Monday, May 25, 2026 09:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେଲଗାମ୍ ଆଇ ଆଣ୍ଡ ପିଆର: ମନ୍ତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ଖାତିର ନାହିଁ

by Our Correspondent
14 Jun, 2018- 12:11 PM
in Latest News, News
1 min read
0
ବେଲଗାମ୍ ଆଇ ଆଣ୍ଡ ପିଆର: ମନ୍ତ୍ରୀଙ୍କୁ ନିର୍ଦ୍ଦେଶକଙ୍କ ଖାତିର ନାହିଁ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପୂରା ବେଲଗାମ୍ । ବିଭାଗରେ ଅବସ୍ଥାପିତ ନିର୍ଦ୍ଦେଶକ ମନ୍ତ୍ରୀଙ୍କୁ ଖାତିର କରୁ ନ ଥିବାରୁ ଅବସ୍ଥା ଅସମ୍ଭାଳ ହୋଇଛି । ମନ୍ତ୍ରୀଙ୍କ ଆଦେଶକୁ ସେ ଶୁଣୁ ତ ନାହାନ୍ତି ଓଲଟି ମନ୍ତ୍ରୀଙ୍କ ଆଦେଶର ଓଲଟା କାର୍ଯ୍ୟ କରୁଛନ୍ତି (ଏହାର କିଛି ଦୃଷ୍ଟାନ୍ତ ଆମ ପାଖରେ ଅଛି) । ବିଭାଗରେ ବର୍ତ୍ତମାନ ଯାବତୀୟ ଘୋଟାଲାର ପୃଷ୍ଠପୋଷକ ସାଜିଛନ୍ତି ନିର୍ଦ୍ଦେଶକ । ଏହି କଥା ଆମେ କହୁନୁ ବରଂ ମନ୍ତ୍ରୀଙ୍କ ଦପ୍ତରଠାରୁ ଆରମ୍ଭ କରି ବିଭାଗୀୟ କର୍ମଚାରୀଙ୍କ ଅଭିଯୋଗ । ମନ୍ତ୍ରୀ ସବୁ ଜାଣି ଅସହାୟ ରହିବା ସମସ୍ତଙ୍କୁ ବିସ୍ମିତ କରୁଛି ।
ନିର୍ଦ୍ଦେଶକଙ୍କ ବିରୋଧରେ ଉପରୁ ତଳ ପର୍ଯ୍ୟନ୍ତ ମାଳ ମାଳ ଅଭିଯୋଗ । ବିଭିନ୍ନ ବେଆଇନ କାର୍ଯ୍ୟକୁ ସେ ବିନା ଦ୍ୱିଧାରେ କରିଚାଲିଥିବା କୁହାଯାଉଛି । ତାହାର ଏକ ସମ୍ୟକ ଉଦାହରଣ ଦେଖିବାକୁ ମିଳିଛି ଏକ ନିର୍ଦ୍ଦିଷ୍ଟ ନିଉଜ୍ ୱେବ୍ ସଂସ୍ଥା ପ୍ରତି ଅହେତୁକ ଅନୁକମ୍ପାରୁ । ସଂପୃକ୍ତ ଇଂରାଜୀ ୱେବ୍ ସଂସ୍ଥା ପାଇଁ ସେ ସବୁ ନୀତି ନିୟମକୁ ଜଳାଞ୍ଜଳି ଦେଇଚାଲିଛନ୍ତି । ବିନା ବେସ୍ ପେପରରେ ୱେବ୍ ସଂସ୍ଥାର ମାଲିକ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବିଲ୍ ଦେଇ ଚାଲିଥିବା ବେଳେ ତାହାକୁ ଅବିଳମ୍ବେ ପାସ୍ କରାଇବାକୁ ନିର୍ଦ୍ଦେଶକ ବ୍ୟଗ୍ରତା ଦେଖାଇ ଚାଲିଛନ୍ତି । ପୂର୍ବରୁ ଏହିଭଳି ଦୁଇଟି କିସ୍ତିରେ ପ୍ରାୟ ୧୫ ଲକ୍ଷ ଟଙ୍କାର ବିଲ୍ ପାସ୍ କରାଇବାରେ ସମର୍ଥ ଏହି ୱେବ୍ ସଂସ୍ଥା ମାଲିକ ନଗଦ ୧୫ ଲକ୍ଷ ଟଙ୍କାର ବିଲ୍ ପୈଠ କରିଛନ୍ତି । ନିଜର ୱେବ୍ ପୋର୍ଟାଲରେ ସରକାରୀ ବିଜ୍ଞାପନ ଛାପିଥିବା ଦର୍ଶାଇ ସେ ଏହି ବିଲ୍ ପୈଠ କରିଛନ୍ତି । ଆଶ୍ଚର୍ଯ୍ୟ କଥା, ବିନା ରିଲିଜ୍ ଅର୍ଡରରେ ସେ ଏହି ବିଜ୍ଞାପନ ବସାଇଛନ୍ତି । ବିଭାଗରେ ବିଲ୍ ପୈଠ କରିସାରିବା ପରେ ନିର୍ଦ୍ଦେଶକ ତାହାକୁ ବୈଧ କରିବା ପାଇଁ ତତ୍ପର ହୋଇପଡ଼ିଛନ୍ତି । ସେଥିପାଇଁ ପିଛିଲା ତାରିଖରେ ବେସ୍ ପେପର୍ ପ୍ରସ୍ତୁତ କରାଯାଉଥିବା ଏକ ସୂତ୍ରରୁ ଜଣାପଡ଼ିଛି ।
ଖାଲି ସରକାରୀ ବିଜ୍ଞାପନ ନୁହେଁ, ସୂଚନା ଓ ଲୋକସମ୍ପର୍କ ବିଭାଗ ପାଇଁ ‘ଆମ ଗାଁ ଆମ ବିକାଶ’ ଡକ୍ୟୁମେଣ୍ଟାରି କାମ ଜବରଦସ୍ତ କରୁଛନ୍ତି ସଂପୃକ୍ତ ୱେବ୍ ସଂସ୍ଥା ମାଲିକ । ଏହି କାର୍ଯ୍ୟ ପାଇଁ ସେ ବିଭାଗରେ ପଂଜୀକୃତ ହୋଇନାହାନ୍ତି କି ସେଥିପାଇଁ ସରକାରୀ ନିର୍ଦ୍ଦେଶାନାମା ପାଇନାହାନ୍ତି । ଅଥଚ ଅନାୟାସରେ ପ୍ରଡ଼କ୍ସନ୍ କାମ କରୁଛନ୍ତି । ଏକ ମିନିଟ୍ ର ପ୍ରଡ଼କ୍ସନ୍ ପାଇଁ ନିଜେ ନିଜେ ଏକ ଲକ୍ଷ ଟଙ୍କା ଧାର୍ଯ୍ୟ କରି ବିଲ୍ ପୈଠ କରୁଛନ୍ତି । ଗତ ମାସରେ ସେ ୪୦ ମିନିଟ୍ ର ଏକ ପ୍ରଡକ୍ସନ୍ ପାଇଁ ୪୦ ଲକ୍ଷ ଟଙ୍କାର ବିଲ୍ ଦେଇଥିଲେ । ନିର୍ଦ୍ଦେଶକ ମହୋଦୟଙ୍କ ନିର୍ଦ୍ଦେଶରେ ପିଛିଲା ତାରିଖ ପକାଯାଇ ତାହାର ବେସ୍ ପେପର୍ ପ୍ରସ୍ତୁତ(ବୈଧୀକରଣ) କରାଗଲା ପରେ ଟଙ୍କା ଦିଆଗଲା । ପରେ ପରେ ସେ ୪୬ ଲକ୍ଷ ଟଙ୍କାର ଆଉ ଏକ ବିଲ୍ ପୈଠ କରିଛନ୍ତି । ଯାହା ଏବେ ରିଲିଜ୍ ଅପେକ୍ଷାରେ ।
ନିର୍ଦ୍ଦିଷ୍ଟ ଇଂରାଜୀ ୱେବ୍ ସଂସ୍ଥା ପାଇଁ ନିର୍ଦ୍ଦେଶକଙ୍କ ଏତେ ଅନୁରକ୍ତି ପଛରେ କାରଣ କ’ଣ ତାହା ଜଣାପଡୁ ନ ଥିଲେ ମଧ୍ୟ ଉପର ମହଲର ଚାପ କହି ନିର୍ଦ୍ଦେଶକ ତାଙ୍କ ଅଧସ୍ତନ କର୍ମଚାରୀଙ୍କୁ ଡରାଉଛନ୍ତି । ବିଭାଗର ଅନ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ କୁ ସେ ଅଣଦେଖା କରୁଥିବା ବେଳେ ସେହି ଇଂରାଜୀ ୱେବ୍ ସଂସ୍ଥାର ବେଆଇନ କାମକୁ ଆଇନସିଦ୍ଧ କରିବାର ଫାଇଲ୍ ଚାଷରେ ତାଙ୍କର ଅଧିକ ସମୟ ବିତୁଛି । ସବୁ ଫାଇଲ୍ କୁ ପକାଇ ଆଗ କିଭଳି ସେହି କାମ ହେବ ତତ୍ପର ହୋଇଯାଉଛନ୍ତି ନିର୍ଦ୍ଦେଶକ ।
ନିର୍ଦ୍ଦେଶକଙ୍କ ଏହି ନିର୍ଦ୍ଦିଷ୍ଟ ୱେବ୍ ସଂସ୍ଥା ପ୍ରୀତି ଓ ବେଆଇନ କାର୍ଯ୍ୟକଳାପ ଏବେ ବିଭାଗ ଓ ସଚିବାଳୟର ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ନିର୍ଦ୍ଦେଶକଙ୍କ କାର୍ଯ୍ୟରେ ଖୋଦ୍ ତଳିଆ କର୍ମଚାରୀମାନେ ଅଣନିଶ୍ୱାସୀ ହୋଇପଡ଼ିଛନ୍ତି । ଜଣେ କର୍ମଚାରୀଙ୍କ ମତରେ, ଆମେ ଏମିତିଆ ଜଣେ ନିର୍ଦ୍ଦେଶକଙ୍କୁ ଆଗରୁ କେବେ ଦେଖି ନ ଥିଲୁ । ବିଭାଗକୁ ସେ ୨୦ ବର୍ଷ ପଛକୁ ନେଇଯାଇଛନ୍ତି ଏବଂ ଯେତେ ସବୁ ଅଳିଆ କାମକୁ ପ୍ରାଧାନ୍ୟ ଦେଇଚାଲିଛନ୍ତି । ସରକାରଙ୍କ ସାମ୍ବାଦିକ କଲ୍ୟାଣକାରୀ କାର୍ଯ୍ୟକ୍ରମର ସଠିକ ରୂପାୟନରେ ବର୍ତ୍ତମାନର ଏହି ନିର୍ଦ୍ଦେଶକ ବାଧକ ସାଜିଥିବା ସଚିବାଳୟର ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ସ୍ୱୀକାର କରିଛନ୍ତି । ସଂପୃକ୍ତ ନିର୍ଦ୍ଦେଶକଙ୍କ କ୍ୟାରିୟର ଟ୍ରାକ୍ ରେକର୍ଡ ଭଲ ନ ଥିଲେ ମଧ୍ୟ ସରକାର ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱରେ ରଖି ପ୍ରଚଣ୍ଡ ଭୁଲ୍ କରୁଛନ୍ତି ବୋଲି ସେ କହିଛନ୍ତି ।
ଏସବୁ ଅଭିଯୋଗ ଉପରେ ଆମେ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲେ ମଧ୍ୟ ସେ ସମୟର ଆଳ ଦେଖାଇ ଭେଟିବାକୁ ମନା କରିଥିଲେ ।
Previous Post

ରତ୍ନଭଣ୍ଡାର ଚାବି ମିଳିଲା, ରହସ୍ୟ ବଢ଼ିଲା

Next Post

କମିଶନଙ୍କ ଇଜାଲସ୍ ରେ ରତ୍ନଭଣ୍ଡାର ଚାବି ବିଚାର

Next Post
କମିଶନଙ୍କ ଇଜାଲସ୍ ରେ ରତ୍ନଭଣ୍ଡାର ଚାବି ବିଚାର

କମିଶନଙ୍କ ଇଜାଲସ୍ ରେ ରତ୍ନଭଣ୍ଡାର ଚାବି ବିଚାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA