Sunday, May 10, 2026 09:11 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୁଶାନ୍ତ ସିଂଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା

by Our Correspondent
29 Jun, 2018- 06:41 PM
in Latest News, News
1 min read
0
ସୁଶାନ୍ତ ସିଂଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା
ଭୁବନେଶ୍ୱର: ବନ୍ଦେ ଉତ୍କଳ ଜନନୀ ପ୍ରସଙ୍ଗରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମନ୍ତବ୍ୟ ରାଜନୈତିକ ଝଡ଼ ସୃଷ୍ଟି କରିଛି । ଜଣେ ମନ୍ତ୍ରୀଙ୍କ ମୁହଁରୁ ଏଭଳି ଅବାନ୍ତର ଯୁକ୍ତି ବୁଦ୍ଧୀଜୀବୀମହଲକୁ ମଧ୍ୟ ଆନ୍ଦୋଳିତ କରିଛି । ମନ୍ତ୍ରୀଙ୍କର ଏହା ଅଜ୍ଞାନତା ଓ ମୂର୍ଖତା ବୋଲି ଅନେକ କହୁଛନ୍ତି । ରାଜ୍ୟରେ ଆଞ୍ଚଳିକବାଦ ପୂରାଇ ଭାଗ ଭାଗ କରିବାକୁ ଏହା ଉଦ୍ୟମ ବୋଲି ସ୍ୱାଭାବିକ ଭାବେ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ସୁଶାନ୍ତଙ୍କ ଏଭଳି ମନ୍ତବ୍ୟ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କୁ ବିବ୍ରତ କରିଛି । କେଉଁ ପରିସ୍ଥିତିରେ ସୁଶାନ୍ତ ଏଭଳି ମନ୍ତବ୍ୟ ଦେଲେ ମୁଖ୍ୟମନ୍ତ୍ରୀ ତାଙ୍କଠାରୁ ଜବାବ ମାଗିଛନ୍ତି ।
ସୁଶାନ୍ତଙ୍କ ମନ୍ତବ୍ୟକୁ ନେଇ ବିଜେଡ଼ିମହଲରେ ତନାଘନା ଚାଲିଥିବା ବେଳେ ଦଳର ବରିଷ୍ଠ ନେତା ଡା. ଦାମୋଦର ରାଉତଙ୍କ ସମାଲୋଚନା ଆଜି ସେହି ନିଆଁରେ ଘିଅ ଢ଼ାଳିଛି । ଡା. ରାଉତ କହିଛନ୍ତି, ସାଧାରଣଜ୍ଞାନ ନ ଥାଇ ଏଭଳି ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ । ଜଣେ ମନ୍ତ୍ରୀଙ୍କ ଆଚରଣ ଓ ଉଚ୍ଚାରଣ ସମ୍ବିଧାନସମ୍ମତ ହେବା ଦରକାର । ଆଉ ଦୁଇପାଦ ଆଗକୁ ଯାଇ ମନ୍ତ୍ରୀ ସୁଶାନ୍ତଙ୍କ ଅତୀତ ଗୁମର ଖୋଲିଛନ୍ତି ଦାମ । ପ୍ୟାରୀମୋହନ ମହାପାତ୍ରଙ୍କ ମିଡ଼ନାଇଟ୍ ଅପରେସନ୍ ରେ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ସୁଶାନ୍ତ ସ୍ୱସ୍ତି ପ୍ଲାଜା ହୋଟେଲରେ ଲୁଚିଥିଲେ । ସେ(ଦାମ) ପ୍ରସନ୍ନ ଆଚାର୍ଯ୍ୟଙ୍କୁ କହି ତାଙ୍କୁ ସେଠାରୁ ଉଦ୍ଧାର କରି ଆଣିଥିଲେ ବୋଲି ଦାମ କହିଛନ୍ତି ।
ଦାମଙ୍କ ମନ୍ତବ୍ୟକୁ ବିଜେଡ଼ିର ଅନେକ ନେତା ସମର୍ଥନ କରିଛନ୍ତି । ସୁଶାନ୍ତ ସିଂଙ୍କ ମନ୍ତବ୍ୟ ଦଳକୁ ଅଡୁଆରେ ପକାଇଛି ବୋଲି ସେମାନେ ସ୍ୱୀକାର କରିଛନ୍ତି । ସୂଚନାଯୋଗ୍ୟ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ହେଉଛି ‘ବନ୍ଦେ ଉତ୍କଳ ଜନନୀ’ । ଏହି ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ଦାବି ବହୁ ପୂରୁଣା । ୧୯୯୪ ଡିସେମ୍ବର ୨୧ ତାରିଖରେ ବିଧାନସଭାରେ ପ୍ରଥମ ଥର ପାଇଁ ଏହି ସଙ୍ଗୀତ ଗାନ କରାଯାଇଥିଲା । ୨୦୦୨ ମସିହାରେ ଏହାକୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦେବାକୁ ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଥିଲା । ତତ୍କାଳୀନ ବାଚସ୍ପତି ଶରତ କରଙ୍କ ଅଧ୍ୟକ୍ଷତାରେ ବୈଠକ ବସି ସଙ୍ଗୀତଗାନର ଅବଧି ମଧ୍ୟ ସ୍ଥିର ହୋଇଥିଲା । ୨୦୦୬ ରେ ବାଚସ୍ପତି ମହେଶ୍ୱର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ‘ବନ୍ଦେ ଉତ୍କଳ ଜନନୀ’ର ପ୍ରଥମ, ଚତୁର୍ଥ ଓ ଷଷ୍ଠ ପଦକୁ ରାଜ୍ୟ ସଙ୍ଗୀତ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ହୋଇଥିଲା । ତେବେ ତାହା ଏଯାଏଁ କାର୍ଯ୍ୟକାରୀ ନ ହୋଇ ଶୀତଳଭଣ୍ଡାରରେ ପଡ଼ିରହିଛି । ଏଭଳି ସମୟରେ ମନ୍ତ୍ରୀ ସୁଶାନ୍ତ ସିଂ ଯୁକ୍ତି କରିଛନ୍ତି ‘ବନ୍ଦେ ଉତ୍କଳ ଜନନୀ’ରେ ଉତ୍କଳକୁ ବାଦ୍ ଦେଇ ଓଡ଼ିଶା କରାଯାଉ ।
Previous Post

ବୈଜୟନ୍ତଙ୍କ ‘ଖୋଲାକଥା’ ପାଇଁ ସାମ୍ବାଦିକ ଆମଦାନି

Next Post

ଶ୍ରୀମନ୍ଦିର ବାବୁଙ୍କ ଉପରେ ଧର୍ମେନ୍ଦ୍ରଙ୍କ ତାଉ !

Next Post

ଶ୍ରୀମନ୍ଦିର ବାବୁଙ୍କ ଉପରେ ଧର୍ମେନ୍ଦ୍ରଙ୍କ ତାଉ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA