Sunday, May 10, 2026 10:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ‘ଖୋଲାକଥା’ ପାଇଁ ସାମ୍ବାଦିକ ଆମଦାନି

by Our Correspondent
27 Jun, 2018- 09:55 PM
in Latest News, News
1 min read
0
ବୈଜୟନ୍ତଙ୍କ ‘ଖୋଲାକଥା’ ପାଇଁ ସାମ୍ବାଦିକ ଆମଦାନି
ଭୁବନେଶ୍ୱର: ବୈଜୟନ୍ତଙ୍କ ଟିଭିର ‘ଖୋଲାକଥା’ରେ ଏଥର ଆସୁଛନ୍ତି ନିଜେ ବୈଜୟନ୍ତ ପଣ୍ଡା । ଜାତୀୟ ଟିଭିଗୁଡ଼ିକରେ ବୁଲି ବୁଲି ଇଣ୍ଟରଭ୍ୟୁ ଦେଲା ପରେ ନିଜର ଓଡ଼ିଆ ଟିଭି କଥା ତାଙ୍କର ମନେପଡ଼ିଛି । ଏଠାରେ ଆମେ ସୂଚେଇ ଦେବାକୁ ଚାହୁଁ କି ଓଡିଆ ମିଡ଼ିଆ ପ୍ରତି ବୈଜୟନ୍ତଙ୍କର ଭାରି ଆଲର୍ଜି । ଓଡ଼ିଆ ଟିଭିରେ ତାଙ୍କର ସାକ୍ଷାତକାର ବୋଧହୁଏ କେହି କେବେ ଦେଖି ନ ଥିବେ । ବିଜେଡ଼ିରୁ ଇସ୍ତଫା ଦେଲା ପରେ ସେ ବୁଲି ବୁଲି ଅଧିକାଂଶ ଇଂରାଜୀ ଚାନେଲକୁ ସାକ୍ଷାତକାର ଦେଇସାରିଲେଣି । ଆଉ ଶେଷରେ ନିଜ ମନଖୋଲି କହିବାକୁ ନିଜର ଓଡ଼ିଆ ଟିଭିକୁ ବାଛିଛନ୍ତି ।
ତେବେ ପ୍ରସାରିତ ହେବାକୁ ଯାଉଥିବା ତାଙ୍କର ଖୋଲାକଥାରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ତାଙ୍କୁ ପ୍ରଶ୍ନ ପଚାରିବାକୁ ନିଜ ଟିଭିର ସାମ୍ବାଦିକ ତାଙ୍କ ମନକୁ ପାଇନାହାନ୍ତି । ଭଡ଼ାରେ ହେଉ ବା ସ୍ୱତନ୍ତ୍ର ଭାବେ ଆମନ୍ତ୍ରଣ କରି ବାହାରୁ ସାମ୍ବାଦିକ ମଗାଇଛନ୍ତି । ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ ତାଙ୍କର କରିଛନ୍ତି ଇଣ୍ଟରଭ୍ୟୁ । ଯଦିଓ ବୈଜୟନ୍ତଙ୍କ ପାଇଁ ‘ଖୋଲାକଥା’ କାର୍ଯ୍ୟକ୍ରମକୁ କିଏ ସଂଚାଳନ କରିବ ତାହା ତାଙ୍କର ଏଡ଼ିଟୋରିଆଲ୍ ନିଷ୍ପତ୍ତି । ତେବେ ସାଧାରଣ ଦର୍ଶକଙ୍କ ପାଇଁ ଏହା ବ୍ୟତିକ୍ରମ ଏଇଥିପାଇଁ କି ‘ଖୋଲାକଥା’ରେ ସେମାନେ ସବୁବେଳେ ଯେଉଁ ସଂଚାଳକଙ୍କୁ ଦେଖନ୍ତି ତାହା ବୈଜୟନ୍ତଙ୍କ କ୍ଷେତ୍ରରେ ଦେଖିବେ ନାହିଁ । ଜଣେ ବାହାର ମୁହଁଙ୍କୁ ଦେଖିବେ ।
ସମସ୍ତଙ୍କ ମନରେ ପ୍ରଶ୍ନ ଆସିବା ସ୍ୱାଭାବିକ କ’ଣ ପାଇଁ ଏହି ବ୍ୟତିକ୍ରମ ? ଓଟିଭି ‘ଖୋଲାକଥା’ କରୁଥିବା ସାମ୍ବାଦିକଙ୍କର କ’ଣ ବୈଜୟନ୍ତଙ୍କ ଇଣ୍ଟରଭ୍ୟୁ କରିବାର ଯୋଗ୍ୟତା ନାହିଁ ? ଯଦି ତାଙ୍କର ନାହିଁ ତେବେ ସଂସ୍ଥାର ଏଡ଼ିଟରଙ୍କଠାରୁ ଆରମ୍ଭ କରି ଅନ୍ୟମାନେ କ’ଣ କେହି ବି ସେଥିପାଇଁ ଯୋଗ୍ୟ ହେଲେ ନାହିଁ ? ହୋଇପାରେ, ଓଡ଼ିଆ ସାମ୍ବାଦିକଙ୍କ ପ୍ରତି ବୈଜୟନ୍ତଙ୍କର ହୀନମନ୍ୟତା ଥିବାରୁ ସେ ନିଜ ସଂସ୍ଥା ହେଲେ ବି ଓଡ଼ିଆ ସାମ୍ବାଦିକଙ୍କ ପାଖରେ ବସି ଇଣ୍ଟରଭ୍ୟୁ ଦେବାକୁ ଚାହିଁନାହାନ୍ତି ।
ବୈଜୟନ୍ତଙ୍କୁ ଖୋଲାକଥା ଇଣ୍ଟରଭ୍ୟୁ କରିଥିବା ସାମ୍ବାଦିକ ରାଜାରାମ ଶତପଥୀ ଯଦିଓ ଓଡ଼ିଆ ଲୋକ ହେଲେ ଇଂରାଜୀ ଖବରକାଗଜରେ ସାମ୍ବାଦିକତା କରୁଥିଲେ । ତେଣୁ ବୈଜୟନ୍ତ ତାଙ୍କୁ ଇଂରାଜୀ ସାମ୍ବାଦିକର ମାନ୍ୟତାରେ ଇଣ୍ଟରଭ୍ୟୁ ଦେଇଥାଇପାରନ୍ତି । ତେବେ ବୈଜୟନ୍ତଙ୍କ ଟିଭିରେ ଏହାର ପ୍ରମୋ ବାଜିବା ପରେ ବିଭିନ୍ନ ମହଲରେ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ଚର୍ଚ୍ଚା ଅନୁଯାୟୀ, ବୈଜୟନ୍ତଙ୍କ ଏହି ସୋ’ ଟି ‘ଲୁଚିଛି ନା ଗୋଡ଼ ଦିଇଟା ଦିଶୁଛି’ ଭଳି ଲାଗୁଛି । ବୈଜୟନ୍ତଙ୍କ ସମର୍ଥକ ଭାବେ ରାଜାରାମ ଶତପଥୀଙ୍କୁ ଲୋକେ ଟିଭିରେ ଦେଖୁଛନ୍ତି । ସେହି ବୈଜୟନ୍ତଙ୍କ ଟିଭିର ବିଭିନ୍ନ ବିତର୍କରେ ତାଙ୍କୁ ବୈଜୟନ୍ତଙ୍କ ସପକ୍ଷବାଦୀ ସାମ୍ବାଦିକ ଭାବେ ଦେଖିବାକୁ ମିଳୁଛି । ତେଣୁ ‘ଖୋଲାକଥା’ରେ ବୈଜୟନ୍ତଙ୍କୁ ଅଡୁଆ ହେଲା ଭଳି ପ୍ରଶ୍ନ ଯେ ସେ ପଚାରିଥିବେ ତାହା ଆଦୌ ନୁହେଁ । ରିପବ୍ଲିକ୍ ଟିଭିରେ ଅର୍ଣ୍ଣବ ଗୋସ୍ୱାମୀଙ୍କ ସୋ’ ଭଳି ଏହା ଯେ ସମ୍ପୂର୍ଣ୍ଣ ପ୍ରୟୋଜିତ ତାହା ବୁଝିବାରେ ବାକି ନାହିଁ ବୋଲି ବିଜେଡ଼ିମହଲରେ ଚର୍ଚ୍ଚା ହେଉଛି ।
Previous Post

ବିଜେଡ଼ିରେ ମାନସଙ୍କୁ ପ୍ରିଣ୍ଟ, ସସ୍ମିତଙ୍କୁ ଇଲେକ୍ଟ୍ରୋନିକ୍ ମିଡ଼ିଆ ଦାୟିତ୍ୱ

Next Post

ସୁଶାନ୍ତ ସିଂଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା

Next Post
ସୁଶାନ୍ତ ସିଂଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା

ସୁଶାନ୍ତ ସିଂଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA