Monday, August 17, 2026 12:03 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶିଶୁପାଳ ହେଲେ ଧର୍ମେନ୍ଦ୍ର !

by Our Correspondent
19 May, 2018- 09:57 PM
in Latest News, Politics
1 min read
0
ଶିଶୁପାଳ ହେଲେ ଧର୍ମେନ୍ଦ୍ର !
ଭୁବନେଶ୍ୱର: କର୍ଣ୍ଣାଟକରେ ୟେଦୁରପ୍ପାଙ୍କ ଅଗ୍ନିପରୀକ୍ଷାକୁ ସାରା ଦେଶ ଉତ୍କଣ୍ଠାର ସହ ଚାହିଁ ବସିଥିଲା ବେଳେ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଥିବା କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସକାଳୁ ସକାଳୁ ଭୁବନେଶ୍ୱରରେ । ଏଠି ରାଜ୍ୟ ବିଜେପିର କାର୍ଯ୍ୟକାରିଣୀରେ ଯୋଗଦେଇଥିଲେ ମଧ୍ୟ ମନ ତାଙ୍କର ଶୁଖି ଯାଇଥିଲା । ଆଉ କାହିଁକି ଶୁଖିଥିଲା ଦିନ ୪ଟା ବେଳକୁ ପରିଷ୍କାର ହୋଇଗଲା । ୟେଦୁରପ୍ପା ଅଗ୍ନିପରୀକ୍ଷାକୁ ସାମନା ନ କରି ଗାଦି ଛାଡ଼ି ପଳାଇଲେ । ମାନିଗଲେ, ତାଙ୍କ ପାଖରେ ସଂଖ୍ୟା ନାହିଁ । ଅର୍ଥାତ୍ ବିଜେପିର ସବୁ କଳ, ବଳ,କୌଶଳ ସୁପ୍ରିମକୋର୍ଟର ଗୋଟିଏ ଝଟକାରେ ଭାଙ୍ଗିଯାଇଥିଲା । ମୂଲଚାଲ ପାଇଁ ୪୮ ଘଣ୍ଟାର ସମୟ ନିଅଣ୍ଟିଆ ପଡ଼ିଲା ।
ଗତ ୧୫ ତାରିଖରେ ବାହାରିଲା କର୍ଣ୍ଣାଟକ ରେଜଲ୍ଟ । ପରଦିନ ପର୍ଯ୍ୟବେକ୍ଷକ ହୋଇ ସେଠାକୁ ଯାଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୧୦୪ଟି ଆସନ ପାଇଥିବା ବିଜେପି କିଭଳି ସରକାର ଗଢ଼ିବ ସେହି ବୋଝ ମୁଣ୍ଡେଇ ଯାଇଥିଲେ ଦିଲ୍ଲୀରୁ । ରାଜ୍ୟପାଳ ନିଜ ଲୋକ ଥିବାରୁ ପ୍ରଥମ ହିଡ଼କୁ ପାର ହୋଇଗଲେ । ଅର୍ଥାତ୍ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ । ସାଙ୍ଗକୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳଙ୍କ ସହଯୋଗରେ ୧୫ ଦିନ ସମୟ ବି ନେଇଗଲେ । ଧର୍ମେନ୍ଦ୍ରଙ୍କ ମୁଖ୍ୟ ଦାୟିତ୍ୱ ଥିଲା ଏହି ୧୫ ଦିନ ଭିତରେ ସବୁ ରେଡ୍ଡି କରିଦେବା । ଚର୍ଚ୍ଚା ହେଉଛି, ତେଲମନ୍ତ୍ରୀ ହୋଇଥିବାରୁ ଦେଣନେଣ(ମୂଲଚାଲ)ର ସେ କୁଆଡେ ଚାବିକାଠି ହୋଇଥିଲେ । ମିସନ୍ ବି ଆରମ୍ଭ କରିଦେଇଥିଲେ । ହେଲେ ଏତେ ସପନକୁ ରାତି ପାଇଲାନି । ସୁପ୍ରିମକୋର୍ଟ ହରଣ କରିନେଲେ ରାତି ।
ୟେଦୁରପ୍ପାଙ୍କ ସଂଖ୍ୟା ଗରିଷ୍ଠ ପ୍ରମାଣ ପାଇଁ ୧୫ ଦିନ ବଦଳରେ ୪୮ ଘଣ୍ଟାର ମହଲତ ବିଜେପି ଓ ପର୍ଯ୍ୟବେକ୍ଷକଙ୍କୁ ଭାରି ମହଙ୍ଗା ପଡ଼ିଲା । କାଲି ସକାଳୁ ରାତିସାରା ବହୁ ଚେଷ୍ଟା ହୋଇଥିଲେ ମଧ୍ୟ ହେଲାନି । କଂଗ୍ରେସ ଓ ଜେଡ଼ିଏସ୍ ବିଧାୟକମାନେ ଟାଇଟ୍ ଗୋଠରେ ଥିବାରୁ ମୂଲଚାଲର ସୁଯୋଗ ମିଳିଲାନି ବୋଲି କୁହାଯାଉଛି । ପୂର୍ବରୁ ଜଣେ ଜଣେ ବିଧାୟକଙ୍କୁ ୧୦୦ କୋଟି ଟଙ୍କାରେ କିଣିବାକୁ ବିଜେପି ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା । ସାରା ଦେଶବାସୀ ଏହି ତଥାକଥିତ ଘୋଡାବେପାରର କାୟାକୁ ଚାହିଁ ବସିଥିଲେ । ହେଲେ ଯୋଜନା ଫସର ଫାଟିଗଲା । ଦାତା ରେଡ୍ଡୀ ହୋଇ ବସିଥିଲେ ମଧ୍ୟ ଗ୍ରହୀତା ମିଳିଲେ ନାହିଁ । ଅମିତ୍ ଶାହାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିସନ୍ କୁ ସଫଳ କରିବାକୁ ପ୍ରକାଶ ଜାଭେଦକର ଓ ଜେ.ପି.ନଡ୍ଡାଙ୍କ ସହ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଦାୟିତ୍ୱରେ ଥିଲେ ମଧ୍ୟ ହାର୍ ମାନିଗଲେ ।
ଗତ ରାତିରେ ହିଁ ନିଜର ହାର୍ ନେଇ ଧର୍ମେନ୍ଦ୍ର ନିଶ୍ଚିତ ହୋଇଗଲେ । ଆଉ ତାଙ୍କର ମୁହଁ ରହିଲାନି ବେଙ୍ଗାଲୁରୁରେ ରହିବାକୁ । ସେଥିପାଇଁ ସକାଳୁ ସକାଳୁ ପଳେଇ ଆସିଲେ ଭୁବନେଶ୍ୱର । ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ଧର୍ମେନ୍ଦ୍ରଙ୍କ ପାଇଁ ଏହା ଜୋର୍ ଝଟକା ଦେଇଛି ଏଇଥିପାଇଁ ଯେ କର୍ଣ୍ଣାଟକରେ ଅମିତ୍ ଶାହା ତାଙ୍କ ଉପରେ ଯେଉଁ ଭରସା ରଖିଥିଲେ ସେଥିରେ ଫେଲ୍ ମାରିଗଲେ । କର୍ଣ୍ଣାଟକ ରାଜନୀତି ସହ ଧର୍ମେନ୍ଦ୍ରଙ୍କର ନିବିଡ଼ ପରିଚିତି ଅଛି । ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ ଦୁଇବର୍ଷ କାଳ ସେ କର୍ଣ୍ଣାଟକ ବିଜେପିର ପ୍ରଭାରୀ ଦାୟିତ୍ୱରେ ଥିଲେ । ଅର୍ଥାତ୍ ଅର୍ଥ ଓ ସାଂଗଠନିକ ପାଣିଆ ଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ସେଠାରେ ନିରାଶ ହେବାକୁ ପଡ଼ିଛି ।
Previous Post

ସୋମବାର ଶପଥ ନେବେ କୁମାରସ୍ୱାମୀ

Next Post

ନବୀନଙ୍କ ଥ୍ରୀ-ଡ଼ି ମନ୍ତ୍ର

Next Post
ନବୀନଙ୍କ ଥ୍ରୀ-ଡ଼ି ମନ୍ତ୍ର

ନବୀନଙ୍କ ଥ୍ରୀ-ଡ଼ି ମନ୍ତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA