Tuesday, May 26, 2026 07:05 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଠଗଡ଼ାରେ ଓଟିଭିର ନିରପେକ୍ଷତା

by Our Correspondent
22 Mar, 2018- 07:32 AM
in Latest News, Politics
1 min read
0
କାଠଗଡ଼ାରେ ଓଟିଭିର ନିରପେକ୍ଷତା
ଭୁବନେଶ୍ୱର: ଓଟିଭି ନିରପେକ୍ଷ ଖବର ପରିବେଷଣ କରେନାହିଁ କି କରୁନାହିଁ ଏକଥା ଖୋଦ୍ ଓଟିଭିର ସମର୍ଥକମାନେ ସ୍ୱୀକାର କରିଛନ୍ତି । ଓଟିଭି ପକ୍ଷପାତିକା କରୁଛି ବୋଲି ବିଜେଡ଼ି ଅଭିଯୋଗ କରି ତାହାର ବିଭିନ୍ନ ବିତର୍କ କାର୍ଯ୍ୟକ୍ରମକୁ ବୟକଟ୍ କରିବାର ନିଷ୍ପତ୍ତି ପରେ ଓଟିଭିର ତଥାକଥିତ ପ୍ରଶଂସକମାନେ ପରୋକ୍ଷରେ ଏକଥା ସ୍ୱୀକାର କରିଛନ୍ତି । ସେମାନଙ୍କର ଯୁକ୍ତି, ୧୫ ବର୍ଷ ଧରି ଓଟିଭି ବିଜେଡ଼ି ସପକ୍ଷରେ କହୁଥିଲା । ଏବେ ତାଙ୍କ ବିପକ୍ଷରେ କହୁଥିବାରୁ ବିନ୍ଧୁଛି । ଅର୍ଥାତ୍ ଓଟିଭି ଯେ ପକ୍ଷପାତିତା କରୁଥିଲା ସେକଥା ତଥାକଥିତ ପ୍ରଶଂସକମାନେ ମାନିଯାଇଛନ୍ତି । ଆଜି ଓଟିଭି ସପକ୍ଷରେ ଅଣ୍ଟା ଭିଡୁଥିବା ବିଜେପି ଓ କଂଗ୍ରେସ ମଧ୍ୟ ଓଟିଭିର ପକ୍ଷପାତିତାକୁ ଅତୀତରେ ବିରୋଧ କରିଥିଲେ ।
ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଖାସ୍ ଲୋକ ଥିଲାବେଳେ ଓଟିଭିର ନିଉଜ୍ ପରିବେଷଣ ଭିନ୍ନ ଥିଲା । ବିଜେଡ଼ି ସପକ୍ଷରେ ଓକିଲାତି କରୁଥିଲା । ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଆସ୍ଥା ହରାଇବା ପରଠୁ ସେହି ଟିଭି ହଠାତ୍ ଓଲଟି ଯାଇଛି । ବିଶେଷକରି ବୈଜୟନ୍ତ ପଣ୍ଡା ବିଜେଡ଼ିରୁ ନିଲମ୍ବିତ ହେବା ପରେ ଓଟିଭି ମାତ୍ରାଧିକ ପ୍ରତିଶୋଧପରାୟଣ ହୋଇ ନିଉଜ୍ ପରିବେଷଣ କରୁଥିବା କଥା ସମସ୍ତେ ଜାଣନ୍ତି । ବିଜେଡ଼ି ଓ ସରକାରଙ୍କ ଛିଦ୍ର ଦେଖିଲେ ଚାନେଲ୍ ର ନାହି ଡେଉଁଛି । ନିର୍ଦ୍ଦିଷ୍ଟ ଭାବେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍ ଙ୍କ ପଛରେ ଖୋଲାଖୋଲି ପଡ଼ିଛି । ଟାଣିଓଟାରି ପାଣ୍ଡିଆନ୍ ଙ୍କୁ ସବୁ ମାମଲାରେ ଜଡ଼ିତ କରାଉଛି । ବୈଜୟନ୍ତ ପ୍ରତି କଥାରେ ପାଣ୍ଡିଆନ୍ ଙ୍କ ନାଁ ନେଉଥିବା ବେଳେ ଓଟିଭି ତାକୁ ଜଗି ଜଗି ହେଡ଼ଲାଇନ୍ କରୁଛି । ବିଜେଡ଼ି ଓ ସରକାରରେ ଯେତେ ଯାହା ଦୁର୍ନୀତି, ଅଘଟଣ ପାଇଁ ବିନା ତଥ୍ୟ ପ୍ରମାଣରେ ପାଣ୍ଡିଆନ୍ ଙ୍କୁ ଦାୟୀ କରୁଛି । ଏମିତିକି ବ୍ୟକ୍ତିଗତସ୍ତରକୁ ଯାଇ ଚରିତ୍ର ସଂହାର କରିବାକୁ ପଛାଉନି । କ୍ରମାଗତ ଭାବେ ଦୁଇ/ତିନି ମାସର ଓଟିଭି ଖବରକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ବାରି ହୋଇପଡୁଛି । ଓଟିଭିର ବିଜେଡ଼ି ନାକଟେକା ଓ ପାଣ୍ଡିଆନ୍ ଫୋବିଆ ସାଧାରଣ ଜନତା ଭଲଭାବେ ହୃଦୟଙ୍ଗମ କରିଛନ୍ତି । 
ଓଟିଭି ପାନେଲ୍ ବିତର୍କମାନଙ୍କରେ ବିଜେଡ଼ିବାଲାଙ୍କୁ ସେମାନଙ୍କ କଥା କହିବାର ସୁଯୋଗ ଦିଆଯାଉନାହିଁ ବୋଲି ଗତକାଲି ବିଜେଡ଼ି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ ଆଣିଛି । ଅନ୍ୟ ୩୦ ଜଣ ସାଂସଦ ଓ ୧୪୭ ବିଧାୟକ ଥିବା ବେଳେ କେବଳ ବୈଜୟନ୍ତ ପଣ୍ଡାଙ୍କ ଖବରକୁ ମାତ୍ରାଧିକ ଗୁରୁତ୍ୱ ଦେଉଥିବା ଅଭିଯୋଗ ଆଣିଛି । ବିଜେଡ଼ିର ଏହିସବୁ ଅଭିଯୋଗର ସତ୍ୟତା ସମସ୍ତେ ଅନୁଭବ କରିଛନ୍ତି । ସର୍ବଦା ନିରପେକ୍ଷତାର ଦାବି କରୁଥିବା ଏକନମ୍ବର ଚାନେଲ୍ ଏହା ମିଛ ବୋଲି କହିବା ଅନ୍ଧକୁ ଦର୍ପଣ ଦେଖାଇଲା ଭଳି କଥା । ବିଜେଡ଼ି ଓ ପାଣ୍ଡିଆନ୍ ଙ୍କ ପଛରେ ଓଟିଭି ପଡ଼ିଥିବା ଓଡ଼ିଶାର କୋଣ ଅନୁକୋଣରେ ଆଜି କିଏ ନ ଜାଣେ ବୋଲି ଜଣେ ନାମକରା ଅବସରପ୍ରାପ୍ତ ପ୍ରଶାସକ କହିଛନ୍ତି ।
ସବୁଠାରୁ ଲଜ୍ଜାଜନକ କଥା ହେଉଛି, ଓଟିଭିକୁ ବୟକଟ୍ କରିବା ସଂକ୍ରାନ୍ତରେ ଗତକାଲି ବିଜେଡ଼ିର ପ୍ରେସ୍ ମିଟ୍ ପରେ ପରେ ବୈଜୟନ୍ତ ନିଜକୁ ଓଟିଭିଠାରୁ ଦୂରରେ ଦେଖାଇଛନ୍ତି । ଓଟିଭି ସମ୍ପାଦକୀୟ ନିଷ୍ପତ୍ତିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସଫେଇ ଦେଇଛନ୍ତି । ନିଜ ସଫେଇରେ ନିର୍ଦ୍ଦିଷ୍ଟ ଭାବେ ପାଣ୍ଡିଆନ୍ ଙ୍କ ନାଁ ନେବାର ଅଭ୍ୟାସ ବି ଛାଡ଼ିନାହାନ୍ତି । ପାଣ୍ଡିଆନ୍ ଙ୍କ ବିରୋଧରେ ଆସୁଥିବା ଅଭିଯୋଗରେ ସେ ତାଙ୍କ ପକ୍ଷ ରଖନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ବୈଜୟନ୍ତ ଓଡ଼ିଶାବାସୀଙ୍କୁ କିଭଳି ବିଭ୍ରାନ୍ତ କରୁଛନ୍ତି ତାହା ଏହି ସଫେଇରୁ ଜଳ ଜଳ ଦିଶୁଛି ।
ସମ୍ପାଦକୀୟ ନିଷ୍ପତ୍ତିରେ ମାଲିକଙ୍କ ଭୂମିକା ନ ରହିପାରେ । ହେଲେ ମାଲିକଙ୍କ ମନଜାଣି ଖବର ହେବା କ’ଣ ମିଛ ? ନିଜ ଟିଭିରେ ନିଜେ ପ୍ରଚାରିତ ହେବା ଏବଂ ନିଜ କଥା କୁହାଇବାରେ କାହାର ଆପତ୍ତି ନାହିଁ । ହେଲେ ଏହା ମାନିବାକୁ ଡର କାହିଁକି ? ନିଜକୁ ନିରପେକ୍ଷ ବୋଲି ଦାବି କରିବେ କାହିଁକି ? ଏହି ପ୍ରଶ୍ନକୁ ନେଇ ବୁଦ୍ଧିଜୀବୀମହଲରେ ବେଶ୍ ଚର୍ଚ୍ଚା । ବୈଜୟନ୍ତ ବାବୁ ଓଡ଼ିଶାବାସୀଙ୍କୁ ମୂର୍ଖ ଭାବନ୍ତୁ ନାହିଁ ବୋଲି ଅନେକ ମତ ଦେଇଛନ୍ତି ।  ଏଠାରେ କହିରଖୁ, ‘ମିଡ଼ ଡ଼େ ଓଡ଼ିଶା’ ପ୍ରଥମରୁ ବୈଜୟନ୍ତ ପଣ୍ଡା ଓ ତାଙ୍କ ଟିଭିର ହୀନ ଆଭିମୁଖ୍ୟ ପଦାକୁ ଆଣୁଛି ।
Previous Post

ନୂଆ ରାଜ୍ୟପାଳଙ୍କ ଶପଥ

Next Post

ଯାଦୁଆ ବିକୁଛି ଯାଦୁର ମଲମ

Next Post
ଯାଦୁଆ ବିକୁଛି ଯାଦୁର ମଲମ

ଯାଦୁଆ ବିକୁଛି ଯାଦୁର ମଲମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA