Monday, May 25, 2026 07:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କଠୁଆ,ଉନ୍ନାଓ ବର୍ବରତା: କୁଆଡ଼େ ଗଲେ ନାରୀ ସୁରକ୍ଷାର ପ୍ରବକ୍ତା?

by Our Correspondent
13 Apr, 2018- 06:52 PM
in Latest News, News
1 min read
0
କଠୁଆ,ଉନ୍ନାଓ ବର୍ବରତା: କୁଆଡ଼େ ଗଲେ ନାରୀ ସୁରକ୍ଷାର ପ୍ରବକ୍ତା?
ଭୁବନେଶ୍ୱର: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାରେ ୮ ବର୍ଷର ଝିଅକୁ ଅପହରଣ କରି ନଜରବନ୍ଦୀ କରାଗଲା । ଚାରି ଦିନ କାଳ ତାକୁ ଭୋକରେ ରଖାଗଲା । ନିଶା ଖୁଆଇ ବାରମ୍ବାର ଗଣଦୁଷ୍କର୍ମ କରାଗଲା । ଶେଷରେ ପଥରରେ ଛେଚି ଛେଚି ମାରିଦିଆଗଲା । ଏହି ଜଘନ୍ୟ ଅପରାଧରେ ପୁଲିସ ଅଧିକାରୀମାନଙ୍କ ସିଧାସଳଖ ସଂପୃକ୍ତି ଜଣାଗଲା । ଘଟଣାକୁ ସାମ୍ପ୍ରଦାୟିକତାର ରୂପ ଦେଇ ଅଭିଯୁକ୍ତମାନଙ୍କୁ ସୁରକ୍ଷା ଦେବାକୁ ଜମ୍ମୁର ଦୁଇ ବିଜେପି ମନ୍ତ୍ରୀ ଅଣ୍ଟା ଭିଡ଼ିଲେ । ଆଶ୍ଚର୍ଯ୍ୟର କଥା, ରାଜ୍ୟରେ ମେଣ୍ଟ ଶାସନରେ ଥିବା ଏହି ଦୁଇମନ୍ତ୍ରୀଙ୍କୁ ବିଜେପି ଏ ଯାଏଁ ମୁଣ୍ଡରେ ବସାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠୁଆ ଘଟଣାକୁ ନିନ୍ଦା କରିନାହାନ୍ତି କି ତାଙ୍କ ଦଳର ମନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ।
ଉତ୍ତରପ୍ରଦେଶର ଉନ୍ନାଓରେ ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ ହେଲା । ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗର ତାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିବା ଅଭିଯୋଗ ହେଲା । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପୀଡ଼ିତା ଓ ତାଙ୍କ ପରିବାର ପୁଲିସର ନିରାଶ ହୋଇ ଖୋଦ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଶରଣ ପଶିଲେ । ଫଳ ହେଲା, ପୀଡ଼ିତାଙ୍କ ବାପାଙ୍କୁ ପୁଲିସ ମିଥ୍ୟା ମାମଲାରେ ଫସାଇ ଜେଲ୍ କୁ ପଠାଇଦେଲା । ଆଉ ସେହି ଜେଲ୍ ରେ ପିଟି ପିଟି ମାରିଦେଲା । ଦେଶବ୍ୟାପୀ ଏହି ଘଟଣା ପ୍ରବଳ ପ୍ରତିକ୍ରିୟା ସୃଷ୍ଟି କଲା ପରେ ବି ମୁଖ୍ୟମନ୍ତ୍ରୀ ଅଭିଯୁକ୍ତ ବିଧାୟକଙ୍କୁ ଗିରଫ କଲେନି । ଦିଲ୍ଲୀରୁ ୩ କେନ୍ଦ୍ରମନ୍ତ୍ରୀ ଯୋଗୀଙ୍କ ସପକ୍ଷରେ ବାହାରିଛନ୍ତି । ଆଉ ପ୍ରଧାନମନ୍ତ୍ରୀ ଚୁପ୍ ବସିଯାଇଛନ୍ତି ।
କଠୁଆ ଓ ଉନ୍ନାଓ ର ଏହି ଦୁଇଟି ଲୋମଟାଙ୍କୁରା ବର୍ବର ଘଟଣା ଦେଶବାସୀଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି । ଅଭିଯୁକ୍ତମାନଙ୍କ ପ୍ରତି ବିଜେପି ସରକାରଙ୍କ ଦରଦ ସମସ୍ତଙ୍କୁ ସ୍ତବ୍ଧ କରିଛି । ‘ବେଟି ବଚାଓ’ ସ୍ଲୋଗାନ ଧରିଥିବା ନରେନ୍ଦ୍ର ମୋଦି ସରକାର ନିର୍ଦ୍ଦୟ, ଲଜ୍ଜିତ ଓ ଭୟଙ୍କର ଆଚରଣ ଦେଖାଇଛନ୍ତି । ଗତକାଲି ଓ ଆଜି ଦିନ ତମାମ ଏହି ଦୁଇଟି ଘଟଣାକୁ ନେଇ ତମାମ ଦେଶ ହୁଲସ୍ତୁଲ ହେଉଛି । କଠୁଆ ଅଭିଯୁକ୍ତଙ୍କ ସପକ୍ଷରେ ବାହାରିଥିବା ଜମ୍ମୁର ଦୁଇ ବିଜେପି ମନ୍ତ୍ରୀଙ୍କୁ ମନ୍ତ୍ରୀମଣ୍ଡଳରୁ ବିଜେପି ଏଯାଏଁ ବିଦା କରିବାକୁ ଚାହିଁ ନ ଥିଲା ବେଳେ ମେଣ୍ଟ ଶାସନର ନେତୃତ୍ୱ ନେଉଥିବା ମେହବୁବା ମୁଫତି ସରକାର ଅସହାୟ ହୋଇପଡ଼ିଛନ୍ତି । ସେପଟେ ଉତ୍ତରପ୍ରଦେଶ ଘଟଣାରେ ଅଭିଯୁକ୍ତ ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କୁ ସୁରକ୍ଷା ଦେଉଥିବା ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ଗତକାଲି ଆହ୍ଲାବାଦ ହାଇକୋର୍ଟ ଭର୍ତ୍ସନା କରିବା ପରେ ଆଜି ଅଭିଯୁକ୍ତ ବିଧାୟକଙ୍କୁ ସିବିଆଇ ଗିରଫ କରିଛି ।
ଜମ୍ମୁ ଓ ଉତ୍ତରପ୍ରଦେଶ ନାବାଳିକା ଦୁଷ୍କର୍ମ ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବିଜେପି ନେତାଙ୍କ ମୁହଁରେ ତାଲା ପଡ଼ିବା ନେତାଙ୍କ ରାଜନୈତିକ ହୀନ ଚରିତ୍ରକୁ ପଦାରେ ପକାଇଛି । ଖାସ୍ କରି ତାଙ୍କ ଦଳ ମେଣ୍ଟ ସରକାରରେ ଥିବା ରାଜ୍ୟରେ ଜଣେ ୮ ବର୍ଷର ଝିଅକୁ ପୈଶାଚକ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଦେଶବାସୀଙ୍କୁ ବିଚଳିତ କରିଛି । ପ୍ରଧାନମନ୍ତ୍ରୀ ଯେ କାର୍ଯ୍ୟବ୍ୟସ୍ତ ଯୋଗୁଁ ଟୁଇଟର ଚଳାଇପାରିନାହାନ୍ତି ତାହା ନୁହେଁ । ଏହି ସମୟ ମଧ୍ୟରେ ନାଭିଗେସନ୍ ସାଟେଲାଇଟ୍ ର ସଫଳ ଉତକ୍ଷେପଣ ପାଇଁ ପ୍ରଧାନମନ୍ତ୍ରୀ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଯୋଗ ଉପରେ ଏକ ଭିଡ଼ିଓକୁ ସେୟାର୍ କରିଛନ୍ତି । ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । ହେଲେ ବର୍ବରତାର ଶିକାର ହୋଇ କଠୁଆର ଆଖି ବୁଜିଥିବା ଝିଅଟି ପାଇଁ ଦୁଃଖ କି ସମବେଦନା ଜଣାଇବାକୁ ତାଙ୍କୁ ସମୟ ହୋଇନି ।
ଆମ ରାଜ୍ୟ ଓଡ଼ିଶାରେ ବି ବିଜେପି ନେତାଙ୍କ କଥା ନ କହିବା ଭଲ । ଏତେବଡ଼ ଦୁଇ ଦୁଇଟି ଘଟଣା ସେମାନଙ୍କୁ ବିଚଳିତ କରୁନି କି ପାଟିରୁ ଆହା ପଦେ ବାହାରୁନି । କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଘଟଣାକୁ ନେଇ କିଛି ଦିନ ତଳେ ତୁମ୍ବିତୋଫାନ କରୁଥିଲେ ଆମ ବିଜେପି ନେତାମାନେ । ଟିଭି, ଫେସବୁକ୍ ଓ ଟୁଇଟରରେ ଭାଷା ଅଭାଷା ମାନୁ ନ ଥିଲେ । ନବୀନ ସରକାରଙ୍କୁ ନାରୀ ଅତ୍ୟାଚାରୀ, ଦୁଷ୍କର୍ମକାରୀ, ପଙ୍ଗୁ, ମଲା ଘୋଡ଼ା କହି ପ୍ରବକ୍ତାମାନେ ଗଳା ଫଟାଉଥିଲେ । ଏବେ ୟୁପି ଓ ଜାମ୍ମୁ କାଶ୍ମୀର ଘଟଣାରେ ସେମାନଙ୍କ ଭାଷା କାହିଁକି ବାହାରୁନି ବୋଲି ସାଧାରଣରେ କଟାକ୍ଷ ହେଉଛି । ନାରୀ ସୁରକ୍ଷାର ପ୍ରବକ୍ତା ବୋଲାଉଥିବା ଏହି ନେତାମାନେ ଏବେ କୁଆଡ଼େ ଗଲେ ବୋଲି ଖୋଜା ପଡ଼ିଲେଣି ।
Previous Post

ବିଜେଡ଼ି-ବୈଜୟନ୍ତଙ୍କ ପାଣିଟାଙ୍କି ଲଢ଼ାଲଢ଼ି

Next Post

ଅନିଶ୍ଚିତତାରେ ‘ମେକ୍ ଇନ ଓଡ଼ିଶା’; ଜାଗୀଙ୍କ ଉପରୁ ସନ୍ଦେହ ଯାଉନି

Next Post
ଅନିଶ୍ଚିତତାରେ ‘ମେକ୍ ଇନ ଓଡ଼ିଶା’; ଜାଗୀଙ୍କ ଉପରୁ ସନ୍ଦେହ ଯାଉନି

ଅନିଶ୍ଚିତତାରେ ‘ମେକ୍ ଇନ ଓଡ଼ିଶା’; ଜାଗୀଙ୍କ ଉପରୁ ସନ୍ଦେହ ଯାଉନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA