Tuesday, May 26, 2026 01:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଏ ସେହି ପାୱାରଫୁଲ୍ ?

by Our Correspondent
30 Mar, 2018- 01:04 PM
in Latest News, News
1 min read
0
କିଏ ସେହି ପାୱାରଫୁଲ୍ ?
ଭୁୁବନେଶ୍ୱର: ରାଉରକେଲାରେ ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ବିଳମ୍ବ ପଛରେ ଜଣେ ପାୱାରଫୁଲ୍ ବ୍ୟକ୍ତିଙ୍କ ଷଡ଼ଯନ୍ତ୍ର ଅଛି । ରାଉରକେଲାର ବିଜେପି ବିଧାୟକ ଦିଲ୍ଲୀପ ରାୟ ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି । ନିଜ ପାଟିରୁ ଛଡ଼ାଇ ଲୋକଙ୍କର ଏହା ବିଶ୍ୱାସ କହି ସୁନ୍ଦର ଗୁଗୁଲି ଛାଡ଼ିଛନ୍ତି । ଏହି ପାୱାରଫୁଲ୍ ବ୍ୟକ୍ତିଙ୍କ ଚକ୍ରାନ୍ତ ଯୋଗୁଁ ରାଉରକେଲା ବିକାଶ ବାଧାପ୍ରାପ୍ତ ହୋଇଛି ବୋଲି ସେ ବୁଲେଇ ବଙ୍କେଇ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି । ଦିଲ୍ଲୀପ ଇଙ୍ଗିତ କରିଥିବା ସେହି ପାୱାରଫୁଲ୍ ବ୍ୟକ୍ତିଙ୍କୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି ।
ବ୍ରାହ୍ମଣୀ ନଦୀ ଉପରେ ଦ୍ୱିତୀୟ ସେତୁ ନିର୍ମାଣ ପାଇଁ ଦିଲ୍ଲୀପ ରାୟ ପ୍ରଧାନମନ୍ତ୍ରୀଙ୍କୁ କହି କହି ଥକିଗଲେଣି । ଖାସ୍ ଏହି ସେତୁ ନିର୍ମାଣ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ୭ ଥର ଭେଟି ଅନୁରୋଧ କଲେଣି । ବିଭାଗୀୟ ମନ୍ତ୍ରୀ ନୀତିନ୍ ଗଡ଼କରୀଙ୍କ ସମେତ ଜୁଏଲ୍ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବାରମ୍ବାର ଭେଟି ଦାବି ଜଣାଇ ଆସୁଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ସେ ଏହା ମନେ ପକାଇଦେଇଛନ୍ତି । ମଜ୍ଜାର କଥା, ସେତୁ ନିର୍ମାଣ ବିଳମ୍ବ ପାଇଁ ସେ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଦାୟୀ କରି ଓଡ଼ିଶା ସରକାରଙ୍କୁ କ୍ଲିନ୍ ଚିଟ ଦେଇଛନ୍ତି । ରାଜ୍ୟ ସରକାର ଆବଶ୍ୟକ ଫରେଷ୍ଟ କ୍ଲିୟରାନ୍ସ ଦେଇଛନ୍ତି ଏବଂ ସେତୁ ନିର୍ମାଣ ପାଇଁ ଅନ୍ୟ କୌଣସି କ୍ଲିୟରାନ୍ସର ଆବଶ୍ୟକତା ନାହିଁ ବୋଲି ଜଣାଇଛନ୍ତି । ସବୁ ପରେ ବି ରାଉରକେଲାର ଲାଇଫ୍ ଲାଇନ୍ କୁହାଯାଉଥିବା ପ୍ରସ୍ତାବିତ ଏହି ସେତୁର ଭବିଷ୍ୟତ ଅନ୍ଧାରରେ ସଢ଼ୁଛି ବୋଲି ବିଧାୟକ ତାଙ୍କ ଚିଠିରେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ।
ସୂଚନାଯୋଗ୍ୟ, ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦାବି ଏହି ସେତୁର ନିର୍ମାଣ ଯଥାଶୀଘ୍ର ଆରମ୍ଭ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୫ ଏପ୍ରିଲ୍ ରେ ରାଉରକେଲା ଆସି ନିଜେ ପ୍ରତିଶ୍ରୁତି ଦେଇଥିଲେ । ବର୍ଷେ ପରେ କେନ୍ଦ୍ର ଭୂପୃଷ୍ଠ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ସେତୁର ନିର୍ମାଣ କାର୍ଯ୍ୟ ୨୦୧୬ ଜୁନ୍ ସୁଦ୍ଧା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଚିଠିର ଉତ୍ତରରେ କହିଥିଲେ । ୨୦୧୭ ଜୁଲାଇ ୨୧ ରେ ଗଡ଼କରୀ ରାଉରକେଲା ଆସି ପ୍ରସ୍ତାବିତ ସେତୁର ଭୂମିପୂଜା କରିଥିଲେ । ନିର୍ମାଣ କାର୍ଯ୍ୟ ୧୫ ଦିନରେ ଆରମ୍ଭ ହେବ ବୋଲି କହି ଯାଇଥିଲେ । ତେବେ ଇତିମଧ୍ୟରେ ୮ ମାସ ବିତିଯାଇଥିଲେ ମଧ୍ୟ ସେଠି ଇଟା ଖଣ୍ଡେ ପଡ଼ିନି ବୋଲି ଦିଲ୍ଲୀପ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଖାଲି ବ୍ରାହ୍ମଣୀ ଦ୍ୱିତୀୟ ସେତୁ ନୁହେଁ, ରାଉରକେଲା ଇସ୍ପାତ ଜେନେରାଲ୍ ହସ୍ପିଟାଲ୍ କୁ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ ଏବଂ ମେଡ଼ିକାଲ୍ କଲେଜ ପାଇଁ ପ୍ରଧାନମନ୍ତ୍ରୀ ୨୦୧୪ ଏପ୍ରିଲ୍ ୧ ରେ ନିଷ୍ପତ୍ତି ନେଇଥିଲେ ମଧ୍ୟ କାର୍ଯ୍ୟକାରୀ ହୋଇ ନ ଥିବାରୁ ବିଧାୟକ ଉଦବେଗ ପ୍ରକାଶ କରିଛନ୍ତି । ରାଉରକେଲା ବିକାଶ ପାଇଁ ଅପରିହାର୍ଯ୍ୟ ହୋଇପଡ଼ିଥିବା ବ୍ରାହ୍ମଣୀ ସେତୁ ଏବଂ ସୁପର ସ୍ପେଶିଆଲିଟି ହସ୍ପିଟାଲ୍ କାର୍ଯ୍ୟକାରୀ ନ ହେବା ପଛରେ ରାଜନୈତିକ ଷଡ଼ଯନ୍ତ୍ରକୁ ଏହି ବିଜେପି ବିଧାୟକ ଦାୟୀ କରିଛନ୍ତି । ବିଜେଡ଼ି ସରକାରଙ୍କୁ ସେ କ୍ଲିନଚିଟ୍ ଦେଉଥିବାରୁ ତାଙ୍କ ଦଳର ନେତାଙ୍କ ଷଡ଼ଯନ୍ତ୍ରକୁ ଅଙ୍ଗୁଳି ଉଠାଇଥିବା ସ୍ପଷ୍ଟ ହୋଇଛି । ରାଉରକେଲା ତଥା ସମଗ୍ର ରାଜ୍ୟରେ ତାଙ୍କର ପତିଆରା ନ ବଢ଼ାଇବା ପାଇଁ ବିଜେପି ଘରୁ ଏହି ଚକ୍ରାନ୍ତ ହେଉଥିବା ଦିଲ୍ଲୀପ ଇଙ୍ଗିତ ଦେଇଛନ୍ତି ।
ପ୍ରକାଶଥାଉକି, ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁକୁ ନେଇ ରାଜନୀତି ପୁରୁଣା ହୋଇଗଲାଣି । ବିଜେପିରୁ ଦିଲ୍ଲୀପ ରାୟ ଏକଘରିକିଆ ହେବା ପଛରେ ସେତୁ ରାଜନୀତିର ପ୍ରମୁଖ ଭୂମିକା ରହିଥିବା କୁହାଯାଉଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚାଲବାଜି ଯୋଗୁଁ ସେତୁ ନିର୍ମାଣ ହୋଇପାରୁ ନ ଥିବା ଦିଲ୍ଲୀପଙ୍କ ସମର୍ଥକମାନେ ବିଶ୍ୱାସ କରୁଛନ୍ତି । ଏହା ପଛରେ ପତିଆରା ଲଢ଼େଇକୁ ସେମାନେ ଏକମାତ୍ର କାରଣ ଦେଖାଉଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀପଙ୍କ କ୍ୟାମ୍ପର ଆରୋପକୁ ଧର୍ମେନ୍ଦ୍ରଙ୍କ କ୍ୟାମ୍ପ ଖାଲି ଅସ୍ୱୀକାର କରିନାହାନ୍ତି ବରଂ ସେତୁ ନିର୍ମାଣ ପାଇଁ ସଭାସମିତିରେ ନିଜେ ଧର୍ମେନ୍ଦ୍ର ବ୍ୟଗ୍ରତା ଦେଖାଇଛନ୍ତି । ତେବେ ଦିଲ୍ଲୀପ ଏଥର ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସେତୁ ନିର୍ମାଣ ବିଳମ୍ବ ପଛରେ ନିର୍ଦ୍ଦିଷ୍ଟ ଖଳନାୟକ ଚରିତ୍ରଙ୍କ ଅବତାରଣା କରିବା ବିଜେପି ଆଭ୍ୟନ୍ତରୀଣ ରାଜନୀତିକୁ ଆହୁରି ସରଗରମ କରିଛି ।
Previous Post

ଓଟିଭିକୁ କଂଗ୍ରେସର ବି ଟାର୍ଗେଟ୍; ବୟକଟ୍ କରିବାକୁ ଯୋଜନା

Next Post

ବଦଳିଲେ ହରିପ୍ରସାଦ;‘ଅଲୱାର୍ ମହାରାଜା’ଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱ

Next Post
ବଦଳିଲେ ହରିପ୍ରସାଦ;‘ଅଲୱାର୍ ମହାରାଜା’ଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱ

ବଦଳିଲେ ହରିପ୍ରସାଦ;‘ଅଲୱାର୍ ମହାରାଜା’ଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA