Monday, May 25, 2026 08:28 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପଣ୍ଡା ଇନଫ୍ରା ମାଲିକ ଗିରଫ,ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

by Our Correspondent
04 May, 2018- 11:01 AM
in Latest News, News
1 min read
1
ପଣ୍ଡା ଇନଫ୍ରା ମାଲିକ ଗିରଫ,ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ୱର: ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣା ପରେ ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ମାଲିକ ପ୍ରତାପ କିଶୋର ପଣ୍ଡାଙ୍କୁ ପୁଲିସ ଗିରଫ କରିଛି । ଏ ନେଇ କମିଶନରେଟ୍ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଏହି ଅଘଟଣ ପାଇଁ ମୁଖ୍ୟମନ୍ତ୍ରୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି । ମୃତ ଶ୍ରମିକ ଅଜୟଙ୍କ ପରିବାରକୁ ସେ ୫ ଲକ୍ଷ ଟଙ୍କା ଅନୁକମ୍ପା ସହାୟତା ଘୋଷଣା କରିଥିବା ବେଳେ ଆହତ ଶ୍ରମିକଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ ବୋଲି ଘୋଷଣା କରିଛନ୍ତି । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ଷଣି ବମିଖାଲ ଓଭରବ୍ରିଜ୍ ଦୁର୍ଘଟଣାର ତଦନ୍ତ ଆରମ୍ଭ ହୋଇଯାଇଛି । କେଉଁ ପରିସ୍ଥିତିରେ ଏବଂ କିଭଳି ଏହି ଘଟଣା ଘଟିଲା ତାହାର ଛାନଭିନ୍ ଆରମ୍ଭ ହୋଇଛି । ଓଭରବ୍ରିଜ୍ କାମ ନିମ୍ନମାନର ହୋଇଥିବାରୁ ସେପ୍ଟେମ୍ବର ମାସରେ ଏହା ଭୂଷୁଡ଼ି ପଡ଼ି ଜଣଙ୍କର ମୁଣ୍ଡ ନେଇଥିଲା । ୮ ମାସ ପରେ ତାହାର ପୁନରାବୃତ୍ତି ହୋଇଛି । ପ୍ରଥମ ଦୁର୍ଘଟଣା ପରେ ପଣ୍ଡା ଇନଫ୍ରା ମାଲିକ ଗିରଫ ହୋଇଥିଲେ ଏବଂ ତାଙ୍କ ସଂସ୍ଥାକୁ ସରକାର କଳା ତାଲିକାଭୁକ୍ତ କରିଥିଲେ । ତେବେ ସେହି ସଂସ୍ଥା ଦ୍ୱାରା ଓଭରବ୍ରିଜ୍ ର ଅସମ୍ପୂର୍ଣ୍ଣ କାମ ସମ୍ପୂର୍ଣ୍ଣ କରାଇବାକୁ ପୁଣି କିଏ ନିଷ୍ପତ୍ତି ନେଲେ ତାହାର ଖୋଳତାଡ଼ ଚାଲିଛି ।
ଚର୍ଚ୍ଚା ହେଉଛି, ସରକାରୀ ଦଳର ଜଣେ ପ୍ରଭାବଶାଳୀ ନେତାଙ୍କ ଟଙ୍କା ଲାଗିଛି ପଣ୍ଡା ଇନଫ୍ରା ସଂସ୍ଥାରେ । ସଂସ୍ଥାର ସେ ଜଣେ ଅଦୃଶ୍ୟ ମାଲିକ । ତାଙ୍କରି ଚାପରେ କଳା ତାଲିକାଭୁକ୍ତ ପଣ୍ଡା ଇନଫ୍ରା ହାତରେ ପୁଣି କାମ ଟେକି ଦିଆଯାଇଥିଲା । ସେହିଭଳି ପଣ୍ଡା ଇନଫ୍ରା ସଂସ୍ଥା ପ୍ରତି ଖୋଦ୍ ପୂର୍ତ୍ତ ସଚିବଙ୍କ ପ୍ରବଳ ଅନୁକମ୍ପା ଥିବାର ଚର୍ଚ୍ଚା ହେଉଛି । ତଦନ୍ତ କରି ଏହାର ସତ୍ୟାସତ୍ୟ ବାହାର କରାଯାଉ ଏବଂ ଦୋଷୀ ଯିଏ ବି ହୋଇଥାଉ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି ।
Previous Post

ସରକାରଙ୍କ ପଣ୍ଡା ଇନଫ୍ରା ପ୍ରୀତି; ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ଆଉ ଜଣେ ମଲେ

Next Post

ଜିତୁଙ୍କ ଡି ବ୍ରଦର୍ସ ଲିଙ୍କ୍ ଚର୍ଚ୍ଚା; ବିଜେଡ଼ିକୁ ପୁଣି ଅଡୁଆ

Next Post
ଜିତୁଙ୍କ ଡି ବ୍ରଦର୍ସ ଲିଙ୍କ୍ ଚର୍ଚ୍ଚା; ବିଜେଡ଼ିକୁ ପୁଣି ଅଡୁଆ

ଜିତୁଙ୍କ ଡି ବ୍ରଦର୍ସ ଲିଙ୍କ୍ ଚର୍ଚ୍ଚା; ବିଜେଡ଼ିକୁ ପୁଣି ଅଡୁଆ

Comments 1

  1. ଗୁଡୁ says:
    8 years ago

    ଅରୁଣ ସାହୁ ଙ୍କ ଏଥିରେ କିଛି ଭୂମିକା ନାହିଁ?

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA