Sunday, May 10, 2026 02:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ: ୩ ମାସ ପରେ ଏହି ଖବର କାହିଁକି?

by Our Correspondent
26 Jun, 2018- 10:12 PM
in Latest News, News
1 min read
0
ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ: ୩ ମାସ ପରେ ଏହି ଖବର କାହିଁକି?
ଭୁବନେଶ୍ୱର: ମହାମାନ୍ୟ ରାଷ୍ଟ୍ରପତି କୋବିନ୍ଦ ଦମ୍ପତ୍ତି ପୁରୀ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ ମାର୍ଚ୍ଚ ୧୮ ତାରିଖରେ । ଶ୍ରୀମନ୍ଦିର ଦର୍ଶନ ବେଳେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ତିନି ଜଣ ଖୁଣ୍ଟିଆ ମେକାପ୍ ସେବାୟତ ର୍ଦୁବ୍ୟବହାର କରିଥିଲେ । ତତକ୍ଷଣାତ ଏ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇ ଜିଲ୍ଲାପାଳଙ୍କୁ ଚିଠି କରାଯାଇଥିଲା । ମାର୍ଚ୍ଚ ୨୦ ତାରିଖ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହା ଉପରେ ଘମାଘୋଟ ଆଲୋଚନା ହେଲା । ଆଶ୍ଚର୍ଯ୍ୟର କଥା, ଏତେବଡ଼ ଖବରଟି ସେତେବେଳେ ଗଣମାଧ୍ୟମରୁ ଚପିଗଲା । ୩ ମାସ ପରେ ଏବେ ତାହା ପଦାକୁ ଆସିଛି । ଗଣମାଧ୍ୟମରେ ଖବର ଆସିଲା ପରେ ସ୍ୱାଭାବିକ ଭାବେ ତାହା ହଇଚଇ ସୃଷ୍ଟି କରିଛି ।
ପ୍ରଥମ କଥା ହେଉଛି, ଶ୍ରୀମନ୍ଦିରର କିଛି ସେବାୟତ କେତେ ଉଦ୍ଧତ ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଇଛି । ସାଧାରଣ ଭକ୍ତଙ୍କ କଥା ଛାଡ଼ନ୍ତୁ, କଡ଼ା ନିରାପତ୍ତା ବଳୟରେ ଥିବା ଖୋଦ୍ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ବି ସେମାନେ ଛାଡ଼ିନାହାନ୍ତି । ତାଙ୍କ ଦେହରେ ଘଷି ହେବାକୁ ଉଦ୍ୟମ କରିଛନ୍ତି । କି କୁତ୍ସିତ ଚେହେରା ସେମାନଙ୍କର । ବିଳମ୍ବରେ ହେଉ ପଛେ ସେମାନଙ୍କୁ ସାବାଡ଼ କରିବାର ସମୟ ଆସିଛି । ମହାପ୍ରଭୁଙ୍କ ସେବାୟତ ମୁଖା ପିନ୍ଧା ଏହି ଭଣ୍ଡମାନଙ୍କୁ କଠୋରରୁ କଠୋର ଦଣ୍ଡ ଦେବାର ଆବଶ୍ୟକତା ଅଛି ।
ତେବେ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳିତ କରୁଥିବା ଗୁରୁତର ପ୍ରଶ୍ନଟି ହେଉଛି, ୩ ମାସ ତଳର ଘଟଣାକୁ ନେଇ ଏବେ ଚର୍ଚ୍ଚା କାହିଁକି ? ଏତେବଡ଼ ଘଟଣାଟି ସେତେବେଳେ ପଦାକୁ ଆସିଲା ନାହିଁ କେମିତି ? କିଏ ତାକୁ ଲୁଚାଇଥିଲେ ଆଉ ଏବେ କିଏ ତାହାକୁ ପଦାକୁ ଆଣିଲେ ? ଏହା ପଛରେ କିଛି ଗୁଢ଼ ରହସ୍ୟ ଲୁଚି ନାହିଁ ତ ?
ଖୋଦ୍ ପୁରୀ ସାମ୍ବାଦିକମହଲରେ ବି ଏହି ସମାନ ଚର୍ଚ୍ଚା । ପୁରୀର ଏହି ଘଟଣା ଭୁବନେଶ୍ୱରରୁ ଲିକ୍ ହେଲା କେମିତି ? ଏଠି ଆମେ ଜାଣିପାରିଲୁନି ଅଥଚ ଭୁବନେଶ୍ୱର ସାମ୍ବାଦିକ ଜାଣିଲେ କେମିତି ବୋଲି ଜଣେ ସାମ୍ବାଦିକ ପ୍ରଶ୍ନ କରିଛନ୍ତି । ଖାଲି ରାଷ୍ଟ୍ରପତିଙ୍କ ଘଟଣା ନୁହେଁ, ନିକଟ ଅତୀତରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ୍ ବେଳେ ନୀତି ପ୍ରଶାସକ ଏକ କନଫେନ୍ସିଡିଆଲ୍ ରିପୋର୍ଟ ଦେଇଥିଲେ ତତ୍କାଳୀନ ମୁଖ୍ୟ ପ୍ରଶାସକ ପ୍ରଦୀପ ଜେନାଙ୍କୁ । ମାତ୍ର କିଛି ଦିନ ପରେ ଏହା ଭୁବନେଶ୍ୱରରୁ ମିଡ଼ିଆକୁ ଲିକ୍ ହୋଇଥିଲା । ଏହା କେଉଁଠୁ ଓ କିପରି ଲିକ୍ ହେଲା ନୀତି ପ୍ରଶାସକ ବୁଝିପାରିଲେ ନାହିଁ ।
ନିକଟରେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ବି ସେମିତିକା ପରିସ୍ଥିତି । ଭିତର ରତ୍ନଭଣ୍ଡାର ଚାବି ମିଳୁନି ବୋଲି ଏପ୍ରିଲ୍ ୪ (ରତ୍ନଭଣ୍ଡାର ଖୋଲିବା ତାରିଖ) ପୂର୍ବରୁ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ମୁଖ୍ୟ ପ୍ରଶାସକଙ୍କୁ ଜଣାଇଥିଲେ । ଏପ୍ରିଲ୍ ୪ ତାରିଖ ସକାଳେ ଶ୍ରୀମନ୍ଦିର ପରିଚାଳନା କମିଟିରେ ବି ଏହାକୁ ନେଇ ଘମାଘୋଟ ଆଲୋଚନା ହୋଇଥିଲା । ମାତ୍ର ସେଦିନ ବାହାର ରତ୍ନଭଣ୍ଡାର ତଲାସି ସରିବା ପରେ ମୁଖ୍ୟ ପ୍ରଶାସକ ଶ୍ରୀ ଜେନା ଭିତର ରତ୍ନଭଣ୍ଡାର ଚାବି ହଜିବା କଥାକୁ ଲୁଚାଇ ଦେଇଥିଲେ । ଭିତର ରତ୍ନଭଣ୍ଡାରକୁ ବାହାରପଟୁ ଝରକାରେ ଦେଖିବାରୁ ଭିତରକୁ ଯିବାର ଆବଶ୍ୟକତା ନ ଥିଲା ବୋଲି ସଫେଇ ଦେଇଥିଲେ । ଆଶ୍ଚର୍ଯ୍ୟର କଥା, ସବୁ ଜାଣିଥିବା ମୁଖ୍ୟ ପ୍ରଶାସକ ଦୁଇମାସ ପରେ ରତ୍ନଭଣ୍ଡାର ଚାବି ପ୍ରସଙ୍ଗରେ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ । ଆଉ ରତ୍ନଭଣ୍ଡାର ଚାବି ହଜିଛି ବୋଲି ମିଡ଼ିଆରେ ହୁରି ପଡ଼ିଲା । ସୁତରାଂ ଦୁଇମାସ ପରେ ଚାବି ହଜିବା ଘଟଣାଟି ମିଡ଼ିଆକୁ ଆସିଲା କେମିତି ? ଏହା କିଏ ଲିକ୍ କଲେ ? ଲିକ୍ ପଛର ଉଦେ୍ଦଶ୍ୟ କ’ଣ ? ଜିଲ୍ଲାପାଳଙ୍କୁ ବଦନାମ କରି ଫସେଇବା ଉଦ୍ୟମ ନୁହେଁ କି ?
ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ଅସମ୍ମାନ/ର୍ଦୁବ୍ୟବହାର ପ୍ରସଙ୍ଗରେ ବି ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି । ତିନି ମାସ ତଳେ ଘଟିଥିବା ଏହି ଘଟଣା ଏବେ ମିଡ଼ିଆକୁ ଆସିବା ପରେ ଜିଲ୍ଲାପାଳଙ୍କୁ ବଦନାମ କରିବାର ଚାଲ୍ ନାହିଁ ତ ? ମାର୍ଚ୍ଚ ୨୦ ତାରିଖ ଶ୍ରୀମନ୍ଦିର ପରିଚାଳନା ବୈଠକର ମିନିଟ୍ କପି ଏବେ କେମିତି ପଦାକୁ ଆସିଲା ? ପୁରୀ ସାମ୍ବାଦିକ ନଜାଣୁଣୁ ଭୁବନେଶ୍ୱରରୁ ଖବର ଆସୁଛି କେମିତି ? ଘଟଣା ପଛର ରହସ୍ୟ ଖୋଜିବାକୁ ପୁରୀ ସାମ୍ବାଦିକମହଲରେ ବ୍ୟଗ୍ରତା ସୃଷ୍ଟି ହୋଇଛି । ଏହାର ଗୁମର ଖୋଲିବ ତ ?
Previous Post

ବୈଜୟନ୍ତ-ଦିଲ୍ଲୀପ-ଦାମ-ବିଜୟ ଏକାଠି

Next Post

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମହିଳାଙ୍କ ପାଇଁ ୭ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା

Next Post
ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମହିଳାଙ୍କ ପାଇଁ ୭ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ମହିଳାଙ୍କ ପାଇଁ ୭ ଲକ୍ଷ ପର୍ଯ୍ୟନ୍ତ ଚିକିତ୍ସା ସୁବିଧା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA