Sunday, May 10, 2026 10:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବାଜପେୟୀ ଆଉ ନାହାନ୍ତି

by Our Correspondent
16 Aug, 2018- 05:38 PM
in Latest News, News
1 min read
0
ବାଜପେୟୀ ଆଉ ନାହାନ୍ତି

Prime Minister Atal Bihari Vajpayee. Express archive photo

ନୂଆଦିଲ୍ଲୀ: ମହାନ୍ ଜନନେତା, ରାଷ୍ଟ୍ରନାୟକ, ଭାରତର ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଆଉ ଇହ ଜଗତରେ ନାହାନ୍ତି । ୯୩ ବର୍ଷ ବୟସରେ ସେ ଆଖି ବୁଜି ଦେଇଛନ୍ତି । ଦୀର୍ଘ ୨ ମାସ ଧରି ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ ସାଇନସ୍ (ଏମସ୍) ରେ ଚିକିତ୍ସିତ ହେଉଥିବା ବାଜପେୟୀଙ୍କର ଅବସ୍ଥା ଗତକାଲି ରାତିରୁ ଭୀଷଣ ଖରାପ ହୋଇଯାଇଥିଲା । ତାଙ୍କର କିଡ଼ନୀ, ୟୁରିନାରି ଟ୍ରାକ୍ଟ ସଂକ୍ରମଣ ହେବା ସହ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ ରେ ରଖାଯାଇଥିଲା । ଡାକ୍ତରମାନଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ତାଙ୍କୁ ବଞ୍ଚାଇବା ସମ୍ଭବ ହେଲାନି । ଆଜି ଅପରାହ୍ନ ୫ଟା ୫ ମିନିଟ୍ ରେ
ସେ ଆଖି ବୁଜି ଦେଇଥିଲେ । ବାଜପେୟୀଙ୍କ ମୃତ୍ୟୁ ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଏହି ମହାନ୍ ବ୍ୟକ୍ତିଙ୍କ ମୃତ୍ୟୁ ସମଗ୍ର ଦେଶରେ ଶୋକର ଛାୟା ଖେଳାଇ ଦେଇଛି ।

ବିଗତ କିଛି ଦଶନ୍ଧି ଧରି ଅଟଳ ବିହାରୀ ବାଜପେୟୀ ଥିଲେ ଭାରତବାସୀଙ୍କ ସ୍ପନ୍ଦନ । ତାଙ୍କର ଉଦାର ବ୍ୟକ୍ତିକ୍ୱ, ବଳିଷ୍ଠ ନେତୃତ୍ୱ କୋଟି କୋଟି ଦେଶବାସୀଙ୍କ ହୃଦୟରେ ଛାପି ହୋଇଯାଇଥିଲା । ଦେଶର ଲୋକପ୍ରିୟ ଜନନେତା ଭାବେ ସେ ଥିଲେ ଶୀର୍ଷରେ । ଖାଲି ନେତୃତ୍ୱ ନୁହେଁ ତାଙ୍କର ବାଗ୍ମିତା, ସୃଜନଶୀଳତା ପାଇଁ ସେ ଥିଲେ କୋଟି କୋଟି ଜନତାଙ୍କ ହୃଦୟର ରାଜା । ପାର୍ଲିଆମେଣ୍ଟ ଭିତରେ ଓ ବାହାରେ ତାଙ୍କର ସାରଗର୍ଭକ ଓଜସ୍ୱୀ ଭାଷଣ, କବିତାର ପଂକ୍ତି କୋଟି କୋଟି ଲୋକଙ୍କ ହୃଦୟକୁ ଛୁଉଁଥିଲା । ତିନି ତିନି ଥର ପ୍ରଧାନମନ୍ତ୍ରୀ ଆସନରେ ବସିଥିବା ବାଜପେୟୀ ଥିଲେ ଭାରତବର୍ଷର ସବୁଠାରୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ।
୧୯୨୪ ଡିସେମ୍ବର ୨୫ ତାରିଖରେ କ୍ରିଷ୍ଣା ଦେବୀ ଓ କ୍ରିଷ୍ଣ ବିହାରୀ ବାଜପେୟୀଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଅଟଳ । ଗୋଆଲିୟର ରେ ସେ ତାଙ୍କର ସ୍କୁଲ ଓ କଲେଜ ଜୀବନ କାଟିଥିଲେ । ହିନ୍ଦୀ, ଇଂରାଜୀ ଓ ସଂସ୍କୃତରେ ଡିଷ୍ଟିଂସନ୍ ସହ ଗ୍ରାଜୁଏସନ କରିଥିଲେ । କାନପୁର ଡିଏଭି କଲେଜରୁ ରାଜନୀତି ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଏମଏ ପାସ୍ କରିଥିଲେ । ୧୯୩୯ ରୁ ସେ ସଂଘ ପରିବାର ସହ ଜଡ଼ିତ ହୋଇଯାଇଥିଲେ । ତେବେ ତାଙ୍କ ରାଜନୈତିକ କ୍ୟାରିୟର୍ ଆରମ୍ଭ ହୋଇଥିଲା ୧୯୪୨ରେ । ଆର୍ଯ୍ୟ ସମାଜର ୟୁଥ୍ ଉଇଙ୍ଗ ରୁ କ୍ୟାରିଅର୍ ଆରମ୍ଭ କରି ସେ ଦୁଇବର୍ଷ ପରେ ସାଧାରଣ ସମ୍ପାଦକ ହୋଇଥିଲେ । ପରବର୍ତ୍ତୀ ସମୟରେ ୧୯୪୭ ମସିହାରେ ସେ ସଂଘ ପରିବାରରେ ସ୍ୱଂୟ ସେବକ ଭାବେ ପୂର୍ଣ୍ଣ ପ୍ରଚାରକ(ଫୁଲ୍ ଟାଇମ୍ ୱାର୍କର୍) ହୋଇଥିଲେ । ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭ୍ୟ ଥିଲେ ବାଜପେୟୀ । ୧୯୬୮ରୁ ୧୯୭୨ ପର୍ଯ୍ୟନ୍ତ ସେ ଏହାର ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ । ୧୯୭୭ ସାଧାରଣ ନିର୍ବାଚନରେ ବିଜୟୀ ହେବା ପରେ ମୋରାରଜୀ ଦେଶାଇଙ୍କ ମନ୍ତ୍ରିମଣ୍ଡଳରେ ସେ ଥିଲେ ବିଦେଶ ମନ୍ତ୍ରୀ । ସେହିବର୍ଷ ସେ ଜାତିସଂଘରେ ହିନ୍ଦୀରେ ଭାଷଣ ଦେଇ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜନତା ସରକାର ଭାଙ୍ଗିଯିବା ପରେ ସେ ଜନସଂଘକୁ ବିଜେପିର ରୂପ ଦେଲେ । ୧୯୫୭ରୁ ୨୦୦୯ ପର୍ଯ୍ୟନ୍ତ ସେ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲା ବେଳେ ୧୯୬୨ ଓ ୧୯୮୬ରେ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।
୧୯୯୬ ମସିହାରେ ସେ ପ୍ରଥମ ଥର ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ । ତେବେ ମାତ୍ର ୧୩ ଦିନ ପ୍ରଧାନମନ୍ତ୍ରୀ ପଦରେ ରହିବା ପରେ ତାଙ୍କ ସରକାର ଭାଙ୍ଗିଯାଇଥିଲା । ୧୯୯୮ ମସିହାରେ ସେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ଆସନରେ ବସିଥିଲେ । ଯାହାର ଅବଧି ଥିଲା ୧୩ ମାସ । ତୃତୀୟ ଥର ୧୯୯୯ରୁ ୨୦୦୪ ପର୍ଯ୍ୟନ୍ତ ସେ ଥିଲେ ଦେଶର ପ୍ରଧାନମନ୍ତ୍ରୀ । ପ୍ରଥମ ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ବାଜପେୟୀ ୫ ବର୍ଷ ସରକାରରେ ରହିଥିଲେ । ତାଙ୍କ ପ୍ରଧାନମନ୍ତ୍ରୀ କାଳରେ ହୋଇଥିଲା ନିଉକ୍ଲିୟର୍ ଟେଷ୍ଟ, କାରଗିଲ୍ ଯୁଦ୍ଧ ।
୨୦୦୯ ମସିହାରେ ତାଙ୍କୁ ହୃଦଘାତ୍ ହୋଇଥିଲା । ଏହା ତାଙ୍କ ଶରୀରକୁ ଅଚଳ କରିଦେଇଥିଲା । ସେବେଠାରୁ ସେ କିଛି ଶୁଣି ପାରୁ ନ ଥିଲେ କି କାହାରିକୁ ଚିହ୍ନିପାରୁ ନ ଥିଲେ । ପ୍ରବଳ ଡାଇବେଟିସ୍ ରେ ମଧ୍ୟ ସେ ଆକ୍ରାନ୍ତ ଥିଲେ । ଅବିବାହିତ ବାଜପେୟୀଙ୍କ ପରିବାର ବୋଲେ ତାଙ୍କର ପୋଷ୍ୟା କନ୍ୟା ଓ ତାଙ୍କ ପରିବାରକୁ ବୁଝାଏ । ୨୦୧୪ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ‘ଭାରତରତ୍ନ’ ଉପାଧିରେ ଭୂଷିତ କରାଯାଇଥିଲା । ଆଜି ଭାରତ ତାହାର ସୁଯୋଗ୍ୟ ରତ୍ନକୁ ହରାଇ ଦେଇଛି ।
Previous Post

ବାଜପେୟୀଙ୍କ ଅବସ୍ଥା ବୁଝିବାକୁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

Next Post

୭ ଦିନିଆ ରାଷ୍ଟ୍ରୀୟ ଶୋକ, କାଲି ଛୁଟି ଘୋଷଣା

Next Post
୭ ଦିନିଆ ରାଷ୍ଟ୍ରୀୟ ଶୋକ, କାଲି ଛୁଟି ଘୋଷଣା

୭ ଦିନିଆ ରାଷ୍ଟ୍ରୀୟ ଶୋକ, କାଲି ଛୁଟି ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA