Thursday, May 7, 2026 03:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?

by Our Correspondent
18 Jul, 2018- 11:29 PM
in Latest News, News
1 min read
0
ଟିଟୋ ମାମଲାରେ ସିବିଆଇ: ଗୁଣିଆ ନାଁ ଡାହାଣୀ ?
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟର୍ ଟିଟୋ ହାତେଇଥିବା ପେଟ୍ରୋଲ୍ ପମ୍ପର ସିବିଆଇ ତଦନ୍ତ ହେବ । ବିଭାଗୀୟ ମନ୍ତ୍ରୀଙ୍କ ସୁପାରିଶରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଆଇଓସିଏଲ୍ କୁ ଏହି ମାମଲାଟି ସିବିଆଇକୁ ହସ୍ତାନ୍ତର ପାଇଁ ପରାମର୍ଶ ଦେଇଥିବା ଆଇଓସିଏଲ୍ ଏକ ପ୍ରେସ୍ ବିବୃତିରେ ଜଣାଇଛି । କେନ୍ଦ୍ରାପଡ଼ା ସହରରେ ଥିବା ସୟଦ୍ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଓ ପାରାଦ୍ୱୀପସ୍ଥିତ ଅସ୍ଥାୟୀ କୋକୋ ପେଟ୍ରୋଲ୍ ଟାଙ୍କି ଆବଣ୍ଟନର ସିବିଆଇ ତଦନ୍ତ ପାଇଁ ସୁପାରିଶ କରାଯାଇଥିବା କୁହାଯାଇଛି ।
ପ୍ରେସ୍ ରିଲିଜ୍ ରେ କୁହାଯାଇଛି.. ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ବା ଆଇଓସିଏଲ୍ ଦ୍ୱାରା ଜଣେ ଅପରାଧୀକୁ ପେଟ୍ରୋଲ୍ ପମ୍ପ ଆବଣ୍ଟନ କରାଯାଇଥିବା ମାମଲା ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ଦୃଷ୍ଟିକୁ ଆସିଥିଲା । ଏହା ଉପରେ ଏକ ରିପୋର୍ଟ ପଠାଇବାକୁ ଆଇଓସିଏଲ୍ କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଇଓସିଏଲ୍ ଦେଖିଲା, କେନ୍ଦ୍ରାପଡ଼ା ସହରର ସୟଦ୍ ବ୍ରଦର୍ସ ଫିଲିଂ ଷ୍ଟେସନ୍ ଓ ପାରାଦ୍ୱୀପର କୋକୋ ପେଟ୍ରୋଲ୍ ଟାଙ୍କି(ଆଡହକ୍ ଡିଲରସିପ୍) ଆବଣ୍ଟନରେ ଗାଇଡ଼ଲାଇନ୍ ର ଉଲ୍ଲଂଘନ ହୋଇଛି । ପେଟ୍ରୋଲିୟମ୍ ମନ୍ତ୍ରୀଙ୍କ ସୁପାରିଶରେ ମାମଲା ସିବିଆଇକୁ ପଠାଗଲା ।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଟିଟୋ ଭଳି ଦୁର୍ଦ୍ଦାନ୍ତ ଅପରାଧୀକୁ ସେହି ଆଇଓସିଏଲ୍ ହିଁ ପେଟ୍ରୋଲ୍ ପମ୍ପ ଆବଣ୍ଟନ କରିଛି । ଗାଇଡ଼ଲାଇନ୍ ର ଉଲ୍ଲଂଘନ ସେହି ଆଇଓସିଏଲ୍ ହିଁ କରିଛି । ପ୍ରଚ୍ଛନ୍ନରେ ଆଇଓସିଏଲ୍ ଏହା ସ୍ୱୀକାର କରିଛି । ତେବେ ଏକଥା ଜଣାଶୁଣା ଯେ ପେଟ୍ରୋଲ୍ ପମ୍ପ ଆବଣ୍ଟନରେ ସବୁବେଳେ ଦୁର୍ନୀତି ଓ ଅନିୟମିତତା ଅଭିଯୋଗ ହୋଇଆସୁଛି । ବିନା ସୁପାରିଶରେ ଏହା ପାଇବା କଷ୍ଟକର ବ୍ୟାପାର । ଯିଏ ଉପରେ ଧରାଧରି କରିପାରିଲେ ସେ ଟାଙ୍କିଟିଏ ହାତେଇବାରେ ଅସୁବିଧା ନାହିଁ । ଟିଟୋ କ୍ଷେତ୍ରରେ କିଏ ସୁପାରିଶ କରିଥିଲା ତାହା ଏବେ ପ୍ରଶ୍ନବାଚୀ । ନିଶ୍ଚିତ ଭାବେ ବଡ଼ବଡ଼ିଆଙ୍କ ସୁପାରିଶ ଯୋଗୁଁ ନୀତି ନିୟମ ଦେଖାଯାଇନାହିଁ । ସିବିଆଇ ପାଇଁ ଏବେ ତାହାର ଉତ୍ତର ଖୋଜିବାର ବେଳ । ତେବେ ସିବିଆଇ ସେୟାଡ଼କୁ ଯିବ ନା ନାହିଁ ଏବେଠୁଁ କହିବା ମୁସ୍କିଲ୍ ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ କାଳେ ନିଜ ଉପରକୁ ବିପଦ ଆସୁଥିବା ଜାଣି ଆଗତୁରା ସିବିଆଇକୁ ମାମଲା ହସ୍ତାନ୍ତର ପାଇଁ ସୁପାରିଶ କରିଛନ୍ତି । ଏହାଦ୍ୱାରା ତଦନ୍ତକୁ ବାଟବଣା କରିବାର ସୁବିଧା ମିଳିଯିବ । ଟିଟୋ ମାମଲା ସିବିଆଇକୁ ଯାଉଥିବା ଜାଣି କେହି କେହି ଠାକୁର ଘରେ କିଏ ନା ମୁଁ କଦଳୀ ଖାଇନି ବୋଲି କେନ୍ଦ୍ରମନ୍ତ୍ରୀଙ୍କୁ ଆକ୍ଷେପ କରିଛନ୍ତି । ଡାହାଣୀ ହୋଇ ଲାଗିବା ଓ ଗୁଣିଆ ହୋଇ ଛଡ଼େଇବା ଆମ ନେତାଙ୍କ ଅଭ୍ୟାସ ବୋଲି ବି କଟାକ୍ଷ ହେଉଛି ।
ତେବେ ସେ ଯାହା ହେଉ, ଟିଟୋର ଅପରାଧ କାର୍ଯ୍ୟକଳାପ ଓ ବିଶାଳ ବ୍ୟବସାୟ ସାମ୍ରାଜ୍ୟ ପଛରେ ରାଜନେତାଙ୍କର ଆର୍ଶିବାଦ ଥିବା କଥାକୁ ସମସ୍ତେ ବିଶ୍ୱାସ କରୁଛନ୍ତି । ବିଜେଡ଼ି, ବିଜେପି ଏବଂ କଂଗ୍ରେସ ସବୁ ଦଳର ନେତାଙ୍କ ଆର୍ଶିବାଦରେ ଟିଟୋ ଆଜି ବଳୀୟାନ୍ ବୋଲି ସବୁଆଡ଼େ ଚର୍ଚ୍ଚା ।
Previous Post

ବୈଜୟନ୍ତଙ୍କ ଇସ୍ତଫା ଗ୍ରହଣ କଲେ ବାଚସ୍ପତି

Next Post

ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !

Next Post
ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !

ଟିଟୋର ପେଟ୍ରୋଲ୍ ପମ୍ପ ପଛରେ ଧର୍ମେନ୍ଦ୍ରଙ୍କ ହାତ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA