୍ରୀୟ ସାଂଗଠନିକ ସାଧାରଣ ସମ୍ପାଦକ ରାମଲାଲ୍ ଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ । ରାଜ୍ୟରେ ଦଳୀୟ କର୍ମକର୍ତ୍ତା ଓ କର୍ମୀଙ୍କ ମନୋବଳ ବଢ଼ାଇବା ପାଇଁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏପ୍ରିଲ୍ ମାସରେ ଓଡ଼ିଶା ଆସିବେ ଏବଂ ସେବେଠାରୁ ନୂଆ ରୂପରେ ସଂଗଠନ କାର୍ଯ୍ୟ କରିବ ବୋଲି ଜଣାପଡ଼ିଛି । ତେବେ ପରିବର୍ତ୍ତିତ ରଣନୀତିରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ଓ ଗୁରୁତ୍ୱ କ’ଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।
Previous Post

ତଥାଗତଙ୍କ ‘ଖୁଣ୍ଟ କଇଁଛ’ ଉପାଖ୍ୟାନ

Next Post

ପ୍ରସାଦଙ୍କୁ ପାଳକ ରାହୁଲଙ୍କ ‘ପଟ୍ଟନାୟକ’ ଫଣ୍ଡା !

Next Post
ପ୍ରସାଦଙ୍କୁ ପାଳକ ରାହୁଲଙ୍କ ‘ପଟ୍ଟନାୟକ’ ଫଣ୍ଡା !

ପ୍ରସାଦଙ୍କୁ ପାଳକ ରାହୁଲଙ୍କ ‘ପଟ୍ଟନାୟକ’ ଫଣ୍ଡା !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA