Sunday, May 10, 2026 04:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେଶ୍ୟାଳୟରୁ ଗିରଫ ହୋଇଥିଲେ ନବୀନ ନନ୍ଦ

by Our Correspondent
02 Jul, 2018- 11:03 AM
in Latest News, News
1 min read
0
ବେଶ୍ୟାଳୟରୁ ଗିରଫ ହୋଇଥିଲେ ନବୀନ ନନ୍ଦ
ଭୁବନେଶ୍ୱର: ଢ଼େଙ୍କାନାଳର ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ନିଖୋଜ ଖବରର ପର୍ଦ୍ଦାଫାସ ହୋଇଛି । ସେ ନିଖୋଜ ନ ଥିଲେ, ବରଂ ବେଶ୍ୟାଳୟରୁ ପୁଲିସ ତାଙ୍କୁ ଗିରଫ କରିଥିଲା । କୋଲକତାର ପାର୍କ ଷ୍ଟ୍ରିଟ୍ ସ୍ଥିତ ଏକ ସ୍ପା’ରେ ରୂପଜୀବୀଙ୍କ ମେଳ(ସେକ୍ସ ରାକେଟ୍)ରୁ ପୁଲିସ ଶନିବାର ରାତିରେ ତାଙ୍କୁ ଗିରଫ କରିଥିଲା । ଗତକାଲି ଅପରାହ୍ନରେ ସେ ଜାମିନ୍ ରେ ଆସିଲା ପରେ ପରିବାର ଲୋକେ ତାଙ୍କ ଖୋଜଖବର ପାଇଥିଲେ । ପୁଅ ସମ୍ବିତ କହିଥିଲେ, ବାପାଙ୍କୁ ଚା’ ରେ ନିଶା ଦେଇ ତାଙ୍କର ମନିପର୍ସ, ମୋବାଇଲ୍ କିଏ ଲୁଟି ନେଇଥିଲା । ଚେତା ଫେରିବା ପରେ ବାପାଙ୍କ ସନ୍ଧାନ ମିଳିଥିବା ପୁଅ କହିଥିଲେ ।
କୋଲକତାର ବେନିଆପୁକୁର ପୁଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, କୋଲକତା-୭ ସ୍ଥିତ ପାର୍କ ଷ୍ଟ୍ରିଟ୍ର ପ୍ରିମିସେସ୍ ନଂ ୮୨ର ତୃତୀୟ ମହଲାରେ ଏକ ସ୍ପା’ ରେ ଦେହବେପାର ଚାଲୁଥିଲା । “ଅଲ୍ ଏବାଉଟ୍ ଫ୍ୟାମିଲି ସ୍ପା” ନାଁରେ ସେଠାରେ ରୀତିମତ ସେକ୍ସ ରାକେଟ୍(ବ୍ରଥେଲ୍) ଚାଲୁଥିଲା । ଗରାଖଙ୍କୁ ସନ୍ତୁଷ୍ଟ କରୁଥିଲେ ରୂପଜୀବୀ । ପୁଲିସ ପାଖରେ ଏହି ସୂଚନା ପୂର୍ବରୁ ଥିଲା । ୩୦ ତାରିଖ ରାତିରେ ପୁଲିସ ସେଠାରେ ଅଚାନକ ଚଢ଼ାଉ କରି ସମୁଦାୟ ୧୮ ଜଣଙ୍କୁ ଗିରଫ କରିଥିଲା । ସେମାନଙ୍କ ମଧ୍ୟରେ ନବୀନ ନନ୍ଦଙ୍କ ସମେତ ୩ ଜଣ ଗରାଖ, ୯ ଜଣ ରୂପଜୀବୀ, ଏବଂ ଅନ୍ୟ ୬ ଜଣ ବ୍ରଥେଲ୍ କର୍ମଚାରୀଙ୍କୁ ପୁଲିସ ଗିରଫ କରିଥିଲା ।
ଗିରଫ ବ୍ୟକ୍ତି ଓ ରୂପଜୀବୀମାନେ ହେଲେ, ବିକାଶ ଚକ୍ରବର୍ତ୍ତୀ(୪୬), ମିଥୁନ୍ ଦାସ(୩୦), ଶିବୁ ଦାସ(୩୫), ଲଲଟୁ ନନ୍ଦି(୩୮), ସୋନୁ ଦେବନାଥ(୨୩), ରାଜେଶ ଚନ୍ଦ୍ର(୩୭), ନବୀନ ନନ୍ଦ(୫୮), ସୁଜାତା ମଣ୍ଡଳ ଓରଫ୍ ଶିଲା(୩୩), କ୍ରିଷ୍ଣା ଅଗ୍ରୱାଲ୍(୨୩), ରାକ୍ଷୀ ବଜଖା(୩୦), ଅବୁ ସୈଫ୍(୨୩), ରୂପା କୁମାରୀ(୩୦), ପ୍ରିୟା ଘୋଷ(୩୮), ପିଙ୍କି ବିବି(୨୮), ରୀତା ସେନ୍(୨୭), ଶ୍ୟାମାଲି ସିଂହ(୨୫), ନଦିରା ବେଗମ୍(୩୫) ଏବଂ ସରସ୍ୱତୀ ପାଠକ(୩୨) । ସ୍ପା’ ଛଦ୍ମବେଶରେ ଚାଲିଥିବା ଏହି ବ୍ରଥେଲ୍ ର ମାଲିକ ହେଉଛନ୍ତି ମୋଣ୍ଟୁ ସରକାର ଏବଂ ଦେବବ୍ରତ ବୈଦ୍ୟ । ସେମାନଙ୍କ ସହଯୋଗୀ ଲ୍ୟାଣ୍ଡ ଲର୍ଡ ଏହାର ବୁଝାସୁଝା କରୁଥିଲେ । ଏହି ତିନିହେଁ ଫେରାର ହୋଇଯାଇଛନ୍ତି । ସମସ୍ତଙ୍କ ବିରୋଧରେ ୧୨୦ବି ଆଇପିସି ଏବଂ ଧାରା ୩/୪/୫/୭/୧୮ ଆଇ.ଟି(ପି) ଧାରାରେ ମାମଲା ରୁଜୁ ହୋଇଛି । ବେନିଆପୁକୁର ଥାନା କେସ୍ ନଂ ହେଉଛି ୨୨୧/୩୦.୦୬.୨୦୧୮ ।
ଆଶ୍ଚର୍ଯ୍ୟର କଥା, ସମଗ୍ର ଘଟଣାକୁ ଅସ୍ୱୀକାର କରିଛନ୍ତି ନବୀନ ନନ୍ଦ । ନିଜ ଗିରଫଦାରିର ଅନ୍ୟ ବାହାନା ଦେଖାଇଛନ୍ତି ।

ଅପଦସ୍ଥ ହେଲେ ବୈଜୟନ୍ତ

ନବୀନ ନନ୍ଦ ନିଖୋଜ ହୋଇଥିବା ନେଇ ଗତକାଲି ବୈଜୟନ୍ତଙ୍କ ଟିଭିରେ ଘନ ଘନ ବ୍ରେକିଂ ଖବର ଚାଲିଥିଲା । ବୈଜୟନ୍ତ ମଧ୍ୟ କାଳବିଳମ୍ବ ନକରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟୁଇଟ୍ କରି ନବୀନଙ୍କୁ ଉଦ୍ଧାର କରିବାକୁ ହସ୍ତକ୍ଷେପ ଲୋଡ଼ିଥିଲେ । ବୈଜୟନ୍ତ ତାଙ୍କ ବନ୍ଧୁ ନବୀନ ନନ୍ଦଙ୍କ ସହ ଗତକାଲି(ଶନିବାର) କଥା ହୋଇଥିବା ଜଣାଇଥିଲେ । ତେବେ ନବୀନ ନନ୍ଦ ବେଶ୍ୟାଳୟରୁ ଧରାପଡ଼ିଥିବା ଖବର ପଦାକୁ ଆସିଲା ପରେ ବୈଜୟନ୍ତଙ୍କ ଟ୍ୱିଟ୍ କୁ ନେଇ ଜୋର୍ ଚର୍ଚ୍ଚା ହେଉଛି । ନବୀନ ନନ୍ଦ ବେଶ୍ୟାଳୟରୁ ଧରାପଡ଼ି ପୁଲିସ ଦ୍ୱାରା ଗିରଫ ହୋଇଥିବା ଖବର ଗତକାଲି ବିଳମ୍ବରେ ହେଉ ପଛେ, ବୈଜୟନ୍ତଙ୍କୁ ଯେ ଅଜଣା ଥିଲା ତାହା କାହାରିକୁ ବିଶ୍ୱାସ ହେଉନାହିଁ । କାରଣ, କୋଲକତାରୁ ପ୍ରକାଶିତ ପ୍ରମୁଖ ଖବରକାଗଜର ସଂଧ୍ୟା ସଂସ୍କରଣ ଓ ସ୍ଥାନୀୟ ଟିଭି ଚାନେଲ୍ ଗୁଡ଼ିକରେ ଏହା ମୁଖ୍ୟ ଖବର ପାଲଟିଥିଲା । ବୈଜୟନ୍ତଙ୍କ ଚାପରେ ପୁଲିସ ନବୀନ ନନ୍ଦଙ୍କୁ ବେଲ୍ ଦେଇଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।
ସୂଚନାଯୋଗ୍ୟ, ବୈଜୟନ୍ତ ଓ ନବୀନ ନନ୍ଦଙ୍କ ମଧ୍ୟରେ ଅତି ନିବିଡ଼ ସମ୍ପର୍କ । ଢ଼େଙ୍କାନାଳରେ ବୈଜୟନ୍ତ ଯୁଆାଡ଼େ ଯାଆନ୍ତି ତାଙ୍କ ହେଲିକପ୍ଟରରେ ନବୀନଙ୍କୁ ସାଙ୍ଗରେ ନେଇଥାନ୍ତି ।
Previous Post

ହୋସ୍ ଉଡ଼ିଯାଇଥିଲା, ମିଳିଲେ

Next Post

ବିଜେଡ଼ିରୁ ତଡ଼ା ହେଲେ ନବୀନ ନନ୍ଦ

Next Post
ବିଜେଡ଼ିରୁ ତଡ଼ା ହେଲେ ନବୀନ ନନ୍ଦ

ବିଜେଡ଼ିରୁ ତଡ଼ା ହେଲେ ନବୀନ ନନ୍ଦ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA