Saturday, May 9, 2026 11:18 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିବାଦରେ ରାଜ୍ୟପାଳ: ଘରକୁ ଯିବା ଆସିବାରେ ୪୬ ଲକ୍ଷ ଗୋଲ୍

by Our Correspondent
05 Jul, 2018- 10:19 PM
in Latest News, News
1 min read
0
ବିବାଦରେ ରାଜ୍ୟପାଳ: ଘରକୁ ଯିବା ଆସିବାରେ ୪୬ ଲକ୍ଷ ଗୋଲ୍
ଭୁବନେଶ୍ୱର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ବିମାନ ଖର୍ଚ୍ଚକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଭୁବନେଶ୍ୱରରୁ ତାଙ୍କ ଘର ହରିୟାଣାର ସିର୍ସିାକୁ ପାଇ ଫେରିବାରେ ରାଜ୍ୟପାଳଙ୍କ ପାଇଁ ଖର୍ଚ୍ଚ ହୋଇଛି ୪୬ ଲକ୍ଷ ୧୮ ହଜାର ଟଙ୍କା । ମେ ୨୯ ତାରିଖ ଦିନ ଓଡ଼ିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ନେଲେ ପ୍ରଫେସର ଲାଲ୍ । ଜୁନ୍ ୧୦ ତାରିଖରେ ସେ ତାଙ୍କ ଘରକୁ ପ୍ରଥମ ଥର ପାଇଁ ବୁଲି ଯାଇଥିଲେ । ଭୁବନେଶ୍ୱରରୁ ଦିଲ୍ଲୀ ଯାଇଥିଲେ ଭଡ଼ା ଜେଟ୍ ଏୟାରକ୍ରାଫ୍ଟ୍ ବିମାନରେ । ଦିଲ୍ଲୀରୁ ସିର୍ସିା ଗଲେ ଭଡ଼ା ହେଲିକପ୍ଟରରେ । ଆଉ ସେହି ବିମାନରେ ଭୁବନେଶ୍ୱର ଫେରିଥିଲେ ୧୩ ତାରିଖରେ ।
ରାଜ୍ୟପାଳ ବ୍ୟବହାର କରିଥିବା ଦୁଇ ଇଞ୍ଜିନ ବିଶିଷ୍ଟ ଜେଟ୍ ଏୟାରକ୍ରାଫ୍ଟ ଲିଗାସୀ ୬୫୦(ଭିଟି-ଏଓକେ)ର ଭଡ଼ା ବିଲ୍ ୪୧ ଲକ୍ଷ ୧୮ ହଜାର ଟଙ୍କା ଆସିଥିବା ବେଳେ ହେଲିକପ୍ଟର ଭଡ଼ା ବିଲ୍ ଆସିଛି ୫ ଲକ୍ଷ ଟଙ୍କା । ଭଡ଼ାଦାତା ପିନାକଲ୍ ଏୟାର ପ୍ରାଇଭେଟ୍ ଲିମିଟେଡ଼୍ ରାଜ୍ୟ ସରକାରଙ୍କୁ ଏହି ବିଲ୍ ପଠାଇଛି । ତେବେ ଏହି ବିଲ୍ ରେ ୟୁଜର୍ସ ସାର୍ଟିଫିକେଟ୍ ନାହିଁ । ବିନା ୟୁଜର୍ସ ସାର୍ଟିଫିକେଟ୍ ରେ ବିମାନ ଭଡ଼ା ବାବଦ ଏତେ ଟଙ୍କାର ବିଲ୍ ଉପରେ ରାଜ୍ୟ ସରକାର ଆପତ୍ତି ଉଠାଇବା ପରେ ତାହା ପଦାକୁ ଆସିଛି ।
ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ଏହା ଉପରେ ଆପତ୍ତି ଉଠାଇ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖିଛନ୍ତି । ୟୁଜର୍ସ ସାର୍ଟିଫିକେଟ୍ ଉପରେ ପ୍ରଶ୍ନ ଉଠାଇବା ସହ ରାଜ୍ୟପାଳଙ୍କ ବ୍ୟବହାର ପାଇଁ କାହିଁକି ଭଡ଼ାରେ ବିମାନ ନେବାକୁ ପଡ଼ିଲା ତାର କାରଣ ଜଣାଇବାକୁ କୁହାଯାଇଛି । ବିମାନଯାତ୍ରାର ଅନୁମୋଦିତ ସୂଚୀ ଉଲ୍ଲଂଘନ ହୋଇଛି କି ନାହିଁ ତାହା ଅବଗତ କରାଇବା ସହ ହେଲିକପ୍ଟର ବ୍ୟବହାର ପାଇଁ ଉପଯୁକ୍ତ ଅଧିକାରୀଙ୍କ ଅନୁମୋଦନ ଥିଲା ନା ନାହିଁ ଜଣାଇବାକୁ ଲେଖାଯାଇଛି ।
ପ୍ରକାଶଥାଉକି, ରାଜ୍ୟପାଳଙ୍କ ଗସ୍ତ ପାଇଁ ଏକ ନିର୍ଦ୍ଦିଷ୍ଟ ନୀତି ନିୟମ ଦି ଗଭର୍ଣ୍ଣର୍ସ( ଆଲାଉନ୍ସେସ୍ ଆଣ୍ଡ ପ୍ରିଭିଲେଜସ୍) ରୁଲସ୍ ରହିଛି । ୨୦୧୫ ଫେବୃଆରୀ ମାସରେ କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସଂଶୋଧିତ ନିୟମରେ ରାଜ୍ୟପାଳ ଦେଶ ଭିତରେ କୌଣସି ଜାଗାକୁ ବ୍ୟକ୍ତିଗତ କାମ(ପ୍ରାଇଭେଟ୍ ଭିଜିଟ୍)ରେ ଗଲେ ଦୁଇ ସପ୍ତାହ ପୂର୍ବରୁ ରାଷ୍ଟ୍ରପତିଙ୍କ ଅନୁମତି ଆବଶ୍ୟକ । ତେବେ ରାଜ୍ୟପାଳ ପ୍ରଫେସର ଲାଲ୍ ଦାୟିତ୍ୱ ନେବାର ୧୦ ଦିନ ପରେ ନିଜ ଘରକୁ ଯିବା ପାଇଁ ରାଷ୍ଟ୍ରପତିଙ୍କ ଅଫିସକୁ ଜଣାଇଛନ୍ତି କି ନାହିଁ ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି ।
Previous Post

ଏମଏସପି ପଲିଟିକ୍ସ; ବିଜେପି ଏକଘରିକିଆ

Next Post

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ସତ !

Next Post
ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ସତ !

ଶ୍ରୀମନ୍ଦିରରେ ରାଷ୍ଟ୍ରପତି ଦମ୍ପତ୍ତିଙ୍କୁ ଦୁର୍ବ୍ୟବହାର ଅଭିଯୋଗ ସତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA