Thursday, May 7, 2026 12:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଦିଙ୍କୁ ରାହୁଲ କୁଣ୍ଢେଇଲେ, ଆଖି ମାରିଲେ

by Our Correspondent
20 Jul, 2018- 07:10 PM
in Latest News, Politics
1 min read
0
ମୋଦିଙ୍କୁ ରାହୁଲ କୁଣ୍ଢେଇଲେ, ଆଖି ମାରିଲେ
ନୂଆଦିଲ୍ଲୀ: ଆଜି ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ କୁଣ୍ଢେଇବା ଏବଂ ପରେ ରାହୁଲ ନିଜ ସିଟ୍ ରେ ବସି ଆଖି ମାରିବା ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି । ସାଂସଦର ଏହି ଦୁଇଟି ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଛି ।
ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ବିରୋଧରେ ଆଜି ସଂସଦରେ ଅନାସ୍ଥା ପ୍ରସ୍ତାବ ଆସିଥିଲା । ଆଲୋଚନାରେ ଭାଗ ନେଇ ରାହୁଲ ଗାନ୍ଧୀ ଏନଡ଼ିଏ ସରକାର ଓ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରବଳ ବର୍ଷିଥିଲେ । ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନରେ ମୋଦି ସରକାର ବିଫଳ ହୋଇଛନ୍ତି ବୋଲି ସେ କଟୁ ସମାଲୋଚନା କରିଥିଲେ । ଦେଶରେ ବେକାରୀ ସମସ୍ୟାଠାରୁ ଆରମ୍ଭ କରି କଳାଟଙ୍କା, ବିମୁଦ୍ରାକରଣ, ରଫେଲ୍ ଦୁର୍ନୀତି, ବିଦେଶ ନୀତି ଆଦି ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ ରାହୁଲ । ଆପଣ ମୋତେ ପପୁ କହିପାରନ୍ତି କିନ୍ତୁ ମୁଁ ଆପଣଙ୍କୁ ସମ୍ମାନ ଦିଏ ବୋଲି ମୋଦିଙ୍କ ଉଦେ୍ଦଶ୍ୟରେ କହିଥିଲେ ରାହୁଲ ।
ତେବେ ରାହୁଲଙ୍କ ଭାଷଣ ସରିଲା କ୍ଷଣି ସେ ନିଜ ଆସନ ଛାଡ଼ି ସିଧା ଯାଇଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଖକୁ । ତାଙ୍କ କାନ ପାଖରେ କ’ଣ ଫୁସୁ ଫୁସୁ ହୋଇ କହିବା ପରେ ତାଙ୍କୁ କୁଣ୍ଢାଇ ଧରି ଆଲିଙ୍ଗନ କରିଥିଲେ । ପ୍ରତ୍ୟୁତ୍ତରରେ ମୋଦି ମଧ୍ୟ ତାଙ୍କ ସହ ହାତ ମିଳାଇଥିଲେ । ସେଠାରୁ ରାହୁଲ ନିଜ ସିଟ୍ କୁ ଫେରିବା ପରେ ତାଙ୍କ ପାଖ ସିଟ୍ ରେ ବସିଥିବା ସହଯୋଗୀଙ୍କ କାନରେ କ’ଣ କହି ଆଖି ମିଟିକା ମାରିଥିଲେ । କ୍ୟାମେରାରେ ଏହି ଦୃଶ୍ୟକୁ ସାରା ଦେଶର ଲୋକ ଦେଖୁଥିଲେ ।
ସଂସଦରେ ରାହୁଲଙ୍କ ଏଭଳି ଆଚରଣକୁ ବାଚସ୍ପତି ଶ୍ରୀମତୀ ସୁମିତ୍ରା ମହାଜନ ନାପସନ୍ଦ କରିଛନ୍ତି । ଏହା ସଂସଦ, ଡ୍ରାମା ସୋ ନୁହେଁ ବୋଲି କହି ରାହୁଲଙ୍କ ଉପରେ ବିଗିଡ଼ିଥିଲେ । ପ୍ରଧାନମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ସମ୍ମାନ ଦେବା କଥା ବୋଲି ସେ କହିବା ସହ ସଂସଦର ଏକ ସ୍ୱତନ୍ତ୍ର ଗାରିମା ଅଛି ବୋଲି ଚେତାଇ ଦେଇଥିଲେ ।
ରାହୁଲଙ୍କ ଏହି ଦୁଇଟି ଦୃଶ୍ୟ ସୋସିଆଲ୍ ମିଡ଼ିଆରେ ବେଶ୍ ଭାଇରାଲ୍ ହୋଇଛି । ଦେଶତମାମ ଏହାକୁ ନେଇ ଚର୍ଚ୍ଚା ହେଉଛି ।
Previous Post

ଟ୍ରକ୍ ଚଢ଼ିଗଲା, ୫ ସ୍କୁଲ ଛାତ୍ରଛାତ୍ରୀ ମୃତ

Next Post

ଅବସ୍ଥା ସଙ୍ଗୀନ, ଆହୁରି ୪୮ ଘଣ୍ଟା ବର୍ଷିବ

Next Post
ଅବସ୍ଥା ସଙ୍ଗୀନ, ଆହୁରି ୪୮ ଘଣ୍ଟା ବର୍ଷିବ

ଅବସ୍ଥା ସଙ୍ଗୀନ, ଆହୁରି ୪୮ ଘଣ୍ଟା ବର୍ଷିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA