Monday, May 25, 2026 09:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତ ଫ୍ୟୁଜ୍, ପତିଆରା ବରବାଦ୍

by Our Correspondent
04 May, 2018- 10:19 PM
in Latest News, Politics
1 min read
0
ବୈଜୟନ୍ତ ଫ୍ୟୁଜ୍, ପତିଆରା ବରବାଦ୍

ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡା ଫ୍ୟୁଜ୍ ହୋଇଯାଇଛନ୍ତି । ନିଜକୁ ଅତି ଚାଲାକି ଭାବୁଥିବା ଏହି କର୍ପୋରେଟ୍ ସମାଜସେବୀ ଅନ୍ୟକୁ ଗାତରେ ପକାଇବାକୁ ଯାଇ ନିଜେ ଗାତରେ ପଡ଼ିଛନ୍ତି । ଆକାଶରେ ଉଡୁଥିବା ସାଂସଦ ଏବେ ଚାରିଶ୍ ବିଶ୍ କେସ୍ ଖାଇବେ । କେନ୍ଦ୍ରାପଡ଼ା ଟାଉନ୍ ଥାନାରେ ଜଣେ ଇନସପେକ୍ଟର କି ସବ ଇନସପେକ୍ଟରଙ୍କ ଜେରାର ସାମନା କରିବେ । ଭାଗ୍ୟ ଖରାପ ଥିଲେ ଜେଲ୍ ଯିବେ, ଲୋକସଭା ସଭ୍ୟପଦ ହରାଇବେ, ୬ ବର୍ଷ ଯାଏଁ ନିର୍ବାଚନ ଲଢ଼ିପାରିବେ ନାହିଁ ।

ବଡ଼କଥା ହେଲା, କଥାକଥାକେ ଟୁଇଟ୍ କରୁଥିବା ଏହି ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ ଏ ପ୍ରସଙ୍ଗରେ ଅଚଳ ହୋଇଯାଇଛି । ପୁଲିସକୁ ମାମଲା ରୁଜୁ ପାଇଁ କେନ୍ଦ୍ରାପଡ଼ା ଏସଡିଜେଏମ୍ ଙ୍କ ଆଦେଶ ପରେ ତାଙ୍କ ପାଟି ଚୁପ୍ । ହୁଏତ କୋର୍ଟ ଆଦେଶ ହୋଇ ନ ଥିଲେ ସେ ଲୋକଙ୍କୁ ‘ପି’ ଥିଓରି ଶୁଣାଇଥାନ୍ତେ । ତାଙ୍କୁ ଫସାଇବା ପଛରେ ‘ପି’ଙ୍କ ହାତ ଅଛି ବୋଲି ହୁରି ପକାଇଥାଆନ୍ତେ । ହେଲେ ସେମିତି ବାଉଳା ହେବାର ଜୁ ନାହିଁ ଏଥର । କେନ୍ଦ୍ରାପଡ଼ାବାସୀଙ୍କୁ ପ୍ରତାରଣା କରିଛନ୍ତି ଏବଂ ମିଥ୍ୟା ସତ୍ୟପାଠ ଦେଇ ଲୋକଙ୍କୁ ଭଣ୍ଡେଇଛନ୍ତି ବୋଲି ଖୋଦ୍ ତାଙ୍କ ନିର୍ବାଚନମଣ୍ଡଳୀର ଜଣେ ବ୍ୟକ୍ତିଙ୍କ ପିଟିସନ୍ କୁ କୋର୍ଟ ହୃଦୟଙ୍ଗମ କରିଛନ୍ତି । ସାଂସଦଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ତଦନ୍ତ କରିବ । ଜୁଲାଇ୨୫ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦେବ । ପୁଲିସ ରିପୋର୍ଟ ଆଧାରରେ କୋର୍ଟ ତାଙ୍କର ନିଷ୍ପତ୍ତି ଶୁଣାଇବେ ।
ବୈଜୟନ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ୨୦୧୪ ସତ୍ୟପାଠରେ ସେ ନିଜକୁ ଜଣେ ସମାଜସେବୀ ଦର୍ଶାଇଥିଲେ । ସେତେବେଳେ ଇମ୍ଫାର ଉପସଭାପତି ପଦରେ ଥାଇ ମୋଟା ଅଙ୍କର ଦରମା ନେଉଥିଲେ ମଧ୍ୟ ତାହା ଲୁଚାଇଥିଲେ । ଚାକିରି କରି କୋଟି କୋଟି ଟଙ୍କା ଦରମା ନେଉଥିବା ବ୍ୟକ୍ତିଟି ନିଜକୁ ସମାଜସେବୀ ପରିଚୟ ଦେବା ବୈଜୟନ୍ତଙ୍କ ଅସଲ ଚେହେରା ଖୋଲି ଦେଇଛି । ବୋଧହୁଏ ନିଜକୁ ଆଦର୍ଶ ଦେଖାଇ ଆଇନ ଜାଲରୁ ବର୍ତ୍ତିବା ପାଇଁ ସେ ଏହି ତଥ୍ୟକୁ ସତ୍ୟପାଠରେ ଲୁଚାଇଥିଲେ । ଏକଥା ବି ଧରାପଡ଼ି ନ ଥାଆନ୍ତା । ମାତ୍ର ବୈଜୟନ୍ତ ନିଜେ ତାଙ୍କ ପାଇଁ କୀଳା ଯୋଗାଡ଼ କରିଦେଲେ । ସମ୍ଭବତଃ ମୁଖ୍ୟମନ୍ତ୍ରୀ ହେବାର ଉଚ୍ଚାଭିଳାଷ ତାଙ୍କୁ ଅବାଟରେ ନେଇ ସବୁ ଅଡୁଆ କରିଦେଇଛି । ବୈଜୟନ୍ତଙ୍କ ସମର୍ଥକମାନେ କହୁଛନ୍ତି ବିଜେଡ଼ି ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ଏହି ଅଭିଯୋଗ ଆଣିଛି । ଦଳ ଯଦି ଜାଣିଥିଲା ଆଜି ପର୍ଯ୍ୟନ୍ତ ଶୋଇଥିଲା କାହିଁକି ? ତେବେ ବୈଜୟନ୍ତଙ୍କ ବିରୋଧୀଙ୍କ ଯୁକ୍ତି, ଯେତେବେଳେ ବିଜେଡ଼ିରେ ଥାଇ ଦଳ ବିରୋଧରେ କହୁଥିଲେ ଏବଂ ସେତେବେଳଠାରୁ ନିଜ ଟିଭିକୁ ବିଜେଡ଼ି ଓ ସରକାର ବିରୋଧରେ ଲଗାଇଛନ୍ତି ସେତେବେଳେ ବିଜେଡ଼ି କ’ଣ ଚୁପ୍ ରହିଥାଆନ୍ତା ? କଣ୍ଟାକୁ କଣ୍ଟାରେ ବାହାର କରିବାରେ ଭୁଲ୍ କେଉଁଠି ବୋଲି ସେମାନେ ଯୁକ୍ତି କରିଛନ୍ତି ।
ରାଜନୈତିକ ସମୀକ୍ଷକମାନେ ବୈଜୟନ୍ତଙ୍କ ରାଜନୈତିକ କାର୍ଯ୍ୟକଳାପକୁ ଅପରିଣାମ ଓ ଅପରିପକ୍ୱ ବୋଲି ଦର୍ଶାଇଛନ୍ତି । ବିଜେଡ଼ିରେ ବୈଜୟନ୍ତ ଅତି ସୁବିଧାରେ ଥିଲେ । ଉଭୟ ରାଜନୈତିକ ଓ ବ୍ୟବସାୟିକ ଦୃଷ୍ଟିକୋଣରୁ ବେଶ୍ ଲାଭବାନ ଥିଲେ । କୌଣସି ଆଦର୍ଶକୁ ନେଇ ଯଦି ଲଢ଼ିବାର ଥିଲା ତେବେ ସିଧାସଳଖ ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ୁନାହାନ୍ତି କାହିଁକି ? ତାଙ୍କର ବ୍ୟକ୍ତିଗତ ସଚିବଙ୍କୁ ଟାର୍ଗେଟ୍ କରି ନିଜକୁ ବୈଜୟନ୍ତ ଛୋଟ କରିଛନ୍ତି ବୋଲି ସେମାନେ କହିଛନ୍ତି । ଶାସନ କେମିତି ଚାଲେ ତାହା ବୈଜୟନ୍ତଙ୍କଠାରୁ ବୋଧହୁଏ ଅଧିକ କାହାରିକୁ ଜଣା ନ ଥିବ । ଅଥଚ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ ଜଣେ ବ୍ୟୁରୋକ୍ରାଟ୍ ଙ୍କ ବିରୋଧରେ ସେ ଯେଉଁସ୍ତରକୁ ଯାଇ ଆକ୍ରମଣ କରୁଛନ୍ତି ତାହା ଧୀରେ ଧୀରେ ଲୋକଙ୍କ ମନରେ ବୈଜୟନ୍ତଙ୍କ ଉପରେ ନାରାଜ ସୃଷ୍ଟି କରିଛି । ତାଙ୍କ ଟିଭିକୁ ବୈଜୟନ୍ତ ଅସ୍ତ୍ର କରିଥିବା ବିଜେଡ଼ିର ଅଭିଯୋଗକୁ ଲୋକେ ବି ଅନୁଭବ କରୁଛନ୍ତି । ଏହାଦ୍ୱାରା ବୈଜୟନ୍ତଙ୍କ କ୍ୟାରିୟର୍ ବରବାଦ ହେବାକୁ ବସିଲାଣି ବୋଲି ସେମାନେ ହୃଦୟଙ୍ଗମ କରିଛନ୍ତି ।
ବିଜେଡ଼ିରୁ ବିତାଡ଼ିତ ହୋଇସାରିଥିବା ବୈଜୟନ୍ତ ବିଜେପି ପଟକୁ ଢ଼ଳିଥିଲେ ମଧ୍ୟ ସେଠି ବି ତାଙ୍କୁ ସ୍ଥାନ ମିଳୁନାହିଁ । ଓଡ଼ିଶାରେ ବିଜେପିକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ କବଜାରେ ରଖିଥିବାରୁ ସେ କ’ଣ ପାଇଁ ବୈଜୟନ୍ତଙ୍କୁ ଲିଫ୍ଟ ଦେବେ ? ଦଳରେ ନିଜର ପ୍ରତିଦ୍ୱନ୍ଦୀ ସୃଷ୍ଟି କରିବାକୁ କିଏ ଚାହେଁ ବୋଲି ଅନେକ ପ୍ରଶ୍ନ ଉଠାଇଛନ୍ତି । ଯାହା ସୂଚନା ଅଛି ବୈଜୟନ୍ତଙ୍କ ଦିଲ୍ଲୀରେ ବିଜେପି-ଲବି ଶକ୍ତିଶାଳୀ ଥିଲେ ମଧ୍ୟ ଧର୍ମେନ୍ଦ୍ର ସେଥିରେ କଣ୍ଟା ସାଜିଛନ୍ତି । ସୁତରାଂ ବିଜେପିରେ ବି ବୈଜୟନ୍ତଙ୍କର ସ୍ଥାନ ନାହିଁ ବୋଲି ଏଥିରୁ ସ୍ପଷ୍ଟ ଅନୁମେୟ । ଯଦି ବା ସେ ବିଜେପିକୁ ଯାଆନ୍ତି ସେଠି ଯେ ତାଙ୍କର ବିଜେଡ଼ି ପତିଆରା ରହିବ ତାହା ଜମାରୁ ନୁହେଁ ।
ବୈଜୟନ୍ତଙ୍କର ରାଜନୈତିକ ସଙ୍କଟର ପ୍ରଭାବ ସିଧାସଳଖ ତାଙ୍କ ପରିବାରର ବ୍ୟବସାୟ ଉପରେ ପଡ଼ିଲାଣି । ଇମ୍ଫା ଓ ଓରଟେଲ୍ ଭଳି ସଂସ୍ଥା ତାଙ୍କ ପରିବାରର ଭାତହାଣ୍ଡି । ବିଜେଡ଼ିରେ ନିଜର ପତିଆରା ଯୋଗୁଁ ସେ ଏହି ବ୍ୟବସାୟିକ ସାମ୍ରାଜ୍ୟକୁ ଯଥେଷ୍ଟ ଫାଇଦା କରାଇଥିଲେ । କମ୍ପାନୀର ଗୁଡ଼ାଏ ଅଳିଆ ଥିଲେ ବି ତାକୁ ଚାପି ରଖିବାରେ ସମର୍ଥ ହୋଇଥିଲେ । ମାତ୍ର ବିଜେଡ଼ିରୁ ତାଙ୍କର ବିଦାୟ ପରେ ଏହା ଆଉ ସମ୍ଭବ ନୁହେଁ । ରାଉରକେଲା ସମେତ ବିଭିନ୍ନ ସ୍ଥାନରେ ଓରଟେଲ୍ କର୍ମଚାରୀଙ୍କ ଆନ୍ଦୋଳନ ପରେ ଥେରୁବାଲି ‘ଇମ୍ଫା’ ରେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ତାଲା ପଡ଼ିଛି । ଚର୍ଚ୍ଚା ହେଉଛି, ପଣ୍ଡା ପରିବାର ବ୍ୟବସାୟରେ ଯେତେ ଅଳିଆ ଅଛି ସରକାର ଚାହିଁଲେ ଗୋଟିଏ ଦିନରେ ସବୁ ବେପାର ବନ୍ଦ ହୋଇଯିବ । ମାତ୍ର ଯେହେତୁ ପୂର୍ବରୁ ସରକାର ଅନୁଗ୍ରହ ଅଜାଡ଼ିଛନ୍ତି ତେଣୁ ତାକୁ ଖୋଳି ନିଜେ ଦୋଷୀ ହେବାକୁ ଚାହୁଁନାହାନ୍ତି । ଏହାର ଅନେକ ଉଦାହରଣ ଅଛି ବୋଲି ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ।
Previous Post

ଜିତୁଙ୍କ ଡି ବ୍ରଦର୍ସ ଲିଙ୍କ୍ ଚର୍ଚ୍ଚା; ବିଜେଡ଼ିକୁ ପୁଣି ଅଡୁଆ

Next Post

ବିଜେପିର ଆଦର୍ଶ ନାହିଁ, କେବଳ ପ୍ରବଞ୍ଚନା: ମାନିକ ସରକାର

Next Post
ବିଜେପିର ଆଦର୍ଶ ନାହିଁ, କେବଳ ପ୍ରବଞ୍ଚନା: ମାନିକ ସରକାର

ବିଜେପିର ଆଦର୍ଶ ନାହିଁ, କେବଳ ପ୍ରବଞ୍ଚନା: ମାନିକ ସରକାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA