Monday, May 25, 2026 10:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲିଠୁ ବିଧାନସଭା, ନେତାଙ୍କ ରଣନୀତି ତୟାର୍

by Our Correspondent
19 Mar, 2018- 08:50 PM
in Latest News, Politics
1 min read
0
କାଲିଠୁ ବିଧାନସଭା, ନେତାଙ୍କ ରଣନୀତି ତୟାର୍
ଭୁବନେଶ୍ୱର: ଆସନ୍ତାକାଲିଠୁ ଆରମ୍ଭ ହେବ ବିଧାନସଭାର ବଜେଟ୍ ଅଧିବେଶନ । ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ଅଧିବେଶନ । ଆଜି ବିଜେଡ଼ି ଓ ବିଜେପି ସେମାନଙ୍କ ବିଧାନସଭା ରଣନୀତି ପ୍ରସ୍ତୁତ କରିଛନ୍ତି । ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିକୁ ବିଜେଡ଼ି କରିବ ମୁଖ୍ୟ ପ୍ରସଙ୍ଗ । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଚନ୍ଦ୍ରବାବୁ ନାଇଡୁ ଏନଡିଏ ହାତ ଛାଡ଼ିଥିବାରୁ ନବୀନ ପଟ୍ଟନାୟକ ଓ ତାଙ୍କ ଦଳ ବିଧାନସଭାରେ ସେଭଳି ଦମ୍ ଦେଖାଇବାକୁ ଯୋଜନା କରିଛନ୍ତି । ଏହାବାଦ୍ କେନ୍ଦ୍ରୀୟ ଅବହେଳା ଓ ଅନ୍ୟାନ୍ୟ ଚିରାଚରିତ ପ୍ରସଙ୍ଗକୁ ବିଧାନସଭାରେ ଉତଥାପନ କରିବାକୁ ବିଜେଡ଼ିର ରହିଛି ଯୋଜନା । ସେପଟେ ଚାଷୀ, ଆଇନଶୃଙ୍ଖଳା ସମସ୍ୟାଠାରୁ ଆରମ୍ଭ କରି କୁନ୍ଦୁଲି ଘଟଣାକୁ ବିଜେପି କରିବ ମୁଖ୍ୟ ପ୍ରସଙ୍ଗ । କଂଗ୍ରେସ ୫ ଦିନ ଆଗରୁ ରଣନୀତି କାମ ସାରିଦେଇଛି । କଂଗ୍ରେସ ବିଧାୟକମାନେ ବିଧାନସଭା ରଣନୀତି ଅପେକ୍ଷା ପିସିସି ସଭାପତି ହଟାଓ ରଣନୀତିରେ ଧ୍ୟାନ ଖଟେଇଛନ୍ତି ।
ଚଳିତ ବଜେଟ୍ ଅଧିବେଶନରେ ବିଜେଡ଼ି ତାର ପଲା ଭାରି ରଖିବାକୁ ମୌକା ପାଇଛି । ଏଇଥିପାଇଁ କି ବିଜେପୁର ବିଜୟ ଯୋଗୁଁ ବିଧାୟକମାନେ ଉତଫୁଲ୍ଲିତ ଅଛନ୍ତି । ସେମାନଙ୍କ ମନବଳ ଦୃଢ଼ ହୋଇଛି । ବିରୋଧୀଙ୍କ ଆକ୍ରମଣକୁ ସାମନା କରିବାର ଯଥେଷ୍ଟ ତାକତ୍ ଦେଇଛି ବିଜେପୁର । ସେହିଭଳି ଅସୁବିଧାରେ ପଡ଼ିଥିବା କେନ୍ଦ୍ରର ଏନଡିଏ ସରକାରକୁ ନାଲିଆଖି ଦେଖାଇବାର ବି ସୁଯୋଗ ପାଇଯାଇଛି । ଓଡ଼ିଶା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟାଠାରୁ ଆରମ୍ଭ କରି ପୋଲାଭରମ୍ ଏବଂ ମହାନଦୀ ଟ୍ରିବ୍ୟୁନାଲ୍ ର ସଠିକ୍ କାର୍ଯ୍ୟକାରିତା ଆଦି ଦାବିରେ ଜୋରଦାର ଲଢ଼େଇ କରିବାର ସୁଯୋଗ ବିଜେଡ଼ିକୁ ଆସିଛି । ଆଗକୁ ସାଧାରଣ ନିର୍ବାଚନ ଥିବାରୁ ବିଧାନସଭା ଶକ୍ତିର ସଦୁପଯୋଗ କରିବାକୁ ବିଜେଡ଼ି ପଛେଇବ ନାହିଁ ବୋଲି କୁହାଯାଉଛି ।
ବିଜେପି ପାଖରେ ସରକାରଙ୍କ ବିରୋଧରେ ଯଥେଷ୍ଟ ପ୍ରସଙ୍ଗ ଅଛି । ହେଲେ ଲଢ଼େଇ କରିବାର ଦମ୍ଭକୁ ବିଜେପୁର ସତେ ଯେମିତି ହରଣ କରିନେଇଛି । ସଂଖ୍ୟାରେ ତ କମ୍, ସାଙ୍ଗକୁ ମନବଳ ବି କମିଯାଇଛି । ତେବେ ବିଜେପୁର ପରାଜୟ ଭୁଲି ସରକାରଙ୍କ ବିରୋଧରେ ପ୍ରସଙ୍ଗକୁ ନେଇ ଲଢ଼େଇ କରିବା ପାଇଁ ବିଜେପି ମନବଳ ଜୁଟାଇବା ଉପରେ ଧ୍ୟାନ ଦେଇଛି । ସରକାରଙ୍କ ବିରୋଧରେ ରହିଥିବା ଅସନ୍ତୋଷକୁ ସେମାନେ ବିଧାନସଭାରେ ପ୍ରତିଫଳିତ କରିପାରିଲେ ନିର୍ବାଚନରେ ଦଳକୁ ନିଶ୍ଚିତ ସହାୟକ ହେବ ବୋଲି କୁହାଯାଉଛି ।
କଂଗ୍ରେସର ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହେଉନି । ପିସିସି ସଭାପତିଙ୍କ ବିରୋଧରେ ବିଧାୟକ ଦଳ ଏକାଠି ହୋଇଥିବାରୁ ସେମାନଙ୍କ ମନ ବିଧାନସଭା ପ୍ରସଙ୍ଗ ଉପରେ ନାହିଁ । କିଛି ବିଧାୟକ ଦଳ ଛାଡ଼ିବାକୁ ପ୍ରସ୍ତୁତ ହେଉଥିବାରୁ ସେମାନେ ଦଳ ପାଇଁ ବିଧାନସଭାରେ କିଭଳି ଲଢ଼ିବେ ତାହା ସନେ୍ଦହ ସୃଷ୍ଟି କରିଛି । ସହଜେ ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ଅମାନତ୍ ଉଡ଼ିଯାଇଥିବାରୁ ବିଧାୟକଙ୍କ ମନବଳ ଭାଙ୍ଗିଯାଇଛି । କଂଗ୍ରେସର ଭବିଷ୍ୟତକୁ ନେଇ ସେମାନେ ଆଶଙ୍କିତ । ଏଭଳି ସ୍ଥିତିରେ ସେମାନେ ସରକାରଙ୍କ ବିରୋଧରେ ଯେ ମନପ୍ରାଣ ଦେଇ ଲଢ଼େଇ କରିବେ ଆଶା କରିବା ବୃଥା । ତେବେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଆଭିମୁଖ୍ୟ ହିଁ କଂଗ୍ରେସର ଅସ୍ତିତ୍ୱ ନିର୍ଣ୍ଣୟ କରିବ । ସରକାରଙ୍କୁ ସେ ଘାଇଲା କରୁଛନ୍ତି ନା ଆଉ କିଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।
ବିଧାନସଭାର ପ୍ରଥମ ପର୍ଯ୍ୟାୟ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ୍ ରୁ ୧୧ ରୁ ଆରମ୍ଭ ହୋଇ ମେ ୫ ପର୍ଯ୍ୟନ୍ତ ଚାଲିବ । ଦୁଇଟି ପର୍ଯ୍ୟାୟରେ ମୋଟ ୩୧ ଟି କାର୍ଯ୍ୟଦିବସ ରହିବ । ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଡ. ଏସ.ସି.ଜମିର ଗୃହରେ ଅଭିଭାଷଣ ରଖିବେ । ମାର୍ଚ୍ଚ ୨୩ ତାରିଖରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଗୃହରେ ଆଗତ ହେବ ।
Previous Post

କଂଗ୍ରେସ ଛାଡ଼ିଲେ ମାନସ ମଙ୍ଗରାଜ

Next Post

ଓଟିଭି ଫସିଗଲା; ଡିଆଇ କହିଲେ ପାଣ୍ଡିଆନ୍ ଲାଞ୍ଚ ମାଗି ନଥିଲେ

Next Post
ଓଟିଭି ଫସିଗଲା; ଡିଆଇ କହିଲେ ପାଣ୍ଡିଆନ୍ ଲାଞ୍ଚ ମାଗି ନଥିଲେ

ଓଟିଭି ଫସିଗଲା; ଡିଆଇ କହିଲେ ପାଣ୍ଡିଆନ୍ ଲାଞ୍ଚ ମାଗି ନଥିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA