Monday, May 25, 2026 11:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍ଣ୍ଣାଟକ ପ୍ରତିବାଦ; ଆସନ୍ତାକାଲି କଂଗ୍ରେସର ଦେଶବ୍ୟାପୀ ଧାରଣା

by Our Correspondent
17 May, 2018- 06:23 PM
in Latest News, Politics
1 min read
0
କର୍ଣ୍ଣାଟକ ପ୍ରତିବାଦ; ଆସନ୍ତାକାଲି କଂଗ୍ରେସର ଦେଶବ୍ୟାପୀ ଧାରଣା
ଭୁବନେଶ୍ୱର: କର୍ଣ୍ଣାଟକ ରାଜ୍ୟପାଳଙ୍କ କାର୍ଯ୍ୟକୁ ଅନୈତିକ, ଅଗଣତାନ୍ତ୍ରିକ ଦର୍ଶାଇ ତାହା ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ । ଆସନ୍ତାକାଲି ସବୁ ରାଜ୍ୟର ରାଜଧାନୀ ଓ ଜିଲ୍ଲା ସଦର ମହକୁମା ଅଫିସ୍ ସାମନାରେ କଂଗ୍ରେସ ଦେବ ଧାରଣା । ପ୍ରଦେଶ କଂଗ୍ରେସ କମିଟି ନେତୃତ୍ୱରେ ଏହାକୁ ଜୋରଦାର କରିବା ପାଇଁ ହାଇକମାଣ୍ଡ ନିର୍ଦ୍ଦେଶ ଦେଇଛନ୍ତି । ଏ ମର୍ମରେ ଏଆଇସିସି ସାଧାରଣ ସମ୍ପାଦକ ଅଶୋକ ଗେହଲଟ ଏଆଇସିସିର ସମସ୍ତ କର୍ମକର୍ତ୍ତା, ସବୁ ରାଜ୍ୟର ପିସିସି ସଭାପତି, ବିଧାୟକ ଦଳ ନେତା ଓ ଛାମୁଆ ସଂଗଠନର ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍ତି ।

ଶ୍ରୀ ଗେହଲଟ୍ ଲେଖିଛନ୍ତି, କର୍ଣ୍ଣାଟକରେ ରାଜ୍ୟପାଳ ବିଜେପିର ହାତବାରିସି ହୋଇ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ସଂଖ୍ୟା ନ ଥିବା ସତ୍ତ୍ୱେ ବିଜେପିକୁ ସରକାର ଗଠନର ସୁଯୋଗ ଦେଇଛନ୍ତି । ରାଜ୍ୟପାଳଙ୍କୁ କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକଙ୍କ ତାଲିକା ସହ ଆବଶ୍ୟକ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଥିଲେ ମଧ୍ୟ ରାଜ୍ୟପାଳ ଏକପାଖିଆ ଭାବେ ସଂଖ୍ୟାଲଘୁ ବିଜେପିକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିବା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ । ଏହା ରାଜ୍ୟପାଳ ପଦବୀର ମର୍ଯ୍ୟାଦା ହାନି କରିବା ସହ ଦେଶକୁ ସମ୍ବିଧାନ ସଙ୍କଟ ଆଡକୁ ଟାଣିନେଇଛି । ଆଗାମୀ ନିର୍ବାଚନଗୁଡ଼ିକରେ ଏହାର ପ୍ରଭାବ ପଡ଼ିବ ଏବଂ ଦେଶ ଏହାର କୁପରିମାଣ ଭୋଗିବ ବୋଲି ସେ ଜଣାଇ ଦେଇଛନ୍ତି ।
ଏହାକୁ ସବୁମତେ ବିରୋଧ କରିବାକୁ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଏଆଇସିସି ପକ୍ଷରୁ ସେ ଡାକରା ଦେଇଛନ୍ତି । କର୍ଣ୍ଣାଟକ ବାର୍ତ୍ତାକୁ ସାଧାରଣ ଜନତା, ନାଗରିକ ସଂଗଠନଗୁଡ଼ିକ ନିକଟରେ ପହଞ୍ଚାଇ ସେମାନଙ୍କ ସମର୍ଥନ ଲୋଡ଼ିବାକୁ ଆହ୍ୱାନ ଦେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ, ସବୁ ରାଜ୍ୟର ରାଜଧାନୀରେ ପିସିସି ସଭାପତି ଓ ଦଳର ବରିଷ୍ଠ ନେତା ପ୍ରେସ୍ କନଫରେନ୍ସ କରିବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ଦେବେ ।
ସେପଟେ ବିହାରରେ ଆରଜେଡ଼ି ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବାର ଧମକ ଦେଇଛି । ଗତ ନିର୍ବାଚନରେ ଆରଜେଡ଼ି ସର୍ବାଧିକ ଆସନ ପାଇଥିଲା । କର୍ଣ୍ଣାଟକ ଭଳି ତାଙ୍କ ଦଳକୁ ରାଜ୍ୟପାଳ କାହିଁକି ସରକାର ଗଠନର ସୁଯୋଗ ନ ଦେବେ ତାହା ଉପରେ ଦଳ ପ୍ରଶ୍ନ ଛିଡ଼ା କରାଇଛି । ଆସନ୍ତାକାଲି ଦିନ ଗୋଟାଏରେ ଆରଜେଡ଼ିର ଏକ ପ୍ରତିନିଧିଦଳ ରାଜ୍ୟପାଳଙ୍କୁ ଭେଟି ଏ ମର୍ମରେ ସ୍ମାରକପତ୍ର ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । କର୍ଣ୍ଣାଟକ ଦେଖାଦେଖି ଗୋଆ, ମଣିପୁର ଓ ମେଘାଳୟରେ ମଧ୍ୟ ଅନୁରୂପ ଦାବି ଉଠିଥିବା ଜଣାପଡ଼ିଛି ।
Previous Post

ମିଡ଼ନାଇଟ୍ ହାଇଡ୍ରାମା ଶେଷ; ଶପଥ ନେଲେ ୟେଦୁରପ୍ପା

Next Post

ପ୍ରାଣକୃଷ୍ଣ ଉଦ୍ଧାର: ଓଡ୍ରାଫ୍, ଫାୟାର ବ୍ରିଗେଡ୍ କୁ ସାବାସି

Next Post
ପ୍ରାଣକୃଷ୍ଣ ଉଦ୍ଧାର: ଓଡ୍ରାଫ୍, ଫାୟାର ବ୍ରିଗେଡ୍ କୁ ସାବାସି

ପ୍ରାଣକୃଷ୍ଣ ଉଦ୍ଧାର: ଓଡ୍ରାଫ୍, ଫାୟାର ବ୍ରିଗେଡ୍ କୁ ସାବାସି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA