Monday, May 25, 2026 02:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରଘୁଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନିଗମ ଅଧ୍ୟକ୍ଷ

by Our Correspondent
24 May, 2018- 07:31 PM
in Latest News, Politics
1 min read
0
ରଘୁଙ୍କୁ କ୍ୟାବିନେଟ୍ ପାହ୍ୟା ସହ ନିଗମ ଅଧ୍ୟକ୍ଷ
ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ଅଧିକ ଗୁରୁତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କୁ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ ପଦରେ ନିଯୁକ୍ତି ସହ କ୍ୟାବିନେଟ୍ ପାହ୍ୟାର ମର୍ଯ୍ୟାଦା ଦେଇଛନ୍ତି । ଆଜି ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ଏହି ନିର୍ଦ୍ଦେଶାନାମା ପ୍ରକାଶ ପାଇଛି । ପୂର୍ବରୁ ରଘୁନାଥ ମହାନ୍ତିଙ୍କୁ ଦଳର ଉପସଭାପତି ପଦ ସହ ଢ଼େଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଥିଲା । ଆଜିର ଏହି ନିଯୁକ୍ତିନାମା ସହ ରଘୁନାଥଙ୍କୁ ପୁଣି ଦଳରେ ଶକ୍ତିଶାଳୀ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଏକଦା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଖୁବ୍ ବିଶ୍ୱସ୍ତ ଥିଲେ ଏହି ୫ ଥରର ବିଧାୟକ ରଘୁନାଥ ମହାନ୍ତି । ଶିଳ୍ପ, ଖଣି ଓ ସଂସଦୀୟ ବ୍ୟାପାର ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ମାତ୍ର ୨୦୧୩ ମାର୍ଚ୍ଚ ମାସରେ ତାଙ୍କ ଜୀବନ ଆକାଶରେ ଆସିଥିଲା କଳାବାଦଲ । ବୋହୁ ବର୍ଷାସୋନୀ ଚୌଧୁରୀ ତାଙ୍କ ଓ ପରିବାର ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିବାରୁ ସେ ଫସିଯାଇଥିଲେ । ଏହି ମାମଲାରେ ସେ ଗିରଫ ହୋଇ ଜେଲ୍ ଯାଇଥିଲେ । ମନ୍ତ୍ରୀ ପଦ ଯିବା ସହ ୨୦୧୪ ନିର୍ବାଚନରେ ତାଙ୍କୁ ବିଜେଡ଼ି ଟିକେଟ ବି ମିଳିଲାନି । ଦୀର୍ଘ ୩ ବର୍ଷ ପରେ ପାରିବାରିକ ମାମଲା ସମାଧାନ ହୋଇଥିଲେ ମଧ୍ୟ ରଘୁ ଦଳରେ ଅଲୋଡ଼ା ହୋଇଯାଇଥିଲେ । ଗତବର୍ଷ ଜୁନ୍ ମାସରେ ହଠାତ୍ ତାଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ରଘୁଙ୍କର ପୁର୍ନଜନ୍ମ ହେଲା ବୋଲି ସମସ୍ତେ ଧରିନେଇଥିଲେ । ହେଲେ ତାପରେ କିଛି ଘଟିଲାନି । ଦଳରେ ସେମିତି ଅଲୋଡ଼ା ହୋଇ ରହିଗଲେ ।
ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଗତ ମାର୍ଚ୍ଚ ୧୬ ତାରିଖରେ ରଘୁଙ୍କୁ ଦଳର ମୁଖ୍ୟସ୍ରୋତକୁ ଫେରାଇ ଆଣିଥିଲେ ମୁଖ୍ୟମନ୍ତ୍ରୀ । ତାଙ୍କୁ ଦଳର ଉପସଭାପତି ଦାୟିତ୍ୱ ଦେବା ସହ ଢ଼େଙ୍କାନାଳ ଜିଲ୍ଲାର ଦଳୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଥିଲେ । ଆଉ ଆଜି ତାଙ୍କୁ କ୍ୟାବିନେଟ୍ ମର୍ଯ୍ୟାଦା ସହ ଉଠାଜଳସେଚନ ନିଗମ ଅଧ୍ୟକ୍ଷ ପଦରେ ନିଯୁକ୍ତି ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଆସ୍ଥା ଫେରାଇଛନ୍ତି ।
Previous Post

ଆରପାରିରେ ବଂଶୀଧର ପଣ୍ଡା

Next Post

ତେଲ ତାତିରେ ଧର୍ମେନ୍ଦ୍ର ବାଉଳା

Next Post
ତେଲ ତାତିରେ ଧର୍ମେନ୍ଦ୍ର ବାଉଳା

ତେଲ ତାତିରେ ଧର୍ମେନ୍ଦ୍ର ବାଉଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA