Monday, May 25, 2026 06:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମହାନଦୀ ଜବାବ ଦେଲେ ମୋଦି

by Our Correspondent
26 May, 2018- 07:15 PM
in Latest News, Politics
1 min read
0
ମହାନଦୀ ଜବାବ ଦେଲେ ମୋଦି
କଟକ: ମହାନଦୀ ପ୍ରସଙ୍ଗ ନେଇ ଆଜି କଟକ ସମାବେଶରେ ଓଡ଼ିଶା ସରକାରଙ୍କୁ ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାନଦୀ ନେଇ ରାଜ୍ୟ ସରକାର ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛନ୍ତି ବୋଲି ମୋଦି ଆରୋପ ଲଗାଇଛନ୍ତି । ନିଜେ ରାଜ୍ୟ ସରକାର ବିଧାନସଭାରେ କହିଛନ୍ତି ମହାନଦୀର ଅଧାରୁ ଅଧିକ ଜଳ ସମୁଦ୍ରକୁ ପଳୋଉଛି । ତେବେ ମହାନଦୀ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କରିଥିଲେ ମଧ୍ୟ ରାଜ୍ୟ ସରକାର ସହଯୋଗ କଲେନି । ୨୦ ବର୍ଷ ତଳେ ଆରମ୍ଭ ହୋଇଥିବା ଲୋୟର ଇନ୍ଦ୍ର କାହିଁକି ଅଟକି ରହିଛି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ । ଓଡ଼ିଶା ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଏଠି ସରକାର ନିଜ ଦାୟିତ୍ୱ ଠିକ୍ ଭାବେ ନିର୍ବାହ କରୁନାହାନ୍ତି । ରାଜ୍ୟ ସରକାର କ’ଣ କରୁଛନ୍ତି ଜାଣି ହେଉନି । ଓଡ଼ିଶାର ସ୍ୱାସ୍ଥ୍ୟସେବା ଅବସ୍ଥା ଚିନ୍ତାଜନକ । ଓଡ଼ିଶାର ଚାଷୀଙ୍କୁ ସେମାନଙ୍କ ଅବସ୍ଥାରେ ଛାଡ଼ି ଦିଆଯାଇଛି ।
୪ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଆଜି ନିଜ ସରକାରଙ୍କ ସଫଳତାର ହିସାବ ନିକାସ ରଖିଥିଲେ । କଟକରେ ଆୟୋଜିତ ଜନକଲ୍ୟାଣ ସମାବେଶରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ଦେଶକୁ ପୂର୍ବ ସରକାର ବିଗାଡ଼ି ଦେଇଥିଲେ । ୪ ବର୍ଷରେ ତାଙ୍କ ସରକାର ଏହାକୁ ଯଥେଷ୍ଟ ସଜାଡ଼ିଛନ୍ତି । ୪ କୋଟି ଘରେ ମାଗଣା ବିଜୁଳି ଦିଆଯାଇଛି । ୨୦୧୪ ସୁଦ୍ଧା ଦେଶରେ ୬ କୋଟି ଶୌଚାଳୟ ଥିବା ବେଳେ ୪ ବର୍ଷରେ ୭ କୋଟି ଶୌଚାଳୟ ବସାଯାଇଛି । ୭୦ ବର୍ଷରେ ୧୩ କୋଟି ଗ୍ୟାସ ସଂଯୋଗ ଥିବା ବେଳେ ୪ ବର୍ଷରେ ୧୦ କୋଟି ଗ୍ୟାସ୍ ସଂଯୋଗ କରାଯାଇଛି । ଦେଶର ପ୍ରତି ପରିବାରରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ୧ କୋଟି ଲୋକଙ୍କୁ ଅଟଳ ପେନସନ୍ ଯୋଜନାରେ ସାମିଲ କରାଯାଇଛି । ଉଜ୍ଜଳା ଯୋଜନାରେ ଓଡ଼ିଶାର ୨୫ ଲକ୍ଷ ପରିବାରକୁ ଗ୍ୟାସ୍ ସଂଯୋଗ ଦିଆଯାଇଛି । ନକ୍ସଲ ଉପଦ୍ରୁତ ଜିଲ୍ଲା ୧୨୬ ରୁ ୯୦ କୁ ଖସିଛି । ୨ ଲକ୍ଷ ୨୬ ହଜାର ସନ୍ଦିଗ୍ଧ କମ୍ପାନୀକୁ ରଦ୍ଦ କରାଯାଇଛି । କଳାଧନ ରୋକିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଗତ ୪ ବର୍ଷରେ ୩ ହଜାର ଜାଗାରେ ଚଢ଼ଉ କରାଯାଇଛି । ୫୩ ହଜାର କୋଟିର କଳାଧନ ସନ୍ଧାନ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ବିରୋଧୀ ମେଣ୍ଟକୁ କଡ଼ା ସମାଲୋଚନା କରିଥିଲେ ମୋଦି । କହିଥିଲେ, କିଛି ଲୋକ ଏକାଠି ହୋଇ ଅସ୍ଥିରତା ସୃଷ୍ଟି କରିବାକୁ ଚାହୁଁଛନ୍ତି । ମହାତ୍ମା ଗାନ୍ଧୀ, ସର୍ଦ୍ଦାର ପଟେଲ କ’ଣ ଏମାନଙ୍କ ପାଇଁ ଦେଶକୁ ସ୍ୱାଧୀନତା ଆଣିଥିଲେ । ଭ୍ରଷ୍ଟାଚାରରେ ବୁଡ଼ିଥିବା ଲୋକଙ୍କ ପାଇଁ କ’ଣ ସ୍ୱାଧୀନତା ଆଣିଥିଲେ । କଂଗ୍ରେସ ମହାମେଣ୍ଟକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଥିଲେ, ଗରିବର ଦୁଃଖ, ଦୁର୍ଦ୍ଦଶା କ’ଣ ଏମାନେ ଜାଣିଛନ୍ତି । କେବଳ ସୁବିଧାବାଦ ରାଜନୀତିରେ ମାତିଛନ୍ତି । ସୁନା ଚାମଚ କ’ଣ, ଆମେ ପିଲାବେଳେ ଚାମଚ ଦେଖି ନ ଥିଲୁ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ସାଧାରଣ ଘରୁ ଆସିଛନ୍ତି । ଆମ ସରକାର ଜନପଥରେ ନୁହେଁ, ଜନମତରେ ଚାଲିଛି ବୋଲି ମୋଦି କହିଥିଲେ । ବିକାଶ ଓ ଗୁଡ଼ ଗଭର୍ଣ୍ଣାସ୍ ଆମ ପାଇଁ ଗୁଡ଼ ପଲିଟିକ୍ସ ବୋଲି କହିଥିଲେ ।
ପରିବର୍ତ୍ତନ ଆଡକୁ ଦେଶ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦେଶରେ କନଫ୍ୟୁଜନ୍ ନୁହେଁ, କମିଟମେଣ୍ଟ ସରକାର ଚାଲିଛି ବୋଲି ମୋଦି କହିବା ସହ ଏକ ନୂଆ ଭାରତର ସଂକଳ୍ପ ନେଇ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । କଟକ ସଭା ସାରି ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି ।
Previous Post

ବିଜେପି ପାଇଁ ବିକ୍ରୀ ହେବାକୁ ନାମୀ ମିଡ଼ିଆ ସଂସ୍ଥା ବ୍ୟାକୁଳ !

Next Post

ବିଜେଡ଼ି ଛାଡ଼ିଲେ ବୈଜୟନ୍ତ; ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳ ଚାଲେ ବୋଲି ମାନିଲେ

Next Post
ବିଜେଡ଼ି ଛାଡ଼ିଲେ ବୈଜୟନ୍ତ; ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳ ଚାଲେ ବୋଲି ମାନିଲେ

ବିଜେଡ଼ି ଛାଡ଼ିଲେ ବୈଜୟନ୍ତ; ମୁଖ୍ୟମନ୍ତ୍ରୀଙ୍କ ଇଙ୍ଗିତରେ ଦଳ ଚାଲେ ବୋଲି ମାନିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA