Saturday, May 9, 2026 11:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ସତ !

by Our Correspondent
06 Jul, 2018- 08:02 PM
in Latest News, News
1 min read
1
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ସତ !
ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିର ପରିଦର୍ଶନ ବେଳେ ତାଙ୍କ ସହଧର୍ମିଣୀଙ୍କ ପ୍ରତି ଦୁର୍ବ୍ୟବହାର ହୋଇଥିଲା । କିଛି ଦିନ ତଳେ ଖୋଦ୍ ରାଷ୍ଟ୍ରପତିଙ୍କ ପକ୍ଷରୁ ଏହାକୁ ଅସ୍ୱୀକାର କରାଯାଇଥିଲେ ମଧ୍ୟ ପୁରୀ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ ମନ୍ତବ୍ୟ ଘଟଣାର ସତ୍ୟତା ବୟାନ କରୁଛି । ଏକ ଟିଭି ଚାନେଲକୁ ସାକ୍ଷାତକାର ଦେଇ ଗଜପତି ପ୍ରଥମ ଥର ପାଇଁ ଏହା ଉପରେ ମୁହଁ ଖୋଲିଛନ୍ତି । ସେ କହିଛନ୍ତି, ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ପ୍ରତି ଶ୍ରୀମନ୍ଦିରରେ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ରାଷ୍ଟ୍ରପତି ଭବନ ପକ୍ଷରୁ ମୌଖିକ ଭାବେ ଜିଲ୍ଲାପାଳ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଖକୁ ଆସିଥିଲା । ଏହି ଅଭିଯୋଗ ଉପରେ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଥିଲା ବୋଲି ଗଜପତି ସ୍ପଷ୍ଟ କରିଛନ୍ତି ।
ରାଷ୍ଟ୍ରପତି ଶ୍ରୀମନ୍ଦିର ଦର୍ଶନ ସାରି ଫେରିବା ମାତ୍ରେ ଏହି ମୌଖିକ ଅଭିଯୋଗ ଆସିଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଉପରେ ଘଣ୍ଟାଚକଟା କରିବାକୁ ବୋଧହୁଏ ରାଷ୍ଟ୍ରପତି ଚାହିଁନାହାନ୍ତି । ରାଷ୍ଟ୍ରପତି ନିଜ ମର୍ଯ୍ୟାଦାକୁ ଜଗି ଘଟଣାକୁ ଆଗେଇ ନେବାକୁ ଚାହିଁନାହାନ୍ତି । ରାଷ୍ଟ୍ରପତି ଭବନରୁ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦିଆସରିଥିବାରୁ ଆଉ ଆଲୋଚନାର ଆବଶ୍ୟକତା ନାହିଁ ବୋଲି ଗଜପତି କହିଛନ୍ତି ।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୮ ତାରିଖରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ପତ୍ନୀ ସବିତାଙ୍କ ସହ ଶ୍ରୀମନ୍ଦିର ପରିଦର୍ଶନରେ ଆସିଥିଲେ । ସେଠାରେ କିଛି ସେବାୟତ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କ ଦେହରେ କୁଆଡ଼େ ଘଷି ହୋଇ ଯାଇଥିଲେ । ମାର୍ଚ୍ଚ ୨୦ ତାରିଖରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଏହା ଉପରେ ଆଲୋଚନା ହୋଇଥିଲା । ବୈଠକର ପ୍ରୋସିଡିଂରେ ଏହା ଉଲ୍ଲେଖ ବି ରହିଥିଲା । ରାଷ୍ଟ୍ରପତି ଭବନର ଅଭିଯୋଗ ଆଧାରରେ ବୈଠକରେ ଆଲୋଚନା ହୋଇଥିବା କୁହାଯାଇଥିଲା । ତେବେ ଗଣମାଧ୍ୟମରେ ଏହା ସେତେବେଳେ ଅନ୍ଧାରରେ ରହିଥିଲା । ୩ ମାସ ପରେ ହଠାତ୍ ତାହା ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ।
ତତ୍କାଳୀନ ମୁଖ୍ୟ ପ୍ରଶାସକ ଓ ପୁରୀ ଜିଲ୍ଲାପାଳ ଘଟଣା ସମ୍ପର୍କରେ ମୁହଁ ଖୋଲିଲେ ନାହିଁ । ତେବେ ନୂଆ କରି ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏଭଳି ଘଟଣାକୁ ଅସ୍ୱୀକାର କରିଥିଲେ । ରାଷ୍ଟ୍ରପତି ଭବନ ପକ୍ଷରୁ ସେଭଳି କୌଣସି ଲିଖିତ କିମ୍ବା ମୌଖିକ ଅଭିଯୋଗ ଆସିନାହିଁ ବୋଲି ସଫେଇ ଦେଇଥିଲେ । ପରେ ପରେ ମୁଖ୍ୟ ଶାସନ ସଚିବ ମଧ୍ୟ ସମାନ କଥା କହିଥିଲେ । ଏହା ପରେ(ଜୁନ୍ ୩୦) ରେ ରାଷ୍ଟ୍ରପତି ଭବନ ପକ୍ଷରୁ ଏଭଳି ଘଟଣାକୁ ଅସ୍ୱୀକାର କରାଯାଇ ଏକ ସ୍ପଷ୍ଟୀକରଣ ଆସିଥିଲା । ଏହାପରେ ବିବାଦର ଅବସାନ ଘଟିଥିଲା ।
ଏବେ ଗଜପତିଙ୍କ ବୟାନ ପରିପ୍ରେକ୍ଷୀରେ ମାମଲାଟି ଭିନ୍ନ ମୋଡ଼ ନେବାର ଆଶଙ୍କା ଜନ୍ମିଛି ।
Previous Post

ବିବାଦରେ ରାଜ୍ୟପାଳ: ଘରକୁ ଯିବା ଆସିବାରେ ୪୬ ଲକ୍ଷ ଗୋଲ୍

Next Post

ପୈାର ନିର୍ବାଚନ: ଆଇନକୁ ଫୁ, ଚାଲିଛି ମନମାନି

Next Post
ପୈାର ନିର୍ବାଚନ: ଆଇନକୁ ଫୁ, ଚାଲିଛି ମନମାନି

ପୈାର ନିର୍ବାଚନ: ଆଇନକୁ ଫୁ, ଚାଲିଛି ମନମାନି

Comments 1

  1. Niranjan Ranasingh says:
    8 years ago

    କିନ୍ତୁ ଯଦି କଥା ସତ୍ୟତା ନାହିଁ ତେବେ ଏତେ ହାଇପ୍ରୋଫାଇଲ କେସର୍ ପ୍ରତିକ୍ରିୟା ଏତେ ଡେରି ରେ କାହିଁକି ଆସିଲା ,

    କିଛି ତ ଅଛି

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA