Saturday, May 9, 2026 05:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଟିଟୋ ପାଇଁ ପ୍ରେମ! ଅମିନ୍ ଙ୍କଠାରୁ ଓକିଲଙ୍କ ଯାଏଁ…

by Our Correspondent
05 Aug, 2018- 10:55 AM
in Latest News, News
1 min read
0
ଟିଟୋ ପାଇଁ ପ୍ରେମ! ଅମିନ୍ ଙ୍କଠାରୁ ଓକିଲଙ୍କ ଯାଏଁ…
ଭୁବନେଶ୍ୱର: ଦୁର୍ଦ୍ଦାନ୍ତ ଟିଟୋକୁ କେନ୍ଦ୍ରାପଡ଼ା ସହର ଭିତରେ ପେଟ୍ରୋଲ୍ ପମ୍ପ ପାଇଁ ଜାଗା ଆବଣ୍ଟନର ସାଂଘାତିକ ତଥ୍ୟ ଲାଗିଛି ମିଡ଼ ଡ଼େ ଓଡ଼ିଶା ହାତରେ । କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି କାଉନସିଲ୍, ଏକଜ୍ୟୁଟିଭ୍ ଅଫିସର, ଅମିନ, ଓକିଲଙ୍କ ମିଳିତ ଉଦ୍ୟମରେ ଟିଟୋ ପତ୍ନୀଙ୍କୁ ଦିଆଯାଇଛି ମ୍ୟୁନିସିପାଲିଟିର ୫ ଡିସିମିଲି ମୂଲ୍ୟବାନ ଜାଗା । ତାକୁ ଲାଗି ୯ ଡିସିମିଲି ଜାଗା ମାଡ଼ିବସିବାକୁ ବି ସୁଯୋଗ ଦିଆଯାଇଛି ।
ଅନୁସଂଧାନରୁ ଜଣାପଡ଼ିଛି, ଗତ ୨୩.୭.୨୦୧୫ ରେ ଟିଟୋର ପତ୍ନୀ ବେନଜୀର ବିବି ପେଟ୍ରୋଲ୍ ପମ୍ପ ଜାଗା ପାଇଁ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଅଫିସରେ ଆବେଦନ କରିଥିଲେ । ଟିଟୋର ପତ୍ନୀଙ୍କ ଆବେଦନକୁ ଚାତକ ପରି ଚାହିଁଲା ଭଳି ତତକ୍ଷଣାତ୍ ସେହିଦିନ ହିଁ ଏକଜ୍ୟୁଟିଭ ଅଫିସର ତାଙ୍କ ଜେଇ ଓ ଅମିନ୍ ଙ୍କୁ ଇନକ୍ୱାରି ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦେଲେ । ଜେଇ ଓ ଅମିନ୍ ବି କାଳବିଳମ୍ବ ନ କରି ପରଦିନ ଅର୍ଥାତ୍ ୨୪ ତାରିଖରେ ଦେଇଦେଲେ ଇନକ୍ୱାରି ରିପୋର୍ଟ । ଆବେଦନକାରୀଙ୍କୁ ଜାଗା ଦେବାରେ କୌଣସି ସମସ୍ୟା ନାହିଁ ବୋଲି ଜଣାଇ କାଉନସିଲ୍ ତାହା ଉପରେ ବିଚାର କରୁ ବୋଲି ଲେଖି ରିପୋର୍ଟ ଦେଇଦେଲେ । ତିନି ଦିନ ପରେ ୨୮ ତାରିଖରେ ଏକଜ୍ୟୁଟିଭ୍ ଅଫିସର ତାହାକୁ ଲିଗାଲ୍ ଭିଉ(ଆଇନଗତ ମତାମତ) ପାଇଁ ପଠାଇଲେ କଟକର ବରିଷ୍ଠ ଆଇନଜୀବୀ ମନୋଜ କୁମାର ମିଶ୍ରଙ୍କ ପାଖକୁ ।
ତାହା ପାଇଲାକ୍ଷଣି ସେହି ୨୮ ତାରିଖରେ ଓକିଲ ମହାଶୟ ତାଙ୍କର ମତାମତ ଜଣାଇଲେ । ତାଙ୍କ ମତାମତ ଥିଲା ୨୫୫(୩) ମ୍ୟୁନିସିପାଲ୍ ଆକ୍ଟ ୧୯୫୦ ଏବଂ ୨୧୨ ମ୍ୟୁନିସିପାଲ୍ ରୁଲ୍,୧୯୫୩ ଅନୁଯାୟୀ ଆବେଦନକାରୀଙ୍କୁ ମ୍ୟୁନିସିପାଲିଟି ଜମି ଦେଇପାରିବ । ଓକିଲଙ୍କଠାରୁ ଏହି ମତାମତକୁ ଧରି ପରଦିନ ୨୯ ତାରିଖରେ ଅନୁଷ୍ଠିତ କାଉନସିଲ୍ ମିଟିଂରେ ଏକଜ୍ୟୁଟିଭ୍ ଅଫିସର ପକାଇଲେ ଏହି ବିଷୟ । କାଉନସିଲ୍ ବି କାଳବିଳମ୍ବ କଲା ନାହିଁ । ଟିଟୋ ପତ୍ନୀଙ୍କୁ ଜମି ଦେବାକୁ ତତକ୍ଷଣାତ ନିଷ୍ପତ୍ତି ନେଇଗଲା । ସେଥିରେ କୁହାଗଲା, ଆବେଦନକାରୀଙ୍କୁ ୫ ଡିସିମିଲ୍ ଜାଗା ୩ ବର୍ଷ ପାଇଁ ଲିଜ୍ ରେ ଦିଆଯାଉ । ସେଥିପାଇଁ ବର୍ଷକୁ ୬ ହଜାର ଟଙ୍କା ଅସୁଲ ଧାର୍ଯ୍ୟ କରାଗଲା । ଖାଲି ସେତିକି ନୁହେଁ, ୩ ବର୍ଷ ସରିଲା ପରେ କାଉନସିଲ୍ ଅନୁମୋଦନରେ ଆଉ ୩ ବର୍ଷ ଲିଜ୍ ଦିଆଯିବ ବୋଲି ନିଷ୍ପତ୍ତିପତ୍ରରେ ଲେଖି ଦିଆଗଲା ।
କାଉନସିଲ୍ ର ଏହି ନିଷ୍ପତ୍ତି ଅନୁଯାୟୀ, ୧.୮.୨୦୧୫ ରୁ ଉକ୍ତ ଜମି ପାଇଁ ଲିଜ୍ ର ଅବଧି ଆରମ୍ଭ ହେଲା । ଆଉ ସେଥିପାଇଁ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଏକଜ୍ୟୁଟିଭ୍ ଅଫିସରଙ୍କ ସହ ଟିଟୋ ପତ୍ନୀଙ୍କ ରାଜିନାମା ହୋଇଥିଲା ୭.୮.୨୦୧୫ ରେ । ସୂଚନାଯୋଗ୍ୟ ଟିଟୋ ପତ୍ନୀଙ୍କୁ ଆବଣ୍ଟନ ହୋଇଥିବା ୫ ଡିସିମିଲ୍ ଜାଗା ସମୁଦାୟ ୭୫ ଡିସିମିଲ୍ ଜାଗାର ଏକ ଅଂଶବିଶେଷ ବା ପ୍ୟାଚ୍ ।
ବରିଷ୍ଠ ଆଇନଜୀବୀ ଶ୍ରୀ ମିଶ୍ର ଯେଉଁ ରୁଲ୍ କୁ ଆଧାର କରି ଟିଟୋ ପତ୍ନୀଙ୍କୁ ଜାଗା ଦେବା ପାଇଁ ସୁପାରିଶ କରିଥିଲେ ତାହାକୁ ନେଇ ଖୋଦ୍ ନଗର ଉନ୍ନୟନ ବିଭାଗ ଆପତ୍ତି ଉଠାଇଛି । ଜଣେ ବ୍ୟକ୍ତିଙ୍କୁ ବ୍ୟବସାୟିକ ଉଦ୍ଦେଶ୍ୟରେ ମ୍ୟୁନିସିପାଲିଟି ଜାଗା ଦେବା ପାଇଁ ୨୫୫(୩) ମ୍ୟୁନିସିପାଲ୍ ଆକ୍ଟ ୧୯୫୦ ଏବଂ ୨୧୨ ମ୍ୟୁନିସିପାଲ୍ ରୁଲ୍,୧୯୫୩ ପ୍ରଯୁଜ୍ୟ ନୁହେଁ ବୋଲି ନଗର ଉନ୍ନୟନ ବିଭାଗ ତାହାର ଅନୁଧ୍ୟାନ ରିପୋର୍ଟରେ ଦର୍ଶାଇଛି । ସଂପୃକ୍ତ ଓକିଲଙ୍କର ଏହା ‘ବ୍ଲାକନଡ୍ ମିସଗାଇଡ୍’ ବୋଲି କଡା ଟିପ୍ପଣୀ ଦିଆଯାଇଛି । ସେହିଭଳି କେନ୍ଦ୍ରାପଡ଼ା ସହରର ମୁଖ୍ୟ ଜାଗାରେ ଜଣେ ବ୍ୟକ୍ତି(ମହିଳା)ଙ୍କୁ ମ୍ୟୁନିସିପାଲିଟିର ମୂଲ୍ୟବାନ ଜାଗାକୁ ତରବରିଆ ଭାବେ ବାର୍ଷିକ ମାତ୍ର ୬ହଜାର ଟଙ୍କାରେ ଟେକି ଦେବା ପଛରେ ଅସାଧୁ ମେଣ୍ଟ କାମ କରିଥିବା କୁହାଯାଇଛି । ଆବେଦନକାରୀ, ଅଫିସର, ଓକିଲ ଏବଂ କାଉନସିଲ୍ ର ଏହା ଅସାଧୁ ମେଣ୍ଟ ବୋଲି ଟିପ୍ପଣୀ ଦିଆଯାଇଛି ।
ଶେଷ ଖବର ଅନୁଯାୟୀ, କ୍ରାଇମବ୍ରାଞ୍ଚ ଏସଟିଏଫ ହାତକୁ ଏହି ତଥ୍ୟ ଆସିବା ପରେ ମାମଲାର ଛାନଭିନ୍ ଆରମ୍ଭ ହୋଇଛି ।
Previous Post

ବିଜେପି ମଣ୍ଡଳରେ ବିଦ୍ରୋହ; ଧର୍ମେନ୍ଦ୍ରଙ୍କ ବିରୋଧରେ ଫେରାଦ

Next Post

ନବୀନ ହେବେ ଅସଲ ଖେଳାଳୀ

Next Post
ନବୀନ ହେବେ ଅସଲ ଖେଳାଳୀ

ନବୀନ ହେବେ ଅସଲ ଖେଳାଳୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA