ଭୁବନେଶ୍ୱର: ସ୍ଥାନ ସଂରକ୍ଷଣ ବିବାଦକୁ ନେଇ କୋର୍ଟରେ ଅଟକି ରହିଛି ରାଜ୍ୟ ପୈାର ନିର୍ବାଚନ ନିଷ୍ପତ୍ତି । ମାତ୍ର ଏହି ଅହେତୁକ ବିଳମ୍ବ ଭିତରେ ନଗର ଓ ଉନ୍ନୟନ ବିଭାଗର ମନମାନି ନୀତି ସାମନାକୁ ଆସିଛି । ୱାର୍ଡ ପୁର୍ନଗଠନ ଓ ସ୍ଥାନ ସଂରକ୍ଷଣ ନେଇ ଆପତ୍ତି ଅଭିଯୋଗର ଶୁଣାଣି ରାଜ୍ୟ ସରକାରଙ୍କ କୋର୍ଟରେ ଲମ୍ବି ଚାଲିଛି । ମାର୍ଚ୍ଚ ମାସରୁ ଜିଲ୍ଲାପାଳମାନେ ବିଜ୍ଞପ୍ତି ଜାରି କରିସାରିଥିଲେ ହେଁ ଆପେଲେଟ୍ ଅଥରିଟି(ରାଜ୍ୟ ସରକାର) ତାହା ଉପରେ ଜନସାଧାରଣଙ୍କ ଅଭିଯୋଗର ଶୁଣାଣି ଶେଷ କରିନାହାନ୍ତି । ସବୁଠାରୁ ସାଂଘାତିକ ସତ୍ୟଟି ହେଲା, ଏଥିପାଇଁ ସରକାରୀ ନିୟମକୁ ଆଖି ବୁଜି ଦିଆଯାଇଛି ।







