Sunday, May 10, 2026 06:41 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀମନ୍ଦିର ବାବୁଙ୍କ ଉପରେ ଧର୍ମେନ୍ଦ୍ରଙ୍କ ତାଉ !

by Our Correspondent
30 Jun, 2018- 11:22 AM
in Latest News, News
1 min read
0
ଭୁବନେଶ୍ୱର: ଆପଣମାନେ ଉପରୋକ୍ତ ଭିଜୁଆଲ୍ କୁ ଦେଖନ୍ତୁ । ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଖବର ମିଛ ବୋଲି ଜଣାପଡ଼ିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟାଶୀଳ ହୋଇଛନ୍ତି । ବାବୁ(ଶ୍ରୀମନ୍ଦିର ପ୍ରଶାସକ)ଙ୍କ ଉପରେ କାହିଁକି କେଜାଣି ରାଗିଯାଇଛନ୍ତି । ଭୀଷଣ ବିରକ୍ତିଭାବ ଆସିଛି । ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେଲାବେଳେ କହୁଛନ୍ତି, କୋଉ ଉଦ୍ଦେଶ୍ୟରେ ଏହାକୁ ବିବାଦ କରାଗଲା, କିଏ ଏହାକୁ ବିବାଦ କରେଇଲେ ? ନୂଆ କି ଯାଇଥିବା ସେ ବାବୁଜଣଙ୍କ କ’ଣ ଜାଣିଥିବେ ନ ଜାଣିଥିବେ ଭଗବାନଙ୍କୁ ଜଣା…
ନୂଆ କରି କାର୍ଯ୍ୟରେ ଯୋଗଦେଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଉଦ୍ଦେଶ୍ୟରେ ଧର୍ମେନ୍ଦ୍ରଙ୍କ ଏହି ଟିପ୍ପଣୀକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଧର୍ମେନ୍ଦ୍ର ତାଙ୍କ ଉପରେ ରାଗ ଝାଡ଼ିବାର କାରଣ ସମସ୍ତଙ୍କୁ ଠିକ୍ ସେ ବୁଝାପଡୁନି । ସୂଚନାଯୋଗ୍ୟ, ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଓ ତାଙ୍କ ସହଧର୍ମିଣୀଙ୍କୁ ସେବାୟତମାନେ ଅସଦ୍ ବ୍ୟବହାର କରିଥିବା ନେଇ ଗଣମାଧ୍ୟମରେ ତୁମ୍ବିତୋଫାନ ହୋଇଥିଲା । ଏହା ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସ୍ପଷ୍ଟୀକରଣ ଦେଇଥିଲେ ଯେ ଏହା ମିଛ । ଏଭଳି କିଛି ଘଟଣା ଘଟିନି । ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ଶାସନ ସଚିବ ବି ସମାନ କଥା କହିଥିଲେ । ଅବଶ୍ୟ ଗଣମାଧ୍ୟମରେ ଖବର ଆସିଲା ପରେ ପାଟି ବନ୍ଦ କରିଥିଲେ ସେଦିନ ରାଷ୍ଟ୍ରପତିଙ୍କ ସାଙ୍ଗରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦୁଇଦିନର ନିରବତା ଭାଙ୍ଗି ଗତକାଲି ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଆଟାକ୍ କରିଛନ୍ତି । ଷଡ଼ଯନ୍ତ୍ର ଓ ହୀନ ଉଦ୍ଦେଶ୍ୟ ରଖି ଏପରି କଥାକୁ କିଏ ଓ କାହିଁକି ପ୍ରଚାର କରିଛି ମୁଖ୍ୟମନ୍ତ୍ରୀ ତାହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି କହିଛନ୍ତି । ଏହି ବୟାନ ଭିତରେ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଛିଗୁଲେଇଲା ଭଳି କଥା କହିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସପତ୍ନୀକ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ରତ୍ନ ସିଂହାସନ ନିକଟରେ ରାଷ୍ଟ୍ରପତିଙ୍କ ପତ୍ନୀଙ୍କୁ ତିନି ଜଣ ସେବାୟତ ଦୁର୍ବ୍ୟହାର କରିଥିଲେ ବୋଲି ମାର୍ଚ୍ଚ ୨୦ ତାରିଖ ପରିଚାଳନା ବୈଠକରେ କୁଆଡ଼େ ଆଲୋଚନା ହୋଇଥିଲା । ବୈଠକ ବିବରଣୀରେ ବି ସ୍ଥାନ ପାଇଥିଲା । ତିନି ମାସ ଧରି ବାହାରକୁ ଏକଥା ଜଣାପଡ଼ିଲା ନାହିଁ । ଚାରି ଦିନ ତଳେ ଗତ ୨୬ ତାରିଖରେ ହଠାତ୍ ଏହା ମୁଖ୍ୟ ଖବର ହୋଇ ସବୁ ମିଡ଼ିଆରେ ରହିଲା । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକର ବିବରଣୀ ଆଧାରରେ ଏହା ମୁଖ୍ୟ ଖବର ପାଲଟିଥିଲା । ତେବେ ଖବରଟି କାହିଁକି ଲୁଚିଥିଲା ଏବଂ ତିନି ମାସ ପରେ କାହିଁକି ଆସିଲା ବୋଲି ‘ମିଡ଼ ଡେ ଓଡ଼ିଶା’ ପ୍ରଥମେ ଖବର କରିଥିଲା । ଏହାପଛରେ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ଥିବା ସନ୍ଦେହ କରିଥିଲା । ଯାହା ଆଜି ସତ ବୋଲି କୁହାଯାଇପାରେ । ଖାଲି ସତ ନୁହେଁ, ସମଗ୍ର ଘଟଣାକୁ ଏହା ରହସ୍ୟମୟ କରିଦେଇଛି ।
ପ୍ରକୃତରେ ଯଦି ମୁଖ୍ୟ ଶାସନ ସଚିବ ଓ ଏବେକାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କଥା ସତ ତାହାହେଲେ ମାର୍ଚ୍ଚ ୨୦ ତାରିଖ ପରିଚାଳନା ବୈଠକ ବିବରଣୀରେ ତତ୍କାଳୀନ ମୁଖ୍ୟ ପ୍ରଶାସକ ରାଷ୍ଟ୍ରପତିଙ୍କ ଅସନ୍ତୋଷ ଓ ରାଷ୍ଟ୍ରପତି ଭବନର ଅଭିଯୋଗ ପାଇଲେ କେଉଁଠୁ ? ଧୂଆଁ ନ ଥାଇ ନିଆଁ ଆସିଲା କେମିତି ? ମାର୍ଚ୍ଚ ୨୦ ତାରିଖର ବିବରଣୀ ଜୁନ୍ ୨୬ ତାରିଖ(ଗଣମାଧ୍ୟମରେ ପ୍ରଚାର) ଯାଏଁ କାହାରିକୁ ଅପେକ୍ଷା କରିଥିଲା ? ତତ୍କାଳୀନ ମୁଖ୍ୟ ପ୍ରଶାସକ ଏହାର ଜବାବ ଦେବାର ଆବଶ୍ୟକତା ନାହିଁ କି ? ସ୍ୱଂୟ ଜଗତର ନାଥ ଜଗନ୍ନାଥଙ୍କୁ ଏହା ଅପମାନ ନୁହେଁ କି ? ରାଷ୍ଟ୍ରପତି ପଦମର୍ଯ୍ୟାଦାର ଗାରିମାକୁ ଏହା ଭୂଲୁଣ୍ଠିତ କରୁନାହିଁ କି ? ଏସବୁ ପ୍ରଶ୍ନ ଜନସାଧାରଣଙ୍କୁ ଆନ୍ଦୋଳିତ କରୁଛି ।
Previous Post

ସୁଶାନ୍ତ ସିଂଙ୍କ ଉପରେ ମୁଖ୍ୟମନ୍ତ୍ରୀ ଖପ୍ପା

Next Post

ନବୀନ ନନ୍ଦ ନିଖୋଜ

Next Post
ନବୀନ ନନ୍ଦ ନିଖୋଜ

ନବୀନ ନନ୍ଦ ନିଖୋଜ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA