Monday, May 25, 2026 11:35 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଷ୍ଟ୍ରପତି ବୁଝିଗଲେ!! ବିଜେଡ଼ି, ବିଜେପି ଉଭୟଙ୍କୁ ଖୁସି କଲେ

by Our Correspondent
17 Mar, 2018- 03:50 PM
in Latest News, Politics
1 min read
0
ରାଷ୍ଟ୍ରପତି ବୁଝିଗଲେ!! ବିଜେଡ଼ି, ବିଜେପି ଉଭୟଙ୍କୁ ଖୁସି କଲେ
କଟକ: ବିଜୁବାବୁଙ୍କ ଜନ୍ମମାଟି କଟକର ଆନନ୍ଦ ଭବନ ହେଲା ‘ଆନନ୍ଦ ଭବନ ସଂଗ୍ରାଳୟ ଓ ଜ୍ଞାନକେନ୍ଦ୍ର’ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଆଜି ଜାତି ଉଦ୍ଦେଶ୍ୟ ରେ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ବୀର ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କୁ ସ୍ମରଣ କରିଥିଲେ । ସେ କହିଥିଲେ, ଆନନ୍ଦ ଭବନରେ ଦେଶ ସ୍ୱୀଧୀନତା ସଂଗ୍ରାମର ଷ୍ଟ୍ରାଟେଜି ପ୍ରସ୍ତୁତ ହେଉଥିଲା । ନାରୀ ସ୍ୱାଧୀନତା ପାଇଁ ବିଜୁ ବାବୁ ସର୍ବଦା ଚେଷ୍ଟିତ ଥିଲେ । ନିଜ କଳିଙ୍ଗ ମାଟି ପାଇଁ ବିଜୁ ବାବୁ ନିଜ ଜୀବନକୁ ସମର୍ପି ଦେଇଥିଲେ । ମୋରାରଜୀ ଦେଶାଇଙ୍କ ମନ୍ତ୍ରୀମଣ୍ଡଳରେ ସେ ଇସ୍ପାତ ମନ୍ତ୍ରୀ ଥିଲେ ମଧ୍ୟ ଲୋକେ ତାଙ୍କୁ ଇସ୍ତଫା ମନ୍ତ୍ରୀ ପରିବର୍ତ୍ତେ ଇସ୍ପାତ ମଣିଷ କହୁଥିଲେ । ବିଜୁବାବୁଙ୍କ ଭଳି ମହାନ୍ ଜନନାୟକ ସର୍ବଦା ପୂଜ୍ୟ ବୋଲି ରାଷ୍ଟ୍ରପତି ସୂଚେଇଥିଲେ ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ବିଜୁ ବାବୁଙ୍କ ଗୁଣାଗାନ କରିଥିବା ବେଳେ ବିଜେପି ମନ ଖରାପ କରାଇବାକୁ ଚାହିଁନାହାନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ସମ୍ପର୍କରେ ଉଲ୍ଲେଖ କରିବାକୁ ରାଷ୍ଟ୍ରପତି ଭୁଲି ନ ଥିଲେ । ଖାସ୍ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗର ‘ଉଜ୍ଜଳା’ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ । ଉଜ୍ଜଳା ଯୋଜନାରେ ମାଗଣା ଗ୍ୟାସ୍ ଯୋଗୁଁ ଲକ୍ଷ ଲକ୍ଷ ମହିଳା ଉପକୃତ ହେଉଛନ୍ତି । ଆଗରୁ ବିନା ଗ୍ୟାସ୍ ରେ ରୋଷେଇ କରି ମହିଳାମାନେ ଆଖିରୁ ଲୁହ ଝରାଉଥିଲେ । ମାତ୍ର ଏବେ ସେ ଅବସ୍ଥା ନାହିଁ । ଖାଲି ଉଜ୍ଜଳା ନୁହେଁ, ବେଟି ବଚାଓ, ବେଟି ପଢ଼ାଓ ଯୋଜନା ଏବଂ ଆଦିବାସୀ ଉନ୍ନୟନ ଇତ୍ୟାଦି ଯୋଜନାରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ରାଷ୍ଟ୍ରପତି ତାରିଫ୍ କରିଥିଲେ । ପୂର୍ବ ଭାରତର ବିକାଶ ପାଇଁ କେନ୍ଦ୍ର ପ୍ରାଥମିକତା ଦେଉଛି ବୋଲି ରାଷ୍ଟ୍ରପତି କହିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଆମନ୍ତ୍ରଣ ରକ୍ଷା କରି କଟକ ଆନନ୍ଦ ଭବନ ଯାଇଥିବା ରାଷ୍ଟ୍ରପତି ରାଜ୍ୟ ବିଜେପି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଜୁଏଲ୍ ଓରାମ୍ ଙ୍କୁ ଖୁସି କରାଇବାକୁ ଚାହିଁଥିବା ଚର୍ଚ୍ଚା ହେଉଛି । ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ବିଜୁବାବୁଙ୍କ ଜନ୍ମସ୍ଥାନ ଯାଇଛନ୍ତି ବୋଲି ଯେ କେବଳ ବିଜୁ ବାବୁଙ୍କ ଟେକି କହିବେ ତାହା କରିନାହାନ୍ତି ରାଷ୍ଟ୍ରପତି । ଏଭଳି ଭାଷଣ ବିଜେଡ଼ିକୁ ଖୁସି କରାଇ ବିଜେପିକୁ ଦୁଃଖୀ କରିଥାଆନ୍ତା ବୋଲି ରାଷ୍ଟପତିଙ୍କର ବୋଧହୁଏ ଅନୁଭବ ହୋଇଥିଲା । ତେଣୁ ‘ତମେ ଭଲ, ସେମାନେ ଭଲ’ ନ୍ୟାୟରେ ରାଷ୍ଟ୍ରପତି ଉଭୟ ବିଜେପି ଓ ବିଜେଡ଼ି କାହାରି ମନରେ କଷ୍ଟ କି ଆଘାତ ଦେବାକୁ ଉଚିତ ମଣିନାହାନ୍ତି ।
ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତରୁ ବାହାଦୁରି ନେବା ପାଇଁ ବିଜେପି ଆପ୍ରାଣ ଉଦ୍ୟମ କରିଥିବା ବିଜେଡ଼ି ଅଭିଯୋଗ କରିଛି । ରାଷ୍ଟ୍ରପତିଙ୍କ ଦ୍ୱାରା ଆନନ୍ଦ ଭବନ ସଂଗ୍ରହାଳୟର ଲୋକାର୍ପଣ ପାଇଁ ମୁଖ୍ୟମନ୍ତ୍ରୀ ଆମନ୍ତ୍ରଣ କରି ଆଣିଥିଲେ ମଧ୍ୟ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ନିଜର ଏଜେଣ୍ଡା ପୂରାଇ ବିଜେପି ହାଇଜାକ୍ କରିବାକୁ ଉଦ୍ୟମ କରିଛି ବୋଲି ଗତକାଲି ବିଜେଡ଼ି ନେତାମାନେ ଅଭିଯୋଗ କରିଥିଲେ । ମାତ୍ର ବିଜେପି ଏହାକୁ ଗାଲୁ ପେଲିଥିଲା ।
ଆଜି ଆନନ୍ଦ ଭବନ ସଂଗ୍ରାହଳୟର ଲୋକାର୍ପଣ ଅଭିଭାଷଣରେ ରାଷ୍ଟ୍ରପତି ବୋଧହୁଏ ବିଜେଡ଼ି ଓ ବିଜେପି କଳିକୁ ଠିକ୍ ଠଉରାଇଥିଲେ । ସେଥିପାଇଁ ସେ ଉଭୟପକ୍ଷକୁ ସନ୍ତୁଷ୍ଟ କରି ନିଜେ ବାଲାନ୍ସ ହୋଇଥିବା ଚର୍ଚ୍ଚା ହେଉଛି ।
Previous Post

ଗହଣା, ରିଅଲ୍ ଇଷ୍ଟେଟ୍ ବେପାରରେ ହାକିମଙ୍କ ଟଙ୍କା !

Next Post

ବିଜୟ ମହାପାତ୍ରଙ୍କୁ ମନାଇବା ଉଦ୍ୟମ

Next Post
ବିଜୟ ମହାପାତ୍ରଙ୍କୁ ମନାଇବା ଉଦ୍ୟମ

ବିଜୟ ମହାପାତ୍ରଙ୍କୁ ମନାଇବା ଉଦ୍ୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA